ସାମଗ୍ରୀ :
ବାସୁମତୀ ଚାଉଳ – ୫୦୦ ଗ୍ରାମ୍
ଘିଅ – ୭୫ ଗ୍ରାମ୍
ଅଳେଇଚ – ୫ଟି
ବଡ଼ ଅଳେଇଚ – ୧ଟି
ଲବଙ୍ଗ – ୫ଟି
ଡାଲଚିନି – ୨ ଇଞ୍ଚ
ତେଜପତ୍ର – ୧ଟି
ହେଙ୍ଗୁ – ଟିପେ
ଜାଇତ୍ରୀ – ୧/୨ ଚାମଚ
ଛେଚା ରସୁଣ – ୧ ଚାମଚ
କୋରା ଅଦା – ୧ ଚାମଚ
ଗୀନ ମଟର – ୧୫୦ ଗ୍ରାମ୍
ଲୁଣ – ସ୍ୱାଦ ଅନୁସାରେ
ପ୍ରଣାଳୀ-
ଚାଉଳକୁ ପାଣିରେ ୩୦ ମିନିଟ୍ ବତୁରାଇ ଛାଣି ରଖନ୍ତୁ । ପ୍ୟାନ୍ ରେ ଘିଅ ଗରମ କରନ୍ତୁ । ସେଥିରେ ଅଳେଇଚ, ଜିରା, ଲବଙ୍ଗ, ଡାଲଚିନି, ତେଜପତ୍ର ଓ ଜାଇତ୍ରୀ ପକାନ୍ତୁ । ଫୁଟିଲେ ଅଦା ଓ ରସୁଣ ପକାଇ ମଧ୍ୟମ ଆଞ୍ଚରେ ୧ ମିନିଟ୍ ଭାଜିଲା ପରେ ମଟର ପକାଇ ଗୋଳାନ୍ତୁ । ତା’ପରେ ଚାଉଳ ପକାଇ ୧ ମିନିଟ୍ ଭାଜି ସ୍ୱାଦ ଅନୁସାରେ ଲୁଣ ଓ ୧ ଲିଟର ପାଣି ଦିଅନ୍ତୁ । ପାଣି ଫୁଟିଲା ପରେ ଆଞ୍ଚକୁ ମଧ୍ୟମ କରି ଘୋଡ଼ଣୀ ଲଗାଇ ଭାତ ସିଝିବା ଯାଏଁ ରାନ୍ଧନ୍ତୁ । ହୋଇଗଲେ ଡାଲଚିନି ଖଣ୍ଡ କାଢ଼ି ପ୍ଲେଟକୁ ପରଶି ଖାଇବାକୁ ଦିଅନ୍ତୁ ।
ମଟର ପଲାଉ କେମିତି ଲାଗିଲା?
୧) ଭଲ ୨) ବହୁତ ଭଲ