ସାମଗ୍ରୀ :
ଚିକେନ – ୨୫୦ ଗ୍ରାମ
ରସୁଣ ପେଷ୍ଟ – ୨ ଟେବୁଲ ଚାମଚ
ଲଙ୍କା ଗୁଣ୍ଡ – ୧ ଚାମଚ
ଗୋଲମରିଚ ଗୁଣ୍ଡ – ୧ ଚାମଚ
ହଳଦୀ ଗୁଣ୍ଡ – ୧/୨ ଚାମଚ
ଲେମ୍ବୁ ରସ – ୨ ଚାମଚ
ଲୁଣ – ସ୍ୱାଦ ଅନୁସାରେ
କର୍ଣ୍ଣଫ୍ଲୋର କିମ୍ୱା ବେସନ – ୧ ଟେବୁଲ ଚାମଚ
ଦହି – ୧/୪ କପ
ଚିନି – ୧ ଚାମଚ
ଭିନେଗାର – ୨ ଚାମଚ
ତେଲ – ୧ କପ
ଭୁର୍ସୁଙ୍ଗ ପତ୍ର – ୮-୧୦ଟି
ପ୍ରଣାଳୀ-
ଚିକେନ ୬୫ ପ୍ରସ୍ତୁତ କରିବା ପାଇଁ , ପ୍ରଥମେ ଲାଲ ଲଙ୍କା ଗୁଣ୍ଡ , ହଳଦୀ ଗୁଣ୍ଡ ,ଗୋଲମରିଚ ଗୁଣ୍ଡ ,ରସୁଣ ,ଲେମ୍ବୁ ରସ ଓ ଲୁଣ ସହ କଟା ଚିକେନକୁ ପକେଇ, ଏହାକୁ ଗୋଳାଇ ଅତି କମରେ ଘଣ୍ଟାଏ ରଖନ୍ତୁ ।
ଗୋଟେ ଛୋଟ ପାତ୍ର ରେ ଦହି, ଲାଲ ଲଙ୍କା ଗୁଣ୍ଡ, ରସୁଣ, ଭିନେଗାର, ଚିନି, କର୍ଣ୍ଣଫ୍ଲୋର କିମ୍ୱା ବେସନ ଦେଇ ଭଲ ଭାବେ ପେଷ୍ଟ କରନ୍ତୁ ।
ପ୍ୟାନ ରେ ତେଲ ଗରମ କରନ୍ତୁ, ଗୋଳା ହୋଇଥିବା ଚିକେନ କୁ ଦହି ପେଷ୍ଟ ସହ ପକାଇ ଚିକେନ କୁର କୁରା ହେବ ଯାଏ ରାନ୍ଧନ୍ତୁ ।
ଚିକେନ କୁ ବାହାର କରନ୍ତୁ । ପ୍ୟାନ ରେ ଆଉ ଟିକେ ତେଲ ଦେଇ ସେଥିରେ ଭୁର୍ସୁଙ୍ଗ ପତ୍ର ପକାନ୍ତୁ ।
ଭୁର୍ସୁଙ୍ଗ ପତ୍ର ଟିକେ ମଉଳି ଗଲା ପରେ ଚିକେନକୁ ସେଥିରେ ପକାଇ ଗୋଳାଇ ଦିଅନ୍ତୁ ।
ଏବେ ଗରମ ଗରମ ପ୍ଲେଟ କୁ ବାହାର କରି ସାଦା ବିରିୟାନୀ ,ଭାତ, ରୁଟି, ନାନ ସହ ପରସନ୍ତୁ ।
ଚିକେନ 65 କେମିତି ଲାଗିଲା?
୧) ଭଲ ୨) ବହୁତ ଭଲ