ଆଜି ଆମେ ଜାଣିବା ହଳଦୀ ମିଶା କ୍ଷୀର ପିଇବା ଦ୍ୱାରା କଣ ଲାଭ ହୋଇଥାଏ | ହଳଦୀ ଗୋଟିଏ ଆୟୁର୍ବେଦିକ ଔଷଧ ଅଟେ | ଏହାର ବ୍ୟବହାର ଅନେକ ପ୍ରକାର ରୋଗକୁ ଠିକ କରିବା ପାଇଁ ହୋଇଥାଏ | ଏହା ବ୍ୟତୀତ ହଳଦୀରେ ଅନେକ ପୋଷାକ ତତ୍ୱ ରହିଥାଏ ଯାହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି କୁ ବଢ଼ାଇଥାଏ | ଯଦି ଆମେ କ୍ଷୀରରେ ହଳଦୀ ମିଶେଇକି ପିଇବା ତେବେ ଏହା ଆମ ଶରୀର ପାଇଁ ବହୁତ ଭଲ ଅଟେ | ଆମେ ସବୁ ଜାଣିଛେ ଯେ କ୍ଷୀର ଓ ହଳଦୀ ଉଭୟ ଆମ ଶରୀର ପାଇଁ କେତେ ଉପକାରୀ | ଏହାକୁ ଛୁଆ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଖାଇଥାନ୍ତି | ହଳଦୀ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ |
ହଳଦୀରେ ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଭାଇରଲ, ଆଣ୍ଟି ସେପ୍ଟିକ ଗୁଣ ରହିଥାଏ | ହଳଦୀ ମିଶା କ୍ଷୀରକୁ ପିଇଲେ ଥଣ୍ଡା, କାଶ,ଜ୍ୱର ଏବଂ ତଣ୍ଟି ଦର୍ଜ ଭଳି ରୋଗକୁ ଠିକ କରିଦେଇଥାଏ | ଏହା ସମସ୍ତ ପ୍ରକାର ଭାଇରାଲ ଏବଂ ବ୍ୟାକ୍ଟେରିଆଲ ଇନଫେକ୍ସନକୁ ଦୂର କରିଥାଏ | ଏହା ହଜମ କ୍ରିୟାକୁ ଠିକ କରିଥାଏ | ହଳଦୀ କ୍ଷୀର ପିଇବା ଦ୍ୱାରା ଏହା ପାଚନ କ୍ରିୟାକୁ ଠିକ କରିଥାଏ | ଏହା ପେଟରେ ଗ୍ୟାସ ହେବାରୁ ରୋକିଥାଏ | କାରଣ ହଳଦୀ ଆମର ପାଚନ ତନ୍ତ୍ରକୁ ଷ୍ଟ୍ରଙ୍ଗ କରିଥାଏ | ତେଣୁ ଖାଦ୍ୟ ଭଲରେ ହଜମ ହୋଇଥାଏ | ଏହା ଆମ ଶରୀରରେ ଥିବା ଅସ୍ଥିକୁ ମଧ୍ୟ ଷ୍ଟ୍ରଙ୍ଗ କରିଥାଏ | କ୍ଷୀରରେ କ୍ୟାଲ୍ସିଅମ ପ୍ରଚୁର ପରିମାଣରେ ରହିଥାଏ | ତେଣୁ ଏହାର ସେବନ କଲେ ଅସ୍ଥି ଷ୍ଟ୍ରଙ୍ଗ ହୋଇଥାଏ |
ଯଦି କେବେ କାହାର ହାଡ଼ ଫ୍ୟାକଚର ହୋଇଥାଏ କିମ୍ବା ଆଘାତ ଲାଗିଥାଏ ସେତେବେଳ ହଳଦୀ କ୍ଷୀରର ସେବନ କଲେ ଏହା ଶୀଘ୍ର ଭଲ ହୋଇଥାଏ | ଏହା ଅସ୍ଥିକୁ ଷ୍ଟ୍ରଙ୍ଗ କରିବା ସହିତ ସେହି ସ୍ଥାନର ମାଂସପେଶୀକୁ ମଧ୍ୟ ଶକ୍ତ କରିଥାଏ | ଏହା ଡାଇବେଟିସକୁ ମଧ୍ୟ ନିୟନ୍ତ୍ରଣ କରିଥାଏ | ଏହାକୁ ସେବନ କଲେ ରକ୍ତରେ ସୁଗାରର ପରିମାଣ ହ୍ରାସ ହୋଇଥାଏ | ଚେହେରାରୁ ବ୍ରଣ ଦୂର କରି ଚେହେରାରେ ଉଜ୍ୱଳତା ଆଣିଥାଏ | ଯେଉଁ ମାନଙ୍କ ମୁହଁରେ ବାରମ୍ବାର ବ୍ରଣ ହୋଇଥାଏ କିମ୍ବା ସ୍କିନ ଶୁଖିଲା ଦେଖାଯାଏ ସେମାନେ ହଳଦୀ କ୍ଷୀରର ସେବନ କରିବା ଉଚିତ | ଏହା ସ୍କିନରେ ଗ୍ଲୋ ଆଣିଥାଏ | ଏହା କ୍ୟାନ୍ସର ଭଳି ରୋଗରୁ ମଧ୍ୟ ରକ୍ଷା କରିଥାଏ | ହଳଦୀ କ୍ଷୀରକୁ ସବୁଦିନେ ପିଇବା ଦ୍ୱାରା ଶରୀରରେ ବଢୁଥିବା କ୍ୟାନସର କୋଷକୁ ବଢ଼ିବାରୁ ରୋକିଥାଏ | ଏହା ମାନସିକ ଚିନ୍ତା ମଧ୍ୟ ଦୂର କରେ |
ହଳଦୀ କ୍ଷୀର ପିଇବା ଦ୍ୱାରା ସମସ୍ତ ପ୍ରକାର ମାନସିକ ଚିନ୍ତା, ଡିପ୍ରେସନକୁ ମଧ୍ୟ ଦୂର କରିଥାଏ | ଏହାକୁ ପିଇବା ଦ୍ୱାରା ରାତିରେ ଭଲ ନିଦ ମଧ୍ୟ ହୋଇଥାଏ | ଯଦି ବୟସ ବୃଦ୍ଧି ଯୋଗୁ ସ୍ମରଣ ଶକ୍ତି କମିଯାଉଥାଏ କିମ୍ବା ରାତିରେ ନିଦ ହଉନଥିଲେ ଏହି ହଳଦୀ କ୍ଷୀରକୁସେବନ କରନ୍ତୁ | ଏହାକୁ ଗୋଟିଏ ମାସ ପିଇବା ପରେ ଆପଣ ଶରୀରରେ ଅଲଗା ପ୍ରକାର ଲକ୍ଷଣ ଦେଖିପାରିବେ |