ନଡ଼ିଆ ଜନ୍ମ ହେଲା କେମିତି ? - ପୌରାଣିକ କଥା

@_ustad
0



 "ହିନ୍ଦୁ ଧର୍ମରେ ନଡ଼ିଆ ର ବିଶେଷତ୍ୱ ବହୁତ ଅଛି ନଡ଼ିଆ ବିନା କୌଣସି ବି ଧାର୍ମିକ କାର୍ଯ୍ୟ ସମ୍ପୂର୍ଣ ହୋଇନଥାଏ । ନଡ଼ିଆ ବିଷୟରେ ଗୋଟିଏ ପୌରାଣିକ କଥା ଅଛି ଯାହା ପୃଥିବୀରେ ରୁଷି ବିଶ୍ୱାମିତ୍ରଙ୍କ ଦ୍ୱାରା କରାଯାଇ ଥିଲା "

ଆସନ୍ତୁ ନଡ଼ିଆର ଜନ୍ମ ବିଷୟରେ ସମ୍ପୂର୍ଣ ରୁପେ ଜାଣିବା । ଏହି କାହାଣୀ ପ୍ରାଚୀନ କାଳର ରାଜା ସତ୍ୟବ୍ରତଙ୍କ ସହ ଜଡ଼ିତ ଅଟେ । ସତ୍ୟବ୍ରତ ଗୋଟିଏ ପ୍ରତାପୀ ରାଜା ଥିଲେ । ଯାହାଙ୍କୁ ଈଶ୍ୱରଙ୍କ ଉପରେ ସମ୍ପୂର୍ଣ ରୁପେ ବିଶ୍ୱାସ ଥିଲା । ତାଙ୍କ ପାଖରେ ସବୁକିଛି ଥିଲା, କିନ୍ତୁ ତାଙ୍କ ମନରେ ଗୋଟିଏ ଇଚ୍ଛା ଥିଲା । ଯାହାକୁ କୌଣସି ଭାବରେ ବି ସମ୍ପୂର୍ଣ କରିବାକୁ ଚାହୁଁଥିଲେ । ସେ ଚାହୁଁଥିଲେ କି, ପୃଥିବୀରୁ ସ୍ୱର୍ଗ ଲୋକକୁ ଯିବାପାଇଁ ରାସ୍ତା କରିବା । ରାଜା ସତ୍ୟବ୍ରତ ସ୍ୱର୍ଗଲୋକ ପ୍ରତି ବହୁତ ଆକର୍ଷିତ ହେଉଥିଲେ । କିନ୍ତୁ ସ୍ୱର୍ଗ ଯାଇଁ ରାସ୍ତା କେମିତି କରିବା ଏହା ସତ୍ୟବ୍ରତ ଜାଣି ନଥିଲେ । ଗୋଟିଏ ଦିନ ବିଶ୍ୱାମିତ୍ର ତପସ୍ୟା କରିବା ପାଇଁ ଘରରୁ ବହୁତ ଦୂରକୁ ଗଲେ । ବହୁତ ଦିନ ହେଲା ରୁଷି ଵିଶ୍ୱାମିତ୍ର ଘରକୁ ନ ଫେରିବାରୁ ତାଙ୍କ ଜମିରେ ମରୁଡି ହେଲା ଓ ପିଇଁବା ପାଇଁ ପାଣି ମଧ୍ୟ ନଥିଲା । ସେତେବେଳେ ରାଜା ସତ୍ୟବ୍ରତ ତାଙ୍କ ପରିବାରକୁ ସାହାଯ୍ୟ କରିଲେ ଓ ତାଙ୍କ ପରିବାରକୁ କୌଣସି ବି ଅସୁବିଧା ନ ହେଲା ଭଳି ଦାୟୀତ୍ୱ ମଧ୍ୟ ନେଇଥିଲେ ।

ଯେତେବେଳେ ରୁଷି ବିଶ୍ୱାମିତ୍ର ଘରକୁ ଫେରିଲେ ସେତେବେଳେ ରାଜାଙ୍କ ମହାନତା ବିଷୟରେ ଜାଣି, ରୁଷି ବିଶ୍ଵାମିତ୍ର ବହୁତ ଖୁସି ହେଲେ ଓ ରାଜାଙ୍କ ସହ ମିଶିବା ପାଇଁ ଗଲେ । ରାଜାଙ୍କ ପାଖକୁ ଯାଇ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ରାଜା ଋଷିଙ୍କୁ ଗୋଟିଏ ବରଦାନ ଦେବା ପାଇଁ ନିବେଦନ କରିଲେ । ରୁଷି ଏହାକୁ ସ୍ୱୀକାର କରିଲେ । ରାଜା ସତ୍ୟବ୍ରତ ରୁଷିଙ୍କୁ କହିଲେ କି, ଆପଣଙ୍କ ଶକ୍ତି ମାଧ୍ୟମରେ ମୋତେ ସ୍ୱର୍ଗକୁ ପଠାନ୍ତୁ । ରୁଷି ବିଶ୍ୱାମିତ୍ର ସ୍ୱର୍ଗକୁ ଯିବାପାଇଁ ଗୋଟିଏ ରାସ୍ତା ଦେଖାଇଲେ ରାଜା ବହୁତ ଖୁସି ହୋଇ ସେହି ମାର୍ଗରେ ଗଲେ । ସ୍ୱର୍ଗ ପାଖକୁ ପହଞ୍ଚିଲେ ଏବଂ ଭିତରେ ପ୍ରବେଶ କରିବା ସମୟରେ ଇନ୍ଦ୍ର ଆସି ରାଜାଙ୍କୁ ତଳକୁ ଠେଲିଦେଲେ । ରାଜା ସତ୍ୟବ୍ରତ ପୃଥିବୀ ଉପରେ ପଡ଼ିଲେ । ଏହି ବିଷୟ ଋଷି ବିଶ୍ଵାମିତ୍ର ଜାଣିବା ପରେ ବହୁତ କ୍ରୋଧିତ ହେଲେ ଓ ସ୍ୱର୍ଗକୁ ଯାଇ ସେଠାର ସମସ୍ତ ଭଗବାନଙ୍କ ସହ କଥା ହେଇ, ରୁଷି ବିଶ୍ୱାମିତ୍ର ସମସ୍ତ ଭଗବାନଙ୍କୁ କହିଲେ, ଆଉ ଗୋଟିଏ ନୁଆରେ ସ୍ୱର୍ଗ କରିବାକୁ । ଯାହାକି ପୃଥିବୀ ଓ ସ୍ୱର୍ଗ ମଧ୍ୟରେ ରହିବ । ଯାହା ଦ୍ୱାରା ରାଜାଙ୍କୁ କିଛି ଅସୁବିଧା ହେବନାହିଁ ଓ ତୁମକୁ (ଭଗବାନ) ମଧ୍ୟ ରାଜାଙ୍କ ଯୋଗୁଁ କୌଣସି ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିବ ନାହିଁ । ରାଜା ସତ୍ୟବ୍ରତ ଏ ବିଷୟ ଜାଣିବା ପରେ ସେ ବହୁତ ଖୁସି ହେଲେ । ରୁଷି ବିଶ୍ୱାମିତ୍ର ଭାବିଲେ ଯଦି ପୃଥିବୀ ଓ ସ୍ୱର୍ଗ ମଧ୍ୟରେ ଅଧିକ ପବନ ହେବ, ତେବେ ନୁଆରେ ହେଇଥିବା ସ୍ୱର୍ଗ ହଲିବାକୁ ଲାଗିବ ଓ ରାଜା ପୁଣି ତଳକୁ ଖସି ପଡିବେ । ତେଣୁ ସେ ସ୍ୱର୍ଗ ତଳେ ଗୋଟିଏ ବଡ଼ ଖମ୍ବକୁ ରଖିଲେ ଯାହା ଦ୍ୱାରା ନୂଆରେ ହୋଇଥବା ସ୍ୱର୍ଗ ଠିକ୍ ରୁପେ ରହିଲା । ବହୁତ ବର୍ଷ ହେବାପରେ ତାହା ଗୋଟିଏ ଲମ୍ବା ଗଛ ରୁପେ ପରିବର୍ତ୍ତନ ହେଲା । ବହୁତ ବର୍ଷ ପରେ ରାଜା ସତ୍ୟବ୍ରତଙ୍କ ମୃତ୍ୟୁ ହେଇଗଲେ ଏବଂ ସେ ହିଁ ନଡ଼ିଆ ରୁପେ ପରିବର୍ତ୍ତନ ହେଲେ । ଏହି କଥା ଅନୁସାରେ ସେ ଏପଟେ ନୁହଁ କି ସେପଟେ ନୁହଁ ମଧ୍ୟରେ ଝୁଲି ହୋଇ ରହିଗଲେ ।

ନଡ଼ିଆ ବିଷୟରେ ଆପଣଙ୍କୁ କେମିତି ଲାଗିଲା ? କମେଣ୍ଟ କରି ଆପଣ ଆମକୁ ନିଶ୍ଚୟ ଜଣାନ୍ତୁ । କାରଣ ଆପଣଙ୍କ କମେଣ୍ଟ ଆମକୁ ଉତ୍ସାହିତ କରିଥାଏ । ଯାହା ଦ୍ୱାରା ଆମେ ଆପଣଙ୍କ ପାଇଁ ଏଭଳି ଅନେକ ପୌରାଣିକ କଥା ବିଷୟରେ ପୋଷ୍ଟ କରିପାରିବୁ । ଧନ୍ୟବାଦ !

Post a Comment

0Comments

Post a Comment (0)