ହୀରାକୁଦ ଜଳଭଣ୍ଡାର ପ୍ରକଳ୍ପ କିପରି ଆରମ୍ଭ ହୋଇଥିଲା ଜାଣନ୍ତୁ

@_ustad
0

 


ଭାରତର ସ୍ବାଧୀନତା ପରେ ହାତକୁ ନିଆଯାଇଥିବା ପ୍ରଥମ ବହୁମୁଖୀ ନଦୀବନ୍ଧ ଯୋଜନା ହେଉଛି ହୀରାକୁଦ । ଓଡ଼ିଶାର ସମ୍ବଲପୁର ଜିଲ୍ଲା ରେ ମହାନଦୀ ଉପରେ ବନ୍ଧା ଯାଇଥିବା ଏହି ନଦୀବନ୍ଧ ପୃଥିବୀର ଦୀର୍ଘତମ ମୃର୍ତ୍ତିକା ନିର୍ମିତ ବନ୍ଧ ।

ଓଡ଼ିଶାରେ ବନ୍ୟା ନିୟନ୍ତ୍ରଣ, ଜଳସେଚନ ତଥା ଜଳ ବିଦ୍ୟୁତ ଉତ୍ପାଦନ କୁ ଆଧାର କରି ଏହି ବହୁମୂଖୀ ପ୍ରକଳ୍ପର ଯୋଜନା ପ୍ରସ୍ତୁତ କରଯାଇଥିଲା।୧୯୪୬ ମସିହା ମାର୍ଚ୍ଚ ୧୫ ତାରିଖରେ ସେତବେଳର ଓଡିଶା ଗଭର୍ନର ସାର ହୋଥ୍ରୋନ ଲେୱିସ ଏହି ବନ୍ଧର ଶିଳାନ୍ୟାସ କରିଥିଲେ ଓ ୧୯୫୭ ମସିହା ଜାନୁଆରୀ ୧୩ ତାରିଖ ଦିନ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ଜବାହରଲାଲ  ନେହେରୁ ଏହାର ଉଦଘାଟନ କରିଥିଲେ ।

ବନ୍ଧ କୁ ବିଦ୍ୟୁତ ଉତ୍ପାଦନ ଓ ଜଳସେଚନ କାର୍ଯ୍ୟ ନିମନ୍ତେ ୧୯୫୬ ରୁ ବ୍ୟବହାର ଆରମ୍ଭ କରଯାଇଥିଲା ମାତ୍ର ୧୯୬୬ ମସିହାରୁ ହିଁ ଏହା ପୂର୍ଣ କ୍ଷମତାରେ ଏହି ଦୁଇ କାର୍ଯ୍ୟ ସମ୍ପାଦନ କରିବାକୁ ସକ୍ଷମ ହେଲା । ଏହି ଜଳବିଦ୍ୟୁତ୍ ଯୋଜନାର ସମୁଦାୟ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କ୍ଷମତା ୩୪୭.୫ ମେଗାୱାଟ୍ ଅଟେ । ଏହାର ଦୁଇ ଟି ପାୱାର ହାଉସ ବୁର୍ଲା ଠାରେ ଅବସ୍ଥିତ।


ଏହି ଜଳ ଭଣ୍ଡାର ର ଉଚ୍ଚତା ୬୦.୯୬ ମି ( ଫୁଟ) ଓ ଏହାର ମୁଖ୍ୟ ଭଣ୍ଡାର ର ଲମ୍ବ ୪.୮ କି.ମି. ମାତ୍ର ସଂପୂର୍ଣ୍ଣ ଜଳଭଣ୍ଡାର ଦୀର୍ଘ ୨୫.୮ କି.ମି. ପର୍ଯ୍ୟନ୍ତ ବ୍ୟାପ୍ତ। ମହାନଦୀ ଉପରେ ଅବସ୍ଥିତ ଏହି ଜଳଭଣ୍ଡାର ଏସିଆ ମହାଦେଶ ର ସବୁଠାରୁ ଦୀର୍ଘ (longest) ନଦୀବନ୍ଧ ର ମାନ୍ୟତା ବହନ କରେ ।

ସର୍ବୋଚ୍ଚ ୭୪୩ କିମି ପର୍ଯ୍ୟନ୍ତ ବ୍ୟାପ୍ତ ହୋଇପାରୁଥିବା ଏହାର ଜଳରାଶି ର କ୍ଷମତା ଯୋଗୁ ଏହି ବନ୍ଦରକୁ ଏସିଆ ମାହାଦେଶର ସର୍ବବୃହୁତ ମାନବକୃତ ହ୍ରଦ ରୂପେ ମଧ୍ୟ ଗ୍ରହଣ କରାଯାଏ । ଏହି ବିଶାଳ ଜଳ ଭଣ୍ଡାର ତାହାର ୬୪ ଟି ସ୍ଲୁଇସ ଗେଟ ଦ୍ଵାରା ୪୨,୪୫୦ ଘନ ମିଟର ପ୍ରତି ସେକେଣ୍ଡ ବେଗ ରେ ଜଳ ନିଷ୍କାସନ କରିବାର କ୍ଷମତା ବହନ କରେ।


ଏହି ବହୁଅଭିମୁଖି ପ୍ରକଳ୍ପ ଆମ ରାଜ୍ୟ ର ୪ଟି ଜିଲ୍ଲା ଯଥା ସମ୍ବଲପୁର, ବରଗଡ, ବଲାଙ୍ଗିର ଓ ସୁବରଣପୁର ର ୧,୫୫,୬୩୫ ହେକ୍ଟର ରବି ଓ ୧,୦୮,୩୮୫ ହେକ୍ଟର  ଖରିଫ ଚାଷ  ପାଇଁ ଜଳସେଚନକାର୍ଯ୍ୟ ସମ୍ପାଦିତ କରିବାରେ ସହାୟକ ହୁଏ।

ଜଳସେଚନ ଏବଂ ବିଦ୍ୟୁତ ଉତ୍ପାଦନ ସହ ଏହା କଟକ ଓ ପୁରୀ ଜିଲ୍ଲା ର ୯୫୦୦ ବର୍ଗ କିଲୋମିଟର  ଅଞ୍ଚଳ  କୁ ବନ୍ୟା ରୁ ରକ୍ଷା କରିଥାଏ ହୀରାକୁଦ । ଏହି ବୃହତ ପ୍ରକଳ୍ପ ପାଇଁ ସମୁଦାୟ ୧୦୦.୦୨ କୋଟି ଟଙ୍କା ଖର୍ଚ ହୋଇଥିବାର ୧୯୫୭ ରେ ଆକଳନ ହୋଇଥିଲା ।


ଏକ ସୁପରିକଳ୍ପିତ ଓ ସ୍ଵାଧୀନ ଭାରତର ଅନ୍ୟତମ ବୟବହୁଳ ପ୍ରକଳ୍ପ ହେବା ସତ୍ତ୍ୱେ  ଏହାର କାର୍ଯ୍ୟକାରିତା ଓ ଉପାଦେୟତା ଉପରେ ବହୁ ସମୟରେ ଉଠିଛି  ପ୍ରଶ୍ନମାନ। ଗବେଷକଙ୍କ ମତରେ ମହାନଦୀର ମାତ୍ର ୧୬% ଜଳରାଶି କୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୀରାକୁଦ ଏବଂ ଏତତ ବ୍ୟତିତ ତଳମୁଣ୍ଡରେ ବର୍ଷା ଓ ଯମୁଥିବା ଜଳରାଶି ଉପରେ ଏହାର କୌଣସି ନିୟନ୍ତ୍ରଣ ନ ଥିବାରୁ, ବହୁ ସମୟରେ ହୀରାକୁଦ ବନ୍ଦର କୁ ବନ୍ୟା ନିୟନ୍ତ୍ରଣ ନୁହେଁ ବରଂ ବନ୍ୟା ସମସ୍ୟା କୁ ଆହୁରି ଘନୀଭୂତ କରିବାର ମଧ୍ୟ ଆକ୍ଷେପ କରାଯାଏ । ଆହୁରି କିଛି ବୁଦ୍ଧିଜୀବୀ ମାନେ ମତ ପୋଷଣ କରନ୍ତି କେବଳ କଟକ ଜିଲ୍ଲା କୁ ବନ୍ୟା ରୁ ରକ୍ଷା କରିବା ସକାଶେ ପଶ୍ଚିମ ଓଡିଶାର ସ୍ଵର୍ଥ୍ୟ କୁ ବଳି ଦେଇ ହୀରାକୁଦ ନିର୍ମାଣ କରଯାଇଥିଲା ।


ସେ ଯାହା ହେଉ ନା କାହିଁକି ହୀରାକୁଦ ବର୍ତ୍ତମାନ ଆମ ରାଜ୍ୟ ରେ ଏକ ଗୁରୁତପୁର୍ଣ ଭୂମିକା ତୁଲାଇଛି, ବନ୍ୟା ନିୟନ୍ତ୍ରଣ ହେଉ ଜଳସେଚନ ହେଉ ବା ବିଦ୍ୟୁତ ଉତ୍ପାଦନ ଏହାର ଉପାଦେୟ  ଓ ମହତ୍ଵପୂର୍ଣ ଭୂମିକା କୁ ଅସ୍ଵୀକାର କରିହେବନି ।


ଚିନ୍ତା ଜନକ ବିଷୟ ଟି ହେଲା ବନ୍ଦର କ୍ରମଶ ଦୁର୍ବଳ ହେବା ସହ ଏହାର ଜଳରାଶି ଧାରଣର କ୍ଷମତା ମଧ୍ୟ କ୍ରମଶ କ୍ଷୟ ହେବାରେ ଲାଗିଛି, ଏହି ପରିପେକ୍ଷୀ ରେ ଏହି ବୃହତ ବନ୍ଦର ର ସଠିକ ରକ୍ଷଣବେକ୍ଷଣ କରିବା ସହ ଏହାର ଆଧୁନିକିକୀକରଣ ହେବା ନିହାତି ଜରୁରୀ । ଏହାସହ ବନ୍ଦରଟି ଯେମତି ଭବିଷ୍ୟତରେ ଆଖପାଖ ଅଞ୍ଚଳ କୁ କ୍ଷତି ନ ପହଞ୍ଚାଇବ ସେଥି ପ୍ରତି ବେଶେଷ ଦୃଷ୍ଟି ଦିଆଯିବା ବିଧେୟ ।

All pic courtesy: sadharanapurusha-karunakar.blogspot.in


Post a Comment

0Comments

Post a Comment (0)