ଘରେ ପ୍ରସ୍ତୁତ କରନ୍ତୁ "ଚିକେନ ଗୋଲମରିଚ"

@_ustad
0


 

ଆବଶ୍ୟକ ସାମଗ୍ରୀ:

  • ଚିକେନ
  • ପିଆଜ
  • ଲଙ୍କାଗୁଣ୍ଡ
  • ଜିରାଗୁଣ୍ଡ
  • ଗରମ ମସଲା
  • ଗୋଲମରିଚ ଗୁଣ୍ଡ
  • ଲେମ୍ବୁ ରସ
  • ଦହି
  • କସ୍ତୁରୀ ମେଥି
  • ହଳଦି ଗୁଣ୍ଡ
  • ରିଫାଇନ୍‌ ତେଲ
  • ଗୁଜୁରାତି
  • ଲବଙ୍ଗ
  • ଡାଲଚିନି
  • ଲୁଣ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଚିକେନକୁ ଧୋଇ ଦିଅନ୍ତୁ। ଏହା ପରେ ଚିକେନରେ ଲଙ୍କାଗୁଣ୍ଡ, ଜିରାଗୁଣ୍ଡ, ଗରମ ମସଲା, ଗୋଲମରିଚ ଗୁଣ୍ଡ, ଲେମ୍ବୁ ରସ, ଦହି, କସ୍ତୁରୀ ମେଥି, ହଳଦି ଗୁଣ୍ଡ ପକାଇ ମ୍ୟାରିନେଟ କରନ୍ତୁ। ସେହିଭଳି ପିଆଜକୁ ଭାଜି ଅଳ୍ପ ବାଟି ରଖନ୍ତୁ ।

କଡ଼େଇରେ ତେଲ ଗରମ କରି ଗୋଟା ମସଲା (ଗୁଜୁରାତି, ଲବଙ୍ଗ, ଡାଲଚିନି ) ପକାନ୍ତୁ। ଏହାପରେ ମ୍ୟାରିନେଟ୍‌ ଚିକେନକୁ ପକାଇ ୧୦ ମିନିଟ୍‌ ଘୋଡ଼ାଇ ଦିଅନ୍ତୁ।

କିଛି ସମୟ ପରେ ଘୋଡ଼ଣି ବାହାର କରି ଚିକେନ୍‌କୁ ଚଲାନ୍ତୁ। ଏହାପରେ ପୁଣି ଘୋଡ଼ାଇ ଦିଅନ୍ତୁ।  ୫ରୁ ୭ ମିନିଟ୍ ପରେ ଘୋଡ଼ଣି ବାହାର କରି ସେଥିରେ ଭଜା ପିଆଜ ବଟା ଓ ଗୋଲମରିଚ ଗୁଣ୍ଡ ପକାଇ ଗୋଳାନ୍ତୁ। ପ୍ରସ୍ତୁତ ହୋଇଗଲା ଚିକେନ୍‌ ଗୋଲମରିଚ।


Post a Comment

0Comments

Post a Comment (0)