ଆମ ରୋଷେଇ- 'ପନୀର ପତ୍ରପୋଡ଼ା'

@_ustad
0


 ଆବଶ୍ୟକ ସାମଗ୍ରୀ: ପନିର, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଲୁଣ, ଅଦାରସୁଣ ପେଷ୍ଟ, ଟମାଟୋ ପେଷ୍ଟ, ସୋରିଷ ବଟା, କଞ୍ଚା ଲଙ୍କା ଓ ରିଫାଇନ ତେଲ, ଶାଳ ପତ୍ର।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପନିରକୁ ଛୋଟ ଛୋଟ କାଟି ରଖନ୍ତୁ। କଟା ପନିରରେ ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଲୁଣ, ଅଦାରସୁଣ ପେଷ୍ଟ, ଟମାଟୋ ପେଷ୍ଟ, ସୋରିଷ ବଟା, କଞ୍ଚା ଲଙ୍କା ଓ ରିଫାଇନ ତେଲ, ଲୁଣ ପକାଇ ଗୋଳାଇ ଦିଅନ୍ତୁ।

ଶାଳପତ୍ରରେ ସୋରିଷ ମସଲା ଗୋଳା ପନିର ରଖି ଗୁଡ଼ାଇ ବାନ୍ଧି ଦିଅନ୍ତୁ। ଏହାପରେ ନିଆଁ ଅଙ୍ଗାରରେ ପନିର ମସଲା ଗୁଡ଼ା ପତ୍ରକୁ ରଖି ତା’ ଉପରେ ଆଉ କିଛି ନିଆଁ ଅଙ୍ଗାର ରଖନ୍ତୁ। ୧୫ରୁ ୨୦ ମିନିଟ୍‌ ପରେ ପ୍ରସ୍ତୁତ ହୋଇଯିବ ପନିର ପତ୍ରପୋଡ଼ା।


Post a Comment

0Comments

Post a Comment (0)