ଆବଶ୍ୟକ ଉପକରଣ: ଚିକେନ, ଦହି, ପିଆଜ, କ୍ୟାପ୍ସିକମ୍, ଅଦାରସୁଣ ପେଷ୍ଟ, ହଳଦି, ଲାଲ ଲଙ୍କା, ଗୋଲମରିଚ ଗୁଣ୍ଡ, ଲୁଣ, ରିଫାଇନ ତେଲ, ଗୋଟା ଗରମ ମସଲା, କଞ୍ଚା ଲଙ୍କା, କାଜୁ ପେଷ୍ଟ, ଜିରା ଗୁଣ୍ଡ ଓ ଧନିଆ ଗୁଣ୍ଡ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ସେଥିରେ ଦହି, ଅଦାରସୁଣ ପେଷ୍ଟ, ହଳଦି, ରେଡ୍ ଚିଲି, ଗୋଲମରିଚ ଗୁଣ୍ଡ ଓ ଲୁଣ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ ଓ କିଛି ସମୟ ରଖି ଦିଅନ୍ତୁ।
ପରେ କଡ଼େଇରେ ତେଲ ଗରମ କରନ୍ତୁ। ସେଥିରେ ଗୋଟା ଗରମ ମସଲା ପକାନ୍ତୁ। ଏହାପରେ ଜିରା, ଛେଚା ଅଦା ଓ ରସୁଣ ପକାନ୍ତୁ। ଏହା ଟିକେ ଭାଜି ହୋଇଗଲେ କଟା ପିଆଜ ପକାନ୍ତୁ। ଏହାକୁ ଲାଲ ହେବା ପର୍ଯ୍ୟନ୍ତ ଭାଜନ୍ତୁ।
ଏବେ ସେଥିରେ ହଳଦି ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ (ମନେ ରଖନ୍ତୁ ପୂର୍ବରୁ ଚିକେନ୍ରେ ଲୁଣ ଗୋଳା ଯାଇଛି) ପକାଇ ଗୋଳାନ୍ତୁ।
କିଛି ସମୟ ପରେ ୨ଟି ଟମାଟୋ ପକାନ୍ତୁ। ଏହାକୁ ଭଲ ଭାବେ ଗୋଳାନ୍ତୁ। ସେଥିରେ ହାଫ୍ କପ୍ ପାଣି ପକାନ୍ତୁ। କିଛି ସମୟ ପରେ କଡ଼େଇରେ ଅଳ୍ପ ମସଲା ରଖି ଅବଶିଷ୍ଟ ବାହାର କରି ଥଣ୍ଡା କରନ୍ତୁ। ଏହାପରେ ତାକୁ ପେଷ୍ଟ କରି ନିଅନ୍ତୁ।
କଡ଼େଇରେ ଥିବା ଅଳ୍ପ ମସଲାରେ ମ୍ୟାରିନେଟ ହୋଇଥିବା ଚିକେନ ମିଶାନ୍ତୁ। ଏହାପରେ ସେଥିରେ ୨ ଚାମଚ କଞ୍ଚା ଲଙ୍କା ବଟା ମିଶାନ୍ତୁ। ଏହାକୁ ସିମ୍ରେ ଘୋଡ଼ାଇ ଚିକେନ୍କୁ ସିଝିବାକୁ ଛାଡ଼ି ଦିଅନ୍ତୁ।
ଅନ୍ୟ ଏକ କରେଇରେ ତେଲ ଗରମ କରି କିଛି ଜିରା ପକାନ୍ତୁ। ସେଥିରେ ଅଦା, ରସୁଣ ଛେଚା ପକାନ୍ତୁ। ଏହାପରେ ଚପ୍ ହୋଇ କଟା ହୋଇଥିବା ମେଥି ପକାନ୍ତୁ। ଏହାପରେ ମିଡିୟମ ସାଇଜରେ କଟା ହୋଇଥିବା ପିଆଜ ଓ କ୍ୟାପସିକମ ପକାନ୍ତୁ। ସେଥିରେ ହଳଦି, ଲଙ୍କା, ଜିରା, ଧନିଆ ପାଉଡର ପକାନ୍ତୁ। ଏହାପରେ ସେଥିରେ ହାଫ କପ୍ କାଜୁ ପେଷ୍ଟ ପକାନ୍ତୁ। ହାଫ କପ୍ ପାଣି ପକାଇ କିଛି ସମୟ ଫୁଟିବାକୁ ଛାଡ଼ି ଦିଅନ୍ତୁ।
ଏହାପରେ ଚିକେନ ସିଝୁଥିବା କରେଇରେ ଏହି ମସଲାକୁ ଢାଳି ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହା ଉପରେ ଗରମ ମସଲ, କଟା କଞ୍ଚାଲଙ୍କା ଓ କସ୍ତୁରୀ ମେଥି ପକାନ୍ତୁ। ଏହାକୁ ଢାଙ୍କୁଣି ଘୋଡ଼ାଇ କିଛ ସମୟ ପାଇଁ ଛାଡ଼ି ଦିଅନ୍ତୁ। ତା’ ପରେ ଫ୍ରେଶ୍ କ୍ରିମ ପକାଇ ଦିଅନ୍ତୁ। ଏହାପରେ ସର୍ଭ କରନ୍ତୁ।