ରାନ୍ଧନ୍ତୁ- "କଞ୍ଚା ଇଲିସି ମାଛ ବେସର" -ଆମ ରୋଷେଇ

@_ustad
0

କଞ୍ଚା ଇଲିସି ମାଛ ବେସର, ଇଲିସି ମାଛ ତରକାରୀ ରୋଷେଇ ଓଡିଆ, ilisi machha besar recipes, ilisi machha tarakari rosei, Raw eel fish curry in Odia, Odia pathshala

ଆବଶ୍ୟକ ସାମଗ୍ରୀ[abashyak saamagree]:-

ଇଲିସି ମାଛ (ilisi machha), କଟା ପିଆଜ (kata piaja), କଟା ଟମାଟୋ (kata tomato), କଞ୍ଚା ଲଙ୍କା (kancha lanka), କଟା ରସୁଣ (kata rasuna), ଅଦା ଓ ରସୁଣ ପେଷ୍ଟ (ada o rasuna paste), ବଟା ସୋରିଷ (bata sorish), ସୋରିଷ ତେଲ(sorisha tela), ଲୁଣ luna), ହଳଦୀ( haladi), ଲଙ୍କା ଗୁଣ୍ଡ (lanka gunda), ଓ କରି ପାଉଡର( curry powder),।

ପ୍ରସ୍ତୁତି ପ୍ରଣାଳୀ:-

ପ୍ରଥମେ ଇଲିସି ମାଛକୁ ଭଲ ଭାବେ ଧୋଇ ଦିଅନ୍ତୁ। ତା’ପରେ ସେଥିରେ ଲୁଣ ଓ ହଳଦୀ ପକାଇ ଭଲ ଭାବେ ଗୋଳାଇ ରଖି ଦିଅନ୍ତୁ।

କଡ଼େଇରେ ସୋରିଷ ତେଲ ଗରମ କରନ୍ତୁ। ସେଥିରେ କଞ୍ଚା ପିଆଜ ପକାଇ ଭାଜନ୍ତୁ। ପିଆଜ ଲାଲ ହେବା ପରେ ଅଦା ଓ ରସୁଣ ପେଷ୍ଟ ଦିଅନ୍ତୁ। ତା’ସହିତ ଛୋଟ ଛୋଟ ଖଣ୍ଡରେ କଟା ହୋଇଥିବା ରସୁଣ ପକାନ୍ତୁ । ଏହା ତରକାରୀର ସ୍ୱାଦକୁ ବଢ଼ାଇଥାଏ।  ଟମାଟୋ ଓ କରି ପାଉଡର ପକାଇ ମସଲାକୁ କଷନ୍ତୁ।

ମସଲା କଷି ହେବା ପରେ ବଟା ସୋରିଷ ପକାଇ ଆବଶ୍ୟକ ଅନୁଯାୟୀ ପାଣି ଦିଅନ୍ତୁ। ଏହା ଫୁଟିବା ପରେ କଞ୍ଚା ଇଲିସି ମାଛକୁ ସେଥିରେ ପକାନ୍ତୁ ଓ କଡ଼େଇକୁ ଘୋଡ଼ାଇ ଦିଅନ୍ତୁ। ସ୍ୱାଦ ଅନୁସାରେ ଆପଣ ଏଥିରେ ଲୁଣ ପକାଇ ପାରିବେ।

Post a Comment

0Comments

Post a Comment (0)