ଗୁଆ ଚାଷର ବିବରଣୀ - Arecanut Farming in Odia

@_ustad
0

ଜଳବାୟୁ:

ଆର୍ଦ୍ର ଜଳବାୟୁ ଓ ଲୁଣି ପବନରେ ଭଲ ବଢ଼େ। ମରୁଡି ସହିପାରେ ନାହିଁ । ସମୁଦ୍ର ପତ୍ତନ ଠାରୁ ୧୦୦ ମିଟର ଉଚ୍ଚ ପର୍ଯ୍ୟନ୍ତ ଚାଷ କରାଯାଇପାରେ ।

ମୃତ୍ତିକା :-

ନିଗିଡା, ବଳିଆ,ଦୋରସା ମାଟିରେ ଭଲ ବଢ଼େ।

 କିସମ :-

ମଙ୍ଗଳା, ସୁମଙ୍ଗଳା ଓ ଶ୍ରୀମଙ୍ଗଳା।

ବଂଶବିସ୍ତାର :-

ମଞ୍ଜିରୁ ଚାରା ପ୍ରସ୍ତୁତ କରାଯାଏ । ଗେଡା ଓ ଜାକି ହୋଇ ଅଧିକ ପତ୍ରଥିବା ଚାରା ଲଗାଇବା ପାଇଁ ବଛାଯାଏ । ୫-୬ ପତ୍ରିଆ ୧୨-୧୮ ମାସିଆ ଚାରା ଗଛ ଲାଗେଇବା ପାଇଁ ଉପଯୁକ୍ତ ଅଟେ ।

ଲଗାଇବା ସମୟ :-

ଜୁନ - ଜୁଲାଇ 

ଲଗାଇବା ଦୂରତା :-

୨.୭ମି × ୨.୭ମି

ଗାତର ମାପ :-

୬୦ ସେ.ମି. × ୬୦ ସେ.ମି. × ୬୦ ସେ.ମି.

ଖତ ଓ ସାର :-

୫ ବର୍ଷ ବା ତଦୁର୍ଦ୍ଧର ଗୁଆ ଗଛ ପ୍ରତି ୧୦-୧୫ କି.ଗ୍ରା. କମ୍ପୋଷ୍ଟ ଖତ କିମ୍ବା ସବୁଜସାର ଦିଆଯାଏ । ଏଥି ସହିତ ୧୦୦ ଗ୍ରାମ୍ ଯବକ୍ଷାରଜାନ, ୪୦ ଗ୍ରାମ୍ ଫସଫରସ୍ ଓ ୧୫୦ ଗ୍ରାମ୍ ପଟାସ୍ ଦିଆଯିବା ଦରକାର । ୫ ବର୍ଷରୁ କମ୍ ଗୁଆ ଗଛରେ ଉପରୋକ୍ତ ସାର ପରିମାଣର ଅର୍ଦ୍ଧେକ ଦିଆଯାଏ । ପ୍ରାୟତଃ ଉତ୍ତରପୂର୍ଵ ମୌସୁମୀ ବର୍ଷା ସରିଯିବା ପରେ ଜାନୁୟାରୀରୁ ଫେବୃୟାରୀ ମାସ ମଧ୍ୟରେ ଦିଆଯାଇଥାଏ । ଗଛର ଚାରିପଟେ ୦.୭୫ ରୁ ୧ ମିଟର ବ୍ୟାସର୍ଦ୍ଧ ଏବଂ ୨୦  ରୁ ୩୦ ସେ.ମି ଗଭୀରର ଗାତ କରି ସାର ଦିଆଯାଏ ।

ଜଳସେଚନ :-

ଶୀତଦିନେ ଓ ଖରାଦିନେ ଦରକାର ଅନୁଯାୟୀ ଜଳସେଚନ କରାଯାଏ।

ଅମଳ :-

ଗଛପ୍ରତି ୨-୩ କି.ଗ୍ରା. ଶୁଖିଲା ଗୁଆ । ହେକ୍ଟର ପ୍ରତି ୧୦-୧୫ କ୍ବଇଣ୍ଟାଲ ଶୁଖିଲା ଗୁଆ ଅମଳ ହୁଏ । ଲଗାଇବାର ୫ ବର୍ଷପରେ ଫଳଧରେ । ଫଳ ୭୫% ପାଚିବା ପରେ ଅମଳ କରାଯାଏ ।

Post a Comment

0Comments

Post a Comment (0)