ନିତ୍ୟକର୍ମର ଷଟ୍-କର୍ମ

@_ustad
0

ନିତ୍ୟକର୍ମ କହିଲେ ଆମେ ଆଜି ମୁଖ୍ୟତଃ ଦନ୍ତମାର୍ଜନ, ଶୌଚ ଓ ସ୍ନାନକୁ ବୁଝୁଛୁ । କିନ୍ତୁ ଶାସ୍ତ୍ରମତରେ ନିତ୍ୟକର୍ମ ବା ପ୍ରାତ୍ୟହିକ କର୍ମ ଏତିକିରେ ସୀମିତ ନୁହେଁ। ଶାସ୍ତ୍ରମତରେ ଛଅଟି କର୍ମ ନିତ୍ୟକର୍ମର ଅନ୍ତର୍ଭୁକ୍ତ ।

ଆମ ଦେଶର ଏକ ପ୍ରମୁଖ ସ୍ମୃତିଶାସ୍ତ୍ର ହେଉଛି 'ବୃହତ୍ ପରାଶର ସ୍ମୃତି । ସେଥିରେ ଏହି ଛଅଟି କର୍ମ ବା ‘ଷଟ୍‌କର୍ମ'ର ବର୍ଣନା ଅଛି। ତାହାର ପ୍ରଥମ ଅଧ୍ୟାୟର ୩୯ ଶ୍ଳୋକରେ କୁହାଯାଇଛି-

“ସନ୍ଧ୍ୟାସ୍ନାନଂ ଜପଶ୍ଚୈବ ଦେବତାନାଂ ଚ ପୂଜନମ୍ ।
ବୈଶ୍ୱଦେବଂ ତଥାଽ ତିଥ୍ୟଂ ଷଟ୍‌କର୍ମାଣି ଦିନେ ଦିନୋ।”

ଏହାର ଅର୍ଥ- ସ୍ନାନ, ସନ୍ଧ୍ୟା, ଜପ, ଦେବପୂଜନ, ବଳିବୈଶ୍ୱଦେବ ଏବଂ ଅତିଥିସତ୍କାର, ଏହି ଛଅଟି କର୍ମ କରିବା ଗୃହସ୍ଥର ପ୍ରତିଦିନର କର୍ତ୍ତବ୍ୟ। ଏଥିରୁ ପ୍ରଥମଟି ହେଉଛି- ସ୍ନାନ ଏହାପରେ ସ୍ନାନ ସମେତ, ସ୍ନାନ ପୂର୍ବର ସମସ୍ତ କର୍ମ- ଯଥା ମୁଖପ୍ରକ୍ଷାଳନ, ଦନ୍ତମାର୍ଜନ, ଶୌଚ ଆଦିକୁ ମଧ୍ୟ ବୁଝାଏ । ସେହିପରି, ସନ୍ଧ୍ୟା କହିଲେ ବୁଝାଏ- ତ୍ରିସନ୍ଧ୍ୟାକୁ ଦିବସ ଓ ରାତ୍ରିର ସନ୍ଧିକାଳକୁ ଶାସ୍ତ୍ରରେ ସନ୍ଧ୍ୟା କୁହାଯାଇଛି। ଏହାର ସଂଖ୍ୟା ୩। ଏହା ପ୍ରାତଃସନ୍ଧ୍ୟା, ମଧ୍ୟାହ୍ନ ସନ୍ଧ୍ୟା ଓ ସାୟଂସନ୍ଧ୍ୟା।

ବଳିବୈଶ୍ୱଦେବ ଅନ୍ୟ ଏକ ନିତ୍ୟକର୍ମ ବିଶ୍ଵଦେବ ଅର୍ଥାତ୍ ସର୍ବଦେବ ଅବଶ୍ୟ ଦେବତାମାନେ ଅସଂଖ୍ୟ ; କିନ୍ତୁ ସେମାନେ ଏକ ସେମାନଙ୍କର ସମବେତ ଦେବଶକ୍ତି ଏକା ଶାସ୍ତ୍ରୀୟ ବିଧି ଅନୁସାରେ, ଅନ୍ନ ଭୋଜନ ପୂର୍ବରୁ ସେମାନଙ୍କୁ ପ୍ରଥମେ ତାହାର କିୟଦଂଶ ଅର୍ପଣ କରାଯାଏ । ଏହା ବଳିବୈଶ୍ୱଦେବ। ସ୍ନାନ, ସନ୍ଧ୍ୟା ଓ ବଳିବୈଶ୍ୱଦେବ ବ୍ୟତୀତ ଅନ୍ୟ ତିନୋଟି କର୍ମ- ଜପ, ଦେବପୂଜନ, ଅତିଥି ସତ୍କାର ମଧ୍ୟ ଦେବତାଙ୍କ ଜପ ଏବଂ ତାଙ୍କର ପୂଜା ପରି, ପବିତ୍ର ଓ ମହତ କର୍ମ ।

ଏଣୁ, ନିତ୍ୟକର୍ମ କହିଲେ, କେବଳ ଦନ୍ତମାର୍ଜନ, ସ୍ନାନ ଓ ଶୌଚ ନୁହେଁ ; ଶାସ୍ତ୍ରମତାନୁସାରେ ଏହା ଛଅ ଓ ଜୀବନ ପାଇଁ ଏହାର ବହୁତ ଉପଯୋଗୀତା ରହିଛି। 

Post a Comment

0Comments

Post a Comment (0)