ବିଭାଗ-ଇତିହାସ
ବିଷୟ- ବିଶ୍ଵସୃଷ୍ଟି ତତ୍ତ୍ଵ
ଉପବିଷୟ- ଜୀବସତ୍ତାର କ୍ରମ ବିକାଶ
ଜୀବ ସୃଷ୍ଟିର ବିଭିନ୍ନ ପର୍ଯ୍ୟାୟକୁ ଆଲୋଚନା କରିବା ବେଳେ ଯେଉଁ ସ୍ତରଗୁଡ଼ିକ ଦେଇ ବୈଜ୍ଞାନିକମାନେ ଗତି କରିଥାନ୍ତି, ସେହି ସମ୍ପର୍କରେ ଆଜିର ପ୍ରଶ୍ନୋତ୍ତର ।
(୧) ପ୍ଲେଷ୍ଟୋସିନ ଯୁଗର ଜଳବାୟୁ କିଭଳି ଥିଲା ବୋଲି ଜଣାଯାଏ ?
ଉ. ନାତିଶୀତୋଷ୍ଣ ଥିଲା ।
(୨) ପ୍ଲେଷ୍ଟୋସିନ ଯୁଗରେ ୟୁରୋପରେ କେଉଁ କେଉଁ ଅଞ୍ଚଳ ସୃଷ୍ଟି ହୋଇଥିବା ଜଣାଯାଏ ?
ଉ. ତୁଷାରଚ୍ଛନ୍ନ ଅଞ୍ଚଳ ବା ତୁଷାରକ୍ରାନ୍ତି ଅଞ୍ଚଳ ସୃଷ୍ଟି ହୋଇଥିବା ଜଣାଯାଏ ।
(୩) ପ୍ଲେଷ୍ଟୋସିନ ଯୁଗରେ କାହିଁକି ବିଶେଷ ଭାବରେ ବୃକ୍ଷଲତା ଦୃଷ୍ଟିଗୋଚର ହୋଇନଥିଲା ?
ଉ. ହିମାୟିତ ଜଳବାୟୁର ଅତ୍ୟଧିକ ପ୍ରଭାବ ଯୋଗୁଁ ।
(୪) ତୁଷାର ଯୁଗ(ice age) କହିଲେ କ’ଣ ବୁଝ ?
ଉ. ପ୍ଲେଷ୍ଟୋସିନ ଯୁଗର ଅନ୍ୟ ନାମ ।
(୫) ପ୍ଲେଷ୍ଟୋସିନ ଯୁଗରେ କାହିଁକି ମାନବ ସଭ୍ୟତାର ବିକାଶ ଦେଖିବାକୁ ମିଳେ ନାହିଁ ?
ଉ. ହିମ ପ୍ରଭାବ ଯୋଗୁଁ ।
(୬) ହିମ ପ୍ରତ୍ୟାବର୍ତ୍ତନ କାହାକୁ କୁହାଯାଏ ?
ଉ. ପ୍ଲେଷ୍ଟୋସିନ ଯୁଗରେ ବରଫ ତରଳିବାର ଯୁଗ ବା ତୁଷାର ଯୁଗର ମଧ୍ୟାନ୍ତରଗୁଡ଼ିକୁ ହିମ ପ୍ରତ୍ୟାବର୍ତ୍ତନ କୁହାଯାଏ ।
(୭) ହିମ ପ୍ରତ୍ୟାବର୍ତ୍ତନ ଯୁଗର ଜଳବାୟୁ କିଭଳି ଥିଲା ?
ଉ. ହିମ ପ୍ରତ୍ୟାବର୍ତ୍ତନ ଯୁଗର ଜଳବାୟୁ ଅପେକ୍ଷାକୃତ ଉଷ୍ଣ ଥିଲା ।
ଆହୁରି ପଢ଼ନ୍ତୁ: ବିଶ୍ଵସୃଷ୍ଟି ତତ୍ତ୍ଵ: ସାଧାରଣ ଜ୍ଞାନ-Theory of cosmology-Odia Quiz part-1
(୮) ପୁରାତନ ପ୍ରସ୍ତର ଯୁଗର ପ୍ରାରମ୍ଭ କାଳ ଭାବରେ କାହାକୁ ଗ୍ରହଣ କରାଯାଏ ?
ଉ. ତୁଷାର ଯୁଗର ବା ପ୍ଲେଷ୍ଟୋସିନ ଯୁଗର ଶେଷ ପର୍ଯ୍ୟାୟକୁ ଗ୍ରହଣ କରାଯାଏ ।
(୯) ପୁରାତନ ପ୍ରସ୍ତର ଯୁଗର ଆରମ୍ଭରେ କିଭଳି ଉପାୟ ପ୍ରସ୍ତର ଉପକରଣଗୁଡ଼ିକ ପ୍ରାକୃତିକ ଉପାୟରେ ସୃଷ୍ଟି ହୋଇଥିଲା ?
ଉ. ଜଳବାୟୁର ପରିବର୍ତ୍ତନ ଯୋଗୁଁ ।
(୧୦) ତୁଷାର ଯୁଗର ସମୟରେ କେଉଁ କେଉଁ ପ୍ରଜାତିର ମାନବ ସୃଷ୍ଟି ହୋଇଥିବା ଜଣାଯାଏ ?
ଉ. ଜାଭା ମାନବ, ପେକିଙ୍ଗ ମାନବ, ନିୟନଡର୍ଟାଲ ମାନବ ।
(୧୧) କେଉଁ ଯୁଗରେ ହୋମସାପିଆନ ମାନବର ସୃଷ୍ଟି ହୋଇଥିଲା ?
ଉ. ତୁଷାର ଯୁଗର ପରବର୍ତ୍ତୀ ପ୍ଲେଷ୍ଟୋସିନ କାଳରେ ।
(୧୨) ହୋମସାପିଆନ ମାନବ କହିଲେ କ’ଣ ବୁଝ ?
ଉ. ଆଧୁନିକ ଚିନ୍ତାଶୀଳ ମାନବ ।
(୧୩) ପ୍ରାନ୍ତ ପ୍ଲେଷ୍ଟୋସିନ ଯୁଗ କହିଲେ କ’ଣ ବୁଝ ?
ଉ. ତୁଷାର ଯୁଗର ଅନ୍ତିମ ଭାଗକୁ ବୁଝାଏ ।
(୧୪) ଭୂତାତ୍ତ୍ଵିକ ଯୁଗର ଆରମ୍ଭ କହିଲେ କ’ଣ ବୁଝ ?
ଉ. ପ୍ରାନ୍ତ ପ୍ଲେଷ୍ଟୋସିନ ଯୁଗର ପରବର୍ତ୍ତୀ ସମୟକୁ ବୁଝାଏ ।
(୧୫) ହଲୋସିନ ଯୁଗର ପୁରାତନ ଯୁଗ କାହାକୁ କୁହାଯାଏ ?
ଉ. ଖ୍ରୀଷ୍ଟ ପୂର୍ବ ୧୦୦୦୦ ବର୍ଷରୁ ଆରମ୍ଭ ହୋଇଥିବା ବର୍ଷକୁ ।
(୧୬) ନୃତତ୍ତ୍ଵବିତ ଏବଂ ଐତିହାସିକମାନେ ବର୍ତ୍ତମାନ ଭୂତାତ୍ତ୍ୱିକ ଯୁଗକୁ କେଉଁ ଯୁଗ ରୂପେ ଗ୍ରହଣ କରନ୍ତି।
ଉ. ବୃହତ୍ତର ହଲୋସିନ୍ ଯୁଗର ଅଂଶବିଶେଷ ରୂପେ ।
(୧୭) ଆଦିମାନବର ବିବର୍ତ୍ତନ ଧାରା କେଉଁ ଦିନଠାରୁ ହୋଇଥିବା ଜଣାଯାଏ ?
ଉ. ଆମୋଇବାଠାରୁ ଆରମ୍ଭ ହୋଇଥିଲା ବୋଲି ଜଣାଯାଏ ।
(୧୮) ଆଦିପ୍ରାଣ ସ୍ତରରେ ପୃଥିବୀରେ କେଉଁ ପରିବର୍ତ୍ତନ ଆସିଥିଲା ?
ଉ. ପୃଥିବୀରେ ପ୍ରଥମ ଜୀବସତ୍ତା ସୃଷ୍ଟି ହୋଇଥିଲା ।
(୧୯) ଜୀବ ସୃଷ୍ଟି ପ୍ରକ୍ରିୟାର କେଉଁ ସ୍ତରକୁ ଆଦିପ୍ରାଣସ୍ତର କୁହାଯାଏ ?
ଉ. ଦ୍ଵିତୀୟ ସ୍ତରକୁ ।
(୨୦) ପୃଥିବୀର ପ୍ରଥମ ଜୀବସତ୍ତା କେଉଁ ପ୍ରକାରର ଜୀବ ଥିଲା ?
ଉ. ଏକ ପ୍ରକାରର ସାମୁଦ୍ରିକ ଜୀବ ।