ବିଭାଗ-ଇତିହାସ
ବିଷୟ- ଉତ୍କଳ ଇତିହାସ
ଉପବିଷୟ- ଉତ୍କଳର ଭୌତିକ ଇତିହାସ
ଉତ୍କଳ ଇତିହାସକୁ ପ୍ରାଞ୍ଜଳ ରୂପେ ଅଧ୍ୟୟନ କରିବା ବେଳେ ଯେଉଁ ପର୍ଯ୍ୟାୟଗୁଡ଼ିକ ଦେଇ ମାନବ ଗତି କରିଥାଏ ସେ ସମ୍ପର୍କରେ ଆଜିର ପ୍ରଶ୍ନୋତ୍ତର ।
ଆହୁରି ପଢ଼ନ୍ତୁ ଉତ୍କଳର ଭୌତିକ ଇତିହାସ-History of utkala- Quiz-2
(୧) ପାଲି ସାହିତ୍ୟରେ ଓଡ଼ିଶା କିଭଳି ନାମିତ ହୋଇଅଛି ?
ଉ. ଓଡ୍ଡକ(oddaka) ନାମରେ ।
(୨) ଓଡ୍ରା ଶବ୍ଦଟିକୁ ଗ୍ରୀକ୍ ଲେଖକମାନେ କେଉଁ ନାମରେ ଉଲ୍ଲେଖ କରିଛନ୍ତି ?
ଉ. ଓରଟେସ(ortes)ନାମରେ ।
(୩) କେଉଁ ରାଣୀଙ୍କ ନାମ ଅନୁସାରେ ଓଡ଼ିଶାର ନାମକରଣ କରାଯାଇଛି ?
ଉ. ସୁଦେସ୍ନା(sudesna)ଙ୍କ ନାମ ଅନୁସାରେ ।
(୪) ରାଣୀ ସୁଦେସ୍ନା(sudesna)ଙ୍କ ଅନୁଯାୟୀ ଓଡ୍ରାକୁ କିଭଳି ଚିହ୍ନିତ କରାଯାଇଛି ?
ଉ. ଦୀର୍ଘତମାସ(dirghatamas)ଙ୍କର ୬ ଗୋଟି ପୁତ୍ର ମଧ୍ୟରୁ ଗୋଟିଏ ପୁତ୍ର ଭାବେ ଚିହ୍ନିତ କରାଯାଇଛି ।
(୫) ପ୍ଳିନୀ(pliny) ଅରଟେସ(ortes)(ଓଡ଼ିଶା)କୁ କିଭଳି ଚିହ୍ନିତ କରିଛନ୍ତି ?
ଉ. ମଳୟଗିରି ମଲୁ(malu) ପାହାଡ଼ ନିକଟରେ ଥିବା ଏକ ଅଞ୍ଚଳ ଭାବରେ ଚିହ୍ନିତ କରିଛନ୍ତି ।
(୬) ମଳୟଗିରି ପାହାଡିଆ ଅଞ୍ଚଳଟି ଆଧୁନିକ ଓଡ଼ିଶାର କେଉଁ ଜିଲ୍ଲାରେ ଅବସ୍ଥିତ ?
ଉ. ଅନୁଗୁଳ(Angul) ଜିଲ୍ଲାରେ ।
(୭) ମନୁ ସଂହିତା ଅନୁଯାୟୀ ଓଡ୍ରା କେଉଁ କେଉଁ ରାଜ୍ୟ ସହ ମିଶି ରହିଥିବା ଜଣାଯାଏ ?
ଉ. ପଉନ୍ଦ୍ରକଶ(paundrakas), ଦ୍ରାବିଡସ(dravidas), କାମ୍ବୋଜସ(kambojas), ଯବନସ(yavanas), ସକସ(sakas), ପାରଦଶ(paradas), ପଲବସ(palavas), ଚିନସ(chinas), କିରାତ(kirata)ଦରଦସ(daradas) ଓ ଖାସସ(khasas) ଇତ୍ୟାଦି ସହ ।
(୮) ପ୍ରାଚୀନ ଓଡ଼ିଶାରେ ଉତ୍ତର ତୋଷଳିରେ ଥିବା ବିଭିନ୍ନ ଜିଲ୍ଲା ବା ବିଷୟଗୁଡ଼ିକର ନାମ ଲେଖ ?
ଉ. ପଉନ୍ଦ୍ରକଶ(paundrakas), ଦ୍ରାବିଡସ(dravidas), କମ୍ବୋଜସ(kambojas), ଯବନସ(yavanas), ସକସ(sakas), ପାରଦଶ(paradas), ପଲବସ(palabas), ଚିନସ(chinas), କିରାତ(kirata)ଦରଦସ(daradas) ଓ ଖାସସ(khasas) ।
(୯) କେଉଁ ଉତ୍ସରୁ ଜଣାଯାଏ ଯେ, ପ୍ରାଚୀନ ଯୁଗରେ ଉତ୍ତର ତୋଷଳିରେ ପଉନ୍ଦ୍ରକଶ(paundrakas), ଦ୍ରାବିଡସ(dravidas), କମ୍ବୋଜସ(kambojas), ଯବନସ(yavanas), ସକସ(sakas), ପାରଦଶ(paradas), ପଲବସ(palabas), ଚିନସ(chinas), କିରାତ(kirata)ଦରଦସ(daradas) ଓ ଖାସସ(khasas) ଜିଲ୍ଲା ବା ବିଷୟର ଅବସ୍ଥିତି ଥିଲା ?
ଉ. ସୋମଦତ୍ତଙ୍କ ସୋରୋ ତାମ୍ର ଫଳକରୁ ।
(୧୦) ୟାଙ୍ଗ ଚାଙ୍ଗ(yuan chwang) ଓଡ୍ରାକୁ କିଭଳି ଚିହ୍ନିତ କରିଛନ୍ତି ?
ଉ. ୟାଙ୍ଗ ଚାଙ୍ଗ(yuan chwang)ଙ୍କ ମତରେ ଓଡ୍ରା ବା ୱାଚା(wvcha) ଏକ ଜିଲ୍ଲା ନଥିଲା ବରଂ ୭୦୦୦ ଲି(li) ରେ ଏହା ଏକ ରାଜ୍ୟ ଥିଲା ।
(୧୧) ୟାଙ୍ଗ ଚାଙ୍ଗ(yuan chwang)ଙ୍କ ମତରେ ଓଡ୍ରାର ବିସ୍ତୃତି କେଉଁ ପର୍ଯ୍ୟନ୍ତ ଥିଲା ?
ଉ. ପୁରୀ ପର୍ଯ୍ୟନ୍ତ ଥିଲା ।
(୧୨) ୟାଙ୍ଗ ଚାଙ୍ଗ(yuan chwang)ଙ୍କ ମତରେ କଙ୍ଗୋଡ଼(kongoda)ର ସୀମାରେଖା କେଉଁଠାରୁ ଆରମ୍ଭ ହୋଇଥିଲା ?
ଉ. ପୁରୀଠାରୁ ।
(୧୩) ୟାଙ୍ଗ ଚାଙ୍ଗ(yuan chwang)ଙ୍କ ଓଡ୍ରା ବିବରଣୀରେ କେଉଁ ଶବ୍ଦ ଓଡ଼ିଶାର ଦୁଇଟି ଗୁରୁତ୍ଵପୂର୍ଣ୍ଣ ଅଞ୍ଚଳ ବୋଲି ମନେ ହୁଏ ?
ଉ. ଚେ-ଲି-ଟା-ଲୋ(che-li-ta-lo) ଓ ପୁଏ-ସିଏ-ପୋକି-ଲି(pue-sie-poki-li)
(୧୪) ପୁଏ-ସିଏ-ପୋକି-ଲି(pue-sie-poki-li) ଶବ୍ଦଟିର ଆଧୁନିକ ନାମ କ’ଣ ?
ଉ. ପୁଷ୍ପଗିରି ।
(୧୫) ହୀରକ ତ୍ରିଭୂଜ(dimond trinangle) କହିଲେ କ’ଣ ବୁଝ ?
ଉ. ରତ୍ନଗିରି, ଉଦୟଗିରି, ଲଳିତଗିରି ।
(୧୬) କେଉଁ ବଂଶର ନଥିରେ ଓଡ୍ରାର ବର୍ଣ୍ଣନା ବହୁଳ ଭାବେ ଦେଖାଯାଏ ?
ଉ. ସୋମବଂଶୀ ଶାସକମାନଙ୍କର ନଥିରେ ।
(୧୭) ତୋଷାଳି ବା ତୋଷଳିର ବର୍ଣ୍ଣନା କେଉଁ ସାହିତ୍ୟରେ ପ୍ରାଞ୍ଜଳ ଭାବେ ଦେଖାଯାଏ ?
ଉ. ପ୍ରାଚୀନ ଭାରତୀୟ ସାହିତ୍ୟରେ ।
(୧୮) ଅଥର୍ବ ବେଦର ପରିଶିଷ୍ଟ ଏବଂ କୋଷଳ ପୁରାଣରେ ତୋଷଳୀର ଅଧିବାସୀମାନେ କେଉଁମାନଙ୍କ ସହିତ ଏକତ୍ରିତ ହୋଇ ରହିଥିବା ଜଣାଯାଏ ?
ଉ. କୋଟଲସ(kotalas), ନିସୋଦଶ(nisodas), ଟ୍ରାଇପୁରସ(traipuras), ତୁମୁରସ(tumuras) ଓ ଭଲଡିଶାସ(valdisas)ମାନଙ୍କ ସହିତ ।
(୧୯) କେଉଁ ଜୈନ ସାହିତ୍ୟରେ ତୋଷଳି ସମ୍ପର୍କରେ ବର୍ଣ୍ଣନା ଦେଖିବାକୁ ମିଳିଥାଏ ?
ଉ. ଆବଶ୍ୟକ ନିରୁକ୍ତି(avasyaka niryukti)ରେ ।
(୨୦) ମହାବୀର ଜୈନ ତୋଷଳିର ଦସ୍ୟୁମାନଙ୍କ ଦ୍ଵାରା ଅପହୃତ ହୋଇଥିବା କଥା କେଉଁ ଶାସ୍ତ୍ରରୁ ଜଣାଯାଏ ?
ଉ. ଆବଶ୍ୟକ ନିରୁକ୍ତି(avasyaka niryukti)ରୁ ।