ବିଭାଗ-ଇତିହାସ
ବିଷୟ- ଉତ୍କଳ ଇତିହାସ
ଉପବିଷୟ- ଉତ୍କଳର ଭୌତିକ ପରିଚୟ
ଉତ୍କଳର ଭୌଗୋଳିକ ଅବସ୍ଥିତି ପ୍ରାଚୀନ ଯୁଗରେ କିଭଳି ବିଭିନ୍ନ ଅଞ୍ଚଳରେ ପରିବ୍ୟାପ୍ତ ଥିଲା ସେ ସମ୍ପର୍କରେ ଆଜିର ପ୍ରଶ୍ନୋତ୍ତର ।
ଆହୁରି ପଢ଼ନ୍ତୁ ଉତ୍କଳର ଭୌତିକ ଇତିହାସ-History of utkala- Quiz-1
(୦୧) ତୋଷଳିରେ ଦସ୍ୟୁମାନଙ୍କ ଆକ୍ରମଣର ଶିକାର ହୋଇ ମହାବୀର କାହାର ସାହାଯ୍ୟ ପାଇଥିଲେ ?
ଉ. ତୋଷଳି କ୍ଷେତ୍ରୀୟଙ୍କ ସାହାଯ୍ୟ ପାଇଥିଲେ ।
(୦୨) ଓଡ଼ିଶାର ଆଧୁନିକ ଶିଶୁପାଳଗଡ଼ର ପ୍ରାଚୀନ ନାମ କ’ଣ ଥିଲା ?
ଉ. ତୋଷଳି ଥିଲା ।
(୦୩) ପ୍ରାଚୀନ ତୋଷଳିର ନାମ ଆଧୁନିକ ଶିଶୁପାଳଗଡ଼ ବୋଲି କେଉଁ ଶିଳାଲେଖରେ ଉଲ୍ଲେଖ ରହିଅଛି ?
ଉ. ଅଶୋକଙ୍କର ଧଉଳି ଶିଳାଲେଖରେ ।
(୦୪) କେଉଁ ସୂତ୍ରରୁ ତୋଷଳି ବା ତୋଷଳ ସମ୍ପର୍କରେ ଅନେକ ଐତିହାସିକ ତଥ୍ୟ ଉପଲବ୍ଧ ହୋଇଥାଏ?
ଉ. ଅଶୋକଙ୍କ ପରବର୍ତ୍ତୀ ସମୟରେ ଲିଖିତ ସାହିତ୍ୟ ଓ ଖୋଦିତ ଲିପି (epigraphic)ରୁ ।
(୦୫) ଉତ୍କଳର ନାମ ଏକଦା ଅମିତା ତସଳ(amita tasala) ଥିଲା ବୋଲି କେଉଁଥିରେ ଉଲ୍ଲେଖ ରହିଅଛି ?
ଉ. ବୌଦ୍ଧ ଅବତଂସକର ଗଣ୍ଡବ୍ୟୁହ(in gandavyuha a part of the Buddhist avatamsaka)ରେ ।
(୦୬) ଅମିତା ତସଳର ଶ୍ରେଷ୍ଠ ସହର କ’ଣ ଥିଲା ?
ଉ. ତୋଷଳି ।
(୦୭) ତୋଷଳିକୁ ରାଜ୍ୟମାନ୍ୟତା ଦିଆଯାଇଥିବା କଥା କେଉଁ ସୂତ୍ରରୁ ଜଣାଯାଏ ?
ଉ. ସମ୍ଭୁୟାସ(sambhuyasa) ଓ ଲୋକବିଗ୍ରହ(lokavigraha) ତାମ୍ରଫଳକ ଏବଂ ଭୌମ ତାମ୍ରଫଳକରୁ ।
(୦୮) ଭୌମ ତାମ୍ରଫଳକରେ ତୋଷଳିକୁ କେତେ ଭାଗରେ ବିଭକ୍ତ କରାଯାଇଥିବା କଥା ଉଲ୍ଲେଖ ରହିଛି?
ଉ. ଦୁଇ ଭାଗରେ ଯଥା:- ଉତ୍ତର ତୋଷଳି ଓ ଦକ୍ଷିଣ ତୋଷଳି ।
(୦୯) କେଉଁ କେଉଁ ତାମ୍ରଫଳକରୁ ତୋଷଳିର ସୀମାରେଖା ବୃଦ୍ଧି ହୋଇଥିବା କଥା ଏନ୍.କେ ସାହୁ(N.K shau) ଉଲ୍ଲେଖ କରିଛନ୍ତି ।
ଉ. ସୋରୋ ତାମ୍ରଫଳକ, ପଟିଆକେଳ(patiakela), ମିଦାନପୁର, କଣାସ(kanasa)ପ୍ରଭୃତିର ତାମ୍ରଫଳକରୁ ।
(୧୦) ଉତ୍ତର ତୋଷଳିରେ କେଉଁ କେଉଁ ଅଞ୍ଚଳ ଅନ୍ତର୍ଭୁକ୍ତ ଥିଲା ବୋଲି ଜଣାଯାଏ ?
ଉ. ଆଧୁନିକ ମିଦିନାପୁର, ମୟୂରଭଞ୍ଜ, ବାଲେଶ୍ଵର ଜିଲ୍ଲା ଏବଂ ତତ୍ ସଙ୍ଗେ ସଙ୍ଗେ କଟକର ଦକ୍ଷିଣ ଅଂଶ ଆଧୁନିକ ପୁରୀ ଓ କଟକ ଓ ଗଞ୍ଜାମ ଜିଲ୍ଲାର କେତେକ ଅଂଶ ।
(୧୧) ଉତ୍ତର ତୋଷଳି ଓ ଦକ୍ଷିଣ ତୋଷଳିକୁ ବିଭାଜିତ କରୁଥିବା ଜଳଧାରା କେଉଁ ନଦୀର ଅଟେ ?
ଉ. ଦକ୍ଷିଣରେ ଋଷିକୁଲ୍ୟା ଏବଂ ଉତ୍ତରରେ ମହାନଦୀ ।
(୧୨) କେଉଁ ବଂଶର ଶାସନ ସମୟରେ କଙ୍ଗୋଦ ଶକ୍ତିଶାଳୀ ହୋଇଥିଲା ?
ଉ. ଶୈଳୋଦଭବ(sailodbhava) ବଂଶର ଶାସନ ସମୟରେ ।
(୧୩) କଙ୍ଗୋଦକୁ କାହାର ଭୂମି କୁହାଯାଏ ?
ଉ. ମହୁର ଭୂମି କୁହାଯାଏ ।
(୧୪) ତାମିଲ ଶବ୍ଦ କାଙ୍ଗୁ(kangu)ର ଅର୍ଥ କ’ଣ ?
ଉ. ମହୁ ।
(୧୫) କଙ୍ଗୋଦ କିଭଳି ରାଜ୍ୟ ସ୍ତରୀୟ ମାନ୍ୟତା ଲାଭ କରିଥିଲା ?
ଉ. ଏକ “ମଣ୍ଡଳ ରାଜ୍ୟ” ଭାବରେ ।
(୧୬) କଙ୍ଗୋଦ ରାଜ୍ୟ ଏକଦା କେଉଁ କେଉଁ ରାଜ୍ୟର ଅନ୍ତର୍ଭୁକ୍ତ ଥିଲା ?
ଉ. କଳିଙ୍ଗ ଓ ଓଡ୍ରା ରାଜ୍ୟର ।
(୧୭) କଙ୍ଗୋଦ ମଣ୍ଡଳ କହିଲେ କ’ଣ ବୁଝ ?
ଉ. ଏହା ଅବିଭକ୍ତ ଗଞ୍ଜାମ ଜିଲ୍ଲାକୁ ବୁଝାଏ ।
(୧୮) ଚୀନ୍ ପରିବ୍ରାଜକ ହୁ-ଏଂ-ସା(hiuen tsang) କେଉଁ ଖ୍ରୀଷ୍ଟାବ୍ଦରେ କଙ୍ଗୋଦ ପରିଭ୍ରମଣରେ ଆସିଥିଲେ ?
ଉ. ୬୩୮ ଖ୍ରୀଷ୍ଟାବ୍ଦରେ ।
(୧୯) ହୁ-ଏଂ-ସା(hiuen tsang)ଙ୍କ ମତରେ କଙ୍ଗୋଦର ଅବସ୍ଥିତି କେଉଁ ସମୟରୁ ରହିଥିଲା ?
ଉ. ୧୦୦୦ ଲି(li)ରୁ ।
(୨୦) ହୁ-ଏଂ-ସା(hiuen tsang)ଙ୍କ ମତରେ କଙ୍ଗୋଦର ସୀମାରେଖା କେତେ ମାଇଲ ପର୍ଯ୍ୟନ୍ତ ବିସ୍ତୃତ ଥିଲା ?
ଉ. ପ୍ରାୟ ୨୦୦ ମାଇଲ ପର୍ଯ୍ୟନ୍ତ ।