RASESHWARA DARSHANA IN ODIA
ଭାରତୀୟ ବ୍ୟବସ୍ଥାରେ କାର୍ଯ୍ୟ କରୁଥିବା ଆଧ୍ୟାତ୍ମିକ ଦର୍ଶନ ପୁରୁଷାର୍ଥ ଅର୍ଥାତ୍ ଧର୍ମ (ଧାର୍ମିକତା), ଅର୍ଥ (ଧନ), କାମ (ଇଚ୍ଛା) ଏବଂ ମୋକ୍ଷ (ପରିତ୍ରାଣ) ଉପରେ ଗୁରୁତ୍ୱାରୋପ କରିଥିଲେ। ମୋକ୍ଷ ହେଉଛି ମାନବଜାତିର ମୂଳ ଲକ୍ଷ୍ୟ ଏବଂ ଏହା ମୃତ୍ୟୁ ପରେ ହିଁ ହାସଲ କରାଯାଇଥାଏ କିନ୍ତୁ ରସେଶ୍ୱର ଦର୍ଶନ (Philosophy on Mercurial system) ବିଶ୍ୱାସ କରେ ଜୀବନ୍ତ ମୁକ୍ତି କେବଳ ସୁସ୍ଥ ଶରୀରରେ ସମ୍ଭବ ଏବଂ କେବଳ ରସ (ପାରଦ) ମାଧ୍ୟମରେ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପ୍ରାପ୍ତ ହୁଏ। ଆୟୁର୍ବେଦରେ ରସ ଶାସ୍ତ୍ର (ଔଷଧୀୟ ରସାୟନ) ବିଜ୍ଞାନର ଏକ ଅନନ୍ୟ ଶାଖା ସହିତ ଏହାର ସମ୍ପର୍କ ଜାଣି ରସେଶ୍ୱର ଦର୍ଶନର ଧାରଣା ବୁଝାପଡେ ଯାହା ପାରଦର ଦ୍ୱାରା ରୋଗ ଏବଂ ଦାରିଦ୍ର୍ୟ ଦୂର କରିବାରେ ସାହାଯ୍ୟ କରିଥାଏ। ରସ ହୃଦୟ ତନ୍ତ୍ର ଗ୍ରନ୍ଥ ବ୍ୟାଖ୍ୟା କରେ ଯେ ଜୀବନ ମୁକ୍ତି ହାସଲ କରିବାକୁ ଚାହାଁନ୍ତି, ସେ ହରଗୌରୀ ଭଳି ପାରଦ ଏବଂ ଅଭ୍ରର ମିଶ୍ରଣ ହେବା ଉଚିତ୍। ଯୋଗ ଦର୍ଶନରେ ହଠ ଯୋଗ ସହିତ ରସେଶ୍ୱର ଦର୍ଶନଙ୍କର ମଧ୍ୟ ଘନିଷ୍ଠ ସମ୍ପର୍କ ରହିଛି ଯାହା ରୋଗ ମୁକ୍ତ ରାଜ୍ୟରେ ପହଞ୍ଚିବା, ମୃତ୍ୟୁରୁ ନିବୃତ୍ତ ହେବା ଏବଂ ଶେଷରେ ମୋକ୍ଷଙ୍କୁ ହାସଲ କରିବା ପାଇଁ ଆସନ, ପ୍ରାଣାୟାମ, ମୁଦ୍ରା, ସମାଧି ଇତ୍ୟାଦି କେତେକ ପ୍ରକ୍ରିୟା ଉପରେ ଯିବାକୁ ପଡିଥାଏ।
ରସେଶ୍ୱର ଦର୍ଶନର ପ୍ରାରମ୍ଭ
ରସେଶ୍ୱର ପ୍ରାଚୀନ ଭାରତର ଏକ ଶିବ ଦାର୍ଶନିକ ସମ୍ପ୍ରଦାୟ ଯାହାକି ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ଆରମ୍ଭ ହୋଇଥିଲା । ଏହି ସମ୍ପ୍ରଦାୟ ଶରୀରକୁ ଅମର କରିବା ପାଇଁ ରସ (ପାରଦ) ବ୍ୟବହାରକୁ ପରାମର୍ଶ ଦେଇଥିଲା ଓ ସମର୍ଥନ କରୁଥିଲା । ଏହି ଧର୍ମଟି ରସାର୍ଣ୍ଣବ, ରସହୃଦୟ ତନ୍ତ୍ର, ରସେଶ୍ୱରସିଦ୍ଧାନ୍ତ ଇତ୍ୟାଦି ଗ୍ରନ୍ଥ ଉପରେ ଆଧାରିତ ଥିଲା ଯାହାର ଲେଖକମାନେ ହେଉଛନ୍ତି ଗୋବିନ୍ଦ ଭାଗବତ ଏବଂ ସର୍ବଜ୍ଞ ରାମେଶ୍ୱର ଥିଲେ। ଆହୁରି କେତେକ ପୁସ୍ତକ ବର୍ତ୍ତମାନ ଦୁର୍ଲଭ ତଥା ଲୁପ୍ତ ହୋଇଯାଇଛି। ରସ ରତ୍ନାକର ନାମକ ମୂଲ୍ୟବାନ ଗ୍ରନ୍ଥ ବୌଦ୍ଧ ସନ୍ନ୍ୟାସୀ ନାଗାର୍ଜୁନ ଦ୍ୱାରା ରଚିତ ହୋଇଥିଲା। ଏହି ଗ୍ରନ୍ଥରେ ପାରଦରୁ କିପରି ସୁନା ତିଆରି ଶୈଳୀ ବର୍ଣ୍ଣନା କରାଯାଇଛି। ତାଙ୍କର ଏହି କାର୍ଯ୍ୟ ଯୋଗୁଁ ତାଙ୍କ ଖ୍ୟାତି ଅଧୁନା ତିବ୍ବତ, ଚୀନ, ମଙ୍ଗୋଲିଆ ତଥା ଜାପାନ ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା। ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ ରାଜା ବିକ୍ରମଙ୍କ ସମୟରେ ବ୍ୟାଡ଼ି ନାମକ ଯୁବକ ଭେଷଜ ସଂସ୍କାର ନାମକ ମୂଲ୍ୟବାନ ହସ୍ତଲିଖିତ ପୁସ୍ତକ ଦ୍ୱାରା ପାରଦରୁ ଉଡ୍ଡୟନ କୌଶଳ ତଥା ସୁନା ତିଆରି ଶୈଳୀ ପ୍ରାପ୍ତ କରିଥିଲେ। ଯୌଗିକ ଦର୍ଶନ ଅନୁସାରେ ପ୍ରତ୍ୟେକ ମନୁଷ୍ୟର ଶରୀର ପ୍ରାଣମୟ କୋଷରେ 72,000 ନାଡ଼ି ଥାଏ ଓ ସେମାନଙ୍କ ମଧ୍ୟରେ ଇଡା (ଶିବମୟ ), ପିଙ୍ଗଳା(ଶକ୍ତିମୟ) ଓ ସୁଷୁମ୍ନା ନାମକ ତିନୋଟି ମୁଖ୍ୟ ନାଡ଼ି ଥାଏ । ସ୍ୱାଭାବିକ ଭାବରେ ଇଡା, ପିଙ୍ଗଳା ନାଡ଼ି ସମସ୍ତ ଯୋଗୀଙ୍କ ଶରୀରରେ ପ୍ରାଣ ବାୟୁ ବହିଥାଏ। ସୁଷୁମ୍ନା ନାଡ଼ି ନିରପେକ୍ଷ ନାଡ଼ି। କେତେକ ମୁଦ୍ରା ଯେପରିକି (ଖେଚରୀ ମୁଦ୍ରା)ର ଅଭ୍ୟାସ ଦ୍ୱାରା ବନ୍ଦ ସୁଷୁମ୍ନା ନାଡ଼ିର ଅଗ୍ରଭାଗର ଛିଦ୍ର ଦ୍ୱାରା ପ୍ରାଣବାୟୁ ପ୍ରବେଶ କରିଥାଏ ଯଦ୍ୱାରା ଶରୀର ହାଲୁକା ହୋଇ ଯୋଗୀ ଉଡିପାରି ଥାଏ। ରସେଶ୍ୱର ସିଦ୍ଧାନ୍ତ ଅନୁସାରେ ବିନା ଯୋଗ ଅଭ୍ୟାସ ଦ୍ୱାରା ମଧ୍ୟ ଏହା ସମ୍ଭବ ଅଟେ। ପାରଦ ଆକାଶ ତତ୍ତ୍ୱ(ଶିବମୟ) ଦ୍ୱାରା ପରିପୂର୍ଣ୍ଣ ଓ ଅଭ୍ର (ଶକ୍ତିମୟ ) ଅଟେ। ଉପଯୁକ୍ତ ଗୁରୁର ମାର୍ଗଦର୍ଶନ ଦ୍ୱାରା ଏହି ପାରଦ ତଥା ଅଭ୍ର ପ୍ରୟୋଗ କରାଯାଇ ବଟିକା ଭଳି ଏକ ତତ୍ତ୍ୱ ତିଆରି କରାଯାଏ। କେବଳ ପାରଦ କିମ୍ବା ଅଭ୍ରର ଘୋଳରେ ଏହି ବଟିକା ତିଆରି କରାଯିବ ତାହା ନୁହେଁ ଏଥିରେ ଗୁପ୍ତ ତନ୍ତ୍ରର ପ୍ରୟୋଗ ମଧ୍ୟ କରାଯାଈଥାଏ। ଯାହାକୁ ସାଧାରଣ ଲୋକ ମଧ୍ୟ ପାଟିରେ ପୁରାଇ ଉଡିପାରିବ। ଆଧୁନିକ ବିଜ୍ଞାନ ଅନୁସାରେ ପାରଦ ଏକ ବିଷାକ୍ତ ପଦାର୍ଥ ଓ ଏହାଦ୍ୱାରା ମିନାମାଟା ରୋଗ ହୋଇଥାଏ।
ରସେଶ୍ୱର ମହାଦେବର ସ୍ଥାପନ
ଆଧୁନିକ ଯୁଗରେ ମଧ୍ୟ ପ୍ରାଣ ପ୍ରତିଷ୍ଠା ସହ ରସେଶ୍ୱର ମହାଦେବ ମୂର୍ତ୍ତି ସ୍ଥାପନ ଯଥାକ୍ରମେ ଜଳଧିବାସ , ଅର୍ଣ୍ଣଧିବାଦ , ସ୍ଥାପନ, ନଗର ପରିଭ୍ରମଣ, ପ୍ରାଣ ପ୍ରତିଷ୍ଠା ରୀତିନୀତି ସମ୍ପନ୍ନ ହୋଉଛି।