ଅହଂକାର କଥା ଗୁଡ଼ିକ ବେଶୀଦିନ ସ୍ଥାୟୀ ନୁହେଁ । ଏ ନଶ୍ୱର ଶରୀର ରେ ଯେ ଯାହା ଅହଂକାର କରୁପଛେ , ମୃତ୍ୟୁ ଆସି ଦିନେ ସକଳ ଅହଂକାର ଚୂର୍ଣ୍ଣ କରିଦେବ , ଏକଥା ଚିନ୍ତା କଲେ ମନରୁ ଅହଂକାର ଚାଲିଯିବା କଥା କିନ୍ତୁ ଯାଏ ନାହିଁ ।ତେବେ ଏହି ଅହଂକାର ରୁ କିପରି ନିବୃତ୍ତି ରହିବା ଏକ କ୍ଷୁଦ୍ର ପ୍ରୟାସ କରିବା ।
ଆମେ କେବେ ନିଜ ପ୍ରଶଂସା ଶୁଣିବା ନାହିଁ । ଶୁଣିଲେ ମନରେ ଅହଙ୍କାର ଆସେ ।ତେଣୁ ସାଧୁ ମାନେ ନିଜ ଗୁଣ କିର୍ତ୍ତନ ସ୍ଥାନ ଠାରୁ ଦୂରେଇ ରୁହନ୍ତି ।
- ମନ ରେ ଅହଂକାର ଆସିବା ମାତ୍ରେ ଆକାଶ କୁ ଚାହିଁବ । ଅସୀମ ଅନନ୍ତ ଆକାଶ ର ତୁଳନା ରେ ମାନବ ଯେ କେତେ କ୍ଷୁଦ୍ର , ଉପଲବ୍ଧି କରିପାରିଲେ ମନ ରେ ଅହଙ୍କାର ସ୍ଥାନ ପାଇପାରିବ ନାହିଁ ।
- ଧନ , ମାନ, ଜ୍ଞାନ, ଧର୍ମ, ଯଶ କୌଣସି ବିଷୟ ରେ ହେଲେ ନିଜକୁ ଶ୍ରେଷ୍ଠ ବୋଲି ଗର୍ବ କରିବା ଉଚିତ ନୁହେଁ । କାରଣ ମନୁଷ୍ୟ ସେତେଦୁର ଅନ୍ଧ ନହେଲେ ଏପରି ଭାବେ ନାହିଁ ।କେହି କୌଣସି ବିଷୟ ରେ ପୃଥିବୀ ରେ ସର୍ବଶ୍ରେଷ୍ଠ ହେଲେ ମଧ୍ୟ , କେତେକ ବିଷୟ ରେ ଅନ୍ୟ ମାନଙ୍କ ଠାରୁ ନିକୃଷ୍ଟ ରହିଥାଏ - ଏହି କଥା କେହି ଅସ୍ବୀକାର କରିବେ ନାହିଁ । ଆମେ ନିଜ କ୍ଷୁଦ୍ର ସୀମା ମଧ୍ୟ ରେ ରହି ନିଜକୁ ବଡ଼ ଭାବିଥାଉ । ମାତ୍ର ସୀମା ପାର ହୋଇ ବାହାରକୁ ଦୃଷ୍ଟି ପକାଇଲେ ,ଦେଖିବା ଆମଠାରୁ ସହସ୍ର ଗୁଣ ରେ ଶ୍ରେଷ୍ଠ ଅସଂଖ୍ୟ ଲୋକ ଅଛନ୍ତି ।
- ଜଣେ ଗାଁ ରେ ବସି ନିଜକୁ ବଡ଼ ଧନୀ , ଜ୍ଞାନୀ , ମାନି ବୋଲି ଭାବେ ,ସେ ବ୍ୟକ୍ତି ଯେବେ କୌଣସି ସହର କୁ ଗଲେ , ତାର ମୋହ ତୁଟିଯାଏ । ଏବଂ ରାଜଧାନୀ ରେ ଦେଖେ ,ସେ ଅନ୍ୟାନ୍ୟ ଲୋକ ଙ୍କ ତୁଳନା ରେ ଅତି ନଗଣ୍ୟ । ସେତେବେଳେ ଗାଁ ରେ ତାର ବଡ କଥା ମନେ ପଡିଲେ , ଲାଜ ରେ ମୁଣ୍ଡ ତଳକୁ ନଇଁଯାଏ ।
- ଅନ୍ୟ ଲୋକର ଆଦର ସମ୍ମାନ ପାଇବାର ଦେଖିଲେ ଅହଙ୍କାରୀ ର ଦେହ ସହେ ନାହିଁ ,ସେ ବିଚାରେ , ଅନ୍ୟକେହି ସମ୍ମାନ ପାଇଲେ ତା ର ସମ୍ମାନ କମିଯିବ କି ? ତେଣୁ ସେ ଈର୍ଷା ରେ ଅସ୍ଥିର ହୋଇଯାଏ ଏବଂ ସେହି ଲୋକ ର ଗୌରବ ନାଶ କରିବା ପାଇଁ ବିଷ ପୂର୍ଣ୍ଣ ହୃଦୟ ରେ କୁମନ୍ତ୍ରଣା କରିଥାଏ ।ଏହି ସବୁ ଅନୁଭବ ହେଲେ ତୁରନ୍ତ ଚିନ୍ତା କରନ୍ତୁ ଦୁନିଆ ରେ ସମ୍ମାନ ପ୍ରାପ୍ତ ହୋଇଥିବା ବ୍ୟକ୍ତି ମାନେ କେବେ ଏପରି କରି ସମ୍ମାନ ପାଇ ନାହାଁନ୍ତି କି ଚିର କାଳ ଜୀବିତ ହୋଇ ରହିନାହାନ୍ତି । ଗୋଟିଏ ସୁନ୍ଦର୍ ଫୁଲ ଟିଏ ଦେଖନ୍ତୁ , ଫୁଲ ଟି ସୁନ୍ଦର୍ ହେଲେ ମଧ୍ୟ ସେ ଭଗବାନ ଙ୍କ ମସ୍ତକ ରେ ଚିରସ୍ଥାୟୀ ହୋଇ ରହିପାରେ ନାହିଁ ।
ଜୟ ଗୁରୁ ଦେବ ଶରଣ
-ଜ୍ୟୋତି ପ୍ରସାଦ(Facebook post)