କମ୍ ଖର୍ଚ୍ଚରେ ଅଧିକ ଲାଭ । ଏଥିପାଇଁ ମାଟିର କିସମର ଆବଶ୍ୟକତା ନାହିଁ । ସବୁ ପ୍ରକାର ମାଟିରେ ଅମୃତଭଣ୍ଡା ଚାଷ କରିହେବ ବୋଲି ଓ ୟୁଏଟିର କୃଷି ବିଶାରଦମାନେ ପରାମର୍ଶ ଦେଇଛନ୍ତି । ବାଡ଼ି ବଗିଚା ହେଉ ବା ପଡ଼ିଆ ଜମି ସବୁ ପ୍ରକାର ଜମିରେ ଅମୃତଭଣ୍ଡା ଚାଷ ହୋଇଥାଏ । ଏହାଦ୍ଵାରା ପରିବେଶ ସୁରକ୍ଷା ସହ ଚାହିଦା ମେଣ୍ଟାଯାଇପାରିବ ।
ଏଭଳି ଏକ ପଦାର୍ଥ ଯାହାକୁ ଆମେ ଫଳ ଏବଂ ପରିବା ରୂପେ ବ୍ୟବହାର କରୁଛେ । ଏଥିରୁ ଖାଦ୍ୟ ପ୍ରକ୍ରିୟା କରଣରେ ଜେଲି ଜାମ ମଧ୍ୟ ପ୍ରସ୍ତୁତ ହୋଇପାରୁଛି । ଔଷଧୀୟ ଭାବେ ଏହାକୁ ମଧ୍ୟ ବ୍ୟବହାର କରାଯାଇଥାଏ । ଅମୃତ ଭଣ୍ଡା ଖାଇବା ଦ୍ଵାରା କୋଷ୍ଠକାଠିନ୍ୟ ଦୂର ହୋଇଥାଏ । ଏଥିରେ ଭିଟାମିନ ସି ଓ ଏ ଭରପୁର ରହିଛି ।
ଜଳବାୟୁ
ଉଷ୍ମ ଓ ଆର୍ଦ୍ର ଜଳବାୟୁ ଅମୃତଭଣ୍ଡା ଚାଷପାଇଁ ଅତ୍ୟନ୍ତ ଅନୁକୂଳ । ନିଗିଡ଼ା ଭୂମିରେ ଏହି ଚାଷ ବେଶ ଉପଯୋଗୀ । ଗଛମୂଳେ ପାଣି ଜମି ରହିଲେ ଗଛଗୁଡ଼ିକ ପଚି ନଷ୍ଟ ହୋଇଯାଇଥାଏ । ତେଣୁ ଏଥିପାଇଁ ଚାଷୀମାନେ ଧ୍ୟାନ ଦେବା ଉଚିତ । କାଣ୍ଡଶଢା ରୋଗରୁ ରକ୍ଷା କରିବା ପାଇଁ ଉଚ୍ଚ ନିଗିଡ଼ା ଦୋରସା, ପଟୁମାଟି, ବାଲିଆମାଟି ଏହି ଚାଷପାଇଁ ଉପଯୋଗୀ ।
ବିହନ
ପୁଷା ମାଜିଷ୍ଟିକ, ସୂର୍ଯ୍ୟ, ପୁଷା ଜାଏଣ୍ଟ, ପୁଷା ଡେସିସିଅସ, ହନିତ୍ୟ, କୁର୍ଗ ହନିଡ୍ୟୁ, ସନରାଇଜ ସାଲୋ, କୋଇମ୍ବାଟୁର ଓ ରାଞ୍ଚ ପ୍ରଭୃତି ଉତ୍କୃଷ୍ଣ ମାନର ବିହନ । ଏତଦବ୍ୟତୀତ ରେଡଲେଡି ଓ ଲାଲ ପୁରୀ ପ୍ରଭୃତି ଶଙ୍କର ଜାତୀୟ ।
ମଞ୍ଜି ବୁଣିବା
- ଏକ ଏକର ଜମି ପାଇଁ ୨୫୦ ଗ୍ରାମ ମଞ୍ଜି ଆବଶ୍ୟକ ହୋଇଥାଏ ।
- ୧୦ ଫୁଟ ଲମ୍ବ ୩ଫୁଟ ପ୍ରସ୍ତୁ ଓ ୬ ଇଞ୍ଚ ଉଚ୍ଚର ତଳ ଘେରା ପ୍ରସ୍ତୁତ କରିବା ଉଚିତ ।
- ୨ ଇଞ୍ଚ ବ୍ୟବଧାନରେ ଧାଡ଼ିରେ ୦.୫ ଇଞ୍ଚ ଗଭୀରତାରେ ମଞ୍ଜିକୁ ପୋତିବାକୁ ହୁଏ ।
- ମଞ୍ଜି ପୋତିବା ପୂର୍ବରୁ କଣ କରିବେ
ତେବେ ମଞ୍ଜି ପୋତିବା ପୂର୍ବରୁ ସେ ରସାନ କିମ୍ବା ଥିରାମରେ ବିଶୋଧନ କରିବା ଉଚିତ । ତିନି ସପ୍ତାହ ପରେ ମଞ୍ଜି ଗଜା ହୋଇଥାଏ । ଚାରା ଦୁଇପତ୍ର ବିଶିଷ୍ଟ ହୋଇଗଲେ ତାହାକୁ ମୂଳ ମାଟିସହ ରାତି ୧୫୦ ରେଜର ୪ ରୁ ୬ ଇଞ୍ଚ ଆକାରର ପଲିଥିନ ମୁଣିରେ ଉଠାଇ ରଖିବାକୁ ପଡ଼ିଥାଏ । ଗରା ୭ ରୁ ୮ଇଞ୍ଚ ହୋଇଗଲେ ପ୍ରସ୍ତୁତ ହୋଇଥିବା ଜମିରେ ଲଗାଇବାକୁ ପଡ଼େ । ତେବେ ଲଗାଇଲା ବେଳେ ମୂଳକୁ ଭରା ରଖିବା ପ୍ରତି ଚାଷୀ ଧ୍ୟାନ ଦେଇଥାଏ । ସାଧାରଣତଃ ବର୍ଷର ଫ୍ରେବୃଆରୀ ମାର୍ଚ୍ଚ କିମ୍ବା ଜୁନ ଓ ସେପ୍ଟେମ୍ବର ମାସରେ ଚାରା ରୋପଣ କରାଗଲେ ଭଲ ।