ଗଞ୍ଜପା ପାରମ୍ପରିକ ତାସ | GANJAPA TRADITIONAL PLAYING CARDS OF ODISHA

@_ustad
0
Ganjapa in odia

Story Of Ganjapa A Traditional Playing Card Of Odisha In Odia

(Ganjapa- ଗଞ୍ଜପା - Traditional Playing Cards of Odisha) ଗଞ୍ଜପା ଭାରତୀୟ ରାଜ୍ୟ ଓଡ଼ିଶାର ଏକ ପାରମ୍ପାରିକ ତାସ ଖେଳ। ଗୋଲାକାର ଅଙ୍କିତ ପଟ୍ଟଚିତ୍ରରେ ଏହା ଖେଳାଯାଇଥାଏ । ଗଞ୍ଜପା ଖେଳ ଓଡ଼ିଆ ପୁରୁଷମାନଙ୍କ, ବିଶେଷ କରି ଗାଁମାନଙ୍କରେ ଅବସର ବିନୋଦନ ଖେଳ ଭାବେ ଆରମ୍ଭ ହୋଇଥିଲା । ରାଜା ଓ ତାଙ୍କର ଦରବାରୀମାନେ ଏହା ଆଗକାଳରେ ଖେଳୁଥିଲେ । ଗଞ୍ଜପା "ଚାରିରଙ୍ଗୀ" (ଚାରୋଟି ରଙ୍ଗର ପଟ), "ଆଠରଙ୍ଗୀ"(ଆଠଟି ରଙ୍ଗର ପଟ), "ଦଶରଙ୍ଗୀ" (ଦଶଟି ରଙ୍ଗର ପଟ), "ବାରରଙ୍ଗୀ" (ବାରଟି ରଙ୍ଗର ପଟ), "ଚଉଦରଙ୍ଗୀ" (ଚଉଦଟି ରଙ୍ଗର ପଟ) ଏବଂ "ଷୋହଳରଙ୍ଗୀ" ଭାବେ ଖେଳାଯାଇଥାଏ । ମୋଗଲମାନଙ୍କ ଗଞ୍ଜିଫାଦ୍ୱାରା ପ୍ରଭାବିତ ଏହି ଖେଳର ଆଉ ଏକ ପ୍ରକାର "ମୋଗଲ ଗଞ୍ଜପା" ନାମରେ ଜଣା । ଏହି ଖେଳ ପୁରୀ ଓ ଗଞ୍ଜାମ ଜିଲ୍ଲାରେ ଜଣା।ଗଞ୍ଜପା ଓଡ଼ିଶାର ଏକ ପାରମ୍ପରିକ ତାସ ଖେଳ।

୧୬ଶ ଶତାବ୍ଦୀରେ ଅବସର ବିନୋଦନ ପାଇଁ ଆରମ୍ଭ ହୋଇଥିବା ଏହି ଖେଳ ସଂପ୍ରତି ପୁରୀ,ଗଂଜାମ ଓ ସୋନପୁର ଜିଲ୍ଲାରେ ପ୍ରଚଳିତ। ୧୫୨୭ ଖ୍ରୀଷ୍ଟାବ୍ଦରେ ବାବରଙ୍କ ଦ୍ୱାରା ଲିଖିତ ଆତ୍ମଜୀବନୀରେ ମଧ୍ୟ ଗଞ୍ଜପା ବିଷୟରେ ଉଲ୍ଲେଖ ରହିଥିବା ଜଣାଯାଏ । ଗୋଲାକାର ପଟ୍ଟଚିତ୍ରରେ ରାମାୟଣ,ଦଶାବତାର ପ୍ରଭୃତି ଚିତ୍ର ଅଙ୍କନ କରି ଚାରିରଙ୍ଗୀ,ଆଠରଙ୍ଗୀ,ଷୋହଳରଙ୍ଗୀ ଭାବେ ଖେଳାଯାଏ।ସ୍ଥାନ ଭେଦରେ ଖେଳ ଶୈଳୀରେ ପରିବର୍ତ୍ତନ ହୁଏ। ଏହି ଖେଳ ତୁରଷ୍କ (ତୁର୍କୀ)ଦେଶରେ ପ୍ରଥମେ ପ୍ରବର୍ତ୍ତତ ହୁଏ ପରେ ମୋଗଲମାନଙ୍କଦ୍ୱାରା ଭାରତକୁ ଆନୀତ ହୋଇ ଏବଂ ଭାରତୀୟ ହିନ୍ଦୁମାନଙ୍କଦ୍ୱାରା ପରିବର୍ତ୍ତିତ ହୋଇ ଏହା ଚଳିଅଛି।

ଆହୁରି ପଢ଼ନ୍ତୁ "ଗଂଜପା" କଣ ୧୦ଟି ତଥ୍ୟ ଜାଣନ୍ତୁ- ଗଞ୍ଜପା ଖେଳ-Ganjapa cards

Ganjapa (Odia: ଗଞ୍ଜପା) are the traditional playing cards from the Indian state Odisha, Ganjapa (Odia: ଗଞ୍ଜପା) are the traditional playing cards from the Indian state Odisha. It can also refer to the trick-taking card game that they are used for.It is played with circular shaped Pattachitra painted cards. Originated in the 16th century, Ganjapa is a recreational game for male members of the Odia society, primarily villagers, kings and their courtmen. Ganjapa is played as "Charirangi" (cards of 4 colors), "Atharangi" (cards of 8 colors), "Dasarangi" (cards of 10 colors), "Bararangi" (cards of 12 colors), "Chaudarangi" (cards of 14 colors) and "Sohalarangi" (cards of 16 colors). The variation of this game influenced by Persian card game Ganjifeh is known as "Mughal Ganjifa". The game is popular in Puri and Ganjam district of Odisha. As a result of the relative isolation of Odisha in the past, Ganjapa developed very differently from the Ganjifa found in the rest of India. Odisha has by far the largest community of Ganjifa players and manufacturers. 

All about Ganjapa traditional playing card:

ଅଙ୍କନ ଓ ପଟ ତିଆରି- ପଟ୍ଟଚିତ୍ରରେ ଅଙ୍କାଯାଇ ଗଞ୍ଜପା ପଟ ତିଆରି କରାଯାଇଥାଏ ।  ପଟ୍ଟଚିତ୍ରରେ ଥିବା ଅଙ୍କନ ଶୈଳୀରେ ନଟ-ନଟୀ ଓ ଅନ୍ୟାନ୍ୟ ଲୋକେ, ରାମାୟଣ ଓ ଦଶାବତାର ଆଦି ପଟମାନଙ୍କରେ ଅଙ୍କାଯାଇଥାଏ । ଅଙ୍କନ ଶୈଳୀ ଓଡ଼ିଶାର ପାରମ୍ପାରିକ ଓ ଅଞ୍ଚଳ ଭେଦରେ ବଦଳିଥାଏ ।

  • କେତେକ ସ୍ଥଳରେ ଦରବାରୀ ଶୈଳୀକୁ ତ୍ୟାଗ କରି ଲୋକାଭିମୁଖୀ ଶୈଳୀକୁ ଆପଣାଇ ସେଥିରେ ଅପୂର୍ବ କଳାକାରିତା ଭରିଦେଇଥିବା କାରଣରୁ ସୁବର୍ଣ୍ଣପୁରୀ ଗଞ୍ଜପା ହୋଇପାରିଥିଲା ସମଗ୍ର ଦେଶରେ ଅଦ୍ୱିତୀୟ ଓ ଦୀର୍ଘସ୍ଥାୟୀ । ପୌରାଣିକ କଥାବସ୍ତୁ, ସମସାମୟିକ ଘଟଣାବଳୀ, ସୁବର୍ଣ୍ଣପୁରୀ ମନ୍ଦିର ଗୁଡ଼ିକର ସ୍ଥାପତ୍ୟ, ବିଭିନ୍ନ ଲୋକନୃତ୍ୟ, ଜଗନ୍ନାଥ ସଂସ୍କୃତି, ମହିମାଧର୍ମ, ତନ୍ତ୍ର, ଦଶାବତାର, ଐତିହାସିକ କଥାବସ୍ତୁ, ଲୋକକାହାଣୀ ଇତ୍ୟାଦିରେ ପରିପୁଷ୍ଟ ଏହି ଗଞ୍ଜପା ଏକଦା ବନିଯାଇଥିଲା ଜନସାଧାରଣଙ୍କ ଧାର୍ମିକ ଓ ଆତ୍ମିକ ଆକର୍ଷଣ । 

ପଟ ତିଆରି ପାରମ୍ପାରିକ ପଟ୍ଟଚିତ୍ର ଢଙ୍ଗରେ ହୋଇଥାଏ । ଶୁଖିଲା କପଡ଼ାରେ ତେନ୍ତୁଳି ମଞ୍ଜି ମଣ୍ଡରେ ତିଆରି ଅଠା ବୋଳି ତାହାକୁ ଶୁଖାଇ ଦିଆଯାଏ । ଶୁଖିଗଲା ପରେ ଗୋଲାକାର କରି ସେସବୁକୁ କାଟି ଦିଆଯାଏ । ଏହି ପଟରେ ପରେ ବିଭିନ୍ନ ପ୍ରାକୃତିକ ରଙ୍ଗ ଯଥା: ଚୂନ (ଧଳା ପାଇଁ), ହାଣ୍ଡିକଳା (କଳା ପାଇଁ), ହଳଦୀ (ହଳଦିଆ ପାଇଁ) ଆଦି ଦେଇ ଲାଖ ବୋଳି ରଙ୍ଗକୁ ଦୀର୍ଘସ୍ଥାୟି କରାଯାଏ 

Know about Ganjapa playing card in Odia: ଗଞ୍ଜପା ଖେଳର ବିବରଣ—ଏ ଖେଳରେ ଖେଳାଳିମାନଙ୍କୁ ବିଶେଷ ମସ୍ତିଷ୍କଚାଳନାଦ୍ୱାରା ଖେଳିବାକୁ ହୁଏ ପ୍ରାଚୀନ ଗଞ୍ଜପାରେ ୧୪୮: ଖଣ୍ତ ତାସ ଥିଲା ଓ ରାମାୟଣର ଅନେକ ଘଟଣା (ଗନ୍ଧମାର୍ଦନ ପର୍ବତ, ପଞ୍ଚବଟୀ, ରାମ ଲକ୍ଷ୍ମଣ, ରାବଣ ଇତ୍ୟାଦି) ସେଥିରେ ଚିତିତ ଥିଲା ମାତ୍ର ଆଧୁନିକ ଗଞ୍ଜପା ଖେଳରେ ୯୬: ଖଣ୍ତ ଗୋଲାକାର ତାସ ବା ସାର ବ୍ୟବହୃତ ହୁଏ ଏଥିରେ ରଙ୍ଗ ସଂଖ୍ୟା ୮ ଗୋଟି, ଯଥା— 

୧ ନାଲି ଭୂମିରେ ହଳଦିଆ ଚିହ୍ନ 
୨ ସୋମେଶ୍ୱର ବା ସମଶେର୍— ନାଲି ଭୂମିରେ ଧଳା ଲମ୍ୱ ଚିହ୍ନ
୩ ଚନ୍ଦ୍ର—କଳା ଭୂମିରେ ଧଳା ଚିହ୍ନ
୪ ଗୋଲାମ—ଧଳା ଭୂମିରେ ନାଲି ଗୋଲ ଚିହ୍ନ
୫ ଚେଙ୍ଗ— ନେଳି ଭୂମିରେ ହଳଦିଆ ଲମ୍ୱ ଚିହ୍ନ 
୬ ବରାତ—ନାଲି ଭୂମିରେ ଧଳା ଚଉକୋଣି ଚିହ୍ନ
୭ ସୂର୍ଯ୍ୟ— ନେଳି ଭୂମିରେ ହଳଦିଆ ଗୋଲ ଚିହ୍ନ
୮ କୁମାଚ ବା କୀମାଚ— ହଳଦିଆ ଭୂମିରେ ନାନା ରଙ୍ଗର ଗୋଳକ ଚିହ୍ନ 

Ganjapa in odia
IMG credit : Riace.in
ଏ ଖେଳରେ ୩ ବା୪ ଜଣ ଖେଳାଳି ଖେଳନ୍ତି ଓ ୪ ଜଣ ଖେଳିଲେ ପରସ୍ପରଙ୍କ ବିପରୀତ ଦିଗରେ ଉପବିଷ୍ଟ ୨ ଖେଳାଳି ଏକ ଦଳ ବୋଲି ପରିଗଣିତ ହୁଅନ୍ତି ।ପ୍ରତ୍ୟେକ ରଙ୍ଗରେ ୧୨: ଖଣ୍ତି ତାସ୍ ଥାଏ ୧ ଟିପଠାରୁ ୧ ଟିପ; ମନ୍ତ୍ରୀ=୧୧: ; ରାଜା=୧୨: ତାସ୍ ଖେଳ ପରି ଏ ଖେଳରେ 'ରଙ୍ଗ' କଟାଯାଏ ଏହି ଖେଳରେ ତାସର ମୂଲ୍ୟ ଗଣନା କରିବାର ୨ଟି ବାକ୍ୟ ଅଛି ଯଥା-

୧. "ଫୁଲ, ସୋମେଶ୍ୱର, ଚନ୍ଦ୍ର, ଗୋଲାମ ଏକେଇ ଖରଚ ଦହିଲା କାମ" ଅର୍ଥାତ୍ ପ୍ରଥମୋକ୍ତ ୪ ଗୋଟି ରଙ୍ଗରେ, ରାଜା ତାସର ମୂଲ୍ୟ =୧୨: ,ମନ୍ତ୍ରୀ ତାସ=୧୧: , ଦଶଟିପବାଲା=୧,୯ଟିପବାଲା= ୯,୮ଟିପବାଲା=୮, ୭ଟିପବାଲା=୭,୬ଟିପବାଲା=୬, ୫ଟିପବାଲା=୫, ୪ଟିପବାଲା=୪,୩ଟିପବାଲା=୩,୨ଟିପ— ବାଲା=୨,୧ଟିପବାଲା=୧୨.ଚେଙ୍ଗ ବରାତ ସୂର୍ଯ୍ୟ କୁମାର ଏକେଇ କାମ ଦହିଲ କରଚ ଅର୍ଥାତ୍ ଦ୍ୱିତୀୟୋକ୍ତ ୪ଗୋଟି ରଙ୍ଗରେ— ରାଜାତାସର ମୂଲ୍ୟ=୧୨: ,ମନ୍ତ୍ରୀ ତାସ=୧୧: , ଟିକା ବା ଏକା ତାସ=୧, ଦୁଆ ତାସ=୯,୩ଟିପ ଯୁକ୍ତ=୮,୪ଟିପ ଯୁକ୍ତ=୭,୫ଟିପ ଯୁକ୍ତ =୬, ୬ଟିପ ଯୁକ୍ତ=୫, ୭ଟିପ ଯୁକ୍ତ=୪,୮ଟିପ ଯୁକ୍ତ=୩, ୯ଟିପଯୁକ୍ତ=୨,୧ ଟିପଯୁକ୍ତ=୧ ଉଦାହରଣସ୍ୱରୂପ ୧ଟିପଯୁକ୍ତ ତାସର ମୂଲ୍ୟ (୧) ଠାରୁ ୪ଟିପଯୁକ୍ତ ତାସର ମୂଲ୍ୟ (୭) ବେଶି ଯେଉଁ ରଙ୍ଗର ତାସ୍ କଟା ଯାଇଥାଏ ସେହି ରଙ୍ଗର କଟା ହୋଇଥିବା ସଂଖ୍ୟାର ନିମ୍ନତର ସାରଯାକ ବେକାମିକା ହୁଏ ସେହି ରଙ୍ଗର ରାଜା ଯେଉଁ ଖେଳାଳିଙ୍କ ହାତରେ ଥିବା ସେ ଉକ୍ତ ତାସ୍— ପଟକ ପକାଇ ଏକ ସାର ତାସ ନ ପାଇବା ପର୍ଯ୍ୟନ୍ତ ଅନ୍ୟ କେହି ଖେଳାଳି ସେହି ରଙ୍ଗର ଅନ୍ୟ ତାସରେ ଖେଳି ପାରିବେ ନାହିଁ ତାସ୍ ଖେଳରେ କଟା ରଙ୍ଗ ଛଡ଼ା ଅନ୍ୟ ରଙ୍ଗର ତାସ୍ 'ପାଶ୍' ଦିଆଯିବା ଭଳି ଗଞ୍ଜ୍ଜପାରେ ଏହାକୁ 'ହୁକୁମ୍' ବୋଲାଯାଏ ତାସ୍ ଖେଳର ପ୍ରଥମେ ତୁରଷ୍କ ଦେଶରେ ପ୍ରବର୍ତ୍ତିତ ହୋଇ ଯବନଶାସନ କାଳରେ ମୋଗଲମାନଙ୍କଦ୍ୱାରା ଭାରତରେ ପ୍ରବର୍ତ୍ତିତ ହୋଇଥିଲା ମୁସଲମାନମାନଙ୍କର ତାସ୍ ଖେଳ ଅନୁକରଣରେ କେତେକ ହିନ୍ଦୁ— ନରପତି ଏହି ଗଞ୍ଜ୍ଜପା ଖେଳ ଆବିଷ୍କାର କଲେ ଫାର୍ସୀ—'ଗଞ୍ଜ୍'ର ଅର୍ଥ ଧନ; 'ଗଞ୍ଜ୍ଜୀ'ର ଅର୍ଥ ଧନୀ ବଣିକ, ମହାଜନ, ଅମୀର ଆଦି ଧନୀମାନେ ଏ ଖେଳ ଖେଳୁଥିବାରୁ ଏହାର ନାମ ଗଞ୍ଜ୍ଜୀଫା ଉର୍ଦ୍ଦୁଭାଷାରେ ପ୍ରବର୍ତ୍ତିତ ଏହି ଗଞ୍ଜ୍ଜୀଫା ଶଦ୍ଦ ତାସ୍ ଅର୍ଥରେ ଫାର୍ସୀ ଭାଷାରେ ବ୍ୟବହୃତ ହୁଏ।

Keywords: ଗଞ୍ଜପା ଖେଳ କଣ, ଗଞ୍ଜପା ପାରମ୍ପରିକ ତାସ ଖେଳ ବିଷୟରେ ଜାଣନ୍ତୁ, ଗଞ୍ଜପା ଖେଳର ଇତିହାସ, ଗଞ୍ଜପା କେମିତି ଖେଳାଯାଏ, ଓଡିଆ ପରମ୍ପରା ରେ ଗଞ୍ଜପା, All about Ganjapa

Post a Comment

0Comments

Post a Comment (0)