ଲାଲ ପାଣ୍ଡା ବିଷୟରେ କିଛି ରୋଚକ ତଥ୍ୟ | AMAZING FACT OF RED PANDA

@_ustad
0
Amazing facts about Red Panda in odia, ଲାଲ ପାଣ୍ଡା, ଲାଲ ପାଣ୍ଡା ବିଷୟରେ କିଛି ରୋଚକ ତଥ୍ୟ, Unique about red pandas in odia, Fun Facts About Red Pandas,  Red Panda Facts & Info for Kids In Odia

Interesting facts about Red Panda in odia

Amazing facts about Red Panda in odia: ଲାଲ ପାଣ୍ଡା ଆଲିଉରୁସ ପ୍ରଜାତିର ଏକ ମାତ୍ର ଛୋଟ ସ୍ତନ୍ୟଧାରି ଜୀବିତ ପ୍ରାଣୀ ଯାହା କି ଆଇଲୁରିଡାଇ ପରିବାରର ଅନ୍ତର୍ଭୁକ୍ତ ଯେଉଥିରେ ରକୁନ ଆଉ ଭାଲୁ ମଧ୍ୟ ଅନ୍ତର୍ଭୁକ୍ତ ଥିଲେ କିନ୍ତୁ ତାଙ୍କର ବର୍ଗୀକରଣ ହେତୁ ଅଲଗା କରିଦିଆ ଯାଇଛି ।

  • ଲାଲ ପାଣ୍ଡା ବିଲେଇ ଠାରୁ ସାମାନ୍ୟ ବଡ ଓ ଛୋଟ ଛୋଟ ଗୋଡ଼ ପାଇଁ ବତକ ପରି ଧିମା ଧିମା ଚାଲି । ବାଉଁଶ ଏହାର ପ୍ରଧାନ ଖାଦ୍ୟ ତା’ଛଡା ପକ୍ଷୀ ଅଣ୍ଡା ,ପୋକ ଓ ଛୋଟ ସ୍ତନ୍ୟପାଇମାନଙ୍କୁ ଗ୍ରହଣ କରେ କହିବାକୁ ଗଲେ ଏହା ଏକ ସର୍ବଭୋଜି ପ୍ରାଣୀ ।
  • ଲାଲ ପାଣ୍ଡା ଥଣ୍ଡା ଅଞ୍ଚଳ ଯେପରି ଭାରତରେ ଆସାମ,ସିକ୍କିମ,ଦକ୍ଷିଣ ତିବ୍ବତ,ଭୁଟାନ,ଉତ୍ତର ବର୍ମା ଓ ଦକ୍ଷିଣ-ପଶ୍ଚିମ ଚୀନ ,ଗୋଂସନ ପର୍ବତ ୟୂନାନ ଅଞ୍ଚଳରେ ଦେଖା ଯା’ନ୍ତି । ଅରୁଣାଚଳ ପ୍ରଦେଶରେ କିଛି ଦେଖା ଯା’ନ୍ତି କିନ୍ତୁ ଏହାକୁ ପକ୍ଷଭୂତ କରାଯାଇନାହିଁ । ହିମାଳୟ ପର୍ବତମାଳାରେ ଏମାନଙ୍କର ଯଥେଷ୍ଟ ସଂଖ୍ୟା ରହିଅଛି ।
  • ମୁଣ୍ଡରୁ ଦେହର ଲମ୍ବ ୨୦-୨୫ ଇଞ୍ଚ ଓ ଲାଞ୍ଜ ୧୧-୨୩ ଇଞ୍ଚ । ପୁରୁଷର ଓଜନ ୩.୭-୬.୨ କିଗ୍ରା ଓ ସ୍ତ୍ରୀର ଓଜନ ୩-୬ କିଗ୍ରା । ଦେହର ଉପରିଭାଗ ଲୋହିତ ରଙ୍ଗର ପଶମଦ୍ଵାରା ଆବୃତ ଥିବାବେଳେ ତଳଭାଗ କଳାରଙ୍ଗରେ ଆବୃତ ଥାଏ । ମୁହଁର କିଛି ଅଂଶ ହଲ୍କା ଧଳା ରଙ୍ଗ ହୋଇଥାଏ ଆଖିରୁ ମୁହଁ ପର୍ଯ୍ୟନ୍ତ ଲୁହଗଡିବା ପରି ଚିହ୍ନ ଥାଏ । ଛୋଟ ଗୋଲ ମୁଣ୍ଡ ଛୋଟ ଛୋଟ ଠିଆ ହୋଇ ରହିଥିବା ଦୁଇ କାନ,କଳା ନାକ ଓ ଗାଢ କଳା ଆଖି । ଲମ୍ବା ଲୋମଶ ଲାଞ୍ଜ ଯାହାର ୬ଟି ଈଷତ ହଳଦୀ ରଙ୍ଗର ଗୋଲ ଗୋଲ ବନ୍ଧନୀର ସମାହାର ଥାଏ ।
  • ଲାଲ ପାଣ୍ଡା ହୁଇଶୀଲ ପରି ଶବ୍ଦ କରେ ନିଜ ନିଜ ମଧ୍ୟରେ ଯୋଗାଯୋଗ କରିବା ପାଇଁ । ଗଛ ଡାଳ ବା ଗଛ କୋରଡ ଭିତରେ ଶୋଇ ରହିଥାଏ ଦିନ ସମୟରେ ଅପରାହ୍ନ ବା ସନ୍ଧ୍ୟାବେଳେ କାର୍ଯ୍ୟକ୍ଷମ ହୁଏ । ଗଛ ଡ଼ାଳରେ ଗୋଡ଼ ଲମ୍ବାକରି ଶୋଇ ରହିଥିବା ଦେଖିବାକୁ ମିଳେ ।
  • ଏମାନେ ଅତ୍ୟଧିକ ତାପମାତ୍ରା ସହ୍ୟ କରିପାରନ୍ତି ନାହିଁ ,୧୭-୨୫o C ଏକ ଉତ୍ତମ ବାତାବରଣ ପ୍ରସ୍ତୁତ କରେ ଏମାନଙ୍କ ପାଇଁ । କିଛି ସମୟ ବୁଲା ବୁଲି ପରେ ବିଲେଇ ପରି ନିଜଦେହକୁ ଚାଟି ଚାଟି ସଫା କରନ୍ତି,ଗଛ,ପଥର ଦେହରେ ନିଜକୁ ଘସିନିଅନ୍ତି । ନିଜ ଇଲାକାରେ ବିଚରଣ କରନ୍ତି ମୂତ୍ରଦ୍ଵାରା ଚିହ୍ନଟ କରନ୍ତି ।
  • ବରଫରେ ରହୁଥିବା କଲରାପତ୍ରିଆ ବାଘ,ମନୁଷ୍ୟ,ମାର୍ଟେନ ଏମାନଙ୍କ ମୁଖ୍ୟ ଶତ୍ରୁ ଅଟନ୍ତି । କୌଣସି ପ୍ରକାର ବିପଦର ଆଭାଷ ହେଲେ ଏମାନେ ନିଜ ଦୁଇଗୋଡରେ ଛିଡା ହୋଇ ଡରେଇବାକୁ ଚେଷ୍ଟା କରନ୍ତି । ବାଉଁଶ ପତ୍ର ମୁଖ୍ୟ ଖାଦ୍ୟ ଏମାନଙ୍କର,ପାଖାପାଖି ୧.୫ କିଗ୍ରା ପତ୍ର ଖାଇଥା’ନ୍ତି ଏମାନେ । ଏମାନଙ୍କ ପାଚନ ଶକ୍ତି ବହୁତ ତୀବ୍ର ୨-୪ଘଣ୍ଟା ମଧ୍ୟରେ ଏମାନେ ଖାଦ୍ୟ ହଜମ କରିନିଅନ୍ତି ।
  • ମଧ୍ୟ ଜାନୁୟାରୀରୁ ମାର୍ଚ ପର୍ଯ୍ୟନ୍ତ ଏମାନଙ୍କ ମିଳନର ସମୟ । ଶାବକ ଜନ୍ମ ପୂର୍ବରୁ ମାଁ ପାଣ୍ଡା ପିଲାଙ୍କ ପାଇଁ ପତ୍ର,ଘାସ ଆଦି ବସ୍ତୁରେ ଗଛ କୋରଡ ବା ପଥର ସନ୍ଧିରେ ଏକ ବସା ବଣାଇ ଥାଏ । ଗର୍ଭଧରଣ ସମୟ ୧୧୨-୧୫୮ ଦିନ ହୋଇଥାଏ,ମଧ୍ୟ ଜୁନରୁ ଜୁଲାଇ ମଧ୍ୟରେ ସ୍ତ୍ରୀ ପାଣ୍ଡା ୧-୪ଟି ଶାବକ ଜନ୍ମଦିଏ ।
  • ଶାବକ ୧୧୦ ଗ୍ରାମରୁ ୧୩୦ ଗ୍ରାମ ମଧ୍ୟରେ ହୋଇଥାନ୍ତି ଓ ଜନ୍ମବେଳେ ଅନ୍ଧ,ବଧିର ହୋଇ ଜନ୍ମ ନିଅନ୍ତି ।
  • ୧୮ ଦିନ ପରେ ଶାବକ ଆଖି ଖୋଲେ ଓ ୯୦ ଦିନ ପରେ ସେମାନେ ନିଜର ଅସ୍ତିତ୍ଵକୁ ଆସି ଯାନ୍ତି ଏବଂ ଖାଦ୍ୟ ମଧ୍ୟ ଖାଇବାରେ ଲାଗନ୍ତି । ୬-୮ ମାସ ହେଲେ ସେମାନେ ମାଁ ଠାରୁ କ୍ଷୀର ଖାଇବା ବନ୍ଦ କରିଦିଅନ୍ତି ।

Tag: Amazing facts about Red Panda in odia, ଲାଲ ପାଣ୍ଡା, ଲାଲ ପାଣ୍ଡା ବିଷୟରେ କିଛି ରୋଚକ ତଥ୍ୟ, Unique about red pandas in odia, Fun Facts About Red Pandas,  Red Panda Facts & Info for Kids In Odia

Post a Comment

0Comments

Post a Comment (0)