Interesting facts about Lizard in Odia
Amazing fact about Lizard: ଝିଟିପିଟି ଦେଖିଲେ ସମସ୍ତଙ୍କୁ ଅଳ୍ପ ବହୁତ ଭୟ ଲାଗେ ।ଦୁନିଆର ସବୁଠାରୁ କୌତୁହଳ ପୂର୍ଣ୍ଣ ଜୀବ ଯିଏ ମନୁଷ୍ୟ ମାନଙ୍କସମାଜ ସହ ଜାଣତା ବା ଅଜାଣତାରେ ମିଶି ବାସ କରେ ।ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଝିଟିପିଟି ବିଷୟରେ କେତେକ ଅଜଣା ତଥ୍ୟ ।
- ବିଶ୍ଵରେ ପ୍ରାୟ ୫୦୦୦ରୁ ୬୦୦୦ ପ୍ରକାରର ଝିଟିପିଟି ପ୍ରଜାତି ବାସ କରନ୍ତି ।ଯେଉଁମାନଙ୍କ ମଧ୍ୟରୁ ଅନେକ ପ୍ରଜାତିର ଝିଟିପିଟିକୁ ଲୋକ ପୋଷା ମନାଇ ରଖିଥାନ୍ତି ।ଆମେ ସମସ୍ତେ ଝିଟିପିଟିର ୪ଟି ଗୋଡ ଥିବାର ଦେଖିଥାଉ ।ମାତ୍ର ଏଦୁନିଆରେ ଏପରି ମଧ୍ୟ ଝିଟିପିଟି ପ୍ରଜାତିର ରହିଛନ୍ତି ଯେଉଁମାନଙ୍କର ୨ଟି ଗୋଡ ଥାଏ ଏବଂ କେତେକ ପ୍ରଜାତର ଝିଟିପିଟି ମାନଙ୍କର ଆଦୌ ଗୋଡ ନଥାଏ ।
- ଝିଟିପିଟି ଦୁନିଆର ପ୍ରଥମ ଜୀବ ଯିଏ ସମସ୍ତ ରଙ୍ଗର ଦେଖାଯାଆନ୍ତି । ଝିଟିପିଟି ହେଉଛି ସରୀସୃପ ପ୍ରଜାତିର ଜୀବ ।
- ଝିଟିପିଟି କେବଳ ଆଣ୍ଟାର୍କଟିକାକୁ ଛାଡି ଅନ୍ୟ ସମସ୍ତ ସ୍ଥାନରେ ବାସ କରନ୍ତି ।ଏମାନେ କେବଳ ଦୁନିଆର ଅତ୍ୟାଧିକ ଥଣ୍ଡା ଅଞ୍ଚଳ ଓ ଗଭୀର ସମୁଦ୍ର ଜଳରାଶିକୁ ଛାଡି ଅନ୍ୟ ସମସ୍ତ ସ୍ଥାନ ଓ ସମସ୍ତ ଜଳବାୟୁର ବାତାବରଣ ସହ ରହିପାରନ୍ତି ।
- କୋମୋଡୋ ଡ୍ରାଗନ ଝିଟିପିଟି ହେଉଛି ଝିଟିପିଟି ପ୍ରଜାତିର ସବୁଠାରୁ ବଡ ଜୀବ ଯାହାର ଓଜନ ୧୩୫ କିଲୋଗ୍ରାମ ଓ ଲମ୍ବ ୧୦ ଫୁଟ ପର୍ଯ୍ୟନ୍ତ ହୋଇଥାଇପାରେ ।କେତେକ ପ୍ରଜାତିର ଝିଟିପିଟି ପାଖାପାଖି ୫୦ବର୍ଷ ପର୍ଯ୍ୟନ୍ତ ଜୀବିତ ରୁହନ୍ତି ଯେବେକୀ ପ୍ରାୟ ସମସ୍ତ ପ୍ରଜାତିର ଝିଟିପିଟି ୧ବର୍ଷରୁ ୨୦ ବର୍ଷ ପର୍ଯ୍ୟନ୍ତ ହୋଇଥାଏ ।
- ଦୁନିଆର ସବୁଠାରୁ ଛୋଟ ଝିଟିପିଟି ପ୍ରଜାତି ହେଉଛି “ଜରାଗା ସ୍ପେରୋ” ଯାହାର ଲମ୍ବ ମାତ୍ର ୧.୬ ସେଣ୍ଟିମିଟର ।ଝିଟିପିଟି ହେଉଛି ବିଶ୍ଵର ପ୍ରଥମ ଜୀବ ଜିଏକି ଜଳ ବିନା ବଞ୍ଚିପାରେ ।
Keywords: Lizard information in odia, Lizard in odia, Lizard in odia language, Interesting Fact Of Lizards