ତୁମ ମାଆ | (MO MAA) YOUR MOTHER ODIA ESSAY

@_ustad
0
Mo Maa Essay


Our Mother Odia Essay | Your Mother Essay In Odia

ଆମ ମାଆ/ତୁମ ମାଆ ରଚନା ଲିଖନ (Mo Maa Essay In Odia)
ଶ୍ରେଣୀ - ଷଷ୍ଠ, ସପ୍ତମ

ଉପକ୍ରମ — ସମସ୍ତଙ୍କର ମାଆ ଅଛନ୍ତି । ମୋର ମଧ୍ୟ ମାଆ ଅଛନ୍ତି । ମୁଁ ତାଙ୍କୁ ମାଆ ନ ଡାକି ବୋଉ ଡାକେ । ଯିଏ ବୋଉ ସିଏ ମାଆ । ଏଥିରେ କିଛି ଫରକ ନାହିଁ ।

ତାଙ୍କ ସମ୍ପର୍କରେ — ମୋ ବୋଉଙ୍କୁ ପ୍ରାୟୁ ଚାଳିଶ ବର୍ଷ ହେବ । ସାଧାରଣ ସ୍ୱାସ୍ଥ୍ୟ । ସେ ପାଠ ପଢ଼ି ନାହାନ୍ତି କିନ୍ତୁ ଭାରି ବୁଦ୍ଧିମତୀ। ଘରକୁ ପାଣି ଆଣିବା , ରୋଷେଇ କରିବା , ବାସନ ମାଜିବା , ଆମ ପୋଷାକ ସଫା କରିବା ଇତ୍ୟାଦି ସବୁ କାମ ବୋଉ କରେ । ଆମେ ଯେତବେଳେ ରୋଗରେ ପଡୁ ବୋଉ ଆମ ସେବାକରେ । ଖୁବ୍ ଯତ୍ନ ନେଇଥାଏ । ଆମ ମଙ୍ଗଳ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରେ । ବାଡ଼ି ବଗିଚା , ଘରଦ୍ୱାର ସବୁ ସଫା ରଖେ । ଆମ ବୋଉ ଭାରି ସରଳ , ଶାନ୍ତ , ନୀରିହ , ବନ୍ଧୁ ବାନ୍ଧବମାନଙ୍କୁ ସେ ଭଲ ଯାଏ , ସ୍ନେହ ଦେଇ ଆପଣାର କରି ନିଏ । ଘରକୁ ଅତିଥି ଆସିଲେ ସେ ଆନନ୍ଦରେ ତାଙ୍କର ଚର୍ଚ୍ଚା କରେ । ଧର୍ମ ପୁରାଣ ଶୁଣିବାକୁ ତାର ଖୁବ୍ ଶ୍ରଦ୍ଧା ଥାଏ । ଆମର ମଙ୍ଗଳ ପାଇଁ ସେ ଓଷା , ବ୍ରତ କରି ଦେବଦେବୀଙ୍କୁ ଡାକେ । ବୋଉ ମୋର ଯେମିତି କଷ୍ଟ ସହିଷ୍ଣୁ ସେମିତି କର୍ତ୍ତବ୍ୟ ପରାୟଣା।

ଉପସଂହାର — ଏ ’ ଦୁନିଆରେ ଯାର ବୋଉ ନାହିଁ ତାର କିଛି ନାହିଁ । ମୋ ବୋଉ ଆମ ପାଇଁ ସର୍ବସଂହା ପୃଥିବୀ ଭଲି । ସକାଳ ସନ୍ଧ୍ୟାରେ ଆମ ତା ପାଦ ତଳେ ପ୍ରଣାମ କରୁ ।

Keywords: Odia essay mo maa, mo maa essay in odia language, mo maa essay in odia pdf download, my mother essay in odia, my mother essay in odia language. My mother essay in odia pdf download, odia essay my mother, odia essay writing, odia essay pdf, odia essay for class 9, odia paragraph. Odia essay on my mother pdf download, odia paragraph pdf download.

https://blog.odiabook.in/2022/03/mo-maa-your-mother-odia-essay.html

Post a Comment

0Comments

Post a Comment (0)