Two factor authentication କଣ? ଏହାର ବ୍ୟବହାର କାହିଁକି କରାଯାଏ ?ଏହାର ସୁବିଧା କଣ - What is two factor authentication in odia
କଣ ଆପଣ କେବେ Two factor authentication ବିଷୟରେ ଶୁଣିଛନ୍ତି ?କଣ ଆପଣ ଜାଣିଛନ୍ତି ଯେ Two factor authentication କଣ ?ଯଦି ନାଁ ତେବେ ଚିନ୍ତା କରନ୍ତୁ ନାହିଁ ।ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟରେ ଜଣାଇବାକୁ ଯାଉଛୁ Two factor authentication ବିଷୟରେ ସମସ୍ତ ତଥ୍ୟ । Two factor authentication ର ଅର୍ଥ ହେଉଛି ଦ୍ଵିତୀୟଥର ଅଧିପ୍ରମାଣ ପରୀକ୍ଷଣ ।ଅର୍ଥାତ ଦେଇଥିବା ତଥ୍ୟର ପ୍ରମାଣକୁ ଦ୍ଵିତୀୟଥର ପରିକ୍ଷଣ ।ଆମେ ଯେବେ କୌଣସି websiteରେ ନିଜ user id ଏବଂ password ପ୍ରଦାନ କରୁ ତେବେ ତାହାକୁ websiteର robot verify କରିବାପରେ ଆପଣଙ୍କୁ accountର access ଦେଇଥାଏ।
ପଢ଼ନ୍ତୁ: କାହିଁକି ଥାଏ End to end encryption ଏବଂ କେଉଁଥିରେ ବ୍ୟବହାର ହୁଏ End to end encryption ?
ମାତ୍ର Two factor authentication ଏପରି ଏକ security ବ୍ୟବସ୍ଥା ଯାହା ଆପଣଙ୍କ user id ଓ password ଦେଇସାରିବା ପରେ ମଧ୍ୟ ପୁନଃ ଆପଣଙ୍କ accountର ମାଲିକ ଆପଣ କି ନୁହେଁ ତାହା ଦ୍ଵିତୀୟଥର ପରୀକ୍ଷା କରିଥାଏ ।ଅର୍ଥାତ ଆପଣଙ୍କ mobile numberକୁ ଏକ ନୂତନ password send କରିଥାଏ, ଯାହା websiteର server auto generate କରିଥାଏ ।ଏହି password କୁ OTP ବା One Time Password କୁହାଯାଏ।
ଏହା ଦ୍ଵାରା କଣ କଣ ସୁବିଧା ହୁଏ ?
- Two factor authentication ଆପଣଙ୍କ Accountରେ extra firewall ଲାଗିଯାଏ ।ଯାହାଦ୍ୱାରା ଆପଣଙ୍କ account ଅଧିକ ସୁରକ୍ଷିତ ହୋଇଯାଏ ।
- Password ଜଣାଥିଲେ ସୁଦ୍ଧା ଆପଣଙ୍କୁ ଛାଡି ଆପଣଙ୍କ Accountକୁ ଅନ୍ୟ କେହି access କରି ପାରନ୍ତି ନାହିଁ ।
- ଆପଣଙ୍କ Personal data leak ହେବାର ଭୟ ଦୂରେଇଯାଏ ।