ଦ୍ବିତୀୟ ବିଶ୍ଵଯୁଦ୍ଧ କାରଣ ଓ ଫଳାଫଳ | SECOND WORLD WAR CAUSES AND CONSEQUENCES ODIA

@_ustad
0
ମିତ୍ର ଶକ୍ତି କେନ୍ଦ୍ର ଶକ୍ତି
ସୋଭିଏତ ରୁଷ-ଜୋସେଫ ଷ୍ଟାଲିନ

ଆମେରିକା
-ଫ୍ରାଂକ୍ଲିନ ଡି. ରୁଜ ଭେଲ୍ଟ

ବ୍ରିଟେନ
-ଉଇନଷ୍ଟନ ଚର୍ଚ୍ଚିଲ

ଚୀନ ସାଧାରଣ ତନ୍ତ୍ର
-ଚିଆଙ୍ଗ କାଇ ସେକ


ନାଜି ଜର୍ମାନୀ
-ଏଡ଼ଲ୍ଫ ହିଟଲର

ଜାପାନ
-ସମ୍ରାଟ ହିରୋ ହିଟୋ

ଇଟାଲୀ
-ବେନି ଟୋ ମୁସୋଳିନୀ



ମିତ୍ର ଶକ୍ତି କ୍ଷୟକ୍ଷତି
:

କେନ୍ଦ୍ର ଶକ୍ତି କ୍ଷୟକ୍ଷତି

ସାମରିକ ମୃତ
: 16,000,000 ରୁ ଅଧିକ
ସାମରିକ ମୃତ: 8,000,000 ରୁ ଅଧିକ


ସାଧାରଣ ନାଗରିକ ମୃତ
: :45,000,000 ରୁ ଅଧିକ
ସାଧାରଣ ନାଗରିକ ମୃତ 4,000,000 ରୁ ଅଧିକ ମୋଟ
ମୋଟ ମୃତ: 61,000,000 ରୁ ଅଧିକ (1937-1945)

ମୋଟ ମୃତ
:12,000,000 (1937-1945)

ଦ୍ବିତୀୟ ବିଶ୍ୱଯୁଦ୍ଧ ଏବଂ ଫାସୀବାଦୀ ଶକ୍ତିଙ୍କର ପରାଜୟ : 


 ଜର୍ମାନୀ ୧୯ ୩୯ ମସିହା ସେପ୍ଟେମ୍ବର ୧ ତାରିଖ ଦିନ ପୋଲାଣ୍ଡ ଆକ୍ରମଣ କଲା । ପୋଲାଣ୍ଡ ମାଟିର ଅପସରି ଯିବାପାଇଁ ବ୍ରିଟେନ୍ ଜର୍ମାନୀକୁ ଚେତାବନୀ ଦେଲା । କିନ୍ତୁ ଜର୍ମାନୀ ଏଥିରେ କର୍ଣ୍ଣପାତ ନ କରିବାରୁ ବ୍ରିଟେନ୍ ସେପ୍ଟେମ୍ବର ମାସ ୩ ତାରିଖ ଦିନ ଜର୍ମାନୀ ବିରୋଧରେ ଯୁଦ୍ଧ ଘୋଷଣା କଲା । ଏହାର ଅଳ୍ପ କିଛି ଘଣ୍ଟା ପରେ ଫ୍ରାନ୍ସ ମଧ୍ୟ ଜର୍ମାନୀ ବିରୋଧରେ ଯୁଦ୍ଧ ଘୋଷଣା କଲା । ଫଳରେ ଦ୍ବିତୀୟ ବିଶ୍ଵଯୁଦ୍ଧ ଆନୁଷ୍ଠାନିକଭାବେ ଆରମ୍ଭ ହେଲା । ୧୯୪୦ ମସିହା ମେ ମାସ ସୁଦ୍ଧା ପୋଲାଣ୍ଡ , ନରୱେ , ଡେନ୍‌ମାର୍କ , ହଲାଣ୍ଡ , ବେଲଜିୟମ୍ ପ୍ରଭୃତି ଦେଶ ଜର୍ମାନୀ ଦ୍ବାରା ଅଧିକୃତ ହେଲେ । ଜୁନ୍ ମାସ ୧୪ ରାତିଖ ଦିନ ଜର୍ମାନିବାହିନୀ ଫ୍ରାନ୍ସର ରାଜଧାନୀ ପ୍ୟାରିସ୍ ଅଧିକାର କଲେ । ଫରାସୀ ସରକାର ନିଜ ଦେଶର ପ୍ରାୟ ଅର୍ଦ୍ଧେକ ପରିମାଣର ଅଞ୍ଚଳ ଜର୍ମାନୀକୁ ହସ୍ତାନ୍ତର କରି ତାହା ସହିତ ସନ୍ଧି କଲେ । ସେହି ବର୍ଷ ଅଗଷ୍ଟ ମାସରେ ଜର୍ମାନୀ ବ୍ରିଟେନ୍ ଉପରେ ବୋମା ବର୍ଷଣ କଲା । ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଉଇନଷ୍ଟନ ଚର୍ଚ୍ଚିଲ ( Winston Churchill ) ଙ୍କ ନେତୃତ୍ୱରେ ବ୍ରିଟେନ୍ ଜର୍ମାନୀ ଆକ୍ରମଣର ମୁକାବିଲା କରିଥିଲା । ପର୍ଯ୍ୟାୟକ୍ରମେ ଜର୍ମାନ ବାହିନୀ ଗ୍ରୀସ୍ ଓ ଯୁଗୋସ୍କୋଭିଆ ଅଧିକାର କରିନେଲେ ।

 ୧୯୩୯ ମସିହା ଅଗଷ୍ଟ ୨୩ ତାରିଖ ଦିନ ସୋଭିଏତ୍ ରୁଷ ଏବଂ ଜର୍ମାନୀ ପରସ୍ପର ମଧ୍ୟରେ ଏକ ଅନାକ୍ରମଣ ଚୁକ୍ତି ସ୍ବାକ୍ଷର କରିଥିଲେ । କିନ୍ତୁ ଏହି ଚୁକ୍ତିର ସର୍ତ୍ତକୁ ଅମାନ୍ୟ କରି ୧୯୪୧ ମସିହା ଜୁନ୍‌ ୨୨ ତାରିଖରେ ହିଟ୍‌ଲର ସୋଭିଏତ୍ ରୁ ଆକ୍ରମଣ କରିବାରୁ ଅନ୍ଯନୋପାୟ ହୋଇ ସୋଭିଏତ୍ ଋଷ ମିତ୍ରଶକ୍ତି ପକ୍ଷରେ ଯୁଦ୍ଧରେ ଯୋଗ ଦେଲା । ସେହି ବର୍ଷ ପ୍ରଶାନ୍ତ ମହାସାଗରର ହାୱାଇ ଦ୍ବୀପରେ ଅବସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର ବନ୍ଦର ନଗର ପର୍ଲହାର୍ବର ଉପରେ ଜାପାନ୍ ଆକ୍ରମଣ କରିବାରୁ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ବାଧ୍ୟହୋଇ ମିତ୍ରଶକ୍ତି ପକ୍ଷରେ ଯୁଦ୍ଧରେ ଯୋଗ ଦେଲା । ଫଳରେ ଯୁଦ୍ଧ ବ୍ୟାପକ ରୂପ ଧାରଣ କରିଥିଲା ।

 ଦ୍ବିତୀୟ ବିଶ୍ୱଯୁଦ୍ଧର ପ୍ରାଥମିକ ଅବସ୍ଥାରେ ଜର୍ମାନୀ , ଇଟାଲୀ ସମେତ ଫାସୀବାଦୀ ଶକ୍ତିମାନେ ବିପୁଳ ବିଜୟ ହାସଲ କରିଥିଲେ । କିନ୍ତୁ ୧୯୪୨ ମସିହାରେ ବ୍ରିଟେନ୍ , ଫ୍ରାନ୍ସ , ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ରୁଷ୍ ପ୍ରଭୃତି ୨୬ଟି ଦେଶର ପ୍ରତିନିଧି ଫାସୀବାଦ ବିରୋଧରେ ମିଳିତ ସଂଗ୍ରାମ ଘୋଷଣା କରିବା ପରେ ଯୁଦ୍ଧର ଗତି ମିତ୍ରଶକ୍ତି ସପକ୍ଷରେ ଯାଇଥିଲା । ଷ୍ଟାଲିନଗ୍ରାଡ ଠାରେ ରୁଷର ପ୍ରବଳ ପ୍ରତିରୋଧ ଯୋଗୁଁ ଜର୍ମାନୀ ବିଶେଷ କ୍ଷତିଗ୍ରସ୍ତ ହେଲା । ପର୍ଯ୍ୟାୟକ୍ରମେ ରୁଷ୍ ଜର୍ମାନୀ ଅଧିକୃତ ଚେକୋସ୍ଲୋଭାକିଆ , ରୁମାନିଆ ପ୍ରଭୃତି ରାଜ୍ୟ ଅଧିକାର କରିନେଲା । ୧୯୪୩ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରିଟେନ୍‌ର ମିଳିତ ସୈନ୍ୟବାହିନୀ ସିସିଲି ଅଧିକାର କଲେ । ଜର୍ମାନୀଠାରୁ ସବୁ ପ୍ରକାର ସାହାଯ୍ୟ ପାଇଁ ମଧ୍ୟ ଇଟାଲୀ ପରାଜିତ ହୋଇ । ୧୯୪୩ ମସିହା ସେପ୍ଟେମ୍ବରରେ ଆତ୍ମସମର୍ପଣ କରିଲା । କ୍ରମେ ଜର୍ମାନୀ ମଧ୍ୟ ବିଭିନ୍ନ ଯୁଦ୍ଧକ୍ଷେତ୍ରରେ ପରାଜିତ ହେବାକୁ । ଲାଗିଲା । ୧୯୪୫ ମସିହାର ଆରମ୍ଭରୁ ଉଭୟ ପଶ୍ଚିମ ଓ ପୂର୍ବଦିଗରୁ ଜର୍ମାନୀ ଆଡ଼କୁ ମିତ୍ରଶକ୍ତିର ସୈନ୍ୟମାନେ ଅଗ୍ରସର ହେଲେ । ଏପ୍ରିଲ ୩୦ ତାରିଖ ଦିନ ରୁଷ ସୈନ୍ୟମାନେ ଜର୍ମାନୀର ରାଜଧାନୀ ବର୍ଲିନ୍ ସହର ମଧ୍ୟକୁ ମାଡ଼ି ଆସିଲା ବେଳେ , ହିଟ୍‌ଲର୍ ମାଟିତଳେ ନିର୍ମିତ ତାଙ୍କର ଆଶ୍ରୟକକ୍ଷରେ ଆତ୍ମହତ୍ୟା କଲେ । ରୁଷ ସୈନ୍ୟ ବର୍ଲିନ ଅଧିକାର କଲେ ଏବଂ ୧୯୪୫ ମସିହା ମେ ମାସ ୭ ତାରିଖ ଦିନ ଜର୍ମାନୀ ବିନା ସର୍ତ୍ତରେ ମିତ୍ରଶକ୍ତି ନିକଟରେ ଆତ୍ମସମର୍ପଣ କଲା ।

ଜର୍ମାନୀର ପରାଜୟ ସତ୍ତେ ଜାପାନ୍ ଯୁଦ୍ଧରୁ ବିରତ ହେଲାନାହିଁ । ୧୯୪୫ ମସିହା ଅଗଷ୍ଟ ୬ ତାରିଖ ଦିନ ଜାପାନ ମହାନଗରୀ ହିରୋସୀମା ଏବଂ ପରେ ପରେ ଅଗଷ୍ଟ ୯ ତାରିଖ ଦିନ ଜାପାନ ନଗରୀ ନାଗାସାକି ଉପରେ ଯୁକ୍ତରାଷ୍ଟ୍ର ଆମେରିକା ପରମାଣୁ ବୋମା ପକାଇ ଜାପାନର ଏହି ନଗରୀ ଦୁଇଟିକୁ ଧ୍ବଂସ କରିଦେଲା । ପରମାଣୁ ବୋମାର ଭୟାବହତା ଦେଖୁ ୧୯୪୫ ମସିହା ଅଗଷ୍ଟ ୧୪ ତାରିଖ ଦିନ ଜାପାନ ବିନା ସର୍ତ୍ତରେ ଆତ୍ମସମର୍ପଣ କଲା । ଫଳରେ ଦ୍ବିତୀୟ ବିଶ୍ୱଯୁଦ୍ଧର ପରିସମାପ୍ତି ଘଟିଲା ।

 ଦ୍ବିତୀୟ ବିଶ୍ଵଯୁଦ୍ଧର ଫଳାଫଳ 

୧ . କ୍ଷୟକ୍ଷତି : 

ପୂର୍ବରୁ ଘଟିଥିବା ପୃଥିବୀର ସମସ୍ତ ଯୁଦ୍ଧ ତୁଳନାରେ ଦ୍ବିତୀୟ ବିଶ୍ୱଯୁଦ୍ଧ ଅତୀବ ଭୟଙ୍କର ଥିଲା । ଏହାର ପ୍ରଧାନ ରଣକ୍ଷେତ୍ରଗୁଡ଼ିକ ଇଉରୋପ ମହାଦେଶରେ ଥିବାରୁ ଇଉରୋପ ମହାଦେଶ ସବୁଠାରୁ ଅଧୁକ କ୍ଷତି ଗ୍ରସ୍ତ ହୋଇଥିଲା । ଏହି ଯୁଦ୍ଧରେ ଯୁକ୍ତରାଷ୍ଟ୍ର ଆମେରିକା ତଥା ଏସିଆ ଓ ଇଉରୋପର ବୃହତ ଶକ୍ତିସମୂହ ଅଂଶଗ୍ରହଣ କରିଥିଲେ ଏବଂ ପ୍ରଥମଥର ପାଇଁ ଏହି ମହାସମରରେ ପରମାଣୁ ବୋମାର ପ୍ରୟୋଗ କରାଯାଇଥିଲା । ଜଳ , ସ୍ଥଳ ଓ ଆକାଶମାର୍ଗରେ ଉଭୟ ପକ୍ଷର ଆକ୍ରମଣାତ୍ମକ ଶକ୍ତିର ପରୀକ୍ଷା ହୋଇଥିଲା । ଯୁଦ୍ଧ ଯୋଗୁଁ ହଜାର ହଜାର ବର୍ଗ କିଲୋମିଟର ଉର୍ବର ଚାଷଜମି ନଷ୍ଟ ହୋଇ ଯାଇଥିଲା । ଏଥିରେ ଅସଂଖ୍ୟ ସାମରିକ ଓ ବେସାମରିକ ଲୋକ ମୃତ୍ୟୁବରଣ କରିଥିଲେ । ଅଗଣିତ ଲୋକ ବିକଳାଙ୍ଗ ହୋଇଥିଲେ । ଶହଶହ ସହର , ଗୀର୍ଜା ବିଶ୍ୱବିଦ୍ୟାଳୟ ଓ କଳ କାରଖାନା ମଧ୍ୟ ଧ୍ବଂସ ସ୍ତୁପ ରେ ପରିଣତ ହୋଇଯାଇଥିଲା । ଘନଘନ ଆକ୍ରମଣ ଓ ବୋମାବର୍ଷଣ ଫଳରେ ଜର୍ମାନ ରାଜଧାନୀ ବର୍ଲିନ୍ ଧ୍ବଂସ ସ୍ତୁପରେ ପରିଣତ ହୋଇଥିଲା । ପରମାଣୁ ବୋମା ପ୍ରୟୋଗ ଫଳରେ ଜାପାନର ପ୍ରମୁଖ ସହର ହିରୋସୀମା ଓ ନାଗାସାକି ଧ୍ବଂସ ସ୍ତୁପରେ ପରିଣତ ହୋଇଥିଲା । ଯୁଦ୍ଧରେ ଧନସମ୍ପରିର କ୍ଷୟକ୍ଷତି କଳ୍ପନାତୀତ ଥିଲା । ହଜାର ହଜାର ସଂଖ୍ୟକ ଯୁଦ୍ଧବନ୍ଦୀଙ୍କ ପ୍ରତି ଅମାନୁଷିକ ଅତ୍ୟାଚାର କରାଯାଇଥିଲା । ହିଟଲରଙ୍କର ନିର୍ଦ୍ଦେଶରେ ଅସଂଖ୍ୟ ଇହୁଦୀ ଓ ଯୁବବନ୍ଦୀକୁ ହତ୍ୟା କରାଯାଇଥିଲା ।

 ୨ . ରାଜନୈତିକ ଓ ଅର୍ଥନୈତିକ ପରିଣତି :


 ଦ୍ବିତୀୟ ବିଶ୍ୱଯୁଦ୍ଧ ପରେ ପୃଥିବୀର ରାଜନୈତିକ ଓ ଅର୍ଥନୈତିକ କ୍ଷେତ୍ରରେ ବହୁ ପରିବର୍ତ୍ତନ ଦେଖାଦେଇଥିଲା । ସାମ୍ରାଜ୍ୟବାଦୀ ରାଷ୍ଟ୍ରମାନଙ୍କର ପ୍ରଭାବ ହ୍ରାସ ପାଇଥିଲା । ଏସିଆ ଓ ଆଫ୍ରିକାର ବହୁ ଉପନିବେଶ ଆନ୍ଦୋଳନ କରି ସ୍ଵାଧୀନ ହେଲେ । ଯୁକ୍ତରାଷ୍ଟ୍ର ଆମେରିକା ପୃଥିବୀର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରରୂପେ ପ୍ରତିଷ୍ଠିତ ହୋଇଥିଲା । ସୋଭିଏତ୍ ରୁଷ ଅନ୍ୟତମ ବୃହଶକ୍ତି ରୂପେ ଆତ୍ମପ୍ରକାଶ କଲା । ଜର୍ମାନୀରୁ ନାଜିଦଳ ଲୋପ ପାଇବା ସଙ୍ଗେ ସଙ୍ଗେ ଜର୍ମାନୀ ଉପରେ ବ୍ରିଟେନ , ରୁଷ , ଫ୍ରାନ୍ସ ଓ ଯୁକ୍ତରାଷ୍ଟ୍ର ଆମେରିକାର କର୍ତ୍ତୃତ୍ବ ପ୍ରତିଷ୍ଠିତ ହେଲା । ୧୯୪୯ ମସିହାରେ ଜର୍ମାନୀର ପଶ୍ଚିମାଅଞ୍ଚଳକୁ ଏକତ୍ର କରାଯାଇ ପଶ୍ଚିମ ଜର୍ମାନୀ ବା ଜର୍ମାନ୍ ସଂଯୁକ୍ତ ସାଧାରଣତନ୍ତ୍ର ( Federal Republic of Germany ) ଗଠିତ ହୋଇଥିଲା । ପୂର୍ବ ଜର୍ମାନୀ ଜର୍ମାନ୍ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ( German Democratic Republic ) ନାମରେ ପରିଚିତ ହେଲା । ପଶ୍ଚିମ ଜର୍ମାନୀର ଶାସନରେ ପାଶ୍ଚାତ୍ୟ ଗଣତନ୍ତ୍ରର ପ୍ରଭାବ ରହୁଥିବା ବେଳେ ପୂର୍ବ ଜର୍ମାନୀର ଶାସନରେ ସାମ୍ୟବାଦୀ ପ୍ରଭାବ ରହିଲା । ଫ୍ରାନ୍ସ ଓ ଇଟାଲୀରେ ସାମ୍ୟବାଦୀ ପ୍ରଭାବ ବିଶେଷ ଭାବରେ ବୃଦ୍ଧି ପାଇଲା । ବ୍ରିଟେନରେ କ୍ଲିମେଣ୍ଟ ଅଟଲିଙ୍କ ନେତୃତ୍ବରେ ଶ୍ରମିକ ଦଳ କ୍ଷମତାକୁ ଆସିଲେ । ଏହି ଦଳର ସରକାର ବିଭିନ୍ନ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ କରି ବ୍ରିଟେନ୍‌ର ଅର୍ଥନୀତିରେ ଉନ୍ନତି ଘଟାଇଥିଲା । ପୋଲାଣ୍ଡ , ହଙ୍ଗେରୀ , ରୁମାନିଆ , ବୁଲଗେରିଆ , ଚେକୋସ୍କୋଭାକିଆ ପ୍ରଭୃତି ପୂର୍ବ ଇଉରୋପୀୟ ଦେଶମାନଙ୍କରେ ସାମ୍ୟବାଦୀ ସରକାର ଗଠିତ ହେଲା । ପୃଥିବୀରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ନିମନ୍ତେ ପୁନର୍ବାର ଉଦ୍ୟମ ଆରମ୍ଭ ହୋଇଯାଇଥିଲା । 

Post a Comment

0Comments

Post a Comment (0)