ଜନସୃତି ଅଛି ରାଜା ସୁବର୍ଣ୍ଣକେଶରୀଙ୍କ ପତ୍ନୀ ଥରେ ଏକ ଅଚିହ୍ନା ରୋଗରେ ପଡି଼ ଶଯ୍ୟାଶାୟୀ ହେଲେ । ରାଜା ଗୁଡାଏ ବଇଦ ଦେଖାଇ ନିଷ୍ଫଳ ହେଲାରୁ ଶେଷକୁ ଦେଶରେ ଘୋଷଣା କଲେ ଯିଏ ତାଙ୍କ ସ୍ତ୍ରୀ ଙ୍କ ସ୍ବାସ୍ଥ୍ୟ ଭଲ କରିଦେବେ ସେ ତାଙ୍କୁ ଅନେକାନେକ ଧନ ସମ୍ପତ୍ତି ପ୍ରଦାନ କରିବେ । ଏହି ସମୟରେ ଜଣେ ମୁନି ଦୈବାତ୍ ରାଜନବର ଆସିଥାନ୍ତି । ରାଜା ତାଙ୍କୁ ଆପଣା ରାଣୀର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଦୂରାବସ୍ଥା ଜଣେଇବାରୁ ସେ ବୋଇଲେ....
“ରାଜନ୍ ! ରାଣୀଙ୍କୁ ଯେଉଁ ଅସାଧ୍ୟ ରୋଗ ହୋଇଛି ତହିଁର ଏକମାତ୍ର ଔଷଧ ହେଉଛି ଅମୃତ । ତେବେ ଆମ୍ଭେ ଆଶିର୍ବାଦ ଦେଉଅଛୁ ଆପଣ ରାଣୀଙ୍କୁ ନେଇ ଏ ପବିତ୍ର ଉତ୍କଳଦେଶ ଭ୍ରମଣ କରନ୍ତୁ । ନିଶ୍ଚିତ ସୁଫଳ ମିଳିବ ।”
ସୁବର୍ଣ୍ଣକେଶରୀ ଓ ରାଣୀ ସାଧାରଣ ଲୋକଙ୍କ ବେଶ ଧାରଣ ପୂର୍ବକ ଦେଶ ଭ୍ରମଣରେ ବାହାରିଗଲେ । ବାଟରେ ଯାଉ ଯାଉ ରାଜା ରାଣୀଙ୍କୁ ପ୍ରବଳ ଭୋକ ଲାଗିଲା । କିଛି ଦୂର ଆଗେଇଲାରୁ ରାଜା ଦେଖିଲେ କୃଷକ ଜଣେ ବିଲରରେ ହଳ କରୁଛି । ରାଜା ତାକୁ ଯାଇ ପାଣି ମାଗନ୍ତେ ସେ ମନାକଲା କିନ୍ତୁ ରାଜା ବହୁତ କହିଲାରୁ କୃଷକ କଂସାଏ ପାଣିମିଶା ଭାତ ଆଣି ରାଜାଙ୍କ ହାତକୁ ବଢାଇଦେଲା । ରାଜା ସେହି ପାଣିମିଶା ଭାତ ନେଇ ରାଣୀଙ୍କୁ ଖାଇବାକୁ ଦେଲେ ଏବଂ ଆପେ କିଛି ଖାଇଲେ । ସେ ପାଣିମିଶା ଭାତ ଖାଇ ରାଜା ଅନୁଭବ କଲେ ଏହା ଅମୃତ । ସୁବର୍ଣ୍ଣକେଶରୀ କୃଷକ କୁ ଯାଇ ପଚାରିଲେ .....
“ଆଜ୍ଞା ଏ ଅମୃତ ଆପଣ କେଉଁଠୁ ପାଇଲେ ?”
କୃଷକ କହିଲା
“ଏ ତ ଆମେ ନିଇତି ଦିନକୁ ଦିଓଳି ଖାଉଚୁ,ଏହା ପଖାଳ” କୁହାଯାଏ ସେଦିନ ପଖାଳ ଖାଇ ରାଣୀ ଧିରେ ଧିରେ ସୁସ୍ଥ ହୋଇଯାଇଥିଲେ ।
ଛତିଶଗଡ ଅଞ୍ଚଳରେ ପଖାଳ ଓ ନାରଦଙ୍କୁ ନେଇ ଏହି ଜନସୃତି ସହ ସାମଞ୍ଜସ୍ୟ ଥିବା ଅନ୍ୟ ଏକ ଲୋକକଥା ପ୍ରଚଳିତ ଅଛି...
…………..ସଂଗ୍ରାହକ : -
ସନ୍ତୋଷ ପଟ୍ଟନାୟକ , ଗଞ୍ଜାମ