ଉପକ୍ରମଣିକା -–
ଯୋଗନିଦ୍ରା ହେଉଛି ଏକ ଯୋଗ ବିଜ୍ଞାନ । ଏହି ଅତ୍ୟନ୍ତ ଶକ୍ତିଶାଳୀ । ଏହା ଶରୀର , ମନ ଓ ପ୍ରାଣକୁ ଅତ୍ୟନ୍ତ ଆରାମ ପ୍ରଦାନ କରିଥାଏ । ଶାରୀରିକ , ମାନସିକ ଓ ଭାବପ୍ରବଣତା ନିମନ୍ତେ ଯୋଗନିଦ୍ରାର ଆବଶ୍ୟକତା ରହିଛି । ଯୋଗଯୁକ୍ତ ହୋଇ ନିଦ୍ରାହେଲେ ତାହା ଚେତନା ସହ ନିଦ୍ରା । ଚେତନା ରହିତ ନିଦ୍ରା ହେଉଛି ପ୍ରକୃତ ନିଦ୍ରା , ଯାହା ପ୍ରତିଦିନ ଆମେ ରାତିରେ କରିଆସୁଛି ।
ଯୋଗନିଦ୍ରାର ସ୍ତର –
ମନକୁ ବାହ୍ୟଜଗତରୁ କାଢ଼ି ନେଇ ଅନ୍ତ ର୍ମୁଖୀ କରାଇବାର କୌଶଳର ନାମ ଯୋଗନିଦ୍ରା । ମନ ଏହାଦ୍ୱାରା ଅଧିକ ଶକ୍ତିଶାଳୀ ହୋଇ ବିଭିନ୍ନ ଅଲୌକିକ କାର୍ଯ୍ୟ ମଧ୍ୟ ସଂପାଦନ କରିଥାଏ । ଯଥା- ସ୍ମରଣଶକ୍ତିର ବିକାଶ , ଜ୍ଞାନର ପରିସୀମା ବୃଦ୍ଧି , ସୃଜନାତ୍ମକ ଶକ୍ତି ଇତ୍ୟାଦି ।
●ଏଥିରେ ମନକୁ ପ୍ରଥମେ ବାହ୍ୟ ଶବ୍ଦ ସହ ସଂଯୋଗ କରି ଦିଆଯାଏ । ଯାହା ଅଭ୍ୟାସ ସ୍ଥାନର ପରିବେଶରୁ ଆସୁଥାଏ ଧୀରେ ତା’କୁ ଅନ୍ତର୍ମୁଖୀ କରାଇଲେ ତା’ଦ୍ବାରା ପ୍ରଭାବିତ ହୋଇନଥାଏ ।
●ଦ୍ଵିତୀୟାବସ୍ଥାରେ ମହାନ୍ ଲକ୍ଷ୍ୟ ହାସଲ କରିବାର ସଂକଳ୍ପ କରାଯାଇଥାଏ ।
●ତୃତୀୟତଃ ନିଜ ଶରୀରର ଅଙ୍ଗପ୍ରତ୍ୟଙ୍ଗ ପ୍ରତି ମାନସିକ ଧ୍ୟାନ ଦେବା ଯାହା ଗଭୀର ଆରାମ ଅବସ୍ଥାକୁ ନେଇଯିବାକୁ ସମର୍ଥ ହୋଇଥାଏ ।
● ଚତୁର୍ଥାବସ୍ଥାରେ ଶ୍ବାସର ଆବାଗମନ ପ୍ରତି ଧ୍ୟାନ କେନ୍ଦ୍ରିତ କରାଯାଏ । ଯାହା ସୃତି ଶକ୍ତି , ଏକାଗ୍ରତା ଓ ଶବ୍ଦ ଦୃଷ୍ଟି ପ୍ରଦାନ କରେ ।
●ପଞ୍ଚମାବସ୍ଥାରେ ସଂକଳ୍ପର ପୁନଃ ଚିନ୍ତନ ଓ ଶେଷ ପର୍ଯ୍ୟାୟ ହେଉଛି ବାହ୍ୟ ଜଗତ ସହ ଏକ ହୋଇ ନିଜର ପୂର୍ବ ସ୍ଥିତିକୁ ଫେରିଯିବା ।
ବିଭିନ୍ନ ଉଦ୍ଦେଶ୍ୟ ନେଇ ଯୋଗନିଦ୍ରାର ପ୍ରକାର ଭିନ୍ନ ହୋଇଥିଲେ ହେଁ ସେହି ଗୋଟିଏ ଶୃଙ୍ଖଳାରେ ପରିଚାଳିତ ହେବାକୁ ହୋଇଥାଏ ।
ପ୍ରଣାଳୀ ( Procedure ) :
( ୧ ) ଶବାସନରେ ଶୋଇ ସାରା ଶରୀରକୁ ହାଲୁକା କର , ଆରାମରେ ଶୋଇଯାଅ ।
( ୨ ) ଏହା ଅଭ୍ୟାସ କରିବାର ପ୍ରକୃଷ୍ଟ ସମୟ– ପ୍ରାତଃ ଓ ସନ୍ଧ୍ୟା ସମୟ ।
( ୩ ) ଶରୀର ଶାନ୍ତ , ସ୍ଥିର , ନିଶ୍ଚଳ ଅବସ୍ଥାରେ ରଖ ।
( ୪ ) ନିଃଶ୍ୱାସ ପ୍ରଶ୍ୱାସ ସାଧାରଣ ଭାବେ ଚାଲୁ ରଖ ।
( ୫ ) କାନଡେରି ଶୁଣିବାକୁ ଚାଲ । ବାହାରେ କି ଶବ୍ଦ ଶୁଭୁଛି ।
( ୬ ) କେହି କଥାବାର୍ତ୍ତା ହେଉଛନ୍ତି , ଗାଡ଼ିମଟର ଚାଲୁଛି, କୋକିଳ କୂଜନ କରୁଛି , ମଧୁର ଶବ୍ଦ , ମନକୁ ପ୍ରଫୁଲ୍ଲିତ କରୁଛି । ଇତ୍ୟାଦି । ପ୍ରକୃତି ଏବଂ ସାମ୍ପ୍ରତିକ ଘଟଣା ଉପରେ ମନରେ ଚିନ୍ତା କର ।
ଯୋଗନିଦ୍ରାର ଶେଷଭାଗ
ଧୀରେ ଧୀରେ ଗୋଡ଼କୁ ଏକାଠି କର ।...... ଦୁଇ ହାତକୁ ଧୀରେ ଧୀରେ ମୁଣ୍ଡ ଉପରକୁ ନେଇ ଲମ୍ବାଇ ଦିଅ ଦୁଇ ହାତର ଆଙ୍ଗୁଠିଗୁଡ଼ିକୁ ଛନ୍ଦି ଦିଅ । ଆଖ୍ ଖୋଲ କାହିଁ । ଧୀରେ ସଂପୂର୍ଣ୍ଣ ଶରୀରକୁ ଟାଣି ଗୋଡ଼ ଆଡ଼କୁ ଓ ମୁଣ୍ଡ ଉପର ଆଡ଼କୁ ଲମ୍ବା କରିବାକୁ ଚେଷ୍ଟା କର । ସକାଳେ ନିଦରୁ ଉଠି ଅଳସ ଭାଙ୍ଗିଲା ପରି ସେହି ଟାଣ ଅବସ୍ଥାରେ ଥିବା ତୁମର ଶରୀରକୁ ବାମକଡ଼କୁ ଅଣେଇ ଧୀରେ ଶୋଇଯାଆ । ହାତ ଓ ଗୋଡ଼କୁ ସାମାନ୍ୟ କୋହଳ କର । ଆଖୁ ଖୋଲ ନାହିଁ । ହାତଗୋଡ଼ ବଙ୍କା କର ନାହିଁ । ଏବେ ପୁଣି ସାରା ଶରୀରକୁ ଟାଣି କରି ଲମ୍ବାଇ ପୁଣି ଚିତ୍ ହୋଇ ଶୋଇଯାଅ । ପୁଣି ଡାହାଣ କଡ଼କୁ ଅଣେଇ ହୋଇପଡ଼ । ଧୀରେ ସାରା ଶରୀରକୁ ସାମାନ୍ୟ କୋହଳ କର । ଆଖୁ ଖୋଲ ନାହିଁ । ଏବେ - ପାର୍ଶ୍ୱକୁ ଅଣେଇ ହୋଇ ଶୋଇଯାଅ । ଧୀରେ ଦୁଇଗୋଡ଼କୁ ଆଣ୍ଠୁ ପାଖକୁ ଭାଙ୍ଗି ଦୁଇ ଆଣ୍ଠୁକୁ ଲୋଚାକରି ଛାତିପାଖକୁ ବା ପେଟ ପାଖକୁ ଆଣ ! - ଏବେ ଦୁଇ ହାତକୁ ମୁଣ୍ଡ ଉପରୁ ତଳକୁ ଖସାଇ ଦୁଇ ଆଣ୍ଠୁକୁ ଏକତ୍ର ବେଢ଼ାଇ ଆଙ୍ଗୁଠିକୁ ଛନ୍ଦି ଦିଅ । ନିଃଶ୍ୱାସ ତ୍ୟାଗ କରି ମୁଣ୍ଡକୁ ଦୁଇ ଆଣ୍ଠୁ ମଝିରେ ଲଗାଇବାକୁ ଚେଷ୍ଟା କର । ଏବେ ଗୋଡ଼ ହାତକୁ ଲମ୍ବାଇ ସେହି ବାମକଡ଼ ଦେଇ ଧୀରେ ଉଠି ବସିଯାଅ । ଆଖି ଖୋଲ ନାହିଁ ।
ସାମନାକୁ ମୁହଁ କରି ବସ । ଦୁଇ ହାତପାପୁଲିକୁ ପରସ୍ପର ସହିତ ଘଷି ଦୁଇ ଆଖୁକୁ ଜାକି ରଖ । ଖୁବ୍ ଧୀରେ ଧୀରେ ଆଖ୍ ଖୋଲ । ଦୁଇ ହାତ ତଳକୁ ଖସାଇ ଆଣ୍ଠୁ ଉପରେ ଚିନ୍ ମୁଦ୍ରା କରି ରଖ । ସହଜ ହୋଇ ବସି ଆଗକୁ ଦେଖ । ଏବେ ଯୋଗନିଦ୍ରା ସମାପ୍ତ ହେଲା ।