ଇ-ଆବର୍ଜନା 'E waste' ନୂତନ ବିପଦ

@_ustad
0

waste in odia

 What Is E Waste Know In Odia

ମାନବ ସଭ୍ୟତା ବିଜ୍ଞାନ କ୍ଷେତ୍ରରେ ଏବେ ଆଶାତୀତ ସଫଳତା ହାସଲ କରିଛି। ଟେକ୍ନୋଲଜିର ସାହାଯ୍ୟ ବିନା ଏବେ ଲୋକ ମାନଙ୍କର ବଞ୍ଚିବ ଦୁର୍ବିଶହ ହୋଇ ଗଲାଣି। ସୂଚନା , ପ୍ରଯୁକ୍ତି ବିଦ୍ୟା , ଯୋଗାଯୋଗ , ସ୍ୱାସ୍ଥ୍ୟସେବା ସହିତ ସୁଖ ସ୍ଵାଛନ୍ଦ ପାଇଁ ବିଭିନ୍ନ ବୈଦ୍ୟୁତିକ ସରଞ୍ଜାମ ତିଆରି କରିବାରେ ମଧ୍ୟ ବୈଜ୍ଞାନିକମାନେ ଆଉ ପଛରେ ନାହାଁନ୍ତି । କିନ୍ତୁ ଏହି ସବୁ ସରଞ୍ଜାମ ନିକଟ ଭବିଷ୍ୟତ ରେ ଆମ ପରିବେଶ ପାଇଁ ଉତ୍କଟ ସମସ୍ୟା ସୃଷ୍ଟି କରିବାକୁ ଯାଉଛି । ଏବେ ଦେଶ ଅଗ୍ରଗତି କରୁଥିବା ବେଳେ ଏପଟେ କୁଢକୁଢ ଇ - ଆବର୍ଜନାର ପୁନଃପ୍ରକ୍ରିୟାକରଣ କରାଯାଇପାରୁ ନ ଥିବାରୁ ଏବେ ଏହା ଚିନ୍ତାର କାରଣ ପାଲଟିଛି । ବର୍ଭମାନ ଆମର ସମସ୍ତ କାର୍ଯ୍ୟ ସହଜ ଏବଂ ସରଳ ମୋବାଇଲ୍ ଫୋନ୍ ଏବଂ କମ୍ପୁଟର , ସାହାଯ୍ୟରେ ପୂରଣ ହୋଇଯାଉଛି । ଟିଭି , ଫ୍ରିଜ୍ , ମ୍ୟୁଜିକ୍ ସିଷ୍ଟମ , ଏୟାର କଣ୍ଡିସନର , ମାଇକ୍ରୋ ଓଭନ୍ ଏବଂ ୱାଶିଂ ମେସିନ୍ ଜରିଆରେ ଆମେ ଘରେ ବସି ସବୁ ସୁଖ ସ୍ଵାଛନ୍ଦ୍ୟକୁ ଉପଭୋଗ କରିପାରୁଛେ । କିନ୍ତୁ ଏସବୁ ର ବହୁଳ ବ୍ୟବହାର ପରେ ଯେତେବେଳେ ଏହି ଇଲେକକ୍ଟ୍ରୋନିକ ସାମଗ୍ରୀ ସବୁ ଅକାମି ହୋଇଯାଏ ସେତେ ବେଳେ ତାହା ପାଲଟିଯାଏ ଇ-ଆବର୍ଜନା ଏବଂ ଏହାର ପୁନଃପ୍ରକ୍ରିୟାକରଣ ଅଭାବ ରୁ ନିକଟ ଭବିଷ୍ୟତରେ ଏହି 'ଇ - ଆବର୍ଜନା' ଏକ ମହାବିପଦର କାରଣ ହେବାକୁ ଯାଉଛି।

ଇ - ଆବର୍ଜନା କ'ଣ (E Waste Meaning In India)

waste meaning in odia

 ଯେତେବେଳେ ଇଲେକ୍ଟ୍ରୋନିକ୍ ଉପକରଣକୁ ଅଧିକ ଦିନ ପ୍ରୟୋଗ କରିବା ପରେ ଉପକରଣ ସବୁ ଖରାପ ହୋଇଯାଇଥାଏ ବା ବ୍ୟବହାର ଅନୁପଯୋଗୀ ହୋଇଯାଏ ସେହି ବସ୍ତୁକୁ ଇ ୱେଷ୍ଟ ବା ଇ - ଆବର୍ଜନା କୁହାଯାଏ । ଯେପରି କମ୍ପ୍ୟୁଟର(computer) , ମୋବାଇଲ ଫୋନ୍(mobile phone) , ପ୍ରିଣ୍ଟର୍ସ(printer) , ଫଟୋକପି ମେସିନ୍(photo copy machine) , ଇନଭର୍ଟର(inverter) , ୟୁପିଏସ୍(UPS) , ଏଲସିଡ଼ି( LCD), ଟିଭି(TV) , ରେଡ଼ିଓ (radio)/ ଟ୍ରାଞ୍ଜିଷ୍ଟର( transistor) , ଡିଜିଟାଲ କ୍ୟାମେରା(digital camera) ଇତ୍ୟାଦି । ବିଶ୍ୱରେ ପାଖାପାଖି ୨୦୦ ରୁ ୫୦୦ ଲକ୍ଷ ମିଲିୟନ୍ ଟନ୍ ଇ – ଆବର୍ଜନା ବାହାରି ଥାଏ । କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ, ନୂଆ ଦିଲ୍ଲୀ ଦ୍ୱାରା କରାଯାଇଥିବା ଏକ ସର୍ବେକ୍ଷଣ ଅନୁସାରେ ୨୦୦୫ ରେ ଭାରତର ଇ-ଆବର୍ଜନାର ମାତ୍ରା ୧.୪୭ ଲକ୍ଷ ମିଲିୟନ୍ ଟନ୍ ଥିଲ।

ଆହୁରି ପଢ଼ନ୍ତୁ: Acid Rain In Odia

ପରେ ୨୦୧୨ରେ ବଢ଼ି ପାଖାପାଖି ୮ଲକ୍ଷ ମିଲିୟନ୍ ଟନ୍ ହୋଇଥିଲା । ଏହି ରିପୋର୍ଟ ଅନୁସାରେ ଇ - ଆବର୍ଜନାର ମାତ୍ରା ଗତ ଛଅ ବର୍ଷରେ ୫ଗୁଣ ବଢ଼ିବା ସହିତ ଏଥିରେ ନିରନ୍ତର ବୃଦ୍ଧି ଘଟି ବାରେ ଲାଗିଛି । ୨୦୧୬ରେ କରାଯାଇଥିବା ସର୍ଭେ ଅନୁସାରେ ଭାରତ ଇ ଆବର୍ଜନା ଉତ୍ପାଦନ କରିବାରେ ପଞ୍ଚମ ସ୍ଥାନରେ ରହିଛି । ୨୦୧୬ରେ ୧.୬୪ଲକ୍ଷ ମିଲିୟନ ଟନ୍ ଇ - ଆବର୍ଜନା ରେକର୍ଡ଼ କରାଯାଇ ଥିବାବେଳେ ଓଡ଼ିଶାରେ ଏହି ଆବର୍ଜନାର ହାର ପ୍ରାୟ ୩.୯ ପ୍ରତିଶତ। ୨୦୨୦ ରେ ଭାରତର ଇ-ଆବର୍ଜନା ୩.୨୩୦ମିଲିୟନ ଟନ୍।





୨୦୧୬ ମସିହା ରେକର୍ଡ଼ ଅନୁସାରେ କେଉଁ ଦେଶ କେତେ ଇ - ଆବର୍ଜନା ଉତ୍ପାଦନ କରୁଛି ତା’ର ଟପ୍ ୧୦ ବିବରଣୀ ନିମ୍ନରେ ଦିଆଯାଇଛି ।












ଦେଶର ନାମ

ଇ-ଆବର୍ଜନାର ପରିମାଣ



ଆମେରିକା
୭.୦୭ ମି.ଟନ୍






ଚୀନ
୬.୦୩ ମି



ଜାପାନ୍
୨.୦୨ ମି



ଜର୍ମାନ୍
୧.୭୭ମି.ଟନ୍



ଭାରତ
୧.୬୪ମି.ଟନ୍




ୟୁନାଇଟେଡ଼ କିଙ୍ଗଡ଼ମ୍
୧.୫୧ମି.ଟନ୍



ଫ୍ରାନ୍ସ
୧.୪୨ ମି.ଟନ୍



ବ୍ରାଜିଲ
୧.୪୧ମି.ଟନ୍



ଋଷିଆ
୧.୨୩ମି.ଟନ୍



ଇଟାଲୀ
୧.୦୭ମି.ଟନ୍





୨୦୨୦ ମସିହା ରେକର୍ଡ଼ ଅନୁସାରେ କେଉଁ ଦେଶ କେତେ ଇ - ଆବର୍ଜନା ଉତ୍ପାଦନ କରୁଛି ତା’ର ଟପ୍ ୧୦ ବିବରଣୀ ନିମ୍ନରେ ଦିଆଯାଇଛି ।











ଦେଶର ନାମ

ଇ-ଆବର୍ଜନାର ପରିମାଣ



ଚୀନ
୧୦.୧୨୯ମି.ଟନ୍


ଆମେରିକା
୬.୯୧୭ମି.ଟନ୍



ଭାରତ
୩.୨୩୦ମି.ଟନ୍


ଜାପାନ୍
୨.୫୬୯ମି.ଟନ୍


ବ୍ରାଜିଲ
୨.୧୪୩ମି.ଟନ୍


ଋଷିଆ
୧.୬୩୧ମି.ଟନ୍


ଜର୍ମାନ୍
୧.୬୦୭ମି.ଟନ୍






ୟୁନାଇଟେଡ଼ କିଙ୍ଗଡ଼ମ୍
୧.୫୯୮ମି.ଟନ୍


ଫ୍ରାନ୍ସ
୧.୩୬୯ମି.ଟନ୍


ଇଟାଲୀ
୧.୦୬୩ମି.ଟନ୍







 ଆମ ରାଜ୍ୟରେ ବର୍ଷକୁ ପ୍ରାୟ ୧୧ହଜାର ଟନ୍ ରୁ ଅଧିକ ଇ - ଆବର୍ଜନା ସୃଷ୍ଟି ହେଉଛି । ଏହାଠାରୁ ଢେର୍ ଅଧିକ ଗୁଣରେ ବିଦେଶରେ ବହୁ ସଂଖ୍ୟକ ପୁରୁଣା ବୈଦ୍ୟୁତିକ ସରଞ୍ଜାମ ଇ - ଆବର୍ଜନାର ରୂପ ନେଉଛି । ପ୍ରତି ବର୍ଷ ପାଖାପାଖି ୬୦ ନିୟୁତ ଟନ୍ ଇ - ଆବର୍ଜନା ପୃଥିବୀ ପୃଷ୍ଠରେ ଜମା ହେଉଛି । ଏଥି ମଧ୍ୟରୁ ଆମେରିକାରେ ପ୍ରତି ବର୍ଷ ୪୦ ନିୟୁତ ଟନ୍ କମ୍ପ୍ୟୁଟରଜନିତ ଇ - ଆବର୍ଜନା ସୃଷ୍ଟି ହେଉଛି । ତେବେ ମାତ୍ର ୧୫ରୁ ୨୦ପ୍ରତିଶତ ଆବର୍ଜନା ପୁନଃ ପ୍ରକ୍ରିୟାକରଣ ହେଉଥିବାବେଳେ ବାକି ସବୁ ମାଟିରେ ପଡି ରହୁଛି । ପରିବେଶ ଉପରେ ପ୍ରଭାବ ଉପଯୁକ୍ତ ଭାବେ ପ୍ରକ୍ରିୟାକରଣ ନ ହୋଇ ଏଣେତେଣେ ପଡୁଥିବା ଏହି ଇ - ଆବର୍ଜନାରୁ ବିଭିନ୍ନ ବିଷାକ୍ତ ପଦାର୍ଥ ବାହାରିବା ସହିତ ପରିବେଶ ପାଇଁ ମହାବିପଦ ର କାରଣ ହେବାର ଆଶଙ୍କା ଦେଖାଦେଇଛି । ଏଥିରୁ ପାରଦ , କାଡମିୟମ୍ , ସୀସା , ବୋରିୟମ୍, ପ୍ଲାଷ୍ଟିକ୍ ଆଦି ସହିତ ବହୁ ପ୍ରକାର ରାସାୟନିକ ଏବଂ ବିଷାକ୍ତ ପଦାର୍ଥ ବାହାରିବା ସହିତ ମୃତ୍ତିକା ଏବଂ ବାୟୁମଣ୍ଡଳକୁ ପ୍ରଦୂଷିତ କରିବାରେ ଲାଗିଛି । ଏକ ଅନ୍ତର୍ଜାତୀୟ ସଂସ୍ଥା ଦ୍ୱାରା ହୋଇଥିବା ଆକଳନ ଅନୁସାରେ ପୃଥିବୀରେ ପ୍ରତି ବର୍ଷ ୫୦୦ ନିୟୁତ କମ୍ପ୍ୟୁଟର ଇ - ଆବର୍ଜନାରେ ସାମିଲ ହେଉଛି । ଏଥିରୁ ୨୮୭ କୋଟି ଓଜନର ସୀସା , ୨୮୬ , ୭୦୦ ନିୟୁତର କେଜି ଓଜନର ପାରଦ ଆଦି ସୃଷ୍ଟି ହୋଇଥାଏ । ଏହି ବସ୍ତୁ ଭାରୀ ଧାତୁ ଏବଂ ବିଷାକ୍ତ ଦ୍ରବ୍ୟ ପରିବେଶ ଏବଂ ମାନବ ସମାଜ ପାଇଁ ବହୁବିପଦର କାରଣ ହୋଇପାରେ।

Dustbin

ଯାହାଫଳରେ ମୃତ୍ତିକା , ଜଳ ଏବଂ ବାୟୁ ବହୁମାତ୍ରାରେ ପ୍ରଦୂଷିତ ହେବା ସହିତ ବହୁ ଅସାଧ୍ୟ ରୋଗର କାରଣ ହେବାର ଆଶଙ୍କାକୁ ମଧ୍ୟ ଏଡାଇ ଦେଇ ହେବ ନାହିଁ । ବର୍ତ୍ତମାନ ଯେଉଁ ମାତ୍ରାରେ ଇ - ଆବର୍ଜନା ସୃଷ୍ଟି ହେଉଛି , ଆଗାମୀ ୨୦୩୦ ମସିହା ସୁଦ୍ଧା ଏହି ଆବର୍ଜନା ହାର ୫୦୦ପ୍ରତିଶତ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଇଲେକ୍ଟ୍ରୋନିକ୍ ୱେଷ୍ଟକୁ ଅବୈଜ୍ଞାନିକ ମାଧ୍ୟମରେ ନଷ୍ଟ କରିଯାଉଛି ଇ-ଆବର୍ଜନା କୁ ଜଳରେ ପକାଇବା ଦ୍ଵାରା କାର୍ସେନୋ ଜେନ୍ସ- ଡାଇ ବେଞ୍ଜୋପେରା ଡ଼ାୟୋକ୍ସିନ(TCDD-ଟିସିଡ଼ିଡ଼ି ) ଏବଂ ନ୍ୟୁରୋଟକ୍ସିନ୍ସ ଭଳି ବିଷାକ୍ତ ଗ୍ୟାସ ଉତ୍ପନ୍ନ ହୋଇଥାଏ । ଏହି ଗ୍ୟାସରୁ ମାନବ ଶରୀରରେ ପ୍ରଜନନ କ୍ଷମତା , ଶାରୀରିକ ବିକାଶ ଏବଂ ପ୍ରତିରୋଧକ କ୍ଷମତା ପ୍ରଭାବିତ ହୋଇଥାଏ । ତା'ସହିତ ହର୍ମୋନାଲ ଅସନ୍ତୁଳନ ଓ କ୍ୟାନ୍ସର ହେବାର ଆଶଙ୍କା ଥାଇପାରେ । ଏହା ବ୍ୟତୀତ କାର୍ବନ ଡାଇଅକ୍ସାଇଡ଼ , କାର୍ବନ ମନୋକ୍ସାଇଡ଼ , ତଥା କ୍ଲୋରୋଫ୍ଲୋରା କାର୍ବନ ବି ରହିଥାଏ। ଯାହା ବାୟୁମଣ୍ଡଳ ଓ ଓଜନ ସ୍ତରକୁ କ୍ଷତି ପହଞ୍ଚାଇଥାଏ । 

E waste in odia

ଇ - ଆବର୍ଜନାରୁ ମିଳୁଥିବା ବିଷାକ୍ତ ପଦାର୍ଥ ଓମାନବ ଉପରେ ପଡୁଥିବା କୁପ୍ରଭାବ 

- ପ୍ରିଣ୍ଟେଡ଼ ସର୍କିଟ୍ ବୋର୍ଡ ସୀମା printed circuit board , କାଡ଼ମିୟମ୍ ( ଏକପ୍ରକାର ବିଷାକ୍ତ ଧାତୁ ) 

- ମଦର ବୋର୍ଡ଼ mother board -ବେରିଲିୟମ 

- କ୍ୟାଥେଡ଼ର ଟ୍ୟୁବ୍ cathode tube- ଲିଡ଼ ଅକ୍ସାଇଡ଼ , ବେରିୟମ , କାଡ଼ମିୟମ୍

 - ସ୍ଵିଚ switch- ଫ୍ଲେଟ ସ୍କ୍ରିନ୍ ମନିିିିିିିଟର-flat screen moniter- ପାରଦ

-କମ୍ପ୍ୟୁଟର computer battery -କାଡ଼ମିୟମ୍ 

- କେବୁଲ ଇନ୍ସୁଲେସନ୍ କୋଟିଂ cable insulation coating -ପଲି ବିନାୟଲ , କାଡ଼ମିୟମ୍

 - ପ୍ଲାଷ୍ଟିକ୍ ହାଉସିଂ plastic housing ବ୍ରୋମିନ୍ 

ଏହି ସବୁ ଇ - ଆବର୍ଜନାରୁ ବାହାରୁଥିବା ବିଷାକ୍ତ ପଦାର୍ଥ ସବୁ ଲୋକମାନଙ୍କର ବୃକକ୍ , ଯକୃତ , ଆନ୍ତ୍ରିକ , ମୁଣ୍ଡବ୍ୟଥା , ଫୁସ୍‌ଫୁସ୍ ଜନିତ ସମସ୍ୟା , ତ୍ବଚାରେ ସଂକ୍ରମଣ , ଦୀର୍ଘ କାଳୀନ ରୋଗ , ହୃଦରୋଗ , ଯକୃତ , ମାଂସପେଶୀ ଜନିତ ସମସ୍ୟା , ମସ୍ତିଷ , ଭୃଣର ବିକଶିତ ନ ହେବା ଆଦି ସ୍ଵାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । 

କିଛି ଲୋକଙ୍କ ଦ୍ଵାରା ଆର୍ଥିକ ଲାଭ ପାଇବା ଉଦ୍ଦେଶ୍ୟ ରେ ବଡ଼ ବଡ଼ ସହରରେ (ଦିଲ୍ଲୀ , ନୋଏଡ଼ା , ଗୁଡ଼ଗାଁ,ଗାଜିଆବାଦ ଭଳି)  ଇ - ଆବର୍ଜନାକୁ ବେଆଇନ୍ ଭାବେ ପୋଡ଼ି ସେଥିରୁ ଭିନ୍ନ ଭିନ୍ନ ଧାତୁ ବାହାର କରୁଛନ୍ତି ।

waste in odia 4

ଇ- ଆବର୍ଜନା ର ନିସ୍ତାରଣ ବିଧି

 ଇ - ଆବର୍ଜନାକୁ ସୁରକ୍ଷିତ ଭାବେ ପୁନଃ ବ୍ୟବହାର ଯୋଗ୍ୟ ବା ନିସ୍ଥାରଣ କରିବା ପାଇଁ ୫ ପ୍ରକାରର ବ୍ୟବସ୍ଥା ରହିଛି । 

-ସୁରକ୍ଷିତ ଭାବେ ମାଟି ତଳେ ପୋତି ଦେବା 

- ଭଷ୍ମି କରଣ 

- ପୁନଃ ଚକ୍ରଣ 

- ଏସିଡ଼ ବ୍ୟବହାର କରି ଧାତୁର ପ୍ରକୃତ ରୂପକୁ ପାଇବା 

- ପୁନଃ ଉପଯୋଗ କରିବା 

ଏହି ସବୁ ପ୍ରକ୍ରିୟା ମଧ୍ୟରୁ ପୁନଃଚକ୍ରଣକୁ ଏବେ ଅଧିକା°ଶ ଦେଶ ଆପଣେଇବାକୁ ପ୍ରୟାସ କରୁଛନ୍ତି ।

ପୁନଃଚକ୍ରଣ ପାଇଁ ସଚେତନ ହେବା ଆବଶ୍ୟକ

ଆମେରିକା ଭଳି ବିକାଶଶୀଳ ରାଷ୍ଟ୍ରରେ ଇ- ଆବର୍ଜନା କୁ ପୁନଃଚକ୍ରଣ କରି ଇଲେକ୍ଟ୍ରୋନିକ୍ ଜିନିଷକୁ ମୂଳ ଧାତୁରେ ପରିଣତ କରାଯାଏ । ପରେ ସେହି ଧାତୁକୁ ନେଇ ଅନ୍ୟାନ୍ୟ ବହୁ ମୂଲ୍ୟ ଜିନିଷ ନିର୍ମାଣ କରାଯାଏ । କିନ୍ତୁ ଆମ ଦେଶରେ ଏହି ପୁନଃଚକ୍ରଣକୁ ନେଇ ଲୋକମାନେ ଏବେ ପର୍ଯ୍ୟନ୍ତ ବି ଅଜ୍ଞ ଅଛନ୍ତି । ଏଥିପାଇଁ କିଛି ସଚେତନତା ରହିବା ଆବଶ୍ୟକ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଆବର୍ଜନାର ପୃଥକୀକରଣ କରି ବା ପାଇଁ ରାସ୍ତାକଡ଼ ମାନଙ୍କ ରେ ଅଲଗା ଅଲଗା ଡଷ୍ଟବିନ ରଖାଯାଇଥାଏ । ଯେପରି , କାଚ ଜିନିଷ ପାଇଁ ଅଲଗା ଡଷ୍ଟବିନ୍ , ସେପରି ପ୍ଲାଷ୍ଟିକ୍ , ବଳକା ଖାଦ୍ୟ ପାଇଁ ଅଲଗା ଡଷ୍ଟବିନ୍ ବ୍ୟବସ୍ଥା କରାଯାଇଥାଏ । ଯାହା ଫଳରେ ଆବର୍ଜନାକୁ ଏକାଠି କରି ତାକୁ ପୁନଃ ଚକ୍ରଣ କରିବାରେ ସୁବିଧା ହୋଇଥାଏ । କିନ୍ତୁ ଆମ ଦେ ଶ ର ଏପରି ଅନେକ ସ୍ଥାନ ରହିଛି ଯେଉଁଠାରେ ଘରୁ ବାହାରୁ ଥିବା କି  କଳକାରଖାନାରୁ ବାହାରୁ ଥିବା ସମସ୍ତ ଆବର୍ଜନାକୁ ଏକାଠି କରି ଗୋଟିଏ ଡମ୍ଫିଙ୍ଗ ୟାର୍ଡକୁ ନିଆ ଯାଏ । ପୁଣି ସେଠାରୁ ଆବର୍ଜନାକୁସିପୃଥକୀକରଣ କରିବାରେ କଷ୍ଟକର ହୋଇଥାଏ।

waste in odia 5

 ସାରା ବିଶ୍ବରେ ବଡ଼ ମୋବାଇଲ ମାର୍କେଟ ଭାବରେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି । ଅନ୍ୟପଟେ ଇ - ଆବର୍ଜନା ଉତ୍ପନ୍ନ କରିବାରେ ଭାରତ ୩ୟ ସ୍ଥାନରେ ରହିଛି। ପ୍ରତିବର୍ଷ ୩୨.୩ ଲକ୍ଷ ଟନ୍ ଇ - ଆବର୍ଜନା ଆମ ଦେଶରୁ ହିଁ ବାହାରୁଛି । ପରିବେଶ , ଜଙ୍ଗଲ , ଜଳବାୟୁ ପରି ବିଭିନ୍ନ ମନ୍ତ୍ରଣାଳୟ ପକ୍ଷ ରୁ ଇପି ଆର ( ଏକ୍ସ ଟେଣ୍ଡେଡ଼ ପ୍ରଡ୍ୟୁସର ରେସ୍ପନସିବିଲିଟି ) ଅଧୀନରେ ୨୦୧୬ ଇ - ୱେଷ୍ଟ ମ୍ୟାନେଜମେଣ୍ଟ ନିୟମ ପ୍ରସ୍ତୁତ କରାଯାଇଛି । ଆଜି ଆମେ ଭାରତ ଏକ ବିଲିୟନ ମୋବାଇଲ ଫୋନ ଅତିକ୍ରମ କରିଥିବାରୁ ଗର୍ବିତ ଅନୁଭବ କରୁଛୁ କିନ୍ତୁ ଏହା ମନେ ରଖିବାକୁ ହେବ ଯେ ଆଜିର ସ୍ମାର୍ଟ ଉପକରଣଟି ଆସନ୍ତା କାଲିର ଇ -ଆବର୍ଜନାରେ ପରିଣତ ହେବ । ଏହା ସହିତ ଅନ୍ୟ ବର୍ଗର ଇ -ଆବର୍ଜନା ମିଶିଲେ ପରିସ୍ଥିତି ଆହୁରି ଗମ୍ଭୀରତର ହୋଇପାରେ। ଏହି ଇ -ଆବର୍ଜନାଗୁଡ଼ିକୁ ପୁନଃବିକ୍ରୟ ପାଇଁ ଶିଶୁ ଶ୍ରମିକ ମାନେ ଖୋଲା ପଡ଼ିଆ ମାନଙ୍କ ରୁ ସଂଗ୍ରହ କରି ଏହାକୁ ହାତରେ ଭାଙ୍ଗି ଏଥିରେ ଥିବା ବିଷାକ୍ତ ଧାତୁ ଯେପରିକି ସୀସା , କାଡ଼ମିଅମ , ପାରଦ ଇତ୍ୟାଦି ଏବଂ ଏଥିରୁ ନିର୍ଗତ ଏସିଡ ସଂସ୍ପର୍ଶରେ ଆସିଥାନ୍ତି । ଭାରତ ରେ ଉତ୍ପନ୍ନ ଇ - ଆବର୍ଜନର ୭୦ ଭାଗ କମ୍ପ୍ୟୁଟର ଡିଭାଇସ୍ ହୋଇଥାଏ , ୧୨ ପ୍ରତି ଶତ ଟେଲିକମ୍ ସେକ୍ଟରରୁ , ୮ପ୍ରତିଶତ ମେଡ଼ିକାଲ ଇକ୍ୟୁପମେଣ୍ଟ ,୭ପ୍ରତିଶତ ଇଲେକ୍ଟ୍ରିକ୍ ଇକ୍ୟୁପମେଣ୍ଟ ଓ ପାଖାପାଖି ୭୫ ପ୍ରତି ଶତ ଇ - ଆବର୍ଜନା ସରକାରୀ , ବେସରକାରୀ , ଘରୋଇ ସଂସ୍ଥାରୁ ଉତ୍ପନ୍ନ ହେଉଛି । 

ବିଦେଶରେ ଏହି ଇ - ଆବର୍ଜନାକୁ ନେଇ ବିଭିନ୍ନ ସଂସ୍ଥାମାନେ ଉଦ୍-ବେଗ ପ୍ରକାଶ କରି ଥିବାବେଳେ ଭାରତ ରେ ବଡ ବଡ ସହର ମାନଙ୍କ ରେ ଏହି ଆବର୍ଜନ ରୁ ପରିବେଶକୁ ରକ୍ଷା କରିବା ପାଇଁ ବୈଜ୍ଞାନିକ ଏବଂ ସ୍ୱେଚ୍ଛାସେବୀ ସଂସ୍ଥାମାନେ ସକ୍ରିୟ । ତେବେ ବିଶ୍ୱର ବଡ଼ ବଡ଼ ସହରମାନଙ୍କ ପରି ଓଡିଶାରେ ଦ୍ରୁତ ଶିଳ୍ପାୟନ ଏବଂ ରାଜ୍ୟ ରାଜଧାନୀ ଭୁବନେଶ୍ୱର ସମେତ ଅନ୍ୟାନ୍ୟ ସହରମାନଙ୍କରେ ଗଢିଉଠୁଥିବା ଶିକ୍ଷାନୁଷ୍ଠାନ ଏବଂ ବାଣିଜ୍ୟିକ ସଂସ୍ଥାରୁ ଭବିଷ୍ୟତରେ ଆହୁରି ବହୁ ପରିମାଣରେ ଇ - ଆବର୍ଜନକୁ ପ୍ରକ୍ରିୟାକରଣ କରିବା ଅସମ୍ଭବ ନୁହେଁ । ତେଣୁ ବ୍ୟବହାର ଅନୁପଯୋଗୀ ଏହି ବୈଦ୍ୟୁତିକ ସରଞ୍ଜାମଗୁଡ଼ିକ ଏଣେତେଣେ ନ ଫୋପାଡି ପୁନଃପ୍ରକ୍ରିୟାକରଣ ଆଗରୁ ସତର୍କ ରହିବା ସହିତ ଏହି ଆବର୍ଜନାକୁ ସଂଗଠିତ ଉପାୟରେ ପ୍ରକ୍ରିୟାକରଣ ସହିତ ପରିବେଶକୁ ରକ୍ଷା କରିବା ପାଇଁ ଏବେଠୁ ଉଦ୍ୟମ ହେବା ଜରୁରୀ ।

ତଥ୍ୟ-Foreword UNU, ITU and ISWA

Post a Comment

0Comments

Post a Comment (0)