ସୂର୍ଯ୍ୟ ନମସ୍କାର ଆସନ ବିଧି, ଉପକାରିତା- Surya namaskar benefits Odia -ଯୋଗ ଆସନ

@_ustad
0

ସ୍ୱାସ୍ଥ୍ୟ ଟିପ୍ସ: ସକଳ ଶକ୍ତିର ଆଧାର ହେଉଛନ୍ତି ସୂର୍ଯ୍ୟ । ସୂର୍ଯ୍ୟ ନମସ୍କାରର ଏହି ୧୨ଟି ଆସନ ଆମେ ପ୍ରତ୍ୟେକ ଦିନ କଲେ ଦିନ କଲେ ଉଭୟ ଶାରୀରିକ ଓ ମାନସିକ ସ୍ଵାସ୍ଥ୍ୟ ପାଇଁ ରାମବାଣ ସଦୃଶ୍ୟ ହୋଇଥାଏ ।


ତେବେ ଜାଣନ୍ତୁ କିଭଳି କରିବେ ସୂର୍ଯ୍ୟନମସ୍କାର ଓ ଏହାର ଫାଇଦା କ’ଣ ?


ପ୍ରଣାମଆସନ – ଚଟାଣରେ ଗୋଟେ ମ୍ୟାଟ୍‌ ପକାନ୍ତୁ। ମ୍ୟାଟ୍‌ର ସାମ୍ନାରେ ଠିଆ ହେବେ। ଏବେ ଦୁଇ ହାତକୁ ଛାତି ପାଖରେ ରଖି ନମସ୍କାର ମୁଦ୍ରାରେ ରଖିବେ।
ହସ୍ତ ଉତ୍ଥାନଆସନ – ବର୍ତ୍ତମାନ ଦୁଇ ହାତକୁ ଉପରକୁ ଉଠାଇ ପଛକୁ ନେବେ।
ହସ୍ତପାଦାସନ – ଏବେ ଦୁଇ ହାତରେ ପାଦକୁ ଛୁଇଁବାକୁ ଚେଷ୍ଟା କରିବେ। ଏହି ମୁଦ୍ରାରେ ଆଣ୍ଠୁ ଭାଙ୍ଗିବେ ନାହିଁ। ମୁଣ୍ଡକୁ ନେଇ ଆଣ୍ଠୁରେ ଲଗାଇବା ପାଇଁ ଚେଷ୍ଟା କରିବେ।
ଅଶ୍ୱ ସଞ୍ଚାଳନ ଆସନ – ଏବେ ଡାହାଣ ଗୋଡ଼କୁ ପଛକୁ ନେବେ।
ଦଣ୍ଡାସନ – ଏବେ ବାମ ପାଦକୁ ଡାହାଣ ପାଦ ପାଖରେ ରଖିବେ। ଦଣ୍ଡ ମୁଦ୍ରାରେ ରହିବେ।
ଅଷ୍ଟାଙ୍ଗ ନମସ୍କାର – ବର୍ତ୍ତମାନ ଆଣ୍ଠୁ, ଛାତି ଓ ଥୋଡ଼ିକୁ ତଳେ ଲଗେଇବେ।
ଭୁଜଙ୍ଗାସନ – ଏହି ଆସନରେ ଶରୀରର ଉପର ଭାଗକୁ ମୋଡ଼ି ଉପରକୁ ଅନାନ୍ତୁ।
ପର୍ବତାସନ – ବର୍ତ୍ତମାନ ଆଣ୍ଠୁ ଓ ଅଣ୍ଟାକୁ ଉପରକୁ ଉଠାନ୍ତୁ, ଯେପରି ପାହାଡ଼ ଆକୃତିର ରହିବ।
ଅଶ୍ୱ ସଞ୍ଚାଳନ ଆସନ – ବର୍ତ୍ତମାନ ବାମ ଗୋଡ଼କୁ ସାମ୍ନାକୁ ଆଣନ୍ତୁ ଓ ଦୁଇ ହାତର ମଝିରେ ରଖନ୍ତୁ।
ପଦହସ୍ତାସନ – ପୁନଃ ସିଧା ଠିଆ ହୋଇ ହାତରେ ଦୁଇ ପାଦକୁ ଧରନ୍ତୁ।
ହସ୍ତ ଉତ୍ଥାନଆସନ – ପୁନଃ ଦୁଇ ହାତକୁ ଉପରକୁ ଟେକି ପଛକୁ ନିଅନ୍ତୁ।
ନମସ୍କାର ଆସନ – ବର୍ତ୍ତମାନ ନମସ୍କାର ଆସନକୁ ପୁଣି ଫେରନ୍ତୁ।













ସୂର୍ଯ୍ୟ ନମସ୍କାରର ଫାଇଦା



  • ସୂର୍ଯ୍ୟନମସ୍କାର କରିବା ଦ୍ୱାରା ଓଜନ ନିୟନ୍ତ୍ରଣରେ ରହିଥାଏ।
  • ସମ୍ପୂର୍ଣ୍ଣ ଶରୀରକୁ ସୁଦୃଢ଼ କରେ ସୂର୍ଯ୍ୟ ନମସ୍କାର।
  • ଏହା କରିବା ଦ୍ୱାରା ଶରୀରର ଅଙ୍ଗପ୍ରତ୍ୟେଙ୍ଗ ମଜବୁତ ରହିଥାଏ।
  • ଶରୀରରେ ସଠିକ୍‌ ଭାବେ ରକ୍ତ ସଞ୍ଚାଳନ ହୋଇଥାଏ। ଫଳରେ ତ୍ୱଚା ଉଜ୍ୱଳ ହୋଇଥାଏ।
  • ପାଚନକ୍ରିୟାକୁ ସୁଦୃଢ଼ ରଖିଥାଏ ଫଳରେ ଗ୍ୟାସ୍‌, ଏସିଡିଟି ଭଳି ସମସ୍ୟା ସୃଷ୍ଟି ହୋଇନଥାଏ।
  • ନିଦ୍ରାହୀନତା ଦୂର କରାଏ।
  • ଏହା ମାଂସପେଶୀ ଯନ୍ତ୍ରଣା, ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦୂର କରିଥାଏ।
  • ପ୍ରତିଦିନ ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ଋତୁଚକ୍ର ନିୟମିତ ହୋଇଥାଏ।
  • ନିୟମିତ ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ମାନସିକ ଚାପ ଦୂର ହୁଏ।
  • ଯଦି ପ୍ରଥମଥର ପାଇଁ ସୂର୍ଯ୍ୟ ନମସ୍କାର କରୁଛନ୍ତି ତେବେ ଅଳ୍ପ ସମୟ ପାଇଁ କରନ୍ତୁ। ପରେ ଧୀରେ ଧୀରେ ଏହାର ସମୟ ବଢ଼ାନ୍ତୁ।











ସୂର୍ଯ୍ୟ ନମସ୍କାର କେଉଁମାନେ କରିବେ ନାହିଁ ?


  • ଗର୍ଭବତୀ, ହାର୍ନିଆ ଓ ଉଚ୍ଚ ରକ୍ତଚାପ ଥିବା ଲୋକେ ଏହି ଆସନ କରିବେ ନାହିଁ।
  • ଯଦି କୌଣସି ରୋଗରେ ପୀଡ଼ିତ ଥିବେ। ତେବେ ଏହା କରନ୍ତୁ ନାହିଁ।


Tag:ସୂର୍ଯ୍ୟ ନମସ୍କାର ଆସନ ବିଧି, ଉପକାରିତା, Surya namaskar benefits Odia, ଯୋଗ ଆସନ, ସୂର୍ଯ୍ୟ ନମସ୍କାର ପ୍ରଣାଳୀ, Surya namaskar poses Odia

Post a Comment

0Comments

Post a Comment (0)