ସଜନା ପକୁଡି- Sajana pakudi in Odia

@_ustad
0

 ଆବଶ୍ୟକ ସାମଗ୍ରୀ-

ସଜନା ଶାଗ, ବେସନ, କଂଚା ଲଙ୍କା, ଲୁଣ, ତେଲ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଜୁଆଣୀ, ପିଆଜ ଶଣ୍ଢା, ହିଙ୍ଗୁ, ରସୁଣ ।

ପ୍ରସ୍ତୁତି ପ୍ରଣାଳୀ-

ପ୍ରଥମେ ସଜନା ଶାଗକୁ କାଟି ଏକ ପାତ୍ରରେ ରଖିବେ । ଏହାପରେ ସେଥିରେ ଛୋଟଛୋଟ କଟା ହୋଇଥିବା ପିଆଜ ଶଣ୍ଢା , ଜୁଆଣୀ, କଟା କଂଚା ଲଙ୍କା, ରସୁଣ ଛେଚା, ହିଙ୍ଗୁ, ଲୁଣ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ୫ ରୁ ୧୦ ମିନିଟ ଯାଏଁ ତାକୁ ଖୋଲା ଛାଡିବେ । ଏହାପରେ ସେଥିରେ ବେସନ୍ ପକାଇ ଭଲଭାବେ ମିକ୍ସ କରିବେ । ଆବଶ୍ୟକ ଅନୁସାରେ ପାଣି ସେଥିରେ ମିଶାଇବେ । ଅଧିକ ପତଳା କରିବେ ନାହିଁ । ଏହାପରେ ଗ୍ୟାସ୍‌ରେ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଏହି ମିଣ୍ରଣରୁ ଛୋଟ ଛୋଟ ବଲ୍ ପ୍ରସ୍ତୁତ କରି ପକାଇ ଫ୍ରାଏ କରିବେ । କମ୍ ଆଂଚରେ ଏହାକୁ ଫ୍ରାଏ କରିବେ । ଦେଖିବେ ଉଭୟ ପାଖ ଗୋଲ୍ଡେନ୍ କଲର ହୋଇ ଆସିଲେ, ତାକୁ କାଢି ଏକ ପ୍ଲେଟରେ ରଖିବେ । ପ୍ରସ୍ତୁତ ହୋଇଗଲା ସଜନା ପକୁଡି । ଏବେ ଗରମ ଗରମ ଏହାକୁ ଯେ କୌଣସି ସସ୍ ଲଗାଇ ଖାଇପାରିବେ।


Tag:ସଜନା ପକୋଡା,ସଜନା ପକୁଡି ପ୍ରସ୍ତୁତି, Sajana Pakudi, Sajana Pakoda recipes, Odia pathshala recipes

Post a Comment

0Comments

Post a Comment (0)