Ranipur jharial | Ranipur jharial mandir | Ranipur jharial odisha | Ranipur jharial history | Ranipur jharial balangir | Ranipur jharial sindhekela odisha | Ranipur jharial image | Ranipur jharial temple | Ranipur jharial balangir district | Ranipur jharial dikhaye | Ranipur jharial dikhao | History of Ranipur jharial | Ranipur jharial google map | Ranipur jharial history in odia | Ranipur jharial temple image | Ranipur jharial temple in orissa
ରାଣୀପୁର-ଝରିଆଲ, ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ସହର ପାଖାପାଖି ଦୁଇଟି ଛୋଟିଆ ଗାଁ। ଏ ଦୁଇ ଗାଁ କୁ ସଂଯୋଗ କରୁଛି ଏକ ବିଶାଳକାୟ ପଥର ଚଟାଣ । ଚଟାଣ ର କେନ୍ଦ୍ରରେ ଛାତ ନଥିବା ଏକ ଗୋଲାକାର ମନ୍ଦିର। ଏ ପ୍ରକାର ମନ୍ଦିର ଓଡିଶାର ସ୍ଥାପତ୍ୟ ଇତିହାସରେ ମାତ୍ରା ଦୁଇଟି ।
ରାଣୀପୁର-ଝରିଆଲର ଚଉଷଠି ଯୋଗିନୀ ମନ୍ଦିର ଅନ୍ୟାନ୍ୟ ଚାରି ଯୋଗିନୀ ମନ୍ଦିର ଭିତରୁ ଅନ୍ୟତମ । ଅନ୍ୟ ତିନିଗୋଟି ଯୋଗିନୀ ମନ୍ଦିର ଭୁବନେଶ୍ୱର ପାଖ ହୀରାପୁର, ଖଜୁରାହୋ ଏବଂ ଜବଲପୁର ପାଖ ବେରାଘାଟରେ ଅବସ୍ଥିତ । ତେବେ ହୀରାପୁର ମନ୍ଦିର ଆକାରରେ ଯଥେଷ୍ଟ ଛୋଟ। ରାଣିପୁର-ଝରିଆଲର ବିଶାଳକାୟ ପଥର ଉପରେ ନିର୍ମିତ ଏହି ବିଚିତ୍ର ଦେଉଳର ନାମ ଚୌଶଠି ଯୋଗିନୀ ମନ୍ଦିର।
ଭାରତୀୟ ତନ୍ତ୍ର ପରମ୍ପରାରେ ଯୋଗିନୀ ହେଉଛନ୍ତି ଦେବୀଙ୍କ ଅଙ୍ଗରୁ ଜାତ ହୋଇଥିବା ଲୌକିକ ଶକ୍ତି। କୌଳ ତନ୍ତ୍ର ଅନୁସାରେ ଦେବୀଙ୍କୁ କୁଳ ଓ ଶିବଙ୍କ ଅକୁଳ ବୋଲି କୁହାଯାଇଥାଏ । ଶିବଙ୍କୁ କେନ୍ଦ୍ରକରି ଦେବୀଙ୍କର ୬୪ ସ୍ଵରୂପ ଯୋଗିନୀ ରୂପରେ ନୃତ୍ୟ କରୁଥାନ୍ତି। ଉତ୍ତର ଓ ପୂର୍ବ ଭାରତରେ ମାତ୍ର କେତୋଟି ଯୋଗିନୀ ମନ୍ଦିର ରହିଛି।
ଶାହଡୋଲ୍, ଖଜୁରାହୋ, ଭେଡାଘାଟ ଓ ଗୋଆଲିଅର ସମେତ ଓଡିଶାରେ ଦୁଇଟି ୬୪ ଯୋଗିନୀ ମନ୍ଦିର ରହିଛି । ଭାରତୀୟ ତନ୍ତ୍ର ପରମ୍ପରାର ଏକ ଅଳ୍ପଚର୍ଚିତ କିନ୍ତୁ ଅଧିକ ଗୁରୁତ୍ଵ ବହନ କରୁଥିବା ୬୪ ଯୋଗିନୀ ମନ୍ଦିରକୁ ନେଇ କିଛି କଥା-
୧.ଯୋଗିନୀ ତନ୍ତ୍ରକୁ କୌଳ ତନ୍ତ୍ର ବା ସୋମ ତନ୍ତ୍ର ବୋଲି କୁହାଯାଇଥାଏ। ଶୈବ-ତନ୍ତ୍ର ର ଏକ ପ୍ରମୁଖ ଧାରାକୁ ମତ୍ତ ମୟୂର ଶାଖା ବୋଲି କୁହାଯାଉଥିଲା ।
-ଏହି ଧାରାର ଜଣେ ପ୍ରମୁଖ ସାଧକ ଗଗନ ଶିବ ନାମରେ ଜଣେ ଶୈବାଚାର୍ଯ୍ୟ ସୋମେଶ୍ୱର ମନ୍ଦିର, ସୋମବଂଶୀ ରାଜତ୍ୱ ସମୟରେ ଅଷ୍ଟମ ଶତାବ୍ଦୀରେ ନିର୍ମାଣ କରିଥିଲେ । ମନ୍ଦିର ଭିତରେ ଏକ ଶିଳାଲେଖରେ ସୋମତୀର୍ଥ ସହିତ ଗଗନ ଶିବଙ୍କ ନାମର ଉଲ୍ଲେଖ ରହିଛି । ୧୮୭୪-୭୫ ମସିହାରେ ପ୍ରତ୍ନତତ୍ତ୍ୱବିତ୍ ଜେ.ଡି. ବେଗଲାର ରାଣୀପୁର-ଝରିଆଲରେ ୫୭ ଗୋଟି ମନ୍ଦିର ଥିବା ଉଲ୍ଲେଖ କରିଛନ୍ତି । ତାଙ୍କ କଳନା ଅନୁସାରେ ଅଷ୍ଟମ ଶତାବ୍ଦୀରେ ୧୨୦ଟି ଦେଉଳ ତୋଳାଯାଇଥିଲା । ସୋମବଂଶୀ ଶାସନ କାଳରେ ଅଷ୍ଟମ ଶତାବ୍ଦୀରେ ଏହି ଦେଉଳମାନ ତୋଳା ଯାଇଥିବା ସେ ଉଲ୍ଲେଖ କରିଛନ୍ତି । ଐତିହାସିକ କେଦାର ନାଥ ମହାପାତ୍ର ଏହି ଦେଉଳମାନ ୬୫୦ ଖ୍ରୀଷ୍ଟାବ୍ଦରୁ ୯୫୦ ଖ୍ରୀଷ୍ଟାବ୍ଦ ଭିତରେ ନିର୍ମାଣ ହୋଇଥିବାର ଅନୁମାନ କରନ୍ତି ।
ତେବେ ଗଗନଶିବ ଯୋଗିନୀ ସାଧକ ଥିଲେ କି ନାହିଁ ତାହାର ପ୍ରମାଣ ମିଲେ ନାହିଁ ।
୨. ଯୋଗିନୀ ସାଧନା ସହିତ କୌଳ ଓ ଲୌକିକ ସମନ୍ବୟ ରହିଛି। ଯୋଗିନୀ ମାନେ ମୂଳତଃ ଲୋକ ଦେବୀ।
ଏମାନେ ବଶୀକରଣ (ଅନ୍ୟକୁ ନିଜ ବଶ କରି ରଖିବା),ଗୁତିକାଂଜନ (ଏକ ପ୍ରକାର କଜଳ ଯାହା ଲଗାଇଲେ ଗୁପ୍ତ ଧନ ଦୃଶ୍ୟ ହୁଏ ), ଧାତୁବାଦ ( ଧାତୁ କୁ ବହୁମୂଲ୍ୟ ସୁନା ରେ ରୂପାନ୍ତର କରିବାର କଳା ), ବିଦଗ୍ଧ (ଶତ୍ରୁ କୁ ଧ୍ବଂସ କରିବାର କଳା ), ଅଗ୍ନିସ୍ତମ୍ଭନ(ନିଆଂକୁ ଆୟତ୍ତ କରିବାର କଳା), ଖେଚରୀ ବିଦ୍ୟା ( ଆକାଶରେ ଭ୍ରମଣ କରିବାର କଳା) ଇତ୍ୟାଦି ସାଧନା ର ମହାଦେବୀ ଭାବରେ ସାଧକ ଦ୍ଵାରା ପୂଜା ପାଇଥାନ୍ତି।
୩. ରାଣିପୁର –ଝରିଆଲ ର ୬୪ ଯୋଗିନୀ ମନ୍ଦିର ସହିତ ଏଠାରେ ଆହୁରି ଅନେକ ଶିବ, ଶକ୍ତି ଓ ଭୈରବଙ୍କ ମନ୍ଦିର ରହିଛି । ଏହା ବ୍ୟତୀତ ତପସ୍ୟା ଲାଗି ଅନେକ କୋଟର ଓ ଗୁମ୍ଫା ମଧ୍ୟ ଏଠାରେ ଦେଖିବାକୁ ମିଳେ । ଏହାର ଅଳ୍ପ ଦୂରରେ ଇଟା ରେ ନିର୍ମିତ ବିରଳ ଇନ୍ଦ୍ରଲାଠ ମନ୍ଦିର ରହିଛି।
୪. ଯୋଗିନୀ ମନ୍ଦିର ନବମ ଶତାବ୍ଦୀରେ ସୋମବଂଶି ରାଜାମାନେ ନିର୍ମାଣ କରିଥିବାର ଅନୁମାନ କରାଯାଏ। ସୋମ ବଂଶି ମାନେ ଉତ୍ତର ଦିଗରୁ ଆସିଥିବାରୁ ଓ ଉତ୍ତର ଭାରତରେ ଏକ ପ୍ରତଷ୍ଠିତ ଯୋଗିନୀ ପରମ୍ପରା ରହିଥିବାରୁ, ଏହା ଅନେକାଂଶରେ ଠିକ ମନେ ହୁଏ ।
୫. ଭାରତର ଅନ୍ୟାନ୍ୟ ଯୋଗିନୀ ମନ୍ଦିର ତୁଳନାରେ ରାଣୀପୁର୍-ଝରିଆଲର ନିର୍ଦିଷ୍ଟ ସ୍ଵାତନ୍ତ୍ର ରହିଛି । ଭରତ ମୁନି ପ୍ରଣୀତ ନାଟ୍ୟ ଶାସ୍ତ୍ର ରେ ବର୍ଣ୍ଣିତ ବିବିଧ କରଣ ରେ ଏଠି କାର ଯୋଗିନୀ ମାନେ ଉଭା ହୋଇଛନ୍ତି । କେନ୍ଦ୍ରରେ ଏକ ବିଶାଳକାୟ ଶିବ ପ୍ରତିମା ନୃତ୍ୟ ଉଦ୍ୟତ ଭଂଗୀ ରେ ଅଛନ୍ତି।
ଶିବଙ୍କର ସତେ ଯେମିତି ମନ୍ଦିର ଟି ଏକ ମେଳ ନୃତ୍ୟର ଭ୍ରମ ସୃଷ୍ଟି କରୁଛି।
୬. କେନ୍ଦ୍ରାଧିପତି ଶିବଙ୍କର ତିନୋଟି ମୁଖ, ଆଠ ହସ୍ତ ରହିଛି ଓ ତାଙ୍କ ସହ ଗଣେଶ ଓ ନନ୍ଦୀ ମଧ୍ୟ ରହିଛନ୍ତି । ୬୪ ଯୋଗିନୀ ମଧ୍ୟରୁ କିଛି ଯୋଗିନୀ ମୂର୍ତୀ ଏବେ ଆଉ ଦୃଶ୍ୟମାନ ହେଉ ନାହାନ୍ତି ।
୭. ତେବେ ହିରାପୁର ଯୋଗିନୀ ଗଣ ଯେମିତି ଦେଖିବାକୁ ସୁନ୍ଦରୀ, ରାଣିପୁର –ଝରିଆଲ ରେ ସେମାନେ ଅତୀବ ଭୟଙ୍କରୀ। ପ୍ରାୟ ଯୋଗିନୀ ତ୍ରିଶୁଳ, ପାଶ ଓ ମାଳ ଧାରଣ କରନ୍ତି। ପ୍ରାୟ ୧୫ ଜଣ ଯୋଗିନୀ ମୁଖ ରେ ପଶୁ ବେଶ ଧାରଣ କରିଛନ୍ତି । ବିରାଡି ମୁହଁ ରେ ମାର୍ଜାରୀ, ହାତୀ ମୁହଁ ରେ ଗଣେଶାନୀ, ବରାହ ମୁହଁରେ ବାରାହୀ ଇତ୍ୟାଦି ।
୮. ସ୍ଥାପତ୍ୟ ଦୃଷ୍ଟିରୁ ଏହି ମନ୍ଦିର ଯେତିକି ଗୁରୁତ୍ବପୂର୍ଣ ସେଇ ସମୟର ଇତିହାସ ଓ ସଂସ୍କୃତି ଅଧ୍ୟୟନ ଲାଗି ମଧ୍ୟ ଯୋଗିନୀ ମୂର୍ତିର ସାଂକେତିକ ଗୁରୁତ୍ବ ରହିଛି। ବୌଦ୍ଧ ତନ୍ତ୍ର ସହ ଶୈବ ତନ୍ତ୍ର ର ସମନ୍ଵୟ ଯୋଗିନୀ ମନ୍ଦିରରେ ଦେଖିବାକୁ ମିଳେ ।
୯. ୫୦ ଫୁଟ୍ ପରିଧି ବିଶିଷ୍ଟ ଗୋଲାକାର ଯୋଗିନୀ ମନ୍ଦିରର ୬୪ ଟି ଖୋପରେ ରହିଥିବା ଯୋଗିନୀ ଗଣ ମୂର୍ତ୍ତି ସବୁ କ୍ଷୟୀଷ୍ଣୁ କୁଂଡା ପଥରରେ ନିର୍ମିତ ହୋଇଥିବାରୁ, ସମୟ କ୍ରମେ ମୂର୍ତ୍ତି ସ୍ଥାପତ୍ୟ ଲିଭି ଲିଭି ଆସୁଛି । ଏହାର ସଂରକ୍ଷଣ ନିତାନ୍ତ ଜରୁରୀ । ସେହିପରି ମୂର୍ତ୍ତିଚୋର ମାନେ କିଛି ଯୋଗିନୀ ମୂର୍ତ୍ତି ଖୋଲି ନେଇ ସାରିଲେଣି ।
୧୦. ପର୍ଯ୍ୟଟନ ତଥା ଇତିହାସ ଦୃଷ୍ଟିରୁ ରାଣିପୁର-ଝରିଆଲ ର କୌଣସି ବିକଳ୍ପ ନାହିଁ । ହେଲେ ଏହାର ବିକାଶ ଲାଗି କାହାର ଆନ୍ତରିକତା ଦେଖିବାକୁ ମିଳୁନି। ଟିଟିଲାଗଡ ଓ କଣ୍ଟାବାଞ୍ଜି ସହର ଠାରୁ ଏଠିକି ପହଞ୍ଚିବାକୁ ଘଣ୍ଟାଏ ସମୟ ଲାଗେ । ଏହାକୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ର ମର୍ଯ୍ୟାଦା ମିଳିଥିଲେ ବି ଆବଶ୍ୟକୀୟ ଭିତ୍ତିଭୂମି ର ବିକାଶ କରାଯାଇ ନାହିଁ ।
Credit-Ranipurjharial.wordpress.com |
୧୧.ଏଠାର ବିଭିନ୍ନ ଉପାସନା ସ୍ଥଳରେ ପଶୁବଳି ପକାଯାଇଥାଏ । ପ୍ରତିବର୍ଷ ଭବାନୀପାଟଣାର ମାଣିକେଶ୍ୱରୀ, ପାଟଣାଗଡ଼ର ପାଟଣେଶ୍ୱରୀ ଏବଂ ଶୁଲିଆ ଯାତ୍ରାରେ ହଜାର ହଜାର ପଶୁବଳି ପଡ଼ିଥାଏ । ବଲାଙ୍ଗୀର ଜିଲ୍ଲାର ତୁସୁରା ପୋଲିସ ଷ୍ଟେସନ ଅଧୀନରେ ଖଇରାଗଡ଼ ଗାଁରେ ଶୁଲିଆ ଯାତ୍ରାରେ ଓଡ଼ିଶା ହାଇକୋର୍ଟର ନିର୍ଦେଶ ଓ ପ୍ରଶାସନର ୧୪୪ ଧାରାକୁ ଅବମାନନା କରି ହଜାର ହଜାର ମଇଁଷି, ବୋଦା, ମେଣ୍ଢା ଓ କୁକୁଡ଼ା ବଳି ପଡ଼ିଥାଏ । ୧୯୭୪-୭୫ ମସିହାରେ ପ୍ରଶାସକ ଏ.ଏନ. ତିଓ୍ୱାରୀ ରାଣୀପୁର ଆସିଥିଲେ । ସେ ଦେଖିଲେ ରାଣୀପୁର ଗାଁର ଏକ ଶିମୁଳି ଗଛ ମୂଳରେ ବୁଦ୍ଧମୂର୍ତ୍ତି ପୂଜା ପାଉଥିବା ଏବଂ ସେହି ବୁଦ୍ଧମୂର୍ତ୍ତି ସାମ୍ନାରେ ପଶୁବଳି ପଡୁଥିବା ଦେଖିବାକୁ ପାଇଥିଲେ । ବୁଦ୍ଧଙ୍କୁ ସ୍ଥାନୀଳ ଲୋକେ ଭୀମା ଦେବତା ଭାବେ ପୂଜା କରି ଭଲ ବର୍ଷା ହେବା ପାଇଁ ପଶୁବଳି ପକାଉଥିଲେ । ବଳି ରକ୍ତରେ ଭୀମା ଦେବତାଙ୍କୁ ସନ୍ତୁଷ୍ଟ କରିବାର ବିଧି ଏଠାରେ ରହିଛି । କୌଣସି ଶିଶୁ କିମ୍ବା ମହିଳାଙ୍କୁ ଜ୍ୱର ହେଲେ ଲୋକେ ପ୍ରେତ ଗ୍ରାସିଥିବାରୁ ଜ୍ୱର ହୋଇଛି ଭାବିଥାନ୍ତି । ରାତି ଅଧରେ ଗୁଣିଆ ଚଉଷଠି ଯୋଗିନୀ ମନ୍ଦିର ପ୍ରାଙ୍ଗଣରେ ପୂଜାକରି କୁକୁଡ଼ା ବଳି ପକାଇ ଶିଶୁ କିମ୍ବା ମହିଳାର ଶରୀରରୁ ପ୍ରେତ ଛଡ଼ାଇଥାଏ ।
କିଭଳି ପହଁଞ୍ଚିବେ:
ବିମାନ ମାର୍ଗରେ
ସ୍ଵାମୀ ବିବେକାନନ୍ଦ ଆନ୍ତର୍ଜାତୀୟ ବିମାନବନ୍ଦର, ରାୟପୂର (୨୦୧ କି.ମି.) ଏବଂ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଭୁବନେଶ୍ବର (୨୪୮କି.ମି) । ଶିଳ୍ପ ସହର ଝାରସୁଗୁଡା (୧୭୯ କି.ମି.) ରେ ଏକ ନୂଆ ବିମାନ ବନ୍ଦର ନିର୍ମାଣଧୀନ ଅବସ୍ଥାରେ ଅଛି । ସମ୍ବଲପୁରସ୍ଥିତ ଜମାଦାରପାଲି (୧୩୫ କି.ମି.) ଠାରେ ଏକ ଏୟାର ଷ୍ଟ୍ରିପ ଅଛି ।
ରେଳଗାଡ଼ିରେ
କଣ୍ଟାବାଞ୍ଜି କୁ ବସ କିମ୍ବା ରେଳ ପଥରେ ପହଞ୍ଚି ପାରିବେ ।
ସଡ଼କ ପଥରେ
ବଲାଙ୍ଗିର କୁ ବସ କିମ୍ବା ରେଳ ପଥରେ ପହଞ୍ଚି ପାରିବେ । ବଲାଙ୍ଗିର ଠାରୁ ରାନୀପୁର-ଝରିଆଲ ରେଳ ,ବସ କିମ୍ବା ଟେକସି ରେ ଯାଇ ପାରିବେ । କମେଣ୍ଟ କରିବାକୁ ଭୁଲନ୍ତୁ ନାହିଁ।
Tag: Ranipur jharial, Ranipur jharial mandir, Ranipur jharial odisha, Ranipur jharial history, Ranipur jharial balangir, Ranipur jharial sindhekela odisha, Ranipur jharial image, Ranipur jharial temple, Ranipur jharial balangir district, Ranipur jharial dikhaye, Ranipur jharial dikhao, History of Ranipur jharial, Ranipur jharial google map, Ranipur jharial history in odia, Ranipur jharial temple image, Ranipur jharial temple in orissa, Ranipur jharial ka video, Ranipur jharial mahashivratri, Ranipur jharial mandir photos odisha , Ranipur jharial mandir, Ranipur jharial shiv mandir, Ranipur jharial ka mandir, Ranipur jharial shivratri mela, Ranipur jharial odia video, Ranipur jharial temple odisha , Ranipur jharial