
Mahari nrutya, Mahari nacha Itihasa, Mahari, Mahari History Odia, Mahari dance Odia, Mahari Odia, Mahari dance information, Mahari Nrutya Odia, Mahari
ମାହାରୀ ନୃତ୍ୟ ସମ୍ପର୍କରେ ବିବରଣୀ
ମାହାରି ନୃତ୍ୟ ଓଡିଶାର ଏକ ଧାର୍ମିକ ନୃତ୍ୟ । ଓଡିଶା ଇତିହାସରେ ଦେବଦାସୀ ପ୍ରଥା ଥିଲା ଯେଊଁଥିରେ ନୃତ୍ୟଙ୍ଗନା ମାନେ ଭଗବାନଙ୍କ ସେବାରେ ନିଜକୁ ସମର୍ପି ଦେଇଥାନ୍ତି । ଏହି ନୃତ୍ୟଙ୍ଗନା ମାନଙ୍କୁ ମାହାରି ଏବଂ ଏମାନଙ୍କ ନୃତ୍ୟ କୁ ମହାରି ନୃତ୍ୟ କୁହଯାଏ । ରାଜା ଚୋଡଗଙ୍ଗଦେବଙ୍କ ସମୟରେ ପୁରି ଜଗନ୍ନାଥ ମନ୍ଦିରରେ ମାହାରି ମାନଙ୍କୁ ନିଯୁକ୍ତ କରାଯାଇଥିଲା । ତାଙ୍କପରେ ଅନଙ୍ଗଭୀମଦେବ ପୁରି ମନ୍ଦିରରେ ନାଟ୍ୟମଣ୍ଡପ ନିର୍ମାଣ କରିଥିଲେ କିନ୍ତୁ ଏହି ନାଟ୍ୟ ମଣ୍ଡପରେ ଯେଉଁମାନେ ନୃତ୍ୟ କରୁଥିଲେ ସେମନଙ୍କୁ ନାଚୁଣି, ବା ଗୌଡାସନି ନାମରେ ଜଣାଜାଉଥିଲା ହେଲେ ନୃତ୍ୟ ଶୈଳି ମାହାରି ନୃତ୍ୟ ଥିଲା। ମାହାରୀ ନୃତ୍ୟର ଏକ ଭିନ୍ନ ନାମ ଅଛି, ଯାହାକୁ ସମର୍ପଦ ନିୟୋଗ କୁହାଯାଏ । (36)ଛତିଶା ନିଯୋଗ ମଧ୍ୟରେ ଏହା ମଧ୍ୟ ଏକ ନିଯୋଗର ଅଂଶବିଶେଷ । ମୋଟ 35 ନିଯୋଗ ପୁରୁଷ ସେବାୟତଙ୍କ ପାଇଁ ଉର୍ଦ୍ଦିଷ୍ଟ ଥିବା ବେଳେ ଗୋଟିଏ ନିଯୋଗ କେବଳ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ । ଆଉ ସେ ପୁଣି ମାହାରୀ ନୃତ୍ୟ ପାଇଁ । କାଳକ୍ରମେ ମୂଳ ଦେବଦାସୀ ଶଶିମଣି ଦେବୀଙ୍କ ଦେହାନ୍ତ ପରେ ଏହି ସେବା ଶ୍ରୀମନ୍ଦିରରେ ଲୋପ ପାଇଯାଇଛି । କିନ୍ତୁ ବର୍ତ୍ତମାନ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବାକୁ ବର୍ତ୍ତମାନ କିଛି ନୃତ୍ୟଶିଳ୍ପୀ ମାହାରୀ ନୃତ୍ୟ ପରିବେଷଣ କରୁଛନ୍ତି ।ଏମାନେ ରଥ ଯାତ୍ରା, ଝୁଲଣ ଯାତ୍ର ଏବଂ ଦୋଳ ଯାତ୍ରା ଆଦିରେ ନୃତ୍ୟ ପରିବେଷଣ କରିଥାଆନ୍ତି ।
ମାହାରୀ ନୃତ୍ୟ ଓ ଦେବଦାସୀ
![]() |
୫୦ ଦଶକ ର ମାହାରୀ ନୃତ୍ୟ ଶିଳ୍ପୀ |
ବିଶେଷ ଭାବେ ଏହି ମାହାରୀ ପରମ୍ପରା ପୁରୀ ଶ୍ରୀମନ୍ଦିରରେ ପ୍ରଚଳିତ ଥିଲା । ଚୋଡଗଙ୍ଗ ଦେବଙ୍କ ରାଜୁତି ସମୟରେ ମାହାରୀ ମାନେ ନିଯୋଜିତ ହୋଇଥିଲେ ଶ୍ରୀ ମନ୍ଦିରରେ। ମାହାରୀ ସେବା ଦୁଇ ଭାଗରେ ବିଭକ୍ତ। ଯଥା-ଭିତର ଗାଭଣୀ ଏବଂ ବାହାର ଗାଭାଣୀ । ମାହାରୀମାନେ ୯ ବର୍ଷ ବୟସରେ ଶ୍ରୀ ଜଗନ୍ନାଥଙ୍କୁ ବିବାହ କରିଥାନ୍ତି ।
ମାହାରୀର ଅର୍ଥ
“ମାହାରୀ” ଶବ୍ଦର ଅର୍ଥ “ମହାନାରୀ”। ଏହି ନାରୀମାନେ ମହାପ୍ରଭୁଙ୍କର ପରିତୋଷ ନିମନ୍ତେ ରାତ୍ର କାଳରେ ଗୀତଗୋବିନ୍ଦ ଗାନ କରି ନୃତ୍ୟ ପରିବେଷଣ କରିଥାନ୍ତି । ବର୍ତ୍ତମାନ ଏହି ପରମ୍ପରା ଶ୍ରୀ ମନ୍ଦିରରେ ବନ୍ଦ କରାଯାଇଛି । ଚୋଡଗଙ୍ଗ ଦେବଙ୍କ ଶାସନ କାଳରେ ଏହି ପରମ୍ପରାକୁ ମଞ୍ଚରେ ପରିବେଷଣ କରିବାର ମାନ୍ୟତା ମିଳିଥିଲା । କୁହାଯାଏ ପୂର୍ବ କାଳରେ ମଞ୍ଚରେ ମାହାରୀ ନୃତ୍ୟ ପରିବେଷଣ କଲା ସମୟରେ କଳାକାର ମାନେ ଖୁବ ନୀତି ନିୟମ ମାନି ପରିବେଷଣ କରୁଥିଲେ । ଯେପରି :- ପରିବେଷଣ ପୂର୍ବରୁ ପରିଷ୍କାର ପରିଚ୍ଛନ୍ନ ହୋଇ ବସ୍ତ୍ର ପରିଧାନ କରିବେ । ପରିବେଷଣ କରିବା ସମୟରେ ଦର୍ଶକଙ୍କ ଆଡକୁ ଦୃଷ୍ଟି ଦେବେ ନାହିଁ , ପରିବେଷଣ କରିବା ପୂର୍ବରୁ ଆରାଧ୍ୟ ଜଗନ୍ନାଥଙ୍କ ପୂଜା କରିବେ ।
ସମଗ୍ର ବିଶ୍ବରେ ପରିଚିତ ହୋଇଥିବା ଓଡିଶୀ ନୃତ୍ୟର ମୂଳଦୁଆ ଏହି ମାହାରୀ ନୃତ୍ୟରୁ ଆରମ୍ଭ ହୋଇଥିଲା । ତେଣୁ ଓଡିଶୀ ଏବଂ ମାହାରୀ ରେ ସାମଞ୍ଜସ୍ୟ ଦେଖା ଯାଇଥାଏ । ବର୍ତ୍ତମାନ ସମୟରେ ମାହାରୀ ନୃତ୍ୟକୁ ସାରା ବିଶ୍ବରେ ପରିଚିତ କରାଇବା ପାଇଁ ଅନେକ ଗୁଡିଏ ପଦକ୍ଷେପ ନିଆଯାଉଛି ଏବଂ ଅନେକ କଳାକାର ମଧ୍ୟ ମାହାରୀ ନୃତ୍ୟରେ ନିଜକୁ ବିଶ୍ବ ଦରବାରରେ ପରିଚିତ କରାଇ ପାରିଛନ୍ତି । ଯଥା-ରୂପଶ୍ରୀ ମହାପାତ୍ର, ସୁହାଗନଳିନୀ ଦାସ ।
Mahari nrutya, Mahari nacha Itihasa, Mahari, Mahari History Odia, Mahari dance Odia, Mahari Odia, Mahari dance information, Mahari Nrutya Odia, Mahari