ସନ୍ଧ୍ୟାରେ ବନାନ୍ତୁ ଗରମା ଗରମ ମେଗି ପକୋଡି, ଶୀତୁଆ ପାଗରେ ଦେବ ମୁସମୁସିଆ ସ୍ୱାଦ
ଆବଶ୍ୟକ ସାମଗ୍ରୀ
- ମ୍ୟାଗି ବା ନୁଡୁଲ୍ସ - ୧୫୦ ଗ୍ରାମ
- ଲୁଣ - ୧/୨ ଚାମଚ
- ଲଙ୍କା ପାଉଡର - ୨ ଟେବୁଲ ଚାମଚ
- ମକା ଅଟା - ୨ ଟେବୁଲ ଚାମଚ
- ଚିଜ୍ କ୍ୟୁବସ୍ - ୧/୨ କପ୍
- ସିମଲା ଲଙ୍କା - ୧/୨ ଟେବୁଲ ଚାମଚ
- ରିଫାଇନଡ୍ ତେଲ - ୨ କପ୍
- ପାଣି - ଆବଶ୍ୟକଅନୁଯାୟୀ
ପ୍ରସ୍ତୁତି ପ୍ରଣାଳୀ
-ସର୍ବ ପ୍ରଥମେ ସିମଲା ଲଙ୍କାକୁ ଧୋଇ ତାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ।
-ପ୍ୟାନରେ ପାଣି ଗରମ କରି ମ୍ୟାଗି ଏବଂ ନୁଡୁଲ୍ସକୁ ଫୁଟାନ୍ତୁ। ଯେତେବେଳେ ମ୍ୟାଗି ସିଝିଯିବ ତାହାକୁ ପାତ୍ରରେ ବାହାରକୁ ବାହାର ଦିଅନ୍ତୁ।
-ଆଉ ଗୋଟେ ପାତ୍ରରେ ସିମଲ ଲଙ୍କା, ଚିଜ କ୍ୟୁବସ, ଲୁଣ ଏବଂ ଲଙ୍କା ପାଉଡର ମିକ୍ସ କରନ୍ତୁ। ଏହାପରେ ଏହାପରେ ଏଥିରେ ସିଝାଇ ରଖିଥିବା ମ୍ୟାଗିକୁ ମିଶାଇ ଦିଅନ୍ତୁ।
-କଡାରେ ତେଲ ଗରମ କରନ୍ତୁ। ଏବେ ମ୍ୟାଗିର ମିଶ୍ରଣକୁ ପକୋଡିର ସେପ୍ ଦେଇ ତେଲରେ ଛାଣି ଦିଅନ୍ତୁ। ଏହାପରେ ଏହାକୁ ଡିପ୍ ଫ୍ରାଏ କରି ବାହାରକୁ କାଢ଼ି ଦିଅନ୍ତୁ।
-ଏବେ ଆପଣଙ୍କର ମ୍ୟାଗି ପକୋଡି ପ୍ରସ୍ତୁତ ହୋଇଯାଇଛି।