Gopinath Mohanty Biography in Odia - ଗୋପୀନାଥ ମହାନ୍ତି (୨୦ ଅପ୍ରେଲ ୧୯୧୪- ୨୦ ଅଗଷ୍ଟ ୧୯୯୧) ମହାନଦୀ କୂଳର ଏକ ଛୋଟ ଗାଆଁ ନାଗବାଲିରେ ୨୦ ଏପ୍ରିଲରେ ଜନ୍ମ ହୋଇଥିଲେ ଗୋପୀନାଥ । ରେଭେନ୍ସା ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ସରିବା ପରେ ସେ ପାଟଣା ବିଶ୍ୱବିଦ୍ୟାଳୟରୁ ୧୯୩୬ରେ ଏମ.ଏ. ଡିଗ୍ରି ହାସଲ କରିଥିଲେ। ସେ ଓଡ଼ିଶାର ପ୍ରଥମ ଜ୍ଞାନପୀଠ ପୁରସ୍କାର ସମ୍ମାନିତ ଓଡ଼ିଆ ଔପନ୍ୟାସିକ ଥିଲେ । ତାଙ୍କ ରଚନାସବୁ ଆଦିବାସୀ ଜୀବନଚର୍ଯ୍ୟା ଓ ସେମାନଙ୍କ ଉପରେ ଆଧୁନିକତାର ଅତ୍ୟାଚାରକୁ ନେଇ । ତାଙ୍କ ଲେଖାମାନ ଓଡ଼ିଆ ଓ ଅନ୍ୟାନ୍ୟ ଭାଷାରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ତାଙ୍କ ପ୍ରମୁଖ ରଚନା ମଧ୍ୟରେ "ପରଜା", "ଦାଦିବୁଢ଼ା", "ଅମୃତର ସନ୍ତାନ", "ଛାଇଆଲୁଅ" ଗଳ୍ପ ଆଦି ଅନ୍ୟତମ । ୧୯୮୬ରେ ଗୋପୀନାଥ ମହାନ୍ତି ଆମେରିକାର ସାନ୍ଜୋସ୍ ଷ୍ଟେଟ୍ ୟୁନିଭର୍ସିଟିରେ ସମାଜବିଜ୍ଞାନ ପ୍ରାଧ୍ୟାପକ ଭାବେ ଯୋଗ ଦେଇଥିଲେ । ତାଙ୍କର ଶେଷ ଜୀବନ ସେହିଠାରେ କଟିଥିଲା।
- ନାମ- ଗୋପୀନାଥ ମହାନ୍ତି
- ବାପାଙ୍କ ନାମ- ସୂର୍ଯ୍ୟମଣି ମହାନ୍ତି
- ମା - ଦୁର୍ଗାଦେବୀ
- ବଡ଼ ଭାଇ- ଔପନ୍ୟସିକ କାହ୍ନୁଚରଣ ମହାନ୍ତି
- ଜନ୍ମ-20 ଅପ୍ରେଲ 1914 (ନାଗବାଲି, କଟକ)
- ମୃତ୍ୟୁ- 20 ଅଗଷ୍ଟ 1991 (ବର୍ଷ 77)କାଲିଫର୍ଣ୍ଣିଆ, ଆମେରିକା
ରଚନାବଳୀ
ଓଡ଼ିଆ ସାହିତ୍ୟରେ ସ୍ୱାଧୀନତା ପରେ ପରେ ଗୋପୀନାଥଙ୍କ ଲେଖାଲେଖି ଆରମ୍ଭ ହୋଇଥିଲା । ସେ କାଳର ସାଧାରଣ ଲୋକ, ଆଦିବାସୀ ଓ ଅନ୍ୟାନ୍ୟ ଜନଜାତିର ଗାଉଁଲି ସରଳ, ନିରଳସ ଜୀବନଧାରଣ ଆଦିକୁ ନେଇ ତାଙ୍କ ରଚନା ସମୃଦ୍ଧ ହୋଇଥିଲା । ତାଙ୍କ ଲେଖାରେ ଓଡ଼ିଆ ଚଳଣି, ସମତଳ ଓ ପାହାଡ଼ି ଜୀବନର କାହାଣୀ, ସାଧାରଣ ମଣିଷର କଥାଭାଷା ଆଦିର ବ୍ୟବହାର ଦେଖିବାକୁ ମିଳିଥାଏ।
ସେ ୨୪ଟି ଉପନ୍ୟାସ, ୧୦ଟି କ୍ଷୁଦ୍ରଗଳ୍ପ, ୩ଟି ନାଟକ, ୨ଟି ଆତ୍ମଜୀବନୀ, ୨ଟି ନିବନ୍ଧ, କନ୍ଧ, ଗଡ଼ବା, ସଉରାଙ୍କ ଭାଷା ଉପରେ ୫ଟି ବହି ଲେଖିଥିଲେ । ଲିଓ ଟଲଷ୍ଟୟଙ୍କ "ଉଆର ଆଣ୍ଡ ପିସ"କୁ ଓଡ଼ିଆରେ ଅନୁବାଦ କରିଥିଲେ (ଯୁଦ୍ଧ ଓ ଶାନ୍ତି, ୩ଟି ଖଣ୍ଡ, ୧୯୮୫-୮୬) ଓ ତାଙ୍କର ଆଉ ଏକ ଅନୁବାଦ କୃତି ଥିଲା ଟାଗୋରଙ୍କ "ଯୋଗାଯୋଗ" (୧୯୬୫) । ୫ଟି ଗଳ୍ପକୁ ନେଇ ୧୯୫୬ ମସିହାରେ ତାଙ୍କ ରଚିତ "ଛାଇଆଲୁଅ" ଗଳ୍ପ-ସଂକଳନ ପରେ ତାଙ୍କ ମୃତ୍ୟୁର ବର୍ଷେ ପରେ ୧୯୯୨ ମସିହାରେ ୫ଟି ଅଧିକ ଗଳ୍ପକୁ ମିଶାଇ "ଛାଇଆଲୁଅ"ର ପରିବର୍ଦ୍ଧିତ ସଂସ୍କରଣ ପ୍ରକାଶ ପାଇଥିଲା ।
ଉପନ୍ୟାସ
ମନ ଗହୀର ଚାଷ (୧୯୪୦ରେ ପ୍ରକାଶିତ ତାଙ୍କର ପ୍ରଥମ ଉପନ୍ୟାସ)
ଦାଦିବୁଢ଼ା (୧୯୪୪)
ପରଜା (୧୯୪୫)
ଅମୃତର ସନ୍ତାନ (୧୯୪୭) (କେନ୍ଦ୍ର ସାହିତ୍ୟ ଏକାଡ଼େମି-୧୯୫୫)
ହରିଜନ (୧୯୪୮)
ଶରତବାବୁଙ୍କ ଗଳି (୧୯୫୦)
ରାହୁର ଛାୟା (୧୯୫୨)
ଦୁଇପତ୍ର (୧୯୫୪)
ସପନମାଟି (୧୯୫୪)
ଦାନାପାଣି (୧୯୫୫)
ଶିବଭାଇ (୧୯୫୫)
ଅପହଞ୍ଚ (୧୯୬୧)
ଲୟ ବିଲୟ (୧୯୬୧)
ତନ୍ତ୍ରିକାର (୧୯୬୩)
ମାଟିମଟାଳ (୧୯୬୪)
ପାହାନ୍ତା (୧୯୭୦)
ଆକାଶ ସୁନ୍ଦେରୀ (୧୯୭୨)
ଅନଳନନ୍ଦ (୧୯୭୩)
ମନର ନିଆଁ ଓ ଚିଲପୁରି (୧୯୭୯)
ଦିଗଦିହୁଡ଼ି (୧୯୭୯)
ବୁନ୍ଦାଏ ପାଣି (୧୯୮୮)
କିଛି କହିବାକୁ ଚାହେଁ (୧୯୮୯)
ଜାନକାମା(୧୯୮୯)
ମେରିଆ (୧୯୮୯)
ଗପ
ଘାସର ଫୁଲ (୧୯୫୧)
ପୋଡ଼ାକପାଳ (୧୯୫୧)
ନବବଧୂ (୧୯୫୨)
ଛାଇଆଲୁଅ (୧୯୫୬)
ରଣଧନ୍ଦୋଳ (୧୯୬୩)
ଗୁପ୍ତଗଙ୍ଗା (୧୯୬୭)
ନାଁ ମନେନାହିଁ (୧୯୬୮)
ଉଡ଼ନ୍ତା ଖଇ (୧୯୭୧)
ଶରଶଯ୍ୟା (୧୯୯୨)
ତିନିକାଳ (୧୯୯୩)
ବାଘେଇ (୧୯୯୫)
ଆତ୍ମଜୀବନୀ
ସ୍ରୋତସ୍ୱତୀ (୪ଟି ଭାଗ)
ଜୀବନୀ
ଦୀପଂଜ୍ୟୋତୀ (୧୯୬୫)
ଉତ୍କଳମଣୀ (୧୯୬୭)
ଧୂଳିମାଟି ସନ୍ଥ (ଗୋପବନ୍ଧୁ ଚୌଧୂରୀ) (୧୯୮୫)
ନାଟକ
ମୁକ୍ତି ପଥେ (୧୯୩୭)
ଦିନ ଦିପହରେ (୧୯୩୭)
ମହାପୁରୁଷ (୧୯୮୫)
ପ୍ରବନ୍ଧ
ପ୍ରେମର ନିୟତି (୧୯୪୭)
କଳାଶକ୍ତି (୧୯୭୩)
ବାଇଆ ବକ
ଅନୁବାଦ
ଭାରତ ଆଜି ଓ କାଲି (india today and tomorrow)
ବୁଝା ମନ (eight stories from european literature)
ଯୋଗାଯୋଗ (ରବୀନ୍ଦ୍ର ନାଥ ଠାକୁରଙ୍କ ଉପନ୍ୟାସ)
କଥା ଭାରତୀ (ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଉପନ୍ୟାସ)
ଯୁଦ୍ଧ ଓ ଶାନ୍ତି (୩ଟି ଭାଗ, ଲିଓ ଟଲଷ୍ଟୟଙ୍କ ଉପନ୍ୟାସ)
ମୋ ବିଶ୍ୱବିଦ୍ୟାଳୟ (ମାଇଁ ୟୁନିଭର୍ସିଟି (ଗର୍କି))
ସେ ଲିଓ ଟଲଷ୍ଟୟଙ୍କ ଲିଖିତ ପ୍ରସିଦ୍ଧ ରୁଷୀୟ ବହି "war and peace"ର ଓଡ଼ିଆରେ ରୂପାନ୍ତର କରିଥିଲେ ।
ଭାଷା ଭିତ୍ତିକ
ଗଦବା ଭାଷା ପରିଚୟ (୧୯୫୯)
କୁଭି କନ୍ଧ ଭାଷାତତ୍ତ୍ୱ ( ୧୯୫୬)
କୁଭିଲେ କୁଟିନେହି ପନତୁ (୧୯୫୬)
କନ୍ଧ ପରଜା ସ୍ତ୍ରୋତ ଓ ସଙ୍ଗୀତ (୧୯୫୭)
ସଉରା ଭାଷା (୧୯୭୮)
ଇଂରାଜୀରେ ଗୋପୀନାଥଙ୍କ ଉପନ୍ୟାସ
ଗୋପୀନାଥଙ୍କ ୪ଟି ଉପନ୍ୟାସ- ପରଜା, ଦାନାପାଣି, ଲୟ ବିଲୟ, ଦାଦି ବୁଢ଼ା ଇଂରାଜୀରେ ଅନୁବାଦ କରାଯାଇଛି । ପ୍ରଥମ ତିନୋଟି ବିକାମ କେଶରୀ ଦାସ ଓ ଶେଷଟି ଅରୁଣ କୁମାର ମହାନ୍ତିଙ୍କ ଦେଇ ଅନୁବାଦ କରାଯାଇଛି । ଫେବର ଆଣ୍ଡ ଫେବର (ଇଉ. କେ.) ଓ ଅକ୍ସଫୋର୍ଡ଼ ଇଉନିଭର୍ସିଟି ପ୍ରେସ (ଭାରତ)ଦ୍ୱାରା ୧୯୮୭ରେ ପରଜା'ପ୍ରକାଶ ପାଇଥିଲା । ତାଙ୍କର ଅନେକ ଗପ ମଧ୍ୟ ଇଂରାଜୀ ଓ ବାକି ଭାଷାରେ ଅନୁବାଦ କରାଯାଇଛି । ତେବେ ନିରୁତା ଓଡ଼ିଆ ଭାଷାର ବ୍ୟବହାରରେ ବଳିଷ୍ଠ ତାଙ୍କଲେଖାକୁ ଅନୁବାଦ କଲାବେଳେ ଅନୁବାଦକମାନଙ୍କୁ ତାଙ୍କ ଲେଖାର ସେହି ଭାବକୁ ଅଣ-ଓଡ଼ିଆ ପାଠକମାନଙ୍କ ପାଖରେ ପହଞ୍ଚାଇବାକୁ ଅନେକ କଷ୍ଟ ସ୍ୱୀକାର କରିବାକୁ ପଡ଼ିଛି ।
ପୁରସ୍କାର ଓ ସମ୍ମାନ
ପଦ୍ମ ଭୂଷଣ, ୧୯୮୧
ଜ୍ଞାନପୀଠ ପୁରସ୍କାର, ୧୯୭୩ (ମାଟିମଟାଳ ପାଇଁ)
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୩ (ଅମୃତର ସନ୍ତାନ ପାଇଁ)
ସୋଭିଏତ ଲାଣ୍ଡ ନେହେରୁ ପୁରସ୍କାର, ୧୯୭୦
ଓଡ଼ିଆରେ ସର୍ଜନାତ୍ମକ ଲେଖା ପାଇଁ ଇଉ.ଜି.ସି. ତରଫରୁ ୧୯୭୯ରେ ଫେଲୋସିପ
ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଡି. ଲିଟ. ଡିଗ୍ରି, ୧୯୭୬