ପ୍ରଭୁ ଶ୍ରୀ ଜଗନ୍ନାଥ ଓ ମହାଦେବଙ୍କ ବର୍ଣ୍ଣନା

@_ustad
0

ଜଗନ୍ନାଥ ବିଷୟରେ 

 ଭୂତେଶୋ ଭୂତିଭୂମିର୍ଭବଜ ଭୟଭରୋଭେଦଭେଦିପ୍ରଭାବୋ
ଭୂବୀନ୍ଦ୍ରଭୋଗାଭରଣ ପୁରଭୀଭାବଦୋ ଭୂତଭୂତେଃ।

ଭୂତୃଦ୍ଭୂମୀନ୍ଦ୍ର ମୌତିର୍ଭୁତବରକମଳୋ ଗୌରଭାଭେଶଭଙ୍ଗ-
ପ୍ରଭା ଜଦ୍ଭାଲଭତ୍ତିର୍ବୃଷଭଚରଣଃ ସତ୍ୟଦଭ୍ରାଭିସନ୍ଧିଃ

ଶ୍ରୀଜଗନ୍ନାଥ ପ୍ରାଣୀମାନଙ୍କର ପ୍ରଭୁ। ଅଣିମା ଆଦି ଐଶ୍ଵର୍ଯ୍ୟମାନଙ୍କର ସ୍ଥାନ। ସଂସାରିକ ଅତିଶୟ ଭୟ ପ୍ରକାଶର ସେ ନାଶକର୍ତ୍ତା ଭାବରେ ପ୍ରଭାବଶାଳୀ। ଅନନ୍ତଙ୍କ ଶରୀର ତାଙ୍କର ଶରୀର ଭୂଷଣ। ସେ ପର୍ବତ ରାଜ ନିଳାଞ୍ଚଳର କିରିଟ ରୁପକ ଶ୍ରେଷ୍ଠ କମଳାଙ୍କୁ ସେ ଧାରଣ କରିଛନ୍ତି । ତାଙ୍କର କାନ୍ତି କଳା । ଖଣ୍ଡ ଚନ୍ଦ୍ର ପରି ତାଙ୍କର ବିସ୍ତୃତ ଭାଲ ସ୍ଥଳ । ସେ ଧର୍ମ ରକ୍ଷଣ କର ବା ବୃଷାସୁର ର ନାଶକର୍ତ୍ତା । ସାଧୁ ଲୋକନିକଟରେ ତାଙ୍କର ହୃଦ ଗତ ଭାବ ଅତ୍ୟନ୍ତ ଖୋଲା ଥାଏ । ପ୍ରାଣି ମାନଙ୍କ ଉନ୍ନତିରେ ସେ ସର୍ବଦା ରହିଥାନ୍ତି।

ଶିବ ପକ୍ଷରେ-

ଶିବ ଭୂତପିଶାଚ ଆଦିଙ୍କର ପ୍ରଭୁ। ଭୂତି(ସମ୍ପତି ବା ଭସ୍ମ)ର ସେ ଆଶ୍ରୟସ୍ଥଳ। ତାଙ୍କ ଶରୀରରେ ସର୍ପରାଜମାନଙ୍କର ଦେହ ଘୋଡାଇ ହୋଇ ରହିଛନ୍ତି। କୈଳାସ ପର୍ବତର ସେ ମୁକୁଟ ପରି ଶ୍ରେଷ୍ଠ ଜଳ ଗଙ୍ଗାକୁ ସେ ଧାରଣ କରିଅଛନ୍ତି।ତାଙ୍କର ବିସ୍ତୃତ ଭାଳସ୍ଥଳରେ ଚନ୍ଦ୍ର ଖଣ୍ଡଶୋଭା ପାଉଅଛି।ସେ ଦକ୍ଷତା ସହକାରେ ବୃଷଭର ପାଳକ।ଦକ୍ଷକନ୍ୟାଙ୍କଠାରେ ତାଙ୍କର ହୃଦଗତ ସମସ୍ତ ମନୋଭାବ ବିଶେଷ ଭାବରେ ପୂରି ରହିଥିଲା।ପ୍ରାଣୀମାନଙ୍କ ଉନ୍ନତି ନିମନ୍ତେ ସେ ଅଭୟଦାତା।ସଂସାରିକ ଭୟାତିଶୟକୁ ସେ ନାଶ କରିବାରେ ଦକ୍ଷ ହୋଇଥାନ୍ତି।ତାଙ୍କର ଶରୀରର କାନ୍ତି ଗୌର।

ସର୍ବ ବସ୍ତୁ ପ୍ରଦ ମା ଲକ୍ଷ୍ମୀଙ୍କ ଇଶ୍ଵର ଜଗନ୍ନାଥ ଆମକୁ ରକ୍ଷା କରନ୍ତୁ ।ସେ କେଳି ନିମନ୍ତେ ନିଜକାନ୍ତା ଲକ୍ଷ୍ମୀଙ୍କୁ ସ୍ଵଶରୀରରେ ଧାରଣ କରିଥାନ୍ତି।ତାଙ୍କଠାରୁ ସବୁବେଳେ ଅନୁରାଣ ବାହାରୁ ଥାଏ।ତାଙ୍କର ମସ୍ତକରେ ମୟୂରପୁଚ୍ଛ ଶୋଭା ପାଉଥାଏ।ଅତ୍ୟନ୍ତ ଉଗ୍ର ପ୍ରଥମ ଦୈତ(ହିରଣ୍ୟକଶିପୁ)ର ପରାଭବ ନିମନ୍ତେ ସେ ତାଙ୍କ ନଖ ଗୁଡିକରଦିପ୍ତି ଦେଖାଇଥିଲେ ଏବଂ ମଧୁ ଦୈତକୁ ବଧ କରିବାରେ ଦେବତାମାନେ ଆନନ୍ଦିତ ହୋଇ ତାଙ୍କୁ ଅତି ଉଚ୍ଚ ପ୍ରଶଂସା କରିଥିଲେ। ସେ (ଚତୁର୍ଦ୍ଦଶ)ବ୍ରହ୍ମାଣ୍ଡର ନିର୍ମାତା।ସେ ସମସ୍ତଙ୍କ ପୂଜ୍ୟ। ନୀଳାଚଳର ଯଶରୂପକ ସମ୍ପତ୍ତି ବିଖ୍ୟାତ ହେବାରେ ସେ କାରଣ ହୋଇ ରହିଅଛନ୍ତି।

Post a Comment

0Comments

Post a Comment (0)