
ଅଥଶ୍ରୀଜଗନ୍ନାଥସ୍ୟ ଦ୍ଵାଭ୍ୟାଂସମୁଦ୍ରାସାମ୍ୟମ୍–
ଲକ୍ଷ୍ମୀଭୃନାଗସଦ୍ମାମୃତଖନିରଶନିତ୍ରାସିତକ୍ଷ୍ମାଭୃଦୀଶ-
ସ୍ଥାନଂସ୍ଵର୍ଗାପଗାୟାଃ ପ୍ରଭୂରଖିଳନୃଣାଂ ପାପସନ୍ତାପହନ୍ତା
ଶ୍ୟାମ ଶ୍ରୀ ମୀନ କୂର୍ମ୍ମାଦ୍ୟମିତ ଧନୁଧରଃ ଶଙ୍ଖଚକ୍ରାବଜବାହଃ
କଳ୍ପାନ୍ତଗ୍ରସ୍ତଲୋକଃ କଳୟତୁ କମଳଂ ତୀର୍ଥରାଟ୍ କ୍ରାନ୍ତିଶନ୍ତ୍ୟୈ
ଶ୍ରୀ ଜଗନ୍ନାଥ ଲକ୍ଷ୍ମୀଧର ଓ ପ୍ରେମସୁଧାର ଆକର(ଖଣି) ଅଟନ୍ତି।ସେ ଶେଷ(ଅନନ୍ତ)ଉପରେ ଶୋଇଛନ୍ତି ଏବଂ ବଜ୍ରପିଡାଗ୍ରସ୍ତ(ଗୋବର୍ଦ୍ଧନ) ପର୍ବତକୁ ଆଶ୍ରୟ ଦେଇଛନ୍ତି। ସ୍ଵର୍ଗ ଗଙ୍ଗାର (ତାଙ୍କର ପାଦ ଆଙ୍ଗୁଳିରୁ ବାହାରି ଥିବାରୁ)ସେ ପ୍ରଭୁ। ସେ ସମଗ୍ର ମାନବ ସମାଜର ପାପଜନିତ ସନ୍ତାପକୁ ହରଣ କରନ୍ତି। ତାଙ୍କର ଦେହ କଳା ଏବଂ ସେ ସର୍ବଦା ଶଙ୍ଖ,ଚକ୍ର,ଗଦା ଓ ପଦ୍ମ ଧାରଣ କରିଥାନ୍ତି।(ଆବଶ୍ୟକ ହେଲେ)ସେ ମତ୍ସ୍ୟ, କୁର୍ମ, ବରାହ ଆଦି ଅନେକ ଶରୀର ଧାରଣ କରନ୍ତି । କଳ୍ପ ଶେଷରେ ସେ ସମସ୍ତ ସଂସାରକୁ ଗ୍ରାସ କରନ୍ତି । ସେ ତୀର୍ଥର ରାଜା ଅର୍ଥାତ ପୁରୀର ପଞ୍ଚତୀର୍ଥ ମଧ୍ୟରେ ସେ ପ୍ରଧାନ, ମାର୍କେଣ୍ଡୟ ର ବଟେ, କୃଷେ, ରୋହି ଣେୟ ‘ମହୋଦଧୌ ଇନ୍ଦ୍ରଦ୍ୟୁମ୍ନେ, କୃଷ୍ଣେ ସ୍ନାନେ ପୁନର୍ଜନ୍ମ ନ ବିଦ୍ୟତେ | ଦୌ ଦେବୌ ତ୍ରୀଣି ତୀର୍ଥାନି- ଏଥିରେ ଦୁଇ ଦେବତା ଓ ୩ ତୀର୍ଥ ଜଳ ଅଛନ୍ତି । ଦୁଃଖ ଦୂର କରିବା ନିମନ୍ତେ ସେ ବିଶେଷ ଭାବରେ ସୁଖ ବିତରଣ କରନ୍ତୁ।
Keywords: ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ସ୍ତୁତି, ଜଗନ୍ନାଥ ସ୍ତୁତି, Shri Jagannath struti odia, Jagannath struti