
ବର୍ତ୍ତମାନର କାର୍ଯ୍ୟବ୍ୟସ୍ତତା ପାଇଁ ଶରୀର ପ୍ରତି ନାନା ଭାବରେ ଅବହେଳା କରାଯାଉଛି । ଜୀବନଚର୍ଯ୍ୟା ନିର୍ଦ୍ଧାରିତ ସମୟରେ ସମ୍ପନ୍ନ ହୋଇପାରୁ ନଥିବାରୁ ଜଣେ ଅଜାଣତରେ ଦୁରାରୋଗ୍ୟ ବ୍ୟାଧିର ଶିକାର ହେଉଛି । ଏଣୁ ଯେତେ ସମ୍ଭବ ଜୀବନକୁ ସହଜ ଓ ସରଲ କରିବା ଆବଶ୍ୟକତା ରହିଛି । ଏଥିପାଇଁ କେତୋଟି ଉପାୟ ନିହାତି ଅପନାଇବାକୁ ପଡିବ ।
ବ୍ୟାୟାମ ଏବଂ ପଲମୋନାରୀ ରିହାବିଲିଟେସନ୍ (ପିଆର)
ଯଦି ଆପଣଙ୍କୁ ଫୁର୍ତ୍ତୀ ଲାଗୁନି ତେବେ ସକ୍ରିୟା ରହିବା ସହ ବ୍ୟାୟାମ କରନ୍ତୁ । ଏହା ଶ୍ଵାସକ୍ରିୟାକୁ ବିକଶିତ କରିବା ସହିତ ଆପଣଙ୍କ ଫିଟନେସ୍ ବଜାର ରଖିଥାଏ । ଏହାଛଡା ଜୀବନର ମାନଙ୍କ ଉନ୍ନତ କରିବାରେ ସହାୟକ ହୋଇଥାଏ । ଆପଣଙ୍କୁ ଧଇଁ ସଇଁ କରୁଥିବା କାର୍ଯ୍ୟ କରନ୍ତୁ ନାହିଁ । ଏହା ଆପଣଙ୍କୁ କମ୍ ଫିଟ୍ ରଖିବା ସହିତ ସହଜରେ ଧଇଁସଇଁ କରାଇଥାଏ । ନିୟମିତ ବ୍ୟାୟାମ ଦ୍ଵାରା ଏପରିଅବସ୍ଥାରୁ ମୁକ୍ତି ନୀଳିବା ସହିତ ମାଂଶପେଶୀ ସୁଦୃଢ ହୋଇଥାଏ । କିଭଳି ସଠିକସ୍ତରରେ ଉପୟୁକ୍ତ ବ୍ୟାୟାମ କରିବେ, ସେଥିପାଇଁ ଆପଣ ପଳାମୋନାରୀ ରିହାବିଲିଟେସନ୍ (ପିଆର) ରେ ଯୋଗ ଦିଅନ୍ତୁ । ଅନେକ ବ୍ୟକ୍ତି ଜାଣିପାରିଛନ୍ତି ଯେ, ପିଆର ସେମାନଙ୍କ ବ୍ୟାୟାମ ଦକ୍ଷତା ଏବଂ ଜୀବନ ଧାରଣର ମାନକୁ ବିକିଶିତ କରିପାରିଛି ।
ଶ୍ଵାସକ୍ରିୟାକୁ ନିୟନ୍ତ୍ରଣ କରନ୍ତୁ
ଆପଣଙ୍କ ଧଇଁସଇଁ ହ୍ରାସ କରିବାରେ ସହାୟତା ପାଇଁ ଅନେକ ଗୁଡିଏ ପ୍ରଣାଳୀ ରହିଛି । ଏହାକୁ ପ୍ରତିଦିନ ଅଭ୍ୟାସ ପାଇଁ ଚେଷ୍ଟା କରନ୍ତୁ । ଏହା ଆପଣଙ୍କୁ ହଠାତ୍ ଧଇଁସଇଁ ହେବାରୁ ରକ୍ଷା କରିବାରେ ସହାୟକ ହେବ । କମ୍ ପରିଶ୍ରମରେ ତଥା ଆପଣଙ୍କ କାନ୍ଧର ସହାୟତାରେ ଆରାମ୍ ଭାବରେ ଶ୍ଵାସକ୍ରିୟା ସମ୍ପନ୍ନ କରାଇବା ଦ୍ଵାରା ଶରୀରକୁ ଆରାମ ମିଳିଥାଏ ।
ସନ୍ତୁଳିତ ଆହାର ସହିତ ନିର୍ଦ୍ଧାରିତ ଓଜନ ରଖନ୍ତୁ
ସନ୍ତୁଳିତ ଆହାର ଗ୍ରହଣ ଦ୍ଵାରା ଶ୍ଵାସକ୍ରିୟା ସମେତ ଆପଣଙ୍କ ଦୈନନ୍ଦିନ କାର୍ଯ୍ୟ ପାଇଁ ଅଧିକ ପରିମାଣର ଶକ୍ତି ମିଳିପାରିବ। ଉପୟୁକ୍ତ ଶାରୀରିକ ଓଜନ ହ୍ରାସ କରିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ କାରଣ ଏହାଦ୍ଵାରା ଆପଣଙ୍କ ଫୁସ୍ ଫୁସ୍ ଉପରେ ଶ୍ଵାସକ୍ରିୟା ପାଇଁ ଅଧିକ ଚାପ ପଡିବାର ସମ୍ଭାବନା ରହିଛି । ଉପୟୁକ୍ତ ସନ୍ତଳିତ ପୋଷଣ ଆପଣଙ୍କୁ ବିଭିନ୍ନ ସଂକ୍ରମଣ ପ୍ରତିହତ ପାଇଁ ସହାୟତା କରିଥାଏ ।
ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା
ଶୀତଋତୁରେ ସୁରକ୍ଷା ନୁମନ୍ତେ ଆପଣଙ୍କୁ ପ୍ରତିବର୍ଷ ଫ୍ଲୁ ପ୍ରତିଷେଧକ ଟୀକା ଗ୍ରହଣ ନିଶ୍ଚିତ ଆବଶ୍ୟକତା ରହିଛି । ଏହାଛଡା ସିଓପିଡି ରୋଗୀମାନେ ନିମୋକୋକାଲ୍ ସଂକ୍ରମଣର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ଉଚିତ୍ ।
ମାନସିକ ସ୍ଥିତିକୁ ବୁଝିବା ଆବଶ୍ୟକ
ଦୀର୍ଘକାଳୀନ ବାବାରେ ଗୀତିଏ ବ୍ୟବସ୍ଥା ମଧ୍ୟରେ ଜୀବନ ଅତିବାହିତ କରିବା ସହଜ ଜଣକ ନୁହେଁ । ଧଇଁସଇଁ ଭଳି ଶାରୀରିକ ଲକ୍ଷଣ ଆପଣଙ୍କ ଶରୀରକୁ ଜ୍ଲାନ୍ତ କରିବା ସହିତ କମ୍ କ୍ରିୟାଶୀଳ କରିଥାଏ । ଫଳରେ ଆପଣ ହୁଏତ ମାନସିକ ଚାପଗ୍ରସ୍ତ ନିରାଶ ଭାବ କିମ୍ବା ନିରୁତ୍ସାହିତ ରହିପାରନ୍ତି। ତେଣୁ ଆପଣ ଆପଣଙ୍କ ମାନସିକ ସ୍ଥିତିକୁ ବୁଝାଇବା ସହିତ କିଭଳି ଏହାକୁ ନିୟନ୍ତ୍ରତ କରାଯାଇ ପାରିବ ସେଭଳି ପଦକ୍ଷେପ ଗ୍ରହଣ କରନ୍ତୁ । ଠାରେ ଆପଣ ଏହାକୁ ହୃଦୟଙ୍ଗମ କରିପାରିଲେ ଆପଣ ଉପୟୁକ୍ତ ପଦକ୍ଷେପ ଗ୍ରହଣ କରି ଏଥିରେ ସମନ୍ଵଯ ଆଣିବା ସହିତ ଆପଣଙ୍କ ଜୀବନକୁ ନିୟନ୍ତ୍ରିତ କରିପାରିବେ ।
ଊର୍ଦ୍ଧ୍ଵଶ୍ଵାସର ସଠିକ ପରିଚାଳନା କରନ୍ତୁ
ଊର୍ଦ୍ଧ୍ଵଶ୍ଵାସହେଉଛି ଏକ ଗୁରୁତର ଧଇଁସଇଁ ଅବସ୍ଥା । ଏହି ସମୟରେ ଆପଣଙ୍କ ଠାରେ ଗୁରୁତର ଲକ୍ଷଣମାନ ପ୍ରକାଶିତ ହୋଇଥାଏ । ତେଣୁ ଆପଣ ଡାକ୍ତରଙ୍କ ପରାମର୍ଶକ୍ରମେ ଊର୍ଦ୍ଧ୍ଵଶ୍ଵାସ ସମୟରେ କିଭଳି କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ହେବ ତାହାର ଏକ ଯୋଜନା ପ୍ରସ୍ତୁତ କରନ୍ତୁ । ଆପଣଙ୍କ ଯୋଜନାରେ ଏଭଳି ଅବସ୍ଥାରୁ ମୁକ୍ତି ପାଇବାର ଔଷଧକୁ ସାମିଲ୍ କରି ଏହାକୁ ଘରେ ରଖନ୍ତୁ ।
ଆପଣଙ୍କୁ କ’ଣ କରିବାକୁ ହେବ
ଆପଣ ନିଶ୍ଚିତ ଭାବରେ ପ୍ରତିଦିନ ସଠିକ ଭାବରେ ନିଦ୍ରା ଯିବା ସହିତ ଉପୟୁକ୍ତ ପରିମାଣର ବିଶ୍ରାମ ନିଅନ୍ତୁ । ଏହା ଆପଣଙ୍କ ଶକ୍ତିସ୍ତର ସଂରକ୍ଷିତ ରଖିବାରେ ବିଶେଷ ସହାୟତା କରିବ । ଯଦି ଶୋଇବାରେ ଆପଣଙ୍କର କିଛି ସମସ୍ୟା ହେଉଛି ତେବେ ପ୍ରତିଦିନ ବ୍ୟାୟାମ କରିବାକୁ ଚେଷ୍ଟା କରନ୍ତୁ । ଶଯ୍ୟାକୁ ଯିବା ପୂର୍ବରୁ ଚା’ କଫି କିମ୍ବା ମଦ୍ୟପାନ କରନ୍ତୁ ନାହିଁ । ଯଦି ଏଥିରେ ସଫଳ ନମିଳୁଛି ତେବେ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ଘରେ କିଭଳି ଆପଣଙ୍କ ସ୍ଥିତି ସହଜଜନକ ହେବ ସେ ସମ୍ପର୍କରେ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ଏଭଳି କ୍ଷେତ୍ରରେ ଆକ୍ୟୁପେସନାଲ୍ ଥେରାପିଷ୍ଟ ଆପଣଙ୍କୁ ବିଶେଷ ସହାୟତା ପ୍ରଦାନ କରିବାକୁ ସକ୍ଷମ ହେବେ । ଯଦି ଆପଣଙ୍କ ପାଦଗଣ୍ଠିରେ ଫୁଲା ହୁଏ ତେବେ ଆପଣଙ୍କ ଡାକ୍ତରଙ୍କୁ ଏ ସମ୍ପର୍କରେ କୁହନ୍ତୁ । ଔଷଧ ଏହାକୁ ହ୍ରାସ କରି ପାରିଥାଏ ।