ଆସନ୍ତୁ ଜାଣିବା ଥାଇରଏଡ ହୋଇଥିବା ବ୍ୟକ୍ତିମାନେ କେଉଁ ପ୍ରକାରର ଖାଦ୍ୟ ଖାଇବା ଉଚିତ ଏବଂ ଅନୁଚିତ [Thyrodism diet tips Odia]
June 22, 2021
0
ଆଜିଠୁ ପ୍ରାୟ 20 / 25 ବର୍ଷ ପୂର୍ବରୁ କଣ ଆପଣ ମାନେ ଥାଇରଏଡ ବିଷୟରେ ଶୁଣିଥିଲେ ? ତାହାଲେ ଏବେ ଏହି ରୋଗ ଏତେ ପରିମାଣରେ କଣ ପାଇଁ ବଢିଚାଲିଛି ? ଧୀରେ ଧୀରେ ଆମେମାନେ ପ୍ୟାକେଜ ଓ ପ୍ରୋସେସ ଫୁଡ କୁ ବଢ଼େଇଦେଇଛନ୍ତି । ଫ୍ରେସ ନଥିବା ଜିନିଷକୁ ଆମେ ପ୍ୟାକେଜ ଓ ପ୍ରୋସେସ ଫୁଡ କହିଥାଉ । ମାର୍କେଟ ରେ ମିଳୁଥିବା ପ୍ୟାକେଟରେ ଯାହାବି ଖାଇବା ଜିନିଷ ଥାଏ ଏହାକୁ ଆମେ ପ୍ୟାକେଜ ଓ ପ୍ରୋସେସ ଫୁଡ କହିଥାଉ । ଯେମିତିକି ଆପଣ ଚିପ୍ସ, କେକ, ବିସ୍କୁଟ ଖାଇଥାନ୍ତି ଓ ଛୁଆ ମାନେ ମୋମସ, ପିଜା ଖାଇଥାନ୍ତି, ଏହିସବୁ ଖାଇବା ଜିନଷ ଧୀରେ ଧୀରେ ଡାଏଟର ପରିମାଣକୁ ଏତେ ବଢ଼ାଇ ଦିଏ ଯେ ଯାହା କାରଣରୁ ଥାଇରଏଡ ଭଳି ରୋଗ ହୋଇଥାଏ । ବେଳେବେଳେ ଏମିତି ମଧ୍ୟ ହୋଇଥାଏ କି ଯେଉଁସବୁ ଖାଇବା ଆମ ଶରୀର ପାଇଁ ପୃଷ୍ଟିକର ହୋଇଥାଏ ସେସବୁ ଥାଇରଏଡ ରୋଗୀଙ୍କ ପାଇଁ ଖାଇବା ଉଚିତ ହୋଇନଥାଏ ।
ଚାଲନ୍ତୁ ଏବେ ଆମେ ଥାଇରଏଡର ଡାଏଟ ବିଷୟରେ ଜାଣିବା ।
ଯଦି ଆପଣଙ୍କୁ ମୋଟା ହେବା ଥାଇରଏଡ ହୋଇଛି ତାହାଲେ ଏହିସବୁ ଜିନିଷ ଖାନ୍ତୁ ନାହିଁ । ଥାଇରଏଡ ହୋଇଥିବା ବ୍ୟକ୍ତିଙ୍କୁ ବନ୍ଧା କୋବି , ଫୁଲ କୋବି , ଉଲ କୋବି ଖାଇବା ଉଚିତ ନୁହେଁ । ଯଦି ଆପଣ ପାହାଡ଼ ଅଞ୍ଚଳରେ ରହୁଛନ୍ତି ଓ ସୋୟାବିନର ବ୍ୟବହାର ବେଶୀ କରୁଛନ୍ତି ତାହାଲେ ଆପଣଙ୍କୁ ସୋୟାବିନର ବ୍ୟବହାର କମେଇବାକୁ ପଡିବ । ଏହା ବ୍ୟତୀତ ଆପଣଙ୍କୁ ଚକୋଲାଟେ, ଚା, କଫି ଓ କୋଲଡ୍ରିଙ୍କସର ବ୍ୟବହାରକୁ କମେଇବାକୁ ପଡିବ । ଯଦି ଆପଣ ନନଭେଜିଟେରିଆନ ଅଟନ୍ତି ଓ କଲିଜା, ଚର୍ବି ବେଶୀ ପରିମାଣର ଖାଉଛନ୍ତି ତେବେ ମଧ୍ୟ ଥାଇରଏଡର ପରିମାଣ ବଢ଼ିଯାଇଥାଏ । ଆମ ଶରୀରରେ ଯଦି ଆୟୋଡିନର ପରିମାଣ କମ ଥାଏ ତେବେ ମଧ୍ୟ ଥାଇରଏଡର ମାତ୍ରା ବଢ଼ିଯାଇଥାଏ । ଆମକୁ ସବୁବେଳେ ଚେଷ୍ଟା କରିବା ଉଚିତ କି ଆମ ଶରୀରରେ ଆୟୋଡିନର ପରିମାଣ ଠିକ ରହୁ । ଆମକୁ ଆୟୋଡିନ ଯୁକ୍ତ ଆହାର ଖାଇବା ଉଚିତ । ଆମକୁ ଅୟୋଡ଼ାଇଷ୍ଟ ଲୁଣ ବ୍ୟବହାର କରିବା ଉଚିତ । ଅଣ୍ଡାରେ କେଶରରେ ମଧ୍ୟ ଆୟୋଡିନ ଥାଏ, ସେଥିପାଇଁ ଆମକୁ ଅଣ୍ଡା ମଧ୍ୟ ଖାଇବା ଉଚିତ । ଏହା ବ୍ୟତୀତ ଆମେ ଶାଗ, ଚିଙ୍ଗୁଡ଼ି, ମାଛ ଇତ୍ୟାଦି ମଧ୍ୟ ଖାଇପାରିବା ।
ଅଲିଭ ତେଲ ଓ ନଡ଼ିଆ ତେଲ ଥାଇରଏଡର ପ୍ରୋବ୍ଲେମକୁ ଦୁର କରିଥାଏ । ଫଳ ଭିତରେ ଆପଣ ସପୁରି, ସେଉ, ପାଚିଲା ଭଣ୍ଡା ଇତ୍ୟାଦି ଖାଇପାରିବେ । ଏସବୁ ମଧ୍ୟ ଥାଇରଏଡ଼କୁ କମେଇବାରେ ବହୁତ ସାହାଯ୍ୟ କରିଥାଏ । ପାରିବା ଭିତରୁ ଆପଣ ଆଳୁ, ଟମାଟ, ଭେଣ୍ଡି, ଛତୁ, ଗାଜର, କ୍ୟାପ୍ସିକମ ଓ କଖାରୁ ଇତ୍ୟାଦି ଖାଇପାରିବେ । ବାଦାମ, ଅଖରୋଟ, କାଜୁ ଓ ତରଭୁଜର ମଞ୍ଜି ଖାଇବା ଦ୍ୱାରା ଥାଇରଏଡ ବଢି ଥାଏ । ମହିଳା ମାନଙ୍କର ପ୍ରଶ୍ନ ଥାଏ କି, କଣ ଥାଇରଏଡ ସମୟରେ ଆମେ ଗ୍ରୀନ ଟି ପି ପାରିବୁ ? ହଁ ଆପଣ ପି ପାରିବେ ।ଆପଣ ଗରମ ପାଣିରେ ଜୁଆଣି ଭିଜେଇକି ମଧ୍ୟ ପିଇ ପାରିବେ ଓ ଧନିଆ ପତ୍ର ମଞ୍ଜି ମଧ୍ୟ ପାଣିରେ ଭିଜେଇକି ପିଇ ପାରିବେ ଏବଂ ଅଁଳା ଜୁସ ଲାଉ ଜୁସ ମଧ୍ୟ ପିଇ ପାରିବେ । ସକାଳୁ ଯଦି ଆପଣ ୬ ଟାରୁ ୭ ଟା ଭିତରେ ଉଠୁଛନ୍ତି ତାହାଲେ ଆପଣ ଖାଲି ପେଟରେ ଲାଉ ଜୁସ କିମ୍ବା ଅଁଳା ଜୁସ ଖାଲି ପେଟରେ ପିଅନ୍ତୁ, ଏଥିରେ ଆପଣ କିଛି ପୁଦିନା ପତ୍ର ମଧ୍ୟ ପକାଇ ପାରିବେ ।
ଯଦି ଆପଣ ଥାଇରଏଡ ପାଇଁ କିଛି ମେଡ଼ିସିନ ଖାଉଛନ୍ତି ତାହାଲେ ଆପଣ ଏହି ଡାଏଟ ସହିତ ମେଡ଼ିସିନ ନିଅନ୍ତୁ । ଏହାଦ୍ୱାରା ଆପଣଙ୍କର ଥାଇରଏଡର ସମସ୍ୟା ଜଲ୍ଦି ଦୂର ହୋଇଯିବ ।