"ଆମ୍ବ ଅଦା ଚାଷ" କେମିତି କରିବେ-[Mango Ginger Farming in Odisha]

@_ustad
0

mango ginger farming in odisha, mango ginger farming seeds, mango ginger balasore, mango ginger in odia, mango ginger farming in odia, mango ginger farming in odia, odia pathshala, odiapathshala

ମୃତ୍ତିକା :-

କ୍ଷାରତା ୫.୫ ରୁ ୬.୫ ବାଲି ଦୋରସା, ନାଲି ଦୋରସା ମାଟି, କଳା ଓ ଚିକିଟା ମାଟି ନିଗିଡା ମାଟି ।

ଜଳବାୟୁ :-

ଉଷ୍ମ ଆର୍ଦ୍ର ଜଳବାୟୁ , ସମୁଦ୍ର ପତ୍ତନ ଠାରୁ ୧୫୦୦ ମିଟର ପର୍ଯ୍ୟନ୍ତ ।

ଲଗାଇବା ସମୟ :-

ମେ - ଜୁନ ମାସ 

ଜମି ପ୍ରସ୍ତୁତି :-

ଲଗାଇବା ପୂର୍ବରୁ ୫-୬ ଓଡ଼ ଚାଷ କରି , ୧ ମିଟର ଚଉଡ଼ା ୩ ମିଟର ଲମ୍ବ । ଆବଶ୍ୟକ ସ୍ଥଳେ ଜମିକୁ ଦେଖି  ଲମ୍ବ ଅଧିକ କରାଯାଏ ଏବଂ ୧୫ ସେ.ମି. ଉଚ୍ଚତା ବିଶିଷ୍ଟ ପଟାଳୀମାନ କରାଯାଏ । ଦୁଇ ପଟାଳୀ  ମଧ୍ୟରେ ୩୦ ସେ.ମି. ବ୍ୟବଧାନ ରଖାଯାଏ ।

ବିହନ କିସମ :-

ଆମ୍ବକଷିଆ ଅଦା 


ବିହନ ପରିମାଣ :-

ହେକ୍ଟର ପ୍ରତି  ୨୦-୨୫ କ୍ୱିଣ୍ଟାଲ

ଲଗାଇବା ଦୂରତା :-

ଉଚ୍ଚ ପଟାଳୀରେ ଗଛକୁ ଗଛ ୨୫ ସେ.ମି. ଓ ଧାଡିକୁ ଧାଡି ୩୦ ସେ.ମି. ବ୍ୟବଧାନରେ ବିହନ ଖଣ୍ଡ ଗୁଡିକ ଲଗାଯାଏ।

ଛାଦି କରଣ(ତଳେ ବିଛେଇବା ପାଇଁ ଆବଶ୍ୟକ ହେଉଥିବା ଜିନିଷ) :-

ହେକ୍ଟର ପ୍ରତି ୧୨.୫ ଟନ୍ ନଡ଼ା, ପାଳ ବା ଶୁଖିଲା ପତ୍ର ଛାଦିକରଣ ପାଇଁ ଦରକାର ହାଇଥାଏ ।

ଖତ ଓ ସାର :-

ଏକ ହେକ୍ଟର ଆମ୍ବ ଅଦା ଚାଷ ପାଇଁ ୨୫ ଟନ ଖତ, ୬୦ କି.ଗ୍ରା. ଯବକ୍ଷାରଜାନ , ୩୦ କି.ଗ୍ରା. ଫସଫରସ ଓ ୯୦ କି.ଗ୍ରା. ପଟାସ୍ ସାର ଦରକାର ।ଏହା ତିନିଥରରେ ଭାଗ ଭାଗ ଦିଆଯାଏ ।

★   ଲଗାଇବା ବେଳେ ସମସ୍ତ ଫସଫରସ୍ ସାର ଓ ଅଧା ପଟାସ୍ ସାର।

★   ଲଗାଇବା ୪୫ ଦିନରେ ଅଧା ଯବକ୍ଷାରଜାସ୍  ସାର ।

★ ଲଗାଇବାର ୯୦ ଦିନରେ ଅଧା ଯବକ୍ଷାରଜାନ୍ ସାର ଓ ଅଧା ପଟାସ୍ ସାର । ପ୍ରତ୍ୟକ ପ୍ରୟୋଗ ସମୟରେ କୋଡ଼ାଖୁସା କରି ଘାସ ବାଛି ସାର ଦିଆଯାଏ ।

   ଘାସ ବଛା :-

୨-୩ ଥର

ଅନ୍ତଃ ଫସଲ ଓ ମିଶ୍ରିତ ଫସଲ :-

ଆମ୍ବ, ପଣସ, ନଡ଼ିଆ, ପିଜୁଳି  ବଗିଚା ଭିତରେ ଆମ୍ବ ଅଦା ଚାଷ କରାଯାଇପାରିବ । ହରଡ଼, କୋଳଥ, ସୋୟବିନ୍ ଫସଲକୁ ଆମ୍ବ ଅଦା ସହିତ ମିଶ୍ରିତ ଚାଷ କରାଯାଇଇପାରିବ ।

ଅମଳ ସମୟ :-

ଏହି ଫସଲ ୭ ମାସରେ ଅମଳ କରାଯାଏ ।

ଅମଳ :-

ଏକ ହେକ୍ଟର ଜମିକୁ ୨୦-୪୦ ଟନ ଆମ୍ବ ଅଦା ଅମଳ ହାଇଥାଏ ।

Post a Comment

0Comments

Post a Comment (0)