ରୋଷେଇ କାମକୁ ସହଜ କରିବ Kitchen tips

@_ustad
0

 


ଆଜିକାଲି ମହିଳାମାନଙ୍କୁ ଉଭୟ ଘରେ ଓ ବାହାର କାମ ସମ୍ଭାଳିବାକୁ ପଡ଼ୁଛି। ତେଣୁ ସମୟ ବଞ୍ଚାଇବା ଲାଗି ସେମାନେ କେତେକ କିଚେନ ଟିପ୍ସ ଜାଣିବା ଉଚିତ। ଫଳରେ ଏହି ସମୟରେ ଅଲଗା କାମ କରିପାରିବେ। ଏଠାରେ କେତେକ ଟିପ୍ସ ଦିଆଯାଇଛି, ଯାହା କାମକୁ ଆହୁରି ସହଜ କରିଦେବ।


  • ସିଝା ଅଣ୍ଡାରୁ ଖୋଳ ଛଡ଼ାଇବାରେ ସମସ୍ୟା ହେଉଥିଲେ, ଅଣ୍ଡା ସିଝାଇବା ପରେ ଏହାକୁ ଅଳ୍ପ  ଥଣ୍ଡା ପାଣିରେ ପକାନ୍ତୁ। ଏପରି କରିବା ଦ୍ବାରା ଅଣ୍ଡା ଖୋଳ ସହଜରେ ଛାଡ଼ିଯିବ।
  • ସବୁଜ ପନିପରିବାକୁ ତାଜା ରଖିବା ଲାଗି ଏହାକୁ ପ୍ଲାଷ୍ଟିକ ବ୍ୟାଗରେ ଏୟାର ଟାଇଟ କରି ରଖନ୍ତୁ। ଏହାଦ୍ବାରା ପନିପରିବା ଅଧିକ ସମୟ ତାଜା ରହିବ।
  • ଛୁରୀର ଧାର କମ ହୋଇଯାଇଥିଲେ ଘରେ ଥିବା ସେରାମିକ କପର ପଛ ପଟେ ଛୁରୀ ଘଷନ୍ତୁ।
  • ମାଇକ୍ରୋୱେଭରେ ଖାଦ୍ୟ ଗରମ କଲାବେଳେ ଖାଦ୍ୟକୁ ପ୍ଲେଟରେ ଚାରିଆଡ଼କୁ କରି ରଖନ୍ତୁ। ମଝିରେ ଖାଲି ଛାଡ଼ନ୍ତୁ। ଏପରି କରିବା ଦ୍ବାରା ଖାଦ୍ୟ ସହଜରେ ଗରମ ହୋଇଯିବ।
  • ଅଣ୍ଡାକୁ ଅଧିକ ସମୟ ତାଜା ରଖିବା ଲାଗି ଫ୍ରିଜରେ ରଖିବା ପୂର୍ବରୁ ଏହା ଉପରେ ଭେଜିଟେବଲ ଅଏଲ ଲଗାନ୍ତୁ।
  • ପିଆଜ କାଟିବା ପୂର୍ବରୁ ଏହାକୁ ଦୁଇ ଫାଳ କରି କିଛି ସମୟ ପାଣିରେ ଭିଜାଇ ରଖନ୍ତୁ। ଏହାଦ୍ବାରା ପିଆଜ କାଟିବାବେଳେ ଆଖିରୁ ଲୁହ ବାହାରିବନି।

Post a Comment

0Comments

Post a Comment (0)