ରୋଷେଇ କରିବା ସମୟରେ ସାଧାରଣତଃ କଡ଼େଇ ପୋଡ଼ି ଯାଇଥାଏ। ରୋଷେଇ କରି ସାରିବା ପରେ ଏହାକୁ ସଫା କରିବା କଷ୍ଟ ହୋଇଥାଏ। ଏଠାରେ ଦିଆଯାଇଥିବା ଟିପ୍ସ ଆପଣାଇ ସହଜରେ ଆଲୁମିନିୟମ କଡ଼େଇକୁ ନୂଆ ଭଳି ଚମକାଇପାରିବେ। ଏହାକୁ ସଫା କରିବାକୁ ଅଧିକ ସମୟ ମଧ୍ୟ ଲାଗି ନ ଥାଏ।
ଆଲୁମିନିୟମ କଡ଼େଇ ପୋଡ଼ି ଯାଇଥିଲେ ଏହାକୁ ସଫା କରିବା ପାଇଁ ପ୍ରଥମେ ସେଥିରେ କିଛି ପାଣି ଫୁଟାନ୍ତୁ। ଏବେ ଏଥିରେ ଖାଇବା ସୋଡ଼ା, ଲେମ୍ବୁ ରସ ଓ ବୋରେକ୍ରସ, ଲିକ୍ବିଡ ଡିଟରଜେଣ୍ଟ ପାଣିରେ ପକାଇ ଭଲ ଭାବେ ଫୁଟାନ୍ତୁ। ସମସ୍ତ ସାମଗ୍ରୀର ଘୋଳ ଭଲ ଭାବେ ଫୁଟିଗଲା ଏହି ପାଣିରେ ଆଲୁମିନିୟମ କଡ଼େଇକୁ ଭିଜାଇ ୩୦ରୁ ମିନିଟ ଛାଡ଼ି ଦିଅନ୍ତୁ। ଏହାପରେ କଡ଼େଇ ସଫା କରନ୍ତୁ।
ଖାଇବା ସୋଡ଼ା, ଭିନେଗାର, ଲିକ୍ବିଡ ଡିଟରଜେଣ୍ଟ କିମ୍ବା ସାବୁନକୁ ଭଳ ଭାବେ ମିଶାନ୍ତୁ। ତେବେ ଭିନେଗାର ସବା ଶେଷରେ ମିଶାନ୍ତୁ। ଏହି ଘୋଳକୁ ପୋଡ଼ି ଯାଇଥିବା କଡ଼େଇରେ ଲଗାଇ ୨୦ ମିନିଟ ଛାଡ଼ନ୍ତୁ। ଏହାକୁ ଏବେ ଷ୍ଟିଲ ସ୍କ୍ରବରେ ରଗଡ଼ନ୍ତୁ।