ଜୋସେଫ ପ୍ରିଷ୍ଟଲେ ଅମ୍ଲଜାନର ଆବିଷ୍କାରକ Joseph Priestley Biography In Odia

@_ustad
0
Joseph priestley



Biography Of Joseph Priestley In Odia



1733 ମସିହା ମାର୍ଚ୍ଚ 24 ତାରିଖ ଅର୍ଥାତ୍ ଆଜିର ଦିନରେ ଇଂଲଣ୍ଡର ବିରଷ୍ଟାଲ ଫିଲ୍ଡହେଡ ଠାରେ ବିଶିଷ୍ଟ ବୈଜ୍ଞାନିକ ଜୋସେଫ ପ୍ରିଷ୍ଟଲେଙ୍କ ଜନ୍ମ । ଛୋଟ ବେଳରୁ ହିଁ ପ୍ରିଷ୍ଟଲେ ଅତ୍ୟନ୍ତ ବୁଦ୍ଧିମାନ ଓ ଚତୁର ଥିଲେ । ସେ ଗଣିତ, ତର୍କଶାସ୍ତ୍ର ଏବଂ ଦର୍ଶନଶାସ୍ତ୍ର ଆଦି ଅଧ୍ୟୟନ କରିଥିଲେ । ଏହାସହ ଜୋସେଫ ଲାଟିନ, ହେବ୍ରିଉ ଏବଂ ଗ୍ରୀକ୍ ସମେତ 6 ରୁ ଉର୍ଦ୍ଧ୍ବ ଭାଷା ଶିକ୍ଷାଲାଭ କରିଥିଲେ । ଉଦ୍ଭାବନ ଓ ବିଜ୍ଞାନ କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ । 1774 ମସିହାରେ ଅମ୍ଲଜାନ ଆବିଷ୍କାର କରି ପ୍ରିଷ୍ଟଲେ ଖୁବ୍ ସୁଖ୍ୟାତି ଅର୍ଜନ କରିଥିଲେ । ଏହି ଆବିଷ୍କାର ପରେ ସେ ଅମ୍ଲଜାନ କାହିଁକି ଦହନରେ ସହାୟକ, ତାହାର ଉତ୍ତର ରଖିପାରିଥିଲେ । ତେବେ ଅମ୍ଲଜାନର ଆବିଷ୍କାର ପାଇଁ ପ୍ରିଷ୍ଟେଲଙ୍କୁ 'ଅମ୍ଲଜାନ ଆବିଷ୍କାରକ' ଭାବେ ବିବେଚନା କରାଯାଏ ।

Microscope

ଜୋସେଫ ପ୍ରିଷ୍ଟଲେ ଅଙ୍ଗାରକାମ୍ଲ ଜଳ ଏବଂ ରବର ଉଦ୍ଭାବନ କରିଥିଲେ । ସେ ଗୋଟିଏ ଡଜନ କେମିକାଲ କମ୍ପାଉଣ୍ଡ ଚିହ୍ନଟ କରିଥିଲେ ଏବଂ ବିଦ୍ୟୁତ ପ୍ରସଙ୍ଗରେ 'ଦି ହିଷ୍ଟ୍ରି ଆଣ୍ଡ ପ୍ରେଜେଣ୍ଟ ଷ୍ଟେଟ ଅଫ ଇଲେକ୍ଟ୍ରିସିଟି' ନାମକ ଏକ ଗୁରୁତ୍ବପୂର୍ଣ୍ଣ ପୁସ୍ତକ ଲେଖିଥିଲେ । ଆମେରିକୀୟ ଏବଂ ଫରାସୀ ବିପ୍ଲବକୁ ସମର୍ଥନ କରି ଜୋସେଫଙ୍କ ଅର୍ଥୋଡକ୍ସ ଆଧାରିତ ଧାର୍ମିକ ଲେଖା ତାଙ୍କୁ ନିଜ ଦେଶରେ ଅପ୍ରିୟ କରାଇଥିଲା । ତାଙ୍କ ପ୍ରତି ଇଂଲଣ୍ଡବାସୀଙ୍କ କ୍ରୋଧ ଏତେ ଗଭୀର ଥିଲା ଯେ, ଫଳସୂରୁପ 1794 ମସିହାରେ ଜୋସେଫଙ୍କୁ ଇଂଲଣ୍ଡ ଛାଡି ପେନସିଲଭାନିଆରେ ବସବାସ କରିବାକୁ ବାଧ୍ୟ କରିଥିଲା । ସେହିଠାରେ ହିଁ ସେ ମୃତ୍ୟୁ ପର୍ଯ୍ୟନ୍ତ ନିଜ ଗବେଷଣା ଜାରି ରଖିଥିଲେ ।

ପ୍ରିଷ୍ଟଲେ ଅନେକ ଥିଓଲୋଜିକାଲ, ଦାର୍ଶନିକ ଓ ରାଜନୈତିକ ପ୍ରବନ୍ଧ ଲେଖିଥିଲେ । ସେ ନିଜ 'ରାସିଓନାଲ ଖ୍ରୀଷ୍ଟିୟାନିଟି' ଏବଂ 'ଲାସେସ ଫେୟାର ଇକୋନୋମିକ୍ସ' ଥିଓରୀ ମାଧ୍ୟମରେ ଇଂରାଜୀ ପ୍ରେସ ଏବଂ ସରକାରଙ୍କ ଆକ୍ରୋଶର ଶିକାର ହୋଇଥିଲେ । ଏପରିକି 1791 ମସିହାରେ ଏହି ଥିଓରି ପାଇଁ ପ୍ରିଷ୍ଟେଲ ଏବଂ ତାଙ୍କ ପୁରା ପରିବାର ଶହ ଶହ ରାଗିଂ ବିକ୍ଷୋଭକାରୀଙ୍କ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଥିଲେ ।

ଜୋସେଫ ପ୍ରିଷ୍ଟଲେଙ୍କ କୃତିତ୍ବ:

1774 ମସିହାରେ ଏକ ସିରିଜ ପରୀକ୍ଷଣ ପରେ ପ୍ରିଷ୍ଟେଲ ବାୟୁ ସମ୍ବନ୍ଧରେ ମଧ୍ୟ ଅନେକ ରୋଚକ ଓ ଗୁରୁତ୍ବପୂର୍ଣ୍ଣ ତଥ୍ୟର ଉପସ୍ଥାପନ କରିଥିଲେ । ବାୟୁ ଏକ ପ୍ରାଥମିକ ପଦାର୍ଥ ନୁହେଁ ବରଂ ଅନେକ ଗ୍ୟାସର ସମ୍ମିଶ୍ରଣ ବୋଲି ସେ ନିଜ ପରୀକ୍ଷଣରୁ ଜାଣିବାକୁ ପାଇଥିଲେ । ସେହି ଗ୍ୟାସଗୁଡିକ ମଧ୍ୟରେ ବର୍ଣ୍ଣହୀନ ଏବଂ ଅଧିକ ପ୍ରତିକ୍ରିୟାଶୀଳ ଗ୍ୟାସକୁ ସେ 'ଡେଫଲୋଜିଷ୍ଟିକେଟେଡ' ବାୟୁ ଭାବେ ଆଖ୍ୟା ଦେଇଥିଲେ । ଯେଉଁ ଗ୍ୟାସକୁ ପରେ 1777 ମସିହାରେ ଫ୍ରେନ୍ଚ ରାସାୟନବିତ୍ ଆଟୋନି ଲାଭୋଇସିଏର 'ଅକ୍ସିଜେନ'( ଅମ୍ଲଜାନ)ନାମରେ ନାମିତ କରିଥିଲେ ।

ତେବେ ଅମ୍ଲଜାନ ଗ୍ୟାସ ସମେତ ପ୍ରିଷ୍ଟେଲ ନାଇଟ୍ରିକ ଅକ୍ସାଇଡ, ନାଇଟ୍ରୋଜେନ ଡାଇଅକ୍ସାଇଡ, ନାଇଟ୍ରିଅସ ଅକ୍ସାଇଡ, ହାଇଡ୍ରୋଜେନ କ୍ଲୋରାଇଡ, ଆମୋନିଆ, ସଲଫର ଡାଇଅକ୍ସାଇଡ, ସିଲିକନ, ଟେଟ୍ରାଫ୍ଲୋରାଇଡ, ନାଇଟ୍ରୋଜେନ, ଅକ୍ସିଜେନ ଏବଂ କର୍ବୋନ ମନୋକ୍ସାଇଡ ଭଳି 10 ନୂତନ ଗ୍ୟାସର ଆବିଷ୍କାର କରିଥିଲେ । ସେ 1767 ମସିହାରେ ବିଦ୍ୟୁତ ପରିଚାଳନା କ୍ଷେତ୍ରରେ ଗ୍ରାଫାଇଟର ବ୍ୟବହାରକୁ ଉପସ୍ଥାପନ କରିଥିଲେ । ଯାହା ତାଙ୍କର ପ୍ରଥମ ଏବଂ ବୃହତ୍ ଆବିଷ୍କାର ଅଟେ । ଏହିସବୁ ପରୀକ୍ଷଣ ଆଧାରରେ ପ୍ରିଷ୍ଟଲେ 1766 ମସିହାରେ ଇଂଲଣ୍ଡ ରୟାଲ ସୋସାଇଟର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ ।

ସେହିପରି ଉଦ୍ଭିଦର ଆଲୋକ ସଂଶ୍ଲେଷଣ ପ୍ରକ୍ରିୟା ଉପରେ ଆଲୋକପାତ କରିବାରେ ପ୍ରିଷ୍ଟଲେ ହେଉଛନ୍ତି ପ୍ରଥମ ବ୍ୟକ୍ତି । ସେ ହିଁ ପ୍ରଥମେ 'ଉଦ୍ଭିଦ ଅଙ୍ଗାରକାମ୍ଲ ଗ୍ରହଣ କରି ଅମ୍ଲଜାନ ତ୍ୟାଗ କରିଥାଏ' ବୋଲି ତଥ୍ୟ ଉପସ୍ଥାପିତ କରିଥିଲେ । ଏହାପରେ 1770ରେ, ପେନସିଲ ମାର୍କ ଲିଭାଇବା ପାଇଁ ରବରର ବର୍ଣ୍ଣନା କରିଥିଲେ ।

ଲ୍ୟାଣ୍ଡମାର୍କ ମାନ୍ୟତା ଏବଂ ସ୍ବୀକୃତି:

1994 ମସିହାରେ ଆମେରିକୀୟ କେମିକାଲ ସୋସାଇଟ 'ଜୋସେଫ ପ୍ରିଷ୍ଟଲେ ହାଉସକୁ' ଏକ ଜାତୀୟ ଐତିହାସିକ କେମିକାଲ ଲ୍ୟାଣ୍ଡମାର୍କ ରୂପେ ଉତ୍ସର୍ଗୀକୃତ କରିଥିଲେ । ସେହିପରି ଆମେରିକୀୟ କେମିକାଲ ସୋସାଇଟ ଏବଂ ରୟାଲ ସୋସାଇଟ ଅଫ କେମିଷ୍ଟି 2000 ମସିହା ଅଗଷ୍ଟ 7 ତାରିଖରେ ଜୋସେଫ ପ୍ରିଷ୍ଟଲେଙ୍କ ଅମ୍ଲଜାନ ଆବିଷ୍କାରକୁ ଅନ୍ତର୍ଜାତୀୟ ଐତିହାସିକ କେମିକାଲ ଲ୍ୟାଣ୍ଡମାର୍କ ରୂପେ ସମର୍ପିତ କରିଥିଲେ ।

ଜୋସେଫ ପ୍ରିଷ୍ଟଲେ 1794ରେ ଆମେରିକା ପଳାଇ ଯାଇଥିଲେ । ଶେଷରେ 1804 ମସିହା ଫେବୃୟାରୀ 6 ତାରିଖରେ 70 ବର୍ଷ ବୟସରେ ପ୍ରିଷ୍ଟଲ ପେନସିଲଭାନିଆଠାରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଆଜି ପ୍ରିଷ୍ଟଲେ ଦୁନିଆରେ ନାହାନ୍ତି ସତ, ହେଲେ ତାଙ୍କ କୃତିତ୍ବ ଏବଂ ଆବିଷ୍କାର ତାଙ୍କୁ ଚିରଦିନ ପାଇଁ ସମଗ୍ର ବିଶ୍ବରେ ଅମର ରଖିଛି ।

Keywords: Joseph priestley experiment in Odia, Joseph priestley discovered in Odia, Joseph priestley discovered oxygen in Odia, Joseph priestley discovery in Odia, Joseph priestley biography Odia, joseph priestley invented, Joseph priestley achievements Odia

Post a Comment

0Comments

Post a Comment (0)