
Biography Of Alexander Graham Bell In Odia
ବହୁ ବର୍ଷରୁ ଯୋଗଯୋଗ କ୍ଷେତ୍ରରେ ମୋବାଇଲ ଫୋନ ସୁବୁଠୁ ଉତ୍କୃଷ୍ଟ ଓ ବଳିଷ୍ଠ ମାଧ୍ୟମ । ସମ୍ପ୍ରତ୍ତି ମନୁଷ୍ୟ ପାଇଁ ଏହା ଅତ୍ୟାବଶ୍ୟକ ସାମଗ୍ରୀରେ ପରିଣତ ହୋଇଛି । ତେବେ ଏହି ମୋବାଇଲ ଫୋନ ଆଲେକଜାଣ୍ଡର ଗ୍ରାହାମ ବେଲଙ୍କ ଅବଦାନ । ବିଶିଷ୍ଟ ବୈଜ୍ଞାନିକ ତଥା ଉଦ୍ଭାବକ ରୂପେ ଗ୍ରାହାମ ବେଲ ଖୁବ ପରିଚିତ । ତେବେ ବେଲ କେବଳ ଯେ ମୋବାଇଲ ଫୋନ ଉଦ୍ଭାବନ କରିଛନ୍ତି ତାହା ନୁହେଁ, ଯୋଗାଯୋଗ କ୍ଷେତ୍ରରେ ତାଙ୍କ ତାଙ୍କର ଅବଦାନ ଅତୁଳନୀୟ । ସେ ନିଜ ଜୀବନ କାଳ ମଧ୍ୟରେ 18ରୁ ଉର୍ଦ୍ଧ୍ବ ଉଦ୍ଭାବନ କରିଛନ୍ତି । ତେବେ ଟେଲିଫୋନ ଉଦ୍ଭାବନ କ୍ଷେତ୍ରରେ ବେଲଙ୍କୁ ଥୋମାସ ୱାଟସନ ସହଯୋଗ କରିଥିଲେ ।ଆଲେକଜାଣ୍ଡର ଗ୍ରାହାମ ବେଲଙ୍କ ବିଷୟରେ କିଛି ରୋଚକ ତଥ୍ୟ (Facts Of Alexander Graham Bell In Odia)
- 1847 ମସିହା ମାର୍ଚ୍ଚ 3 ତାରିଖ ସ୍କଟଲ୍ୟାଣ୍ଡର ଏଡିନବର୍ଗ ସହରରେ ଏହି ମହାନ ବୈଜ୍ଞାନିକଙ୍କ ଜନ୍ମ ।
- ତାଙ୍କ ପିତାଙ୍କ ନାମ ମେଲବିଲେ ବେଲ ଓ ମାତାଙ୍କ ନାମ ଏଲିଜା ଗ୍ରେସ । ସେ ନିଜ ପିତାମାତାଙ୍କ ଦ୍ବିତୀୟ ସନ୍ତାନ ଅଟନ୍ତି।
- ଗ୍ରାହମ ବେଲଙ୍କ ପିତା ଓ ଜେଜେବାପା ବକ୍ତୃତା ବିକାଶ କ୍ଷେତ୍ରରେ କାର୍ଯ୍ୟ ପାଇଁ ଇଂଲଣ୍ଡରେ ବେଶ୍ ପ୍ରସିଦ୍ଧ ଥିଲେ । ଯାହା ବେଲଙ୍କୁ ବକ୍ତୃତା ଏବଂ ଯୋଗାଯୋଗ କ୍ଷେତ୍ରରେ ଅନୁଧ୍ୟାନ ପାଇଁ ପ୍ରେରଣା ଯୋଗାଇଥିଲା।
- ଗ୍ରାହମ ବେଲଙ୍କ ମାଆ ଓ ପତ୍ନୀ ଉଭୟ ବଧିର ଥିଲେ । ନିଜ ମାଆ ଓ ପତ୍ନୀର ସମସ୍ୟା ବେଲଙ୍କୁ ଖୁବ ବିଚଳିତ କରିଥିଲା ଏବଂ ଏହା ତାଙ୍କୁ ଧ୍ବନି ବିଜ୍ଞାନ ଦିଗରେ ଅନୁଧ୍ୟାନ ପାଇଁ ଅଭିପ୍ରେରିତ ମଧ୍ୟ କରିଥିଲା । ଏହାପରେ ସେ ବଧିରଙ୍କ ପାଇଁ ଧ୍ବନି ବିଜ୍ଞାନ ସହାୟତାରେ ଏକ ଯନ୍ତ୍ର ତିଆରି କରିଥିଲେ ।
- ଗ୍ରାହାମ ବେଲ ଜଣେ ସଙ୍ଗୀତ ଶିକ୍ଷକ ମଧ୍ୟ ଥିଲେ ଏବଂ ନିଜ ପିତାଙ୍କ ସହ କାର୍ଯ୍ୟ କରିଥିଲେ । ତାଙ୍କ ପିତା ଦୃଶ୍ୟମାନ ବକ୍ତବ୍ୟ ବିକଶିତ କରିଥିଲେ ।
ଆଲେକଜାଣ୍ଡାର ଗ୍ରାହାମ ବେଲଙ୍କ କୃତିତ୍ବ:
ଆଲେକଜାଣ୍ଡାର ଗ୍ରାହମ ବେଲ ଟେଲିଫୋନ ଉଦ୍ଭାବକ ଭାବେ ବିଶ୍ବ ପ୍ରସିଦ୍ଧ, ଯାହା ଯୋଗାଯୋଗ ଦୁନିଆରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲା । ସେ ପିଲାଟି ଦିନରୁ ହିଁ ଅତ୍ୟନ୍ତ ଜିଜ୍ଞାସୁ ଥିଲେ । ଏଣୁ ବେଲ୍ ବିଭିନ୍ନ କ୍ଷେତ୍ରରେ ଗବେଷଣା ପାଇଁ ରୁଚି ରଖୁଥିଲେ ଏବଂ ଅନେକ ଉଦ୍ଭାବନର ଜନକ ସାଜିଥିଲେ । 1890 ମହିହା ପରଠାରୁ ସେ ନିଜର ସମସ୍ତ ଧ୍ୟାନ ବିମାନ ଚଳାଚଳ ପରୀକ୍ଷଣ ଉପରେ କେନ୍ଦ୍ରିତ କରିଥିଲେ । ଏପରିକି 1903 ମସିହାରେ ରାଇଟ ବ୍ରଦର୍ସଙ୍କ ଦ୍ବାରା ପ୍ରଥମ ଶକ୍ତିଚାଳିତ ବିମାନ ତିଆରି ହେବା ପରେ ମଧ୍ୟ ସେ ତାଙ୍କର ପରୀକ୍ଷଣ ଜାରି ରଖିଥିଲେ । ଅଧିକ ଏରୋଡାଇନାମିକ ୱିଙ୍ଗ ଏବଂ ପ୍ରୋପେଲର ବ୍ଲେଟ ବିକଶିତ କରିବାରେ ବେଲଙ୍କ ବିଶେଷ ଆଗ୍ରହ ଥିଲା ।
ବିମାନ ଚଳାଚଳ କ୍ଷେତ୍ରରେ ନବସୃଜନ ପାଇଁ1907 ମସିହାରେ ବେଲ୍ ବିମାନ ପରୀକ୍ଷଣ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ । ଏଥିସହ ଉଡାଣ ମେସିନ ଏବଂ ଜଳ ଜାହାଜ ଉଦ୍ଭାବନ ସମେତ ଅନେକ ଦିଗରେ କାର୍ଯ୍ୟ କରିଥିଲେ । ନିଜର ଉଦ୍ଭାବନ ପାଇଁ ସେ ଜୀବନ କାଳ ମଧ୍ୟ ଅନେକ ସମ୍ମାନର ଅଧିକାରୀ ହୋଇଛନ୍ତି ।
ଶେଷରେ 1922 ମସିହା ଅଗଷ୍ଟ 2 ତାରିଖ ଦିନ କାନାଡାର ନୋଭା ସ୍କୋଟିଆଠାରେ ଏହି ମହାନ ବୈଜ୍ଞାନିକ ନିଜର ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଯେତେବେଳେ ଗ୍ରାହାମ ବେଲଙ୍କୁ କବର ଦିଆଗଲା, ସେହି ସମୟରେ କାନାଡା ଓ ଯୁକ୍ତରାଷ୍ଟ୍ର ଆମେରିକାର ସମସ୍ତ ଟେଲିଫୋନ ସେବାକୁ କିଛି ମୁହୂର୍ତ୍ତ ପାଇଁ ଅବ୍ୟାହୃତ କରାଯାଇଥିଲା । ଆଜି ଗ୍ରାହାମ ବେଲ ନାହାନ୍ତି ସତ, ମାତ୍ର ତାଙ୍କ କୀର୍ତ୍ତି ଓ ବିଶ୍ବ ପ୍ରତି ଅବଦାନ ତାଙ୍କୁ ଚିରସ୍ମରଣୀୟ କରିରଖିଛି ।
For Latest Quiz, Gk Join Our Telegram Channel @Gk_Odia (ODISHA GK) Click here