History of Odia language in Odia
ଆମ ରାଜ୍ୟର କଥିତ ଓ ଲିଖିତ ଭାଷା ର ନାମ ଓଡିଆ। ବର୍ତ୍ତମାନ ଏହା ଶାସ୍ତ୍ରୀୟ ଭାଷା ଭାବେ ମାନ୍ୟତା ପାଇଛି। "ଓଡିଆ ଶବ୍ଦ ଟି "ଉଡ୍ରିୟା ଶବ୍ଦ ର ରୂପାନ୍ତର। ଭରତ ମୁନି ଙ୍କ ରଚିତ "ନାଟ୍ୟଶାସ୍ତ୍ର" ନାମକ ପ୍ରାଚୀନ ଗ୍ରନ୍ଥ ରେ ଶବର, ଆଭୀର, ଓ ଓଡ୍ର ଜାତି ମାନଙ୍କର କଥିତ ଭାଷା ର ନାମଲ୍ଲେଖ ରହିଛି। ସେହି ଦୃଷ୍ଟିରେ ବିଚାର କଲେ ପ୍ରାୟ ଦୁଇ ହଜାର ବର୍ଷ ତଳେ ଏହି ଅଞ୍ଚଳରେ ଔଡ୍ରୀ ବା ଉଡ୍ରୀୟ ନାମକ କଥିତ ଭାଷା ଥିଲା; ଯାହା କାଳକ୍ରମେ ଓଡ଼ିଆ ଭାଷା ରୂପେ ବିବର୍ତ୍ତିତ ହୋଇଛି । ବେଦର ଭାଷା ହେଉଛି ପୃଥିବୀର ପ୍ରାଚୀନତମ କଥିତ ଓ ଲିଖିତ ଭାଷା ର ନିଦର୍ଶନ । ସେହି ବେଦ ଭାଷା କୁ ଆଧାର କରି ସଂସ୍କୃତି ଭାଷାର ଉଦ୍ଭବ ଘଟିଛି। ପୂର୍ବେ ସଂସ୍କୃତ ଭାଷା ଶିଷ୍ଟ ମାନଙ୍କ ଲିଖିତ ଓ କଥିତ ଭାଷା ଥିଲା। ଜନସାଧାରଣ ଯେଉଁ ଭାଷା ରେ କଥୋପକଥନ କରୁଥିଲେ ତାହାକୁ ପ୍ରାକୃତ ଭାଷା କୁହାଯାଉଥିଲା। ପ୍ରାଚୀନ ସଂସ୍କୃତ ନାଟକ ରେ ଆମେ ପ୍ରାକୃତ ଭାଷାର ଉଦାହରଣ ଦେଖିବାକୁ ପାଉ। ସେହି ପ୍ରାକୃତ ଭାଷା ଗୁଡ଼ିକର ନାମ ଶୌରସେନୀ,ମହାରାଷ୍ଟ୍ରୀ, ପୈଶାଚୀ, ମାଗଧୀ, ପାଳି ପ୍ରଭୃତି । ବୌଦ୍ଧ ମାନଙ୍କ ଧର୍ମଗ୍ରନ୍ଥ ତ୍ରିପିଟକ ପାଳି ଭାଷାରେ ରଚିତ ଏକ ପ୍ରାଚୀନ ପ୍ରାକୃତ । ଓଡିଆ ଭାଷା କୁ ମଧ୍ୟ ପୂର୍ବେ ପ୍ରାକୃତ କୁହାଯାଉଥିଲା। ଜଗନ୍ନାଥ ଦାସ ଙ୍କ ସଂସ୍କୃତ ଭାଗବତ କୁ ଓଡିଆରେ ଅନୁବାଦ କରି ଲେଖିଛନ୍ତି-
"ପ୍ରାକୃତ ବନ୍ଧେ ଭାଗବତ
କହଇ ଜଗନ୍ନାଥ ଦାସ"।
"ପ୍ରକୃତି"- ଏହି ଶବ୍ଦ ର ଅର୍ଥ ହେଉଛି 'ଜନସାଧାରଣ' ବା 'ପ୍ରଜାଗଣ'। ତେଣୁ ଜନସାଧାରଣଙ୍କ ଭାଷା ହେଉଛି "ପ୍ରାକୃତ"। ଏହା ମୁଖ୍ୟତଃ ସଂସ୍କୃତ ଭାଷା ସହ ସମ୍ବନ୍ଧିତ। ପ୍ରାଚୀନ ବୈଦିକ କାଳ ରେ "ଲିପି" ର ଆବିଷ୍କାର ହୋଇନଥିଲା। ବେଦ ଶାସ୍ତ୍ର କୁ ଲୋକମାନେ ଶୁଣି ଶୁଣି ମନେ ରଖୁଥିଲେ। ସେଥିପାଇଁ ବେଦର ଅନ୍ୟ ନାମ "ଶ୍ରୁତି"। ସେହି ସମୟରେ ବେଦ ର ଭାଷା ଥିଲା ତତ୍କାଳୀନ କଥିତ ଓ ସାହିତ୍ୟିକ ଭାଷା। ବେଦ ର ବେଦ ଭାଷାରୁ ସଂସ୍କୃତ ଭାଷାର ସୃଷ୍ଟି। ପ୍ରତ୍ୟେକ ସମୟ ରେ ଜନସାଧାରଣ ଲୋକଙ୍କ କଥିତ ଭାଷା କୁ ପ୍ରାକୃତ ଭାଷା କୁହାଯାଇପାରେ। ପରବର୍ତ୍ତୀ ସମୟରେ ପ୍ରାଚୀନ ପ୍ରାକୃତ ଭାଷା ଯେଉଁ ପରିବର୍ତ୍ତିତ ରୂପ ନେଇଛି, ତାକୁ ଭାଷାବିଦ୍ୱାନ ମାନେ "ଅପଭ୍ରଂଶ ଭାଷା" କହିଛନ୍ତି। ପ୍ରାୟ ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀ ସମୟକୁ ଔଡ୍ରୀ ଅପଭ୍ରଂଶ ହୋଇ ତାପରେ ପ୍ରାଚୀନ "ଓଡ଼ିଆ" ଭାଷା ହୋଇଛି।ସଂସ୍କୃତ ଓ ପ୍ରାକୃତ ଭାଷା ଏବଂ ଶାବର, ଆଭୀର ପ୍ରଭୃତି ଉପଭାଷା ରୁ ବହୁ ଶବ୍ଦ ଗ୍ରହଣ କରି ଓଡିଆ ଭାଷା ପରିପୃଷ୍ଟ ହୋଇଛି।
ଆମ ଓଡ଼ିଆ ଭାଷା ଭାରତୀୟ ଆର୍ଯ୍ୟ ଭାଷା -ପରିବାର ର ଅନ୍ତର୍ଭୁକ୍ତ। ଏହି ପରିବାର ର ଅନ୍ୟାନ୍ୟ ଭାଷା ଗୁଡିକ ହେଲେ ଆସାମୀ,ବଙ୍ଗଳା, ଭୋଜପୁରୀ,ହିନ୍ଦୀ ପ୍ରଭୃତି। ଏହି ଭାଷା ଗୁଡିକ ପ୍ରାୟ ତିନୋଟି ସ୍ତର ଦେଇ ଗତି କରିସାରିଛି;ସେଗୁଡିକ ହେଲା-
- ପ୍ରାଚୀନ ଭାରତୀୟ ଆର୍ଯ୍ୟଭାଷା ବା ବେଦ ଭାଷା
- ମଧ୍ୟ ଭାରତୀୟ ଆର୍ଯ୍ୟ ଭାଷା ବା ପ୍ରାକୃତ
- ଆଧୁନିକ ଭାରତୀୟ ଆର୍ଯ୍ୟ ଭାଷା
(ପୂର୍ବରୁ କୁହା ଯାଇଛି ଯେ ଜନସାଧାରଣ ମାନଙ୍କ କଥିତ ଭାଷାକୁ ପ୍ରାକୃତ କହନ୍ତି।)
ମାଗଧୀ ପ୍ରାକୃତ ଭାଷା ର ଗୋଟିଏ ଶାଖା ହେଉଛି ଅର୍ଦ୍ଧ ମାଗଧୀ। ବର୍ତ୍ତମାନ ର ପୂର୍ବ ଭାରତୀୟ ଭାଷା ମାନଙ୍କ ମଧ୍ୟରେ ପାଲି ଓ ଅର୍ଦ୍ଧ ମାଗଧୀ ର ପ୍ରଭାବ ଦେଖିବାକୁ ମିଳେ। ବଙ୍ଗଳା, ଓଡିଆ ଓ ଆସାମୀ ପ୍ରଭୃତି ଭାଷା ପ୍ରଭୃତି ପୂର୍ବ ଭାରତର ଆର୍ଯ୍ୟ ଭାଷା। ଉଚ୍ଚାରଣ ଦୃଷ୍ଟିରୁ ବଙ୍ଗଳା ଓ ଆସାମୀ ଭାଷା ଠାରୁ ଓଡିଆ ଭାଷା ପ୍ରାଚୀନତର ମନେ ହୁଏ।
ଭୂବନେଶ୍ୱର ନିକଟସ୍ଥ ହାତୀ ଗୁମ୍ଫା ଶିଳାଲେଖ ରେ (ଉଦୟ ଗିରି) ବ୍ୟବହୃତ ଭାଷା ହେଉଛି ପାଲି-ପ୍ରାକୃତର ଅନୁରୂପ। ଦୁଇ ହଜାର ବର୍ଷ ପୂର୍ବେ ଉତ୍କଲର ଜନସାଧାରଣ ର ଭାଷା ଏହି ପ୍ରାକୃତ ଭାଷା ଥିଲା। ଅଙ୍ଗ-ବଙ୍ଗ-କଳିଙ୍ଗ ରାଜ୍ୟ ଗୁଡିକ ମଧ୍ୟରେ ଅନୁରୂପ ଭାଷା ପ୍ରଚଳିତ ଥିଲା। ପ୍ରାୟ ଖ୍ରୀଷ୍ଟୀୟ ସପ୍ତମ/ଅଷ୍ଟମ ଶତାବ୍ଦୀ ବେଳକୁ ଏହି ପ୍ରାକୃତ ଭାଷା ଅପଭ୍ରଂଶ ଭାଷା ରୂପେ ପ୍ରଚଳିତ ହେଲା। ସେହି ଅପଭ୍ରଂଶ ର ନିଦର୍ଶନ ଆମେ ସିଦ୍ଧାଚାର୍ଯ୍ୟ ମାନଙ୍କ ଦ୍ୱାରା ରଚିତ ଚର୍ଯ୍ୟାପଦ (ଚରିୟାପଦ ବା ଚର୍ଯ୍ୟାଚର୍ଯ୍ୟପଦ ବିନଶ୍ଚୟ) ରୁ ଦେଖିବାକୁ ପାଉ।
ଅଷ୍ଟମ ଶତାବ୍ଦୀ ବେଳକୁ ବହୁ ବଜ୍ରଯାନ ବୌଦ୍ଧ ଓ ସହଜ ଯାନ (ସହଜା ଚାରୀ) ବୌଦ୍ଧ ସାଧୁସନ୍ଥ ବିଭନ୍ନ ସ୍ଥାନ ରେ ବୁଲିବୁଲି ଦୋହା ଗୀତ ରେ ବିଭିନ୍ନ ଧର୍ମମତ ପ୍ରଚାର କରୁଥିଲେ। କେତେକ ଙ୍କ ମତରେ ସେମାନଙ୍କ ସଂଖ୍ୟା 84ଜଣ ଥିଲେ କୁହାଯାଏ। ସେମାନଙ୍କୁ 84ସିଦ୍ଧ କୁହାଯାଏ।
ଭୂବନେଶ୍ୱର ନିକଟସ୍ଥ ହାତୀ ଗୁମ୍ଫା ଶିଳାଲେଖ ରେ (ଉଦୟ ଗିରି) ବ୍ୟବହୃତ ଭାଷା ହେଉଛି ପାଲି-ପ୍ରାକୃତର ଅନୁରୂପ। ଦୁଇ ହଜାର ବର୍ଷ ପୂର୍ବେ ଉତ୍କଲର ଜନସାଧାରଣ ର ଭାଷା ଏହି ପ୍ରାକୃତ ଭାଷା ଥିଲା। ଅଙ୍ଗ-ବଙ୍ଗ-କଳିଙ୍ଗ ରାଜ୍ୟ ଗୁଡିକ ମଧ୍ୟରେ ଅନୁରୂପ ଭାଷା ପ୍ରଚଳିତ ଥିଲା। ପ୍ରାୟ ଖ୍ରୀଷ୍ଟୀୟ ସପ୍ତମ/ଅଷ୍ଟମ ଶତାବ୍ଦୀ ବେଳକୁ ଏହି ପ୍ରାକୃତ ଭାଷା ଅପଭ୍ରଂଶ ଭାଷା ରୂପେ ପ୍ରଚଳିତ ହେଲା। ସେହି ଅପଭ୍ରଂଶ ର ନିଦର୍ଶନ ଆମେ ସିଦ୍ଧାଚାର୍ଯ୍ୟ ମାନଙ୍କ ଦ୍ୱାରା ରଚିତ ଚର୍ଯ୍ୟାପଦ (ଚରିୟାପଦ ବା ଚର୍ଯ୍ୟାଚର୍ଯ୍ୟପଦ ବିନଶ୍ଚୟ) ରୁ ଦେଖିବାକୁ ପାଉ।
ଅଷ୍ଟମ ଶତାବ୍ଦୀ ବେଳକୁ ବହୁ ବଜ୍ରଯାନ ବୌଦ୍ଧ ଓ ସହଜ ଯାନ (ସହଜା ଚାରୀ) ବୌଦ୍ଧ ସାଧୁସନ୍ଥ ବିଭନ୍ନ ସ୍ଥାନ ରେ ବୁଲିବୁଲି ଦୋହା ଗୀତ ରେ ବିଭିନ୍ନ ଧର୍ମମତ ପ୍ରଚାର କରୁଥିଲେ। କେତେକ ଙ୍କ ମତରେ ସେମାନଙ୍କ ସଂଖ୍ୟା 84ଜଣ ଥିଲେ କୁହାଯାଏ। ସେମାନଙ୍କୁ 84ସିଦ୍ଧ କୁହାଯାଏ।
ଏମାନଙ୍କ ମଧ୍ୟରୁ କେତେକ ଏହି ରାଜ୍ୟର ଅଧିବାସୀ ଥିଲେ। ଦୋହାପଦାବଳୀ ରୁ ଆମେ ତତ୍କାଳୀନ ଓଡିଆ ଭାଷା ର ସ୍ୱରୂପ ସମ୍ବନ୍ଧରେ ଧାରଣା ପାଇବା ।
"ନଅର ବାହିରି ରେ ଡୋମ୍ବୀ ତୋହରୀ କୁଡ଼ିଆ
ଛୋଇ ଛୋଇ ଯାହି ସୋ ବ୍ରାହ୍ମଣ ନାଡିଆ।"
ଛୋଇ ଛୋଇ ଯାହି ସୋ ବ୍ରାହ୍ମଣ ନାଡିଆ।"
"ଆଲୋ ଡୋମ୍ବୀ ତୋଏ ସମ କରିବା ମୋ ସାଙ୍ଗ
ନିଘନ କାହ୍ନୁ କାପାଳି ଜୋଇଲାଙ୍ଗ........।"
ନିଘନ କାହ୍ନୁ କାପାଳି ଜୋଇଲାଙ୍ଗ........।"
"ଏକଶ ପଦୁଅଁ ଚଉଷଠି ପାଖୁଡି
ତହିଁ ଚଢି ନାଚେ ଡୋମ୍ବୀ ବାପୁଡି।"
ତହିଁ ଚଢି ନାଚେ ଡୋମ୍ବୀ ବାପୁଡି।"
"ଆଲୋ ଡୋମ୍ବୀ, ତୋତେ ପୁଚ୍ଛମି ସଦବାବେ
ଆସସି, ଯାସି ଡୋମ୍ବୀ କାହାର ନାବେ"।
ଆସସି, ଯାସି ଡୋମ୍ବୀ କାହାର ନାବେ"।
-କାହ୍ନୁ ପାଦ
ଏହି ଦୋହାଗୁଡ଼ିକରେ ବ୍ୟବହୃତ ହୋଇଥିବା ଅପଭ୍ରଂଶ ଭାଷା ହେଉଛି ଓଡ଼ିଆ ବଙ୍ଗଳା-ଆସାମୀ ଭାଷାର ମୂଳରୂପ ସଦୃଶ। ତେଣୁ ଏହି ତିନୋଟି ଭାଷା ମଧ୍ୟରେ ଅଧିକ ସାମଞ୍ଜସ୍ୟ ଦେଖାଯାଏ।
ସବିଶେଷ ପରବର୍ତ୍ତୀ ପୃଷ୍ଠା ରେ ଦିଆଗଲା।
https://odiabookpdf.blogspot.com
https://odiabookpdf.blogspot.com/2021/06/blog-post_4.html