ସାମଗ୍ରୀ :
ଚିକେନ୍ ମାରିନେଟ ପାଇଁ
ଚିକେନ୍ – ୫୦୦ ଗ୍ରାମ୍
ଦହି – ୩ ଟେବୁଲ ଚାମଚ
ଅଦା-ରସୁଣ ପେଷ୍ଟ – ୧.୫ ଚାମଚ
ଲୁଣ – ୧/୨ ଚା’ ଚାମଚ କିମ୍ୱା ସ୍ୱାଦ ଅନୁସାରେ
ହଳଦୀ ଗୁଣ୍ଡ – ୧/୪ ଚା’ ଚାମଚ
ଲଙ୍କା ଗୁଣ୍ଡ – ୧ ଚା’-ଚାମଚ
ବିରିୟାନୀ ମସଲା – ୧ ଟେବୁଲ ଚାମଚ
ଲେମ୍ବୁ ରସ – ୧ ଟେବୁଲ ଚାମଚ
ଶୁଖିଲା ମସଲା ପାଇଁ
ତେଜ ପତ୍ର – ୧ଟି
ଗୁଜୁରାତି – ୪ଟି
ଲବଙ୍ଗ – ୫ଟି
ଡାଲଚିନି – ୧ଇଞ୍ଚ
ଅନିଆସୀ ଫୁଲ – ୨ଟି
ଜାୟତ୍ରୀ ଫଳର ଗୁଣ୍ଡ – ଚିମୁଟାଏ
ସାହି ଜିରା/କଳା ଜିରା – ୧ ଚା’ ଚାମଚ
ଅନ୍ୟାନ୍ୟ ସାମଗ୍ରୀ :
ବାସୁମତୀ ଚାଉଳ – ୨ କପ୍
ସୋରିଷ ତେଲ କିମ୍ବା ଘିଅ – ୨ ଟେବୁଲ ଚାମଚ
ପିଆଜ – ୧ ଟି ବଡ଼ (ସରୁ ଲମ୍ବା କଟା)
କଟା ପୋଦିନା ପତ୍ର – ୧୨ ରୁ ୧୫ଟି ପତ୍ର
କଟା କଞ୍ଚା ଲଙ୍କା – ୧ଟି
ଦହି – ୧/୪ କପ୍
ଲଙ୍କା ଗୁଣ୍ଡ – ୧/ ଚା’ ଚାମଚ
ଗରମ ମସଲା – ୧ ଚା’ ଚାମଚ
ଲୁଣ (ଚିକେନ୍ ପାଇଁ)- ୧/୪ ଚା’ ଚାମଚ
ପାଣି କିମ୍ବା ନଡ଼ିଆ କ୍ଷୀର – ୩ କପ୍
ଭଜା ପିଆଜ – ୨ ଟେବୁଲ ଚାମଚ
ବିରିୟାନୀ ମସଲା ଗୁଣ୍ଡ ପାଇଁ:
ଜାଇଫଳ – ୧ଟି (ଛୋଟ)
ଗୁଜୁରାତି – ୫ଟି
ଗୋଲ ମରିଚ – ୧/୨ ଚା’ ଚାମଚ
ଲବଙ୍ଗ – ୫ଟି
ଡାଲଚିନି – ୧ଇଞ୍ଚ
ପାନ ମହୁରୀ – ୧/୨ ଚା’ ଚାମଚ
→ ଏହାକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ୍ କରି ଗୁଣ୍ଡ ପ୍ରସ୍ତୁତ କରି ନିଅନ୍ତୁ ।
ପ୍ରଣାଳୀ-
ପ୍ରଥମେ ଚିକେନ୍ ପିସ କୁ ଛୁରୀରେ କାଟି ୬-୭ ଟି ଦାଗ ଦିଅନ୍ତୁ । ଚିକେନ୍ କୁ ପାତ୍ରରେ ରଖି ଲୁଣ ଅଦା-ରସୁଣ ପେଷ୍ଟ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ବିରିୟାନୀ ମସଲା, ଡାଲଚିନି ଓ ଲେମ୍ବୁ ରସକୁ ପକାଇ ଭଲକରି ମିଶାନ୍ତୁ । ଏହାକୁ ୧ ଘଣ୍ଟା ମାରିନେଟ ପାଇଁ ଛାଡ଼ି ଦିଅନ୍ତୁ ।
ବାସୁମତି ଚାଉଳକୁ ଭଲ ଭାବରେ ଧୋଇ ନିଅନ୍ତୁ । ଅଧ ଘଣ୍ଟା ପରେ ଛଣା ସାହାଯ୍ୟରେ ଚାଉଳକୁ ଛାଣି ରଖନ୍ତୁ ।
ଏବେ କୁକର୍ ରେ ତେଲ ଗରମ କରି ସେଥିରେ ଶୁଖିଲା ମସଲା (ତେଜପତ୍ର, ଲବଙ୍ଗ, ବିରିୟାନୀ ଫୁଲ, ଜାୟତ୍ରୀ ଫଳର ଗୁଣ୍ଡ, ସାହି ଜିରା ଓ ଗୁଜୁରାତି) ପକାଇ ହାଲକା ଭାଜନ୍ତୁ । ଏହାପରେ ପିଆଜ କଟା ପକାଇ ସୁନେଲି ରଙ୍ଗ ହେବ ଯାଏ ଭାଜନ୍ତୁ ।
ଏବେ ଚିକେନ୍ କୁ ପକାଇ ମାଧ୍ୟମ ଆଞ୍ଚରେ ୫ ମିନିଟ ଯାଏ ହାଲକା ଭାଜନ୍ତୁ । ଏବେ ଢାଙ୍କୁଣୀ(ବିନା ହ୍ୱିସିଲ୍) ଲଗାଇ ଚିକେନ୍ ନରମ ହେବ ଯାଏ ଅଳ୍ପ ଆଞ୍ଚରେ ରାନ୍ଧନ୍ତୁ । ପରେ ଢାଙ୍କୁଣୀ ଖୋଲି ୧ ମିନିଟ ପାଇଁ ଚିକେନକୁ ହାଲ୍କା ଡାଙ୍ଗାନ୍ତୁ ।
ପରେ ଦହି, କଟା କଞ୍ଚା ଲଙ୍କା, ଲୁଣ, ବିରିୟାନୀ ମସଲା ଓ ଲଙ୍କା ଗୁଣ୍ଡ ପକାଇ ଭଲଭାବରେ ମିଶାନ୍ତୁ ।
ଏବେ ଚିକେନ୍ ଉପରେ ଛଣା ହୋଇ ରଖା ହୋଇଥିବା ଚାଉଳକୁ ପକାଇ, ଏହା ଉପରେ ଭଲ ଭାବରେ ସଜାଇ ଦିଅନ୍ତୁ ।
ଏକ ପାତ୍ରରେ ୩ କପ୍ ପାଣି କିମ୍ବା ନଡ଼ିଆ କ୍ଷୀର ନିଅନ୍ତୁ ଓ ସେଥିରେ ୧/୪ ଚାମଚ ଲୁଣ ମିଶାନ୍ତୁ । ଏହାକୁ ଭଲ ଭାବରେ ମିଶାଇ ଚାଖି ନିଅନ୍ତୁ ଯେମିତି ହାଲ୍କା ଲୁଣିଆ ଲାଗିବ । ଏହାକୁ ନେଇ ଚାଉଳ ଚାରି ପାଖେ ନେଇ ଧୀରେ ଧୀରେ ଢାଳନ୍ତୁ । ପରେ ଏହା ଉପରେ ଭଜା ପିଆଜ ଓ କଟା ପୋଦିନା ପତ୍ର ପକାନ୍ତୁ ।
ଏବେ ଢ଼ାଙ୍କୁଣୀ(ହ୍ୱିସିଲ୍ ଲଗାଇ) ଲଗାଇ ମଧ୍ୟମ ଆଞ୍ଚରେ ରାନ୍ଧନ୍ତୁ । ଗୋଟାଏ ହ୍ୱିସିଲ୍ ବାଜିଲେ ତୁରନ୍ତ ଆଞ୍ଚରୁ କୁକର୍ କୁ ଓହ୍ଲାଇ ଆଣନ୍ତୁ । ସବୁତକ ବାମ୍ଫ ବାହାରିଗଲେ ଢାଙ୍କୁଣୀ ଖୋଲନ୍ତୁ ।
ଏବେ ଆମର ପ୍ରସ୍ତୁତ ହୋଇଗଲା ଚିକେନ୍ ବିରିୟାନୀ । ଏହାକୁ କଚୁମ୍ବର କିମ୍ବା କଟା ପିଆଜ ସାଙ୍ଗରେ ଖାନ୍ତୁ ଓ ଖୁଆନ୍ତୁ ।
ଚିକେନ୍ ବିରିୟାନୀ କେମିତି ଲାଗିଲା?
୧) ଭଲ ୨) ବହୁତ ଭଲ