
ଖାଲି ଆଖିରେ ଦେଖାଯାଉନଥିବା କ୍ଷୁଦ୍ରତ୍ତମ ଅଣୁଜୀବକୁ ମାଇକ୍ରୋବସ ବା କ୍ଷୁଦ୍ରଅଣୁ କୁହାଯାଏ । ଏଗୁଡିକ ଏତେ ଛୋଟ ଆକାରର ହୋଇଥାନ୍ତି ଯେ ସେଗୁଡିକୁ ଖାଲି ଆଖିରେ ଦେଖିବା ସମ୍ଭବ ନୁହେଁ । ଏଗୁଡିକୁ ଦେଖିବା ପାଇଁ ଏକ ସ୍ବତନ୍ତ୍ର ଯନ୍ତ୍ରର ବ୍ୟବହାର କରାଯାଏ । ଯାହାର ନାଁ ହେଲା ମାଇକ୍ରୋସ୍କୋପ ।
ଅଣୁଜୀବ
ତେବେ ଏହି କ୍ଷୁଦ୍ରଅଣୁ ଗୁଡିକ କଣ ? ସେଗୁଡିକ କେଉଁଠାରେ ବାସ କରନ୍ତି ? ସେମାନେ କଣ କରନ୍ତି? ଆମ ଦୈନନ୍ଦିନ ଜୀବନରେ ସେମାନଙ୍କ ଭୂମିକା କଣ? ଏ ବିଷୟର ସମସ୍ତ ପ୍ରଶ୍ନର ଉତ୍ତର ରଖିଛନ୍ତି 'ବିସାଲକ୍ଷୀ ଆରଜେଲା'। ସେ ମାଇକ୍ରାବାୟୋଲୋଜିରେ ସ୍ନାତକୋତ୍ତର କରିଛନ୍ତି । ଏହି ଅଣୁଜୀବଗୁଡିକ ଚାରି ପ୍ରକାରର ଅଟେ ବୋଲି କହିଛନ୍ତି ବିସାଲକ୍ଷୀ ଆରଜେଲା । ଏଗୁଡିକ ପାଣି, ମାଟି, ବୃକ୍ଷ, ଖାଦ୍ୟ ଏପରିକି ଆମ ଶରୀର ଭଳି ବିଭିନ୍ନ ସ୍ଥାନରେ ରହିଥାନ୍ତି ।
ଜୀବାଣୁ
ଜୀବାଣୁ ପୃଥିବୀର ପ୍ରାୟ ସମସ୍ତ ବାସସ୍ଥାନରେ ଦେଖାଯାଏ, ମଣିଷ ଭିତରେ ଏବଂ ଭିତରେ। ଅଧିକାଂଶ ଜୀବାଣୁ ନିରୀହ କିମ୍ବା ସହାୟକ, କିନ୍ତୁ କେତେକ ଜୀବାଣୁ, ମନୁଷ୍ୟ ଏବଂ ଅନ୍ୟ ପଶୁମାନଙ୍କଠାରେ ରୋଗ ସୃଷ୍ଟି କରନ୍ତି। ଜୀବାଣୁ ପ୍ରୋକାରିଓଟିକ୍ କାରଣ ସେମାନଙ୍କର ଜେନେଟିକ୍ ସାମଗ୍ରୀ (DNA) ପ୍ରକୃତ ନ୍ୟୁକ୍ଲିୟସ୍ ମଧ୍ୟରେ ରଖାଯାଇ ନାହିଁ | ଅଧିକାଂଶ ଜୀବାଣୁଙ୍କର କୋଷ ଭିତ୍ତି ଅଛି ଯେଉଁଥିରେ ପେପ୍ଟିଡୋଗ୍ଲାଇକାନ୍ ଥାଏ।
ଜୀବାଣୁ ପ୍ରାୟତ ସେମାନଙ୍କର ସାଧାରଣ ଆକୃତି ଅନୁଯାୟୀ ବର୍ଣ୍ଣନା କରାଯାଏ। ସାଧାରଣ ଆକୃତିଗୁଡିକ ଗୋଲାକାର , ବାଡ଼ି ଆକୃତିର, କିମ୍ବା ବକ୍ର ଅଟେ।
ପ୍ରୋଟୋଜୋଆ
ଆମେ ଯେତେବେଳେ ପୋଖରୀ କିମ୍ବା ହଦ୍ର ଦେଖୁ ସେଥିରେ ଏକ ସବୁଜ ରଙ୍ଗର ସ୍ତର ଦେଖାଯାଏ । କେବେ କେବେ ଆମେ ଭାବୁ ପୋଖରୀ ଭିତରେ ସେଗୁଡିକ ଗଛ । ହେଲେ ସେଗୁଡିକ ଗଛ ନୁହେଁ । ସେଗୁଡିକ ଆରର୍ଜି(ଏକ ପ୍ରକାର ଉଦ୍ଭିଦ) ଯାହା ପାଣିରେ ବଞ୍ଚିଥାନ୍ତି ।
ଫଙ୍ଗି
ଆମେ ସାଧାରଣତଃ ଗରମ କ୍ଷୀରରେ ପୂର୍ବରୁ ରଖାଯାଇଥିବା ଦହି ମିଶାଇ ଦେଲେ କିଛି ସମୟ ପରେ ଏହା ଦହିରେ ପରିଣତ ହୋଇଯାଏ । ଆମେ ଭାବୁଥିବା କ୍ଷୀରର ଏପରି ପରିବର୍ତ୍ତନ କିପରି ହେଲା । ଲାକ୍ଟେବ୍ୟାସିଲସ ଜୀବାଣୁ କ୍ଷୀରକୁ ଦହିରେ ପରିଣତ କରେ ।
ପାଉଁରୁଟି ବହୁତ ଦିନ ରହିଗଲେ ତାହା ଉପରେ କଳା କଳା ଫିମ୍ପି ପରି ସ୍ତର ଆସିଯାଏ । ସେ ଏକ ପ୍ରକାର ଜୀବାଣୁ ହୋଇଥାଏ ଯାହା ପାଉଁରୁଟିକୁ ଖରାପ କରିଦିଏ । ଯାହାକୁ ଖାଇଲେ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରବାହ ପଡିଥାଏ ।
ଭୂତାଣୁ
ଭୂତାଣୁ [viruses] ଅର୍ଥ ହେଉଛି ସେମାନେ କୋଷଗୁଡ଼ିକରେ ଗଠିତ ନୁହଁନ୍ତି। ମୂଳତଃ, ଏକ ଭୂତାଣୁ ପ୍ରୋଟିନ୍ ଏବଂ ଜେନେଟିକ୍ ପଦାର୍ଥକୁ ନେଇ ଗଠିତ - DNA କିମ୍ବା RNA। ଏହା କୋଷ ବାହାରେ ନିଷ୍କ୍ରିୟ ଅଟେ।
ଭୂତାଣୁ, ମାନବ କୋଷ ଠାରୁ ଆରମ୍ଭ କରି ଅନ୍ୟ ଅଣୁଜୀବର କୋଷ ପର୍ଯ୍ୟନ୍ତ ସମସ୍ତ ପ୍ରକାରର କୋଷକୁ ସଂକ୍ରମିତ କରିପାରନ୍ତି | ମଣିଷମାନଙ୍କଠାରେ ସାଧାରଣ ଶୀତଠାରୁ ଆରମ୍ଭ କରି ମାରାତ୍ମକ ଇବୋଲା, କୋରନା ପର୍ଯ୍ୟନ୍ତ ଅନେକ ରୋଗ ପାଇଁ ଭୂତାଣୁ ଦାୟୀ।
ଦୈନନ୍ଦିନ ଜୀବନରେ ଆଣୁଜୀବର ଉପସ୍ଥିତି
ମ୍ୟାଲେରିଆ ଏକ ରୋଗ ଯାହା ସାରା ବିଶ୍ବରେ ବ୍ୟାପିଥାଏ । ଏହା ପ୍ରୋଟୋଜୋଆ ଜୀବାଣୁ ଦ୍ବାରା ହୋଇଥାଏ । ଯାହା ମଶାଙ୍କ ଦ୍ବାରା ବ୍ୟାପିଥାଏ ।
ଆମ ଘରୁ ବାହାରୁଥିବା ବର୍ଜ୍ୟବସ୍ତୁ, ମୃତ ଉଦ୍ଭିଦ ଆବର୍ଜନା ବିଘଟନ ହୋଇଥାଏ । ଯାହି ମାଟିରେ ମିଶିବା ପରେ ମାଟିର ଉର୍ବରତା ବଢାଇଥାଏ ।
ଗ୍ରାମାଞ୍ଚଳ ଲୋକେମାନେ ଜାଳେଣି ପାଇଁ ବ୍ୟବହାର କରୁଥିବା ଗୋବର ଗ୍ୟାସ ରେ ଅଣୁଜୀବର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।
'ବିସାଲକ୍ଷୀ ଆରଜେଲା' ଆହୁରୀ କହିଛନ୍ତି, କେତେକ ସ୍ଥାନରେ ଅଣୁଜୀବଗୁଡିକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ସେମାନଙ୍କ ଉପସ୍ଥିତି ଓ ଅବଦାନ ବିଜ୍ଞାନର ପ୍ରତି କ୍ଷେତ୍ରରେ ଅତ୍ୟନ୍ତ ମୂଲ୍ୟବାନ ଅଟେ । ସମସ୍ତ କ୍ଷେତ୍ରରେ ଅଣୁଜୀବଗୁଡିକ ଆମକୁ ସାହାର୍ଯ୍ୟ କରିଥାନ୍ତି । ଏହା ସହ ଛୋଟ ପିଲା, ମଣିଷ, ପଶୁ ଓ ବୃକ୍ଷ ପାଇଁ କ୍ଷତିକାରକ ହୋଇଥାନ୍ତି । ଏପରିକି ଅଧିକାଂଶ ମହାମାରୀ ଅଣୁଜୀବଙ୍କ ଦ୍ବାରା ହୋଇଥାଏ । ଏହା ସହ ମହାମାରୀ ପାଇଁ ପ୍ରସ୍ତୁତ ଟୀକା ଏବଂ ଆଣ୍ଟିବାୟୋଟିକ୍ ଅଣୁଜୀବରୁ ଉତ୍ପନ୍ନ ହୋଇଥାଏ ।
ଆମେ ଯଦି ଦେଖିବା ଆମ ଆଖ ପାଖରେ ଅନେକ ଜୀବ ରହିଛନ୍ତି । ପ୍ରତ୍ୟେକ ସ୍ଥାନ ତାଙ୍କର ବାସସ୍ଥଳୀ । ପ୍ରତି କ୍ଷଣରେ ଆମେ ସେମାନଙ୍କ ସହିତ ରହୁଛୁ । ଖାଲି ଆଖିରେ ଦେଖା ନ ଗଲେ ମଧ୍ୟ ଆମ ଦୈନନ୍ଦିନ ଜୀବନରେ ସେମାନଙ୍କ ଉପସ୍ଥିତି ରହିଛି।