
'ଭାଇରସ'ଦ୍ୱାରା ଭ୍ୟାକ୍ସିନ ଉତ୍ପାଦନରେ କିପରି ଭୂମିକା ଥାଏ

ସାଧାରଣତଃ ପୃଥିବୀରେ ଦୁଇ ପ୍ରକାର ବସ୍ତୁ ରହିଛି । ଯେପରିକି, ଯିଏ ଚଳପ୍ରଚଳ କରିପାରେ, ବଢିପାରେ, ପୁନଃ ଉତ୍ପାଦନ କରିପାରେ । ମନୁଷ୍ୟ, ଜୀବଜନ୍ତୁ, ବୃକ୍ଷଲତା ଏହି ବିଭାଗର ଅନ୍ତର୍ଭୁକ୍ତ ଅଟନ୍ତି । ଅନ୍ୟପଟେ ଯିଏ ଚଳପ୍ରଚଳ କରିପାରେ ନାହିଁ, ବଢେ ନାହିଁ, ଯାହାର ପୁନଃ ଉତ୍ପାଦନ କରିପାରିବ ନାହିଁ ଯେପରିକି, ମେସିନ, ଯନ୍ତ୍ରପାତି, ଆସବାବପତ୍ର ଇତ୍ୟାତି । ସାମଗ୍ରିକ ଭାବେ ଆଉ କିଛି ଉଭୟ ଜୀବନ୍ତ ଓ ମୃତ ଭାବେ ପରିବେଶରେ ବିଦ୍ୟମାନ ଅଟନ୍ତି ବା ଉଭୟ ପ୍ରକାରରେ ଆଚରଣ କରିଥାନ୍ତି । ଆପଣ କେବେ ଚିନ୍ତା କରିଛନ୍ତି କି ସେଗୁଡିକ କଣ ହୋଇପାରେ ? ସେସବୁ ଭାଇରସ ବ୍ୟତୀତ ଅନ୍ୟ କିଛି ନୁହେଁ । ଯାହାକୁ ଆମେ ଅଣୁଜୀବ କହିଥାଉ । ଅଲଗାଇ, ବ୍ୟାକ୍ଟେରିଆ, ଫଞ୍ଜାଇ ଏବଂ ପ୍ରୋଟୋଜୋଆ ଇତ୍ୟାଦି ଭାଇରସ ଶ୍ରେଣୀଭୁକ୍ତ ଅଟନ୍ତି ।
ଦୈନନ୍ଦିନ ଜୀବନରେ ଅଣୁଜୀବ:
ମାଇକ୍ରୋବାଓଲୋଜିରେ ସ୍ନାତକ ଓ ସ୍ନାତକତ୍ତୋର କରିଥିବା 'ବିଶାଲକ୍ଷି ଆରିଗେଲା' ଏହି ଅଣୁଜୀବ ଉପରେ ଅନେକ ଅଧ୍ୟୟନ କରିଛନ୍ତି ଏବଂ ଏ ଦିଗରେ ବିଶେଷ ଆଲୋକପାତ କରିଛନ୍ତି । ଯୁଗ ଯୁଗ ଧରି ରୋଗ ସୃଷ୍ଟି କରୁଥିବା ଏହି ଭାଇରସଗୁଡିକ ପୃଥିବୀ ପୃଷ୍ଠରେ ରହିଛନ୍ତି । ମୁଖ୍ୟତଃ ଭାଇରସଗୁଡିକ ମାଇକ୍ରୋସ୍କୋପିକ, ସଂକ୍ରମଣ ବାହକ ଅଟନ୍ତି । ଏଗୁଡିକ ସାଧାରଣ ଆଖିରେ ଦେଖାଯାଆନ୍ତି ନାହିଁ । ଇଲେକ୍ଟ୍ରନ ମାଇକ୍ରୋସ୍କୋପ ନାମକ ଏକ ଏକ ସ୍ବତନ୍ତ୍ର ମାଇକ୍ରୋସ୍କୋପ ବ୍ୟବହାର ଏଗୁଡିକୁ ଦେଖିହୁଏ ।
ଭାଇରସଗୁଡିକର କିଛି ବୈଶିଷ୍ଟ୍ୟ ରହିଛି ଯାହା ଅନ୍ୟ ଅଣୁଜୀବ ଯେପରିକି ଆଲଗାଏ, ବ୍ୟାକ୍ଟେରିଆ, ଫଞ୍ଜାଇ ଓ ପ୍ରୋଟୋଜୋଆ ଠାରୁ ତାକୁ ଭିନ୍ନ କରିଥାଏ । ବିସାଲକ୍ଷ୍ସି କହିଛନ୍ତି କି, ଅଣୁଜୀବମାନେ ମାଟି, ପାଣି ବାୟୁ ଓ ଜୈବିକ ବର୍ଜ୍ୟବସ୍ତୁ ଭଳି ଯେକୌଣସି ଉତ୍ସରୁ ପୋଷକ ତତ୍ତ୍ବ ଗ୍ରହଣ କରି ବୃଦ୍ଧି ଲାଭ କରନ୍ତି । ଭାଇରସଗୁଡିକ କେବଳ ଜୀବକୋଷ ଯଥା ଜୀବଜନ୍ତୁ, ଉଦ୍ଭିତ, ମଣିଷ ଓ ଅନ୍ୟାନ୍ୟ ଅଣୁଜୀବ ମଧ୍ୟରେ ବଢିପାରନ୍ତି ।
ଏଠି ପ୍ରଶ୍ନ ଉଠୁଛି , ମାଟି ପାଣି ଓ ଜୈବିକ ବର୍ଜ୍ୟବସ୍ତୁ ଭଳି ଉତ୍ସଗୁଡିକ ଥାଇ ମଧ୍ୟ ଏହି ଭାଇରସଗୁଡିକ ଆପେ ଆପେ କାହିଁକି ବୃଦ୍ଧି ଲାଭ କରନ୍ତି ନାହିଁ । ଏହାର ଏକମାତ୍ର ସରଳ ଉତ୍ତର ହେଉଛି, ସେମାନଙ୍କ ନିକଟରେ ଅନ୍ୟ ପ୍ରାଣୀଙ୍କ ଭଳି ଆଭ୍ୟନ୍ତରୀଣ ଅଙ୍ଗପ୍ରତ୍ୟେଙ୍ଗ ନାହିଁ ଯାହା ସେମାନଙ୍କ ବିକାଶରେ ସହାୟକ ହେବ । ଭାଇରସ ବଞ୍ଚିବା ପାଇଁ ସେମାନଙ୍କୁ ପ୍ରଥମେ ଜୀବ କୋଷରେ ପ୍ରବେଶ କରିବାକୁ ପଡିବ । ଏହାପରେ ସେମାନେ ଜୀବକୋଷ ମଧ୍ୟରେ ନିଜର ସଂଖ୍ୟା ବିସ୍ତାର କରିଥାନ୍ତି । ଏହି ପର୍ଯ୍ୟାୟରେ ଭାଇରସ ଲକ୍ଷ୍ମଣ ସୃଷ୍ଟି କରନ୍ତି ଏବଂ ଶେଷରେ ସଂକ୍ରମିତ ଜୀବ ଶରୀରରେ ରୋଗ ସୃଷ୍ଟି କରିଥାନ୍ତି ।
ସେହିପରି ଭାଇରସ ଦ୍ବାରା ସୃଷ୍ଟ ସମସ୍ତ ଲକ୍ଷଣ ବିପଦ କି ନୁହେଁ ଭଳି ପ୍ରଶ୍ନର ଉତ୍ତର ରଖିଛନ୍ତି ବିସାଲକ୍ଷ୍ସି । ସେ ଭାଇରସ ଦ୍ବାରା ସୃଷ୍ଟ ରୋଗଗୁଡିକ ସମ୍ପର୍କରେ ଉଦାହରଣ ଦେଇ ଉତ୍ତର ବାଖ୍ୟା କରିଛନ୍ତି । ଏହି ରୋଗଗୁଡିକ ମନୁଷ୍ୟ ନିକଟରେ ଅତ୍ୟନ୍ତ ସାଧାରଣ ଅଟେ । ଯେପରିକି ସାଧାରଣ ଥଣ୍ଡା, ଯାହାକୁ ନେଇ ଆମେ ସମସ୍ତେ ସଚେତନ ଅଟେ । ଏହା ଭାଇରସ ଦ୍ବାରା ହିଁ ହୋଇଥାଏ ଏବଂ ଏହାର ଲକ୍ଷଣଗୁଡିକୁ ଆମେ ଭଲ ଭାବେ ଜାଣିଥାଉ । ମାତ୍ର ପୋଲିଓ, ଏଡସ ଓ ମିଳିମିଳା ଭଳି ଅନ୍ୟ ରୋଗକୁ ବିଚାର କଲେ ଏହି ରୋଗଗୁଡିକର ଲକ୍ଷଣ ଅଧିକ ଗୁରୁତର ହୋଇଥାଏ । ଫଳସୂରୁପ, ସେମାନେ ଜୀବ କୋଷଗୁଡିକ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ଏପରି କେତେକ କ୍ଷେତ୍ରରେ ଏହା ମଣିଷ ଶରୀର ପାଇଁ ସାଙ୍ଘାତିକ ସାବ୍ୟସ୍ତ ହୋଇପାରେ ।
ତେବେ ଆମେ ଯେତେବେଳେ ବି ଭାଇରସଗୁଡିକ ବିଷୟରେ ଚିନ୍ତା କରେ, ସେହି ସମୟରେ କେବଳ ବିଭିନ୍ନ ରୋଗ ଆମ ମନକୁ ଆସିଥାଏ । ଯାହା ଆମକୁ ଆତଙ୍କିତ କରେ । ଏଠାରେ ସବୁଠୁ ବଡ ପ୍ରଶ୍ନ ଯାହା ପୁଣି ଥରେ ଆମ ମନକୁ ଆସେ, ତାହା ହେଉଛି ଶରୀରରେ ଏହି ରୋଗଗୁଡିକୁ ରୋକାଯାଇପାରିବ କି ନାହିଁ ।
ମାତ୍ର ହଁ, ଏସବୁକୁ ରୋକାଯାଇପାରିବ । ଏହାର ଜ୍ବଳନ୍ତ ଉଦାହରଣ ହେଉଛି ପୋଲିଓ । ଯାହା ଟିକା ଦ୍ବାରା ଧୀରେ ଧୀରେ ପ୍ରାୟ ବିଲୋପ ହେଲାଣି । ଏହି ସବୁ ଘଟଣା ଟିକା ଉତ୍ପାଦନରେ ଜୀବାଣୁଙ୍କର ସହଯୋଗ ପ୍ରକୃତିକୁ ବାଖ୍ୟା କରେ । ଟିକା ଉପଲବ୍ଧ ହେତୁ କେବଳ ପୋଲିଓ ନୁହେଁ, ମିଳିମିଳା ଓ ଅନ୍ୟନ୍ୟା ରୋଗ ମଧ୍ୟ ହ୍ରାସ ପାଉଛି ।
ଟିକା ଦ୍ବାରା କେତେକ ରୋଗରୁ ମୁକ୍ତି ବା ଆରୋଗ୍ୟ ମିଳୁଥିଲେ ମଧ୍ୟ ଆଉ କିଛି ରୋଗ ଅଛି, ଯାହା ପାଇଁ ଟିକା ଉପଲବ୍ଧ ହେଉନାହିଁ । ତେଣୁ ଏ କ୍ଷେତ୍ରରେ ସଂକ୍ରମଣରୁ ଦୂରରେ ରହିବାକୁ ସାମାଜିକ ଦୂରତା, ବିଶୁଦ୍ଧ ଜଳ ପାନୀୟ ଏବଂ ସଂକ୍ରମଣ ବାହକଙ୍କୁ ନିୟନ୍ତ୍ରଣ କରିବା ଆଦି ଅନେକ ସତର୍କତା ଅବଲମ୍ବନ କରିବାକୁ ହେବ ।