
ସାମଗ୍ରୀ :
ପାଳଛତୁ -୨୫୦ ଗ୍ରାମ୍
କଅଁଳ ସାରୁପତ୍ର-୩ଟି
ସୋରିଷ-୨ ଚାମଚ
ଜିରା-୧ ଚାମଚ
ଲଙ୍କା-୩ଟି
ରସୁଣ-୫-୬ କୋଲା
ସୋରିଷ ତେଲ-୧ ଚାମଚ
ଲୁଣ- ସ୍ୱାଦ ଅନୁସାରେ
ଆମ୍ବୁଲ ଛୋଟ କଟା-୧ ଚେବୁଲ-ଚାମଚ କିମ୍ବା ଦହି-୧ କପ୍
ହଳଦି-ଟିପେ
କଞ୍ଚାଲଙ୍କା କଟା-୩ଟି
ପ୍ରଣାଳୀ :
ଛତୁକୁ ବାଛି ସଫା କରି ଲୁଣ-ହଳଦି-ପାଣିରେ ଅଧଘଣ୍ଟା ଭିଜାଇ ଚିପୁଡ଼ି କାଢ଼ନ୍ତୁ । ଗୋଟିଏ ଗିନରେ ମସଲା ବଟା, କଟାଲଙ୍କା, ଦହି, ହଳଦି, ଟିକେ, ଲୁଣ, ସୋରିଷ ତେଲ ପକାଇ ମିଶାନ୍ତୁ । ସେଥିରେ ଛତୁ ପକାଇ ଗୋଳାଇ ଅଧଘଣ୍ଟା ରଖନ୍ତୁ । ସାରୁପତ୍ରକୁ ସଫା କରି ସେଥିରେ ଛତୁକୁ ରଖି ପତ୍ରକୁ ଗୁଡ଼ାଇ ବନ୍ଦ କରିଦିଅନ୍ତୁ । ଦରକାର ହେଲେ ସୁତାରେ ବାନ୍ଧିଦିଅନ୍ତୁ । ଏହାକୁ ଚୁଲିର ଦହକରେ ବା ଗ୍ରୀଲରରେ ୨୦ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । ଖାଇଲାବେଳେ ପତ୍ରରୁ କାଢ଼ି ପରଶନ୍ତୁ ।