ନଖର ଦାଗ କେମିତି ଛଡାଇବେ-ସ୍ୱାସ୍ଥ୍ୟ ଉପଚାର

@_ustad
0

କେଶ ରଙ୍ଗ କରିବା ଆଜିକାଲି ଫ୍ୟାଶନ ପାଲଟିଛି। ଷ୍ଟାଇଲିଶ ଲୁକ ପାଇବା ଲାଗି ଝିଅମାନେ ଅଲଗା ଅଲଗା ପ୍ରକାରର ରଙ୍ଗ କରିଥାନ୍ତି। ସେହିପରି ପାଚିଲା କେଶ ପାଇଁ କେତେକ ମହିଳା କେଶରେ ମେହନ୍ଦି କିମ୍ବା ହେୟାର ଡାଇ ବ୍ୟବହାର କରିଥାନ୍ତି। କୋରୋନା ମହାମାରୀ ସମୟରେ ମହିଳା ପାର୍ଲର ଯାଇପାରୁ ନାହାନ୍ତି, ତେଣୁ ଘରେ କେଶ ରଙ୍ଗ କରିଥାନ୍ତି। ଏପରିସ୍ଥଳେ ସାବଧାନତା ଅବଲମ୍ବନ ନ କଲେ ଏହା ନଖ ଓ ଚର୍ମରେ ଲାଗିଯାଏ। ତେଣୁ ନଖରୁ କିପରି ଦାଗ ହଟାଇବେ, ତାହାର କେତେକ ଟିପ୍ସ ଦିଆଯାଇଛି।

ଲୁଣ ଓ ଲେମ୍ବୁ
ଏଥିପାଇଁ ୧ ଚାମଚ ଲୁଣ, ଅଧ ଚାମଚ ଲେମ୍ବୁରସ ଓ ଗୋଲାପ ଜଳର କେତେକ ବୁନ୍ଦା ପକାଇ ଭଲ ଭାବେ ମିଶାନ୍ତୁ। ଏହି ମିଶ୍ରଣକୁ ସକାଳ ସନ୍ଧ୍ୟାରେ ନଖରେ ଦୁଇ ମିନିଟ ଯାଏ ରଗଡ଼ନ୍ତୁ। ଏବେ ପାଣିରେ ନଖ ଧୋଇ ଦିଅନ୍ତୁ। ସଫା କରିବା ପରେ ନଡ଼ିଆ ତେଲରେ ନଖ ମାଲିସ କରନ୍ତୁ।

ଖାଇବା ସୋଡ଼ା
୧ ଚାମଚ ଖାଇବା ସୋଡ଼ାରେ କିଛି ମାତ୍ରାରେ ପାଣି ମିଶାଇ ଗାଢ଼ ଘୋଳ ପ୍ରସ୍ତୁତ କରନ୍ତୁ। ଏବେ ଏହାକୁ ମେହେନ୍ଦି କିମ୍ବା ହେୟାର କଲର ଲାଗିଥିବା ନଖ ଉପରେ ଲଗାଇ ୧୫ ମିନିଟ ଯାଏ ଛାଡ଼ନ୍ତୁ। ପାଣିରେ ସଫା କରିବା ପରେ ବେବି ଅଏଲରେ ନଖକୁ ମାଲିସ କରନ୍ତୁ। ଦିନରେ ଦୁଇରୁ ତିନି ଥର ଏପରି କରିବା ଦ୍ବାରା ଦାଗ ସଫା ହୋଇଯାଏ।

ସାବୁନ
ମେହନ୍ଦି ଓ ହେୟାର କଲର ଦାଗ ସଫା କରିବା ଲାଗି ନଖକୁ ବଞ୍ଚାଇବା ଲାଗି ସାବୁନ ବ୍ୟବହାର କରନ୍ତୁ। ମେହେନ୍ଦି ଲଗାଇବା ପୂର୍ବରୁ ସାବୁନକୁ ନଖରେ ସ୍କ୍ରାଚ କରନ୍ତୁ। ଏହାଫଳରେ ନଖରେ ସାବୁନ ଭରିଯିବ। ଏହାପରେ ନଖ ଉପରେ ମଧ୍ୟ ସାବୁନ ଲଗାନ୍ତୁ। ଏପରି କରିବା ଦ୍ବାରା ହେଆର କଲରର ରଙ୍ଗ ନଖରେ ଲାଗିବନି।

ଟୁଥପେଷ୍ଟ
ନଖରୁ ଦାଗ ଛଡ଼ାଇବା ଲାଗି ଟୁଥପେଷ୍ଟ ମଧ୍ୟ ବ୍ୟବହାର କରିପାରିବେ। ନଖରେ ୩୦ ସେକେଣ୍ଡ ଯାଏ ଟୁଥପେଷ୍ଟ ସ୍କ୍ରବ କରନ୍ତୁ। ଏବେ ହାଲୁକା ଉଷୁମ ପାଣିରେ ନଖ ସଫା କରନ୍ତୁ।

Post a Comment

0Comments

Post a Comment (0)