
ଆମେରିକାର ସ୍ପେସ୍ ଏଜେନ୍ସି [NASA]ର ହବଲ୍ ସ୍ପେସ୍ ଟେଲିସ୍କୋପ (Hubble telescope) ଏକ ଡୀପ ସ୍ପେସ୍ ଗାଲାକ୍ସିର ଫଟୋ ଉଠାଇଛି। ଏହି ଗାଲାକ୍ସି ଅତ୍ୟନ୍ତ ସ୍ୱତନ୍ତ୍ର କାରଣ ଏହାର କେନ୍ଦ୍ର ସେହି ଗାଲାକ୍ସି ଠାରୁ ଯେତିକି ଶକ୍ତି ନିର୍ଗତ କରେ ତାହା ଗାଲାକ୍ସି ର ଅନ୍ୟ ପାର୍ଶ୍ୱର ଶକ୍ତି ସହ ସମାନ। ଏହାର ଚିତ୍ର ଇନଫ୍ରାଡ୍ ଏବଂ ଦୃଶ୍ୟମାନ ଆଲୋକ (visible Light) ରେ ନିଆଯାଇଥିବା ଚିତ୍ରରେ ତିଆରି | ନାସା କହିଛି ଯେ ଯେତେବେଳେ ପ୍ରାରମ୍ଭ ରେ ଏହା ଦେଖାଯାଏ, ଏହା ଏକ ସ୍ପିରାଲ୍ ଗାଲାକ୍ସି ପରି ଦେଖାଯାଏ କିନ୍ତୁ visible spectrum ରୁ ବାହାରକୁ ଦେଖାଯିବାବେଳେ ସଫା ସଫା ଦେଖାଯାଏ।
କେନ୍ଦ୍ରରେ ବିଶାଳ ବ୍ଲାକ ହୋଲ:-
NGC 3254 ଗାଲାକ୍ସି ଆମର ଗାଲାକ୍ସି ପରି ଏକ ସ୍ପାଇରାଲ୍ ଗାଲାକ୍ସି ନୁହେଁ, ଏହାକୁ Seyfert ଗାଲାକ୍ସି କୁହାଯାଏ। ଏଗୁଡ଼ିକ ହେଉଛି ଗାଲାକ୍ସି ଯାହାର କୋର ବହୁତ ସକ୍ରିୟ। ନାସା କହିଛି ଯେ ଏହାର କେନ୍ଦ୍ରରେ ଏକ ବିରାଟ ବ୍ଲାକ ହୋଲ ଅଛି ଯାହାକି ଉଲକାପିଣ୍ଡ କୁ ନିଜ ଆଡକୁ ଟାଣି ଗିଲିଦେଇଥାଏ ଏବଂ ଏଥିରୁ ବିକିରଣ ନିର୍ଗତ କରେ। ଏହି ପ୍ରକ୍ରିୟାରେ ଆମ ସୂର୍ଯ୍ୟ ଅପେକ୍ଷା ଏକ ଟ୍ରିଲିୟନ୍ ଗୁଣ ଅଧିକ ଶକ୍ତି ନିର୍ଗତ ହୋଇଥାଏ।
ପୃଥିବୀଠାରୁ କେତେ ଦୂର?
ଆମର ଗାଲାକ୍ସି, ମିଲ୍କି ୱେ -milky way-(ଆକାଶଗଙ୍ଗା) ଏକ ସ୍ପାଇରାଲ୍ ଗାଲାକ୍ସି ଅଟେ। ଏହିପରି ଅଧିକାଂଶ ଗ୍ୟାଲେକ୍ସି ସମତଳ ଅଟେ ଯାହାକି ତାରକା ପୁଞ୍ଜ, ଧୂଳି ଏବଂ ଗ୍ୟାସକୁ ନେଇ ଗଠିତ। ଏହାର କେନ୍ଦ୍ରରେ ତାରକାମାନଙ୍କର ଏକ ସମୂହ ମଧ୍ୟ ରହିଅଛି। ମାର୍ଚ୍ଚ 1785 ରେ ପ୍ରଥମେ ୱିଲିୟମ୍ ହର୍ସଲଙ୍କ ଦ୍ୱାରା NGC 3254 ଆବିଷ୍କୃତ ହୋଇଥିଲା। ଏହା ଲିଓ ମାଇନର(Leo minor) ନକ୍ଷତ୍ରରେ ଅବସ୍ଥିତ, ଯାହା ପୃଥିବୀଠାରୁ 11.8 କୋଟି ଆଲୋକ ବର୍ଷ ଦୂରରେ ଅବସ୍ଥିତ।
ହବଲ୍ ଟେଲିସ୍କୋପ ରେ ତ୍ରୁଟି:-
ଗତ 30 ବର୍ଷ ମଧ୍ୟରେ ମହାକାଶରେ ହବଲ୍ ଟେଲିସ୍କୋପ ଅଗଣିତ ଆବିଷ୍କାର କରିଛି ,ହବଲ୍ ଟେଲିସ୍କୋପ 1980 ଦଶକରେ ଏକ କମ୍ପ୍ୟୁଟର ରେ, ତ୍ରୁଟି ହୋଇଯାଇଥିଲା।ଆମେରିକାର ସ୍ପେସ୍ ଏଜେନ୍ସି ନାସା କହିଛି ଯେ ଏହି ହବଲ୍ ଟେଲିସ୍କୋପର କମ୍ପ୍ୟୁଟର ସାହାଯ୍ୟରେ ପ୍ରବିଧି ସମ୍ବନ୍ଧୀୟ ଯନ୍ତ୍ରଗୁଡ଼ିକୁ ନିୟନ୍ତ୍ରଣ କରାଯାଇଥାଏ। କମ୍ପ୍ୟୁଟରରେ ବିଫଳତା ହେତୁ ବର୍ତ୍ତମାନ ଏହି ଟେଲିସ୍କୋପ ଜ୍ୟୋତିର୍ବିଜ୍ଞାନ ଚିତ୍ର ନେବା ପ୍ରାୟ ବନ୍ଦ କରି ଦେଇଛି।