ଲାଭଦାୟକ 'ଭେଣ୍ଡି ଚାଷ' କରନ୍ତୁ

@_ustad
0

ଭେଣ୍ଡି ଚାଷ,ladies finger farming in Odia, ଓଡିଶାରେ ଭେଣ୍ଡି ଚାଷ, lady finger crop details, lady finger crop period,ଭେଣ୍ଡି ଚାଷ କେମିତି କରିବ, lady finger crop varieties, ଭେଣ୍ଡି ଗଛର କିସମ, lady finger vegetable cultivation, bhendi chasa, bhendi chasa odia, bhendi chasa pranali

ଆମର ପିଲା ଦିନରୁ ଆମେ ସମସ୍ତେ ବହିରେ ପଢ଼ି ଆସିଛେ ଯେ, ଭେଣ୍ଡି ଗୋଟିଏ ଭଲ ପରିବା। ସତରେ ଭେଣ୍ଡି ଗୋଟିଏ ଭଲ ପରିବା l ଏହାର ପୌଷ୍ଟିକତା ଦୃଷ୍ଟିରୁ ଏହା ବହୁତ ଭଲ  ଏବଂ ବ୍ୟବସାୟିକ ଲାଭ ଦୃଷ୍ଟିରୁ ମଧ୍ୟ ବେଶ ଅନୁକୂଳ ଅଟେ। ଭେଣ୍ଡି ଫସଲ ସାରା ଦେଶରେ ଚାଷ କରାଯାଇଥାଏ । ଭେଣ୍ଡି ଗଛ ମଧ୍ୟ କାଗଜ ତିଆରିରେ ବ୍ୟବହାର ହୁଏ । ତେବେ ସେ ଯାହା ହେଉ ନା କାହିଁକି ଭେଣ୍ଡି ଯେ ଏକ ସୁସ୍ଵାଦୁ ପରିବା ଏଥିରେ କୌଣସି ସନ୍ଦେହ ନାହିଁ । ଭେଣ୍ଡି ଏକ ଲାଭଜନକ ପରିବା । ଏହା ଅଳ୍ପ ପରିଶ୍ରମରେ ଓ ଅଳ୍ପ ଦିନରେ ହେଉଥିବାରୁ ଚାଷୀ ବେଶ୍ ଲାଭବାନ ହୋଇଥାନ୍ତି । ଭଲ ଭାବରେ ଚାଷ କଲେ ଏକର ପିଛା ପ୍ରାୟ ୪୦ କ୍ଵିଣ୍ଟାଲ ଭେଣ୍ଡି ମିଳିପାରିବ । ଭେଣ୍ଡିକୁ ଉଭୟ ବର୍ଷା ଓ  ଖରାଦିନ ମଧ୍ୟ ଚାଷ କରାଯାଇ ପାରିବ । ଆଜିକାଲି ଉତ୍କଳଗୌରବ, ଆର୍କ ଅନାମିକା ଉନ୍ନତ ଭେଣ୍ଡି କିସମ ବାହାରିଲାଣି । ଏହି କିସମର ଅମଳ ଏକର ପିଛା ୪୦ କ୍ଵିଣ୍ଟାଲରୁ ମଧ୍ୟ ଅଧିକ ହୋଇ ପାରୁଅଛି । ଆଜି ଆସନ୍ତୁ ଏହି ଭେଣ୍ଡିର ଚାଷ ପ୍ରଣାଳୀ ବିଷୟରେ ସବିଶେଷ ଆଲୋଚନା କରିବା।

ଶୀତଦିନକୁ ଛାଡ଼ି ଦେଲେ ବର୍ଷ ର ଅନ୍ୟ ସବୁ ସମୟରେ ଭେଣ୍ଡି ଚାଷ ହୋଇପାରିବ । ତେବେ ଅତ୍ୟଧୁକ ଖରାହେ ଲେ କଢ଼ ଝଡ଼ି ପଡ଼ିବାର ଆଶଙ୍କା ଥାଏ । ସେହି ପରି ମାଟିର ଉତ୍ତାପ କମିଗଲେ ମଞ୍ଜି ଗଜା ହୁଏ ନାହିଁ । ଶୀତଦିନେ  ବାୟୁମଣ୍ଡଳରେ ଉତ୍ତାପ କମ୍ ରହୁ ଥିବାରୁ ଗଛ ମଧ୍ୟ ଭଲ ବଢ଼େ ନାହିଁ । ତେବେ ଆମ ରାଜ୍ୟରେ ଫେବୃଆରୀ ଠାରୁ ଜୁନ୍ ମାସ ପର୍ଯ୍ୟନ୍ତ ଓ ଅଗଷ୍ଟ ମାସଠାରୁ ଅକ୍ଟୋବର ମାସରେ ଭେଣ୍ଡି ଲଗାଯାଇପାରିବ । ଜୁଲାଭରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ବର୍ଷା ହେଉଥିବାରୁ ଓ ଡିସେମ୍ବର-ଜାନୁଆରୀ ମାସରେ ଶୀତ ହେଉଥିବାରୁ ଭେଣ୍ଡି ଭଲ ହୁଏ ନାହିଁ । ଭେଣ୍ଡି ପ୍ରାୟ ସବୁ ମାଟିରେ ଚାଷ କରାଯାଇପାରିବ । ତେବେ ଉର୍ବର ଦୋରସା ମାଟିରେ ଏହା ଭଲ ହୁଏ । ଧାନ ଅମଳ ପରେ ଖାଲି ବିଲମାନଙ୍କରେ ମଟାଳ ମାଟିରେ ମଧ୍ୟ ଭେଣ୍ଡି ଚାଷ କରାଯାଇପାରେ । ଭେଣ୍ଡି ବିଲରେ ଅଧିକ ପାଣି ଜମିଗଲେ ଗଛ ମରିଯାଏ । ତେବେ ଗୋଟିଏ କଥା ମନେରଖୁବା ଉଚିତ୍ ଯେ ସବୁ ପନିପରିବା ପରି ଭେଣ୍ଡି ଚାଷ ପାଇଁ ବିଲରେ ଯଥେଷ୍ଟ ପରିମାଣରେ ଖତ ଦେବା ଉଚିତ୍ । ଏକ ଏକର ବିଲରେ ୮ ରୁ ୧୦ ଗାଡ଼ି ଭଲ ଖତ ଦେଲେ ମାଟିର ଉର୍ବରତା ବଢ଼ିଥାଏ । ମଝିରେ ମଝିରେ ଭେଣ୍ଡିଚାଷ ପୂର୍ବରୁ ବିଲରେ ସବୁଜ ସାର ଫସଲ ଚାଷ କଲେ ମଧ୍ୟ ମାଟିରେ ଜୈବିକ ପଦାର୍ଥର ପରିମାଣ ବଢ଼ିଥାଏ ।

ଭେଣ୍ଡିର ଅନେକ ଉନ୍ନତ କିସମ ରହିଛି । ସେସବୁ ମଧ୍ୟରେ ପୁଷା ସାୱାନୀ, ବୈଶାଳୀ ବଧୁ, ପଞ୍ଜାବ ପଦ୍ଧିନୀ, ଆର୍କ ଅନାମିକା, ଆର୍କା ଅଭୟ ଆଦି କିସମ ଚାଷ କରାଯାଇପାରିବ । ପରବାଣିକ୍ରାନ୍ତି ନାମକ ଉନ୍ନତ କିସମର ଭେଣ୍ଡିରେ ପତ୍ର ହଳଦିଆ । ବା ସାହେବୀ ରୋଗ ହୁଏ ନାହିଁ । ଏହା ଉଭୟ ବର୍ଷା ଓ ଖରାଦିନେ ଚାଷ କରାଯାଇପାରିବ । ବର୍ଷାଦିନେ ଗଛ ୫ ରୁ ୬ ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୋଇଥାଏ ଓ ଖରାଦିନେ ପ୍ରାୟ ୩ ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୁଏ । ଫଳଗୁଡ଼ିକ ବେଶ୍ ବଡ଼ ଓ ଖାଇବାକୁ ସ୍ଵାଦିଷ୍ଟ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟରୁ ଉତ୍କଳ ଗୌରବ ନାମକ ଏକ ଉନ୍ନତ କିସମ ବାହାର କରାଯାଇଅଛି । ଏହି କିସମରେ ସାହେବୀ ରୋଗ ହୁଏ ନାହିଁ । ପୁଷା ସାୱାନୀ ସବୁ ଋତୁରେ ଚାଷ କରାଯାଇପାରେ । ପଞ୍ଜାବ ପଦ୍ମିନୀ ୫୫ ରୁ ୬୦ ଦିନରେ ଅମଳ ହୋଇଥାଏ ।

ଭେଣ୍ଡି ଚାଷ ପାଇଁ ଜମିକୁ ଭଲ ଭାବରେ ଚାଷ କରିବା ଦରକାର । ଲୁହା ଲଙ୍ଗଲରେ ଦୁଇରୁ ତିନି ଥର ଚାଷ କରି ମଇଦେଇ ମାଟି ଗୁଣ୍ଡ କରିବା ଉଚିତ୍ । ପ୍ରଥମେ ଲୁହା ଲଙ୍ଗଳରେ ଚାଷକରି ଦୁଇରୁ ତିନିଥର ଚକ୍ରବିଦା ଚଳାଇଲେ ମାଟି ଗୁଣ୍ଡ ହୋଇଯାଏ । ଏକ ଏକର ପାଇଁ ବର୍ଷାଦିନେ ୫-୬ କିଲୋଗ୍ରାମ୍ ମଞ୍ଜି ଦରକାର ହୋଇଥାଏ । ଲଗାଇବା ଦୂରତା ଅନୁସାରେ ବିହନ ପରିମାଣ କମ୍ ବେଶୀ ହୋଇପାରେ । ଚାଷ ସମୟରେ ବିଲରେ ଏକର ପିଛା ୮ ରୁ ୧୦ ଗାଡ଼ି ସଢ଼ା ଗୋବର ଖତ ଦେଇ ମାଟିରେ ମିଶାଇ ଦେବା ଉଚିତ୍ । ଭେଣ୍ଡି ପାଇଁ ଏକର ପିଛା ପ୍ରାୟ ୩୨ କିଲୋଗ୍ରାମ୍ ଯବକ୍ଷାର, ୧୬ କିଲୋଗ୍ରାମ୍ ଫସ୍‌ଫରସ୍ ଓ ୧୬ କିଲୋଗ୍ରାମ୍ ପଟାସ ଖାଦ୍ୟସାର ଆବଶ୍ୟକ ହୋଇଥାଏ । ଏହି ପରିମାଣର ଖାଦ୍ୟ ସାର ପାଇବା ପାଇଁ ଏକର ପିଛା ୭୦ । କିଲୋଗ୍ରାମ୍ ୟୁରିଆ ବା ୧୨୮ କିଲୋଗ୍ରାମ୍ କାଲସିୟମ ଆମୋନିଅମ ନାଇଟ୍ରେଟ୍, ୧୦୦ କିଲୋଗ୍ରାମ୍ ସିଙ୍ଗଲ ସୁପର ଫସ୍‌ଫେଟ୍ ଓ ୨୭ କିଲୋଗ୍ରାମ୍ ମ୍ୟୁରେଟ ଅଫ୍ ପଟାସ୍ ସାର ଆବଶ୍ୟକ ହୋଇଥାଏ । ଫସ୍‌ଫରସ ଓ ପଟାସ ମଞ୍ଜି ଲଗାଇବା ପୂର୍ବରୁ ସିଆରରେ ଦେଇ ଲଗାଯାଏ । ଆବଶ୍ୟକ ହେଉଥିବା ଯବକ୍ଷାର ଜାତୀୟ ସାରର ଅଧେ ଗଛ ଲଗାଇବା ସମୟରେ ଓ ଆଉ ଅଧେକ ଗଛ ଉଠି ବାର ୩ ସପ୍ତାହ ପରେ ଦେବା ଉଚିତ୍ । ମୂଳ ସାର ହିସାବରେ ବିହନ ବୁଣାବେଳେ ୩୫ କିଲୋଗ୍ରାମ୍ ଡିଏପି, ୨୭ କିଲୋଗ୍ରାମ୍ ଫୁଟ୍ ଅଫ୍ ପଟାସ ଓ ୨୧ କିଲୋଗ୍ରାମ୍ ୟୁରିଆ ପ୍ରୟୋଗ କରାଯାଇପାରେ । ଏହା ବଦଳରେ ହିସାବ କରି ଅନ୍ୟାନ୍ୟ ସାର ମଧ ପ୍ରୟୋଗ କରାଯାଇପାରିବ ।

ଧାଡ଼ିକୁ ଧାଡ଼ି ୬୦ ସେଣ୍ଟିମିଟର ଓ ଗଛକୁ ଗଛ ୨୫–୩୦ ସେଣ୍ଟିମିଟର ବ୍ୟବଧାନରେ ମଞ୍ଜି ଲଗାଇବା ଉଚିତ୍ । ଲଗାଇବା ପୂର୍ବରୁ ମଞ୍ଜିକୁ ମ ବା କାର୍ବେଣ୍ଡାଜିମ୍ ସହିତ ଗୋଳାଇ ବିଶୋଧନ କରାନ୍ତୁ । ପ୍ରତି ଏକ କିଲୋଗ୍ରାମ୍ ମଞ୍ଜିପାଇଁ ୩ ଗ୍ରାମ୍ ହିସାବରେ ଥିରାମ ବା ଦେଢ଼ଗ୍ରାମ୍ କାର୍ବେଣ୍ଡାଜିମ୍ ବ୍ୟବହାର କରନ୍ତୁ । ଗଛ ଉଠିବାର ୩ ସପ୍ତାହ ପରେ ବିଲାକୁ ବଛାବଛି କରି ଅବଶିଷ୍ଟ ଯବକ୍ଷାର ଜାତୀୟ ସାର ଦେଇ ହୁଡ଼ା ଟେକି ଦିଅନ୍ତୁ । ଏହି ସମୟରେ ଏକର ପ୍ରତି ୩୫ କିଲୋଗ୍ରାମ୍ ୟୁରିଆ ପ୍ରୟୋଗ କରିବା ଦରକାର । ବର୍ଷାଦିନେ ପ୍ରାୟ ପାଣି ମଡ଼ାଇବା ଦରକାର ହୁଏ ନାହିଁ । କିନ୍ତୁ ଖରାଦିନେ ପ୍ରତି ସପ୍ତାହରେ ଥରେ ପାଣି ମଡ଼ାଇବା ଆବଶ୍ୟକ ହୋଇଥାଏ । ଭେଣ୍ଡି ଲଗାଇବା ବେଳେ ବିଲରେ ପାଗ ଥାଇ ମଞ୍ଜି ଲଗାଇବା ଉଚିତ୍ ।

Post a Comment

0Comments

Post a Comment (0)