ଆଣ୍ଠୁଗଣ୍ଠି ବ୍ୟଥାରେ ରାତିରେ ଏହି ଖାଦ୍ୟ ପଦାର୍ଥରୁ ଦୂରେଇ ରୁହନ୍ତୁ

@_ustad
0

ଯଦି ଆପଣ ହାତଗୋଡ ଆଣ୍ଠୁଗଣ୍ଠି ଜନିତ ବ୍ୟଥାରେ ପିଡ଼ୀତ  । ତେବେ ରାତିରେ ଭୁଲରେ ବି ଏହି ସବୁ ଖାଦ୍ୟ ସେବନ କରିବା ଉଚିତ ନୁହେଁ  । ବୟସ ବଢ଼ିବା ସହିତ ଆଣ୍ଠୁଗଣ୍ଠି ଜନିତ ବ୍ୟଥା ସମସ୍ୟା ହେବା ଏକ ସାଧାରଣ କଥା  । ଏହାଛଡ଼ା ଏବେ ଯେକୌଣସି ବୟସର ଲୋକଙ୍କ ଠାରେ ଏପରି ସମସ୍ୟା ଦେଖାଯାଉଛି  । ଯଦି ଆପଣ ହାତଗୋଡରେ ଅନେକ ସମୟରେ ବ୍ୟଥା ଅନୁଭବ କରୁଛନ୍ତି ତେବେ କେତେକ ଖାଦ୍ୟ ପଦାର୍ଥ ଠାରୁ ଦୂରେଇ ରହିବା ଉଚିତ  । ବିଶେଷ କରି ରାତିରେ ଏହି ଖାଦ୍ୟ ଗ୍ରହଣ କରିବା ଉଚିତ ନୁହେଁ  । ଏହି ଖାଦ୍ୟ ରାତିରେ ଗ୍ରହଣ କଲେ ବ୍ୟଥାକୁ ଦୁଇ ଗୁଣା ବଢ଼ାଇ ଦିଏ  । ତେବେ ଜାଣିବା ସେହି ଖାଦ୍ୟ ବିଷୟରେ ।

- ରାତିରେ ଛତୁ ଖାଇବା ଉଚିତ ନୁହେଁ  । ଯେତେ ସମ୍ଭବ ରାତିରେ ଛତୁ ଖାଇବାରୁ ବଞ୍ଚôବା ଉଚିତ  । ଏହା ରାତିରେ ହଜମ ହେବାରେ କଷ୍ଟ ହୋଇଥାଏ  । ଏହା ସହିତ ପେଟରେ ଗ୍ୟାସ, ପେଟ ବ୍ୟଥା ଓ ଦାନ୍ତ ସମସ୍ୟା ଆଦି ଦେଖାଯାଇଥାଏ  । ଏହାଛଡ଼ା ହାତଗୋଡ଼ରେ ବ୍ୟଥା ମଧ୍ୟ ଅନୁଭବ ହୋଇଥାଏ । 

- କାକୁଡ଼ି ଖାଉଥିଲେ ସମୟର ଧ୍ୟାନ ନିହାତି ରଖିବା ଉଚିତ । କାକୁଡ଼ି ଥଣ୍ଡା ଜାତୀୟ ଖାଦ୍ୟ ପଦାର୍ଥ  । ତେଣୁ ଏହାକୁ ରାତିରେ ସେବନ କରିବା ଦ୍ୱାରା ହାତଗୋଡ଼ ବ୍ୟଥା ବଢ଼ିଯାଇଥାଏ  । ୫୦ ବର୍ଷରୁ ଅଧିକ ବୟସର ଲୋକଙ୍କ ଠାରେ ହାତଗୋଡ଼ ବ୍ୟଥା ଅଧିକ ଅନୁଭବ ହୋଇଥାଏ  । ଏହି ସମୟରେ ରାତିରେ କାକୁଡ଼ି ସେବନ କରିବା ବ୍ୟଥାକୁ ଦୁଇ ଗୁଣା ବଢ଼ାଇ ଦେଇଥାଏ  ।

- ରାତିରେ ଦହି ଓ ଲସି ସେବନ କରିବା ଉଚିତ ନୁହେଁ  । ଏହା ସେବନ କରିବା ଦ୍ୱାରା ହାତ ଓ ଗୋଡ଼ରେ ବ୍ୟଥା ସମସ୍ୟା ହୋଇଥାଏ  । ଏହା ସହିତ ଯେଉଁ ଲୋକ ପ୍ରଥମରୁ ଏହି ସମସ୍ୟାରେ ପୀଡ଼ିତ ତେବେ ଭୁଲରେ ବି ଦହି ଓ ଲସି ବ୍ୟବହାର କରିବା ଉଚିତ ନୁହେଁ ।

- ଯଦି ହାତଗୋଡ଼ରେ ବ୍ୟଥା ଅନୁଭବ କରୁଛନ୍ତି ତେବେ ରାତିରେ ଭୁଲରେ ବି ଫଳ ଆହାର ଗ୍ରହଣ କରନ୍ତୁ ନାହିଁ  । ରାତିରେ ଫଳ ଆହାର ଗ୍ରହଣ କଲେ ନିଦ ସମସ୍ୟା ଦେଖାଯାଇଥାଏ  । ଯଦ୍ୱାରା ପର ଦିନ ଥକାପଣ ଅନୁଭବ ହୋଇଥାଏ  ।

- ଅଧ୍ୟୟନରୁ ଜଣାଯାଇଛି ପ୍ରୋସେଡ ସୁଗାର ଶରୀରରେ ପ୍ରୋ ଇନଫଲେମେଟ୍ରିକୁ ବଢ଼ାଇ ଦେଇଥାଏ  । ଯଦ୍ୱାରା ଗଣ୍ଠି ବ୍ୟଥା ସମସ୍ୟା ଦେଖାଯାଇଥାଏ  । ତେଣୁ ରାତିରେ ମିଠା ଖାଦ୍ୟରୁ ବଞ୍ଚôବା ଉଚିତ  । 

Post a Comment

0Comments

Post a Comment (0)